Posted inଫୁରସତ

ରାସ୍ତା ନିର୍ମାଣ ପାଇଁ ଜାଗା ଛାଡିଲେନି ମହିଳା, ହାଇୱେ ମଝିରେ ରହିଗଲା ଘର

ବେଜିଂ,୩ ।୭: ହାଇୱେ, ପୋଲ ଆଦି ନିର୍ମାଣ ସମୟରେ ବେଳେ ବେଳେ ସାଧାରଣ ଜନତାଙ୍କ ଜାଗାକୁ ସରକାର ବ୍ୟବହାର କରିଥାଆନ୍ତି । ଆଉ ଏହା ବଦଳରେ ସେମାନଙ୍କୁ କିଛି ମୂଲ୍ୟ ଦିଆଯାଇଥାଏ । ହେଲେ ଚାଇନାର ଗୁରଙ୍ଗଜାଓ ସହରରେ ରାସ୍ତା ନିର୍ମାଣ ସମୟରେ ଜଣେ ମହିଳା ତାଙ୍କ ଜମି ଦେବାକୁ ମନା କରି ଦେବାରୁ ଏବେ ତାଙ୍କ ଘରଟି ରାସ୍ତା ମଝିରେ ରହିଯାଇଛି ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି । ଚାଇନାର ହଇଜୁଆଙ୍ଗ ବ୍ରିଜ ନିର୍ମାଣ ସମୟରେ ଜଣେ ମହିଳାଙ୍କ ୪୩୦ ସ୍କୋୟାର ଫୁଟରେ ଥିବା ଏକ ଘର ମଝିରେ ଆସି ଯାଇଥିଲା । ସରକାର ଏହି ଘର ବଦଳରେ ତାଙ୍କୁ କିଛି ଅର୍ଥ ଅଥବା ଏକ ଫ୍ଲାଟ ଅଫର କରିଥିଲେ । ହେଲେ ଏଥିରେ ମହିଳା ଜଣକ ରାଜି ହୋଇ ନ ଥିଲେ । ଫଳରେ ଘରକୁ ବାଦ୍ ଦେଇ ସଡ଼କ ନିର୍ମାଣ କରାଯାଇଥିଲା । ଏବେ ଏହା ହାଇୱେ ମଝିରେ ରହିଯାଇଛି । ଯାହା ଦେଖେଣାହାରିଙ୍କୁ ଆକର୍ଷିତ କରୁଛି । ହାଇୱେ ତଳେ ରହିଯାଇଥିବାରୁ ଘରର ଦାମ୍ ମଧ୍ୟ ଏବେ କମ୍ ହୋଇ ଯାଇଛି । ହେଲେ ଏହାକୁ ନେଇ ମହିଳା ଜଣକ କୁହନ୍ତି ମୁଁ ମୋ ହିସାବରେ ବଞ୍ଚିବାକୁ ଭଲପାଏ । ଏହାପରେ ଲୋକେ ମୋତେ ମନେ ରଖିବେ । ସୂଚନାଯୋଗ୍ୟ, ଉକ୍ତ ହାଇୱେଟି ୨୦୨୦ରେ ଯାତାୟତ ପାଇଁ ଖୋଲାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ଲକ୍‌ଡାଉନ୍‌ ପରେ ଖୋଲିଲା ସ୍କୁଲ, ଛାତ୍ରଙ୍କୁ ହେଲାନାହିଁ ପୁରୁଣା ପୋଷାକ

ଚାଇନା‌ରେ ୪ ମାସର ଲକ୍‌ଡାଉନ୍‌ ପରେ ଏବେ ସ୍କୁଲ ଖୋଲିଛି। ଲକ୍‌ଡାଉନ୍‌ରେ ଘରେ ରହିବା ପରେ ଜଣେ ଛାତ୍ରଙ୍କ ଓଜନ ଏତେ ବଢ଼ିଯାଇଛି ଯେ ପରିବାରଲୋକଙ୍କୁ...

୨୩ ହଜାର ବର୍ଷ ପୂର୍ବେ ଆମେରିକାରେ ବାସ କରୁଥିଲେ ମଣିଷ, ହିମ ମାନବର ପାଦଚିହ୍ନର ସନ୍ଧାନ…

ଓ୍ବାଶିଂଟନ, ୧୧।୬ : ଆମେରିକାରେ ୨୩ ହଜାରେ ବର୍ଷ ପୂର୍ବେ, ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀ ଅତ୍ୟଧିକ ଥଣ୍ଡା ଥିଲା । ସେହି...

କରୋନା ରୋଗୀଙ୍କ ସହାୟତା ପାଇଁ ୩୨୦୦ କିମି ସାଇକେଲ ଚଲାଇଲେ ୫ ବର୍ଷର ଶିଶୁ

ଲଣ୍ଡନ,୩୦।୭: କରୋନା ଏବେ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। କେତେକ ଦେଶରେ ପରିସ୍ଥିତି ଚିନ୍ତାଜନକ। ଏହି ସମୟରେ, କିଛି ଲୋକ ଅଛନ୍ତି ଯେଉଁମାନେ କରୋନା...

୨୪ ବର୍ଷ ହେଲା ନଡିଆ ପାଣି ପିଇ ବଞ୍ଚୁଛନ୍ତି ଏହି ବ୍ୟକ୍ତି

ଆଜିକାଲି ଲୋକେ ନିଜକୁ ଫିଟ୍‌ ରଖିବା ପାଇଁ ସବୁକିଛିକୁ ଆପଣାଉଛନ୍ତି। କିନ୍ତୁ ଜଣେ ବ୍ୟକ୍ତି ଏହିପରି କିଛି କରିଛନ୍ତି, ଯାହା ବୋଧହୁଏ କଳ୍ପନା ବାହାରେ। ବାସ୍ତବରେ,...

ଏମିତି ସର୍କସ ଦେଖଉଛି ଜଳହସ୍ତୀ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଆମ୍ବ କିଲୋ ୩ ଲକ୍ଷ ଟଙ୍କା

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି...

ଶ୍ରୀଲଙ୍କାରେ ଠାବ ହେଲା ବିରଳ ଯମଜ ହାତୀ ଛୁଆ

କଲମ୍ବୋ, ୮।୭- ଦୁଇଟି ହାତୀ ଛୁଆ ସମାନ ମା’ଠାରୁ କ୍ଷୀର ଖାଉଥିବା ଶ୍ରୀଲଙ୍କାର ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ହାତୀଟି ଏହି ୨ଟି ବିରଳ ଯମଜ...

ବିପଦ କମାଇଛି ବିପର୍ଯ୍ୟୟ ନିୟନ୍ତ୍ରଣ

ପ୍ରାକୃତିକ ବିପର୍ଯ୍ୟୟ ଆଗରେ ମଣିଷ ସମ୍ପୂର୍ଣ୍ଣ କିଂକର୍ତ୍ତବ୍ୟବିମୂଢ଼। ସେହିପରି ମନୁଷ୍ୟକୃତ ବିପର୍ଯ୍ୟୟ ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବା ମଧ୍ୟ କଷ୍ଟକର ହୋଇପଡ଼େ। ଉପଯୁକ୍ତ ନିୟନ୍ତ୍ରଣ ତଥା...

Advertisement
Archives

Model This Week