Posted inଫୁରସତ

ରାସ୍ତା ନିର୍ମାଣ ପାଇଁ ଜାଗା ଛାଡିଲେନି ମହିଳା, ହାଇୱେ ମଝିରେ ରହିଗଲା ଘର

ବେଜିଂ,୩ ।୭: ହାଇୱେ, ପୋଲ ଆଦି ନିର୍ମାଣ ସମୟରେ ବେଳେ ବେଳେ ସାଧାରଣ ଜନତାଙ୍କ ଜାଗାକୁ ସରକାର ବ୍ୟବହାର କରିଥାଆନ୍ତି । ଆଉ ଏହା ବଦଳରେ ସେମାନଙ୍କୁ କିଛି ମୂଲ୍ୟ ଦିଆଯାଇଥାଏ । ହେଲେ ଚାଇନାର ଗୁରଙ୍ଗଜାଓ ସହରରେ ରାସ୍ତା ନିର୍ମାଣ ସମୟରେ ଜଣେ ମହିଳା ତାଙ୍କ ଜମି ଦେବାକୁ ମନା କରି ଦେବାରୁ ଏବେ ତାଙ୍କ ଘରଟି ରାସ୍ତା ମଝିରେ ରହିଯାଇଛି ଯାହା ସମସ୍ତଙ୍କୁ ଆକର୍ଷିତ କରୁଛି । ଚାଇନାର ହଇଜୁଆଙ୍ଗ ବ୍ରିଜ ନିର୍ମାଣ ସମୟରେ ଜଣେ ମହିଳାଙ୍କ ୪୩୦ ସ୍କୋୟାର ଫୁଟରେ ଥିବା ଏକ ଘର ମଝିରେ ଆସି ଯାଇଥିଲା । ସରକାର ଏହି ଘର ବଦଳରେ ତାଙ୍କୁ କିଛି ଅର୍ଥ ଅଥବା ଏକ ଫ୍ଲାଟ ଅଫର କରିଥିଲେ । ହେଲେ ଏଥିରେ ମହିଳା ଜଣକ ରାଜି ହୋଇ ନ ଥିଲେ । ଫଳରେ ଘରକୁ ବାଦ୍ ଦେଇ ସଡ଼କ ନିର୍ମାଣ କରାଯାଇଥିଲା । ଏବେ ଏହା ହାଇୱେ ମଝିରେ ରହିଯାଇଛି । ଯାହା ଦେଖେଣାହାରିଙ୍କୁ ଆକର୍ଷିତ କରୁଛି । ହାଇୱେ ତଳେ ରହିଯାଇଥିବାରୁ ଘରର ଦାମ୍ ମଧ୍ୟ ଏବେ କମ୍ ହୋଇ ଯାଇଛି । ହେଲେ ଏହାକୁ ନେଇ ମହିଳା ଜଣକ କୁହନ୍ତି ମୁଁ ମୋ ହିସାବରେ ବଞ୍ଚିବାକୁ ଭଲପାଏ । ଏହାପରେ ଲୋକେ ମୋତେ ମନେ ରଖିବେ । ସୂଚନାଯୋଗ୍ୟ, ଉକ୍ତ ହାଇୱେଟି ୨୦୨୦ରେ ଯାତାୟତ ପାଇଁ ଖୋଲାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?