Posted inଫୁରସତ

ମୃତବ୍ୟକ୍ତିଙ୍କୁ ବିବାହ

ନୂଆଦିଲ୍ଲୀ: ମୃତ ବ୍ୟକ୍ତିଙ୍କୁ ପୁଣି ବିବାହ କେମିତି କରିହେବ ଏକଥାକୁ ଭାବିବା ବି କଷ୍ଟକର। କିନ୍ତୁ ଏଭଳି ଅଜବ ଘଟଣା ଦେଖିବାକୁ ମିଳେ ଫ୍ରାନ୍‌ସରେ। ଏଠାରେ ଏଭଳି ବିବାହ ନିମନ୍ତେ ସରକାର ଆଇନ ବି କରିଛନ୍ତି। ସମଗ୍ର ୟୁରୋପରେ ଫ୍ରାନ୍ସର ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଛି। ଏହି ଦେଶ ବିକଶିତ ହେଲେ ହେଁ ଏଠାରେ ଏଭଳି ଏକ ଅଜବ ନିୟମ ରହିଛି ।
ଜଣେ ଚାହିଁଲେ କିଛି ବିଶେଷ ପରିସ୍ଥିତିରେ ବି ଏଠାରେ ମୃତବ୍ୟକ୍ତି ବା ମହିଳାଙ୍କୁ ବିବାହ କରିପାରିବେ। ବିଭିନ୍ନ ଧର୍ମରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି। ପରମ୍ପରା ଯାହା ବି ହୋଇଥାଉ କିନ୍ତୁ ଜୀବନସାଥୀ ବାଛିବାବେଳେ ସମସ୍ତେ ସତର୍କ ରହିଥାନ୍ତି। ନିଜ ପାଇଁ ମନଲାଖି ଆଉ ଯୋଗ୍ୟ ପ୍ରାର୍ଥୀ ବାଛିବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ। କିନ୍ତୁ ଫ୍ରାନ୍‌ସରେ କିଛି ଲୋକ ମୃତବ୍ୟକ୍ତିଙ୍କୁ ହିଁ ନିଜର ଜୀବନସାଥୀ ଚୟନ କରିଥାନ୍ତି। ଫ୍ରାନ୍‌ସର ଏଭଳି ଅଜବ ନିୟମ ଅନୁସାରେ ଯେକୌଣସି ଲୋକ ଚାହିଁଲେ ଜଣେ ମୃତବ୍ୟକ୍ତିଙ୍କୁ ବିବାହ କରିପାରେ। କିନ୍ତୁ ଏଭଳି ବିବାହ କରିବା ପୂର୍ବରୁ ପ୍ରଥମେ ରାଷ୍ଟ୍ରପତିଙ୍କର ଅନୁମତି ନେବାକୁ ହେବ। ସେଭଳି ବିଶେଷ ପରିସ୍ଥିତି ଥିଲେ ରାଷ୍ଟ୍ରପତି ମଧ୍ୟ ଏଭଳି ବିବାହ କରିବା ପାଇଁ ଅନୁମତି ଦେଇଥାନ୍ତି। ଏହାପରେ ଯଥା ବିଧି ନିୟମ ଅନୁସାରେ ମୃତବ୍ୟକ୍ତି ବା ମୃତ ମହିଳାଙ୍କ ସହିତ ବିବାହ ଅନୁଷ୍ଠିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri