Posted inରାଜ୍ୟ

ତଥ୍ୟ ବଦଳରେ ବିବାହ ପ୍ରସ୍ତାବ

କଟକ ଅଫିସ,୨୩ା୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ରୁ ଗୁପ୍ତତଥ୍ୟ ଲିକ୍‌ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ଗତ ୪ ଦିନ ଧରି କ୍ରାଇମବ୍ରାଞ୍ଚ ଜେରା କରୁଛି। ଏହି ଜେରା ଭିତରେ କ୍ରାଇମ୍‌ବ୍ରାଞ୍ଚ ହାତରେ ବହୁ ସାଂଘାତିକ ତଥ୍ୟ ଲାଗିଛି। ଅଭିଯୁକ୍ତମାନେ ହନିଟ୍ରାପ୍‌ରେ ଫସି ଗୋପନୀୟ ତଥ୍ୟ ପ୍ରଘଟ କରିଥିବା ସ୍ପଷ୍ଟ ହେବା ପରେ କ୍ରାଇମ୍‌ବ୍ରାଞ୍ଚ ଏବେ ଏହି ଦିଗରେ ତଦନ୍ତ ଆଗକୁ ବଢ଼ାଇଛି। ଜଣେ ଯୁବତୀ ଭିନ୍ନ ଭିନ୍ନ ପରିଚୟରେ ସମସ୍ତ ଅଭିଯୁକ୍ତଙ୍କୁ ମାୟାଜାଲରେ ଫସାଇବା ସହ ବିବାହ ପ୍ରସ୍ତାବ ଦେଇ ତଥ୍ୟ ଆଦାୟ କରୁଥିଲେ ବୋଲି ଜଣାପଡ଼ିଛି। ୨୦୨୦ ଏପ୍ରିଲ ମାସରୁ ଯୁବତୀ ଜଣକ ଫେସ୍‌ବୁକରେ ଜଣକ ପରେ ଜଣେ ଅଭିଯୁକ୍ତଙ୍କ ପାଖକୁ ବନ୍ଧୁତ୍ୱ ଅନୁରୋଧ ପଠାଇବା ସହ ଚାଟିଂ କରୁଥିଲେ। ପରେ ତାହା ହ୍ବାଟସ୍‌ଆପ୍‌ ଯାଏ କଥା ପହଞ୍ଚତ୍ଥିଲା। ଗତ ଦେଢ଼ ବର୍ଷ ଧରି ଉକ୍ତ ଯୁବତୀ ୫ ଜଣଙ୍କୁ ନିଜ ମାୟାଜାଲରେ ଜାବୁଡ଼ି ଧରିଥିବାବେଳେ କାହାରିକୁ ସାମାନ୍ୟତମ ଟେର ମିଳି ନ ଥିଲା। ଏମିତିକି ନିଜ ଆଡ଼କୁ ଆକୃଷ୍ଟ କରି ରଖିବା ଲାଗି ଯୁବତୀଜଣକ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥଲେ। ଏପରି କି ଅଭିଯୁକ୍ତଙ୍କ ବିଶ୍ୱାସ ଜିଣିବା ଲାଗି ସେ ନିୟମିତ ମୋବାଇଲ ଓ ଭିଡିଓ କଲ୍‌ ମାଧ୍ୟମରେ ଯୋଗସୂତ୍ର ରଖୁଥିଲେ। ଏହି ରହସ୍ୟମୟୀ ଯୁବତୀଙ୍କ ସୁନ୍ଦରତାରେ ପାଗଳ ହୋଇ ଅଭିଯୁକ୍ତମାନେ ଗୁପ୍ତ ତଥ୍ୟ ଦେଇଥିଲେ। ଯୁବତୀ ଜଣକ କାହାକୁ ବ୍ରିଟେନ ଲିଭରପୁଲ୍‌, କାହାକୁ ରାଜସ୍ଥାନ, ଆଉ ଜଣକୁ ଡିଫେନ୍ସ ଷ୍ଟାଫ, ଜଣକୁ ପଞ୍ଜାବ ଚଣ୍ଡିଗଡ଼ରେ ନର୍ସ ଥିବାର ପରିଚୟ ଦେଇଥିଲେ। ଏହାସହ ବିଭିନ୍ନ ଉପାୟରେ ଅଭିଯୁକ୍ତଙ୍କ ପାଖକୁ ଯୁବତୀ ଅର୍ଥ ପଠାଉଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସେହି ଯୁବତୀଙ୍କ ଦୁବାଇ ଆକାଉଣ୍ଟରୁ ଜଣେ ଅଭିଯୁକ୍ତଙ୍କ ପାଖକୁ ୨ଟି ପର୍ଯ୍ୟାୟରେ ୩୮ ହଜାର ଟଙ୍କା ଆସିଛି। ଏହାଛଡ଼ା ଆଉ କେଉଁ ମାଧ୍ୟମ ଦେଇ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ତାହାର ଖୋଳତାଡ଼ କ୍ରାଇମବ୍ରାଞ୍ଚ କରୁଛି। ସେହିପରି ଗୁପ୍ତଚରୀ ବ୍ୟବହାର କରୁଥିବା ୟୁକେର ମୋବାଇଲ ନମ୍ବର ଜରିଆରେ ସମ୍ପୃକ୍ତ ଯୁବତୀଙ୍କୁ ଠାବ କରିବା ଲାଗି କ୍ରାଇମବ୍ରାଞ୍ଚ ପ୍ରଚେଷ୍ଟା ଜାରି ରଖିଛି। ଏଥିଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜରିଆରେ ୟୁକେ ଅଥରିଟିଙ୍କ ସହ ଯୋଗାଯୋଗ କରାଯାଉଛି। ଅନ୍ୟପଟେ ବାୟୁସେନାର ୩ଜଣିଆ ଟିମ୍‌ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା ମଧ୍ୟ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ୨୦୨୦ ଏପ୍ରିଲ ମାସରୁ ଯୁବତୀଜଣକ ସମସ୍ତ ଅଭିଯୁକ୍ତଙ୍କ ସହ ଯୋଗାଯୋଗରେ ରହିଥିଲେ। ଏଥିସହ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।
ସୂଚନାଯୋଗ୍ୟ, ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୋଲିସ ସେପ୍ଟେମ୍ବର ୧୪ରେ ଆଇଟିଆରର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଠିକା କର୍ମଚାରୀ ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨) ଓ ଶ୍ରୀକୋଣା ଗ୍ରାମର ଏସ୍‌କେ ମୁସାଫିର (୩୨), ଡିଜି ଅପରେଟର ଭାବେ କାମ କରୁଥିବା ସଦର ଥାନା ଅନ୍ତର୍ଗତ ବୁଆଁଳ ଗ୍ରାମର ହେମନ୍ତ କୁମାର ମିସ୍ତ୍ରି (୫୨), ମେନ ଗେଟ୍‌ରେ କାର୍ଯ୍ୟ କରୁଥିବା ସଦର ଥାନା ଅଧୀନ ପାଳସିଆ ଗ୍ରାମର ତାପସ ରଞ୍ଜନ ନାୟକ (୪୧)। ପରେ ୧୬ତାରିଖରେ ଏହି ଘଟଣାରେ ଡିଆର୍‌ଡିଓର ସ୍ଥାୟୀ କର୍ମଚାରୀ ଡ୍ରାଇଭର ଉତ୍ତରପ୍ରଦେଶର ସଚିନ କୁମାର ଛତ୍ତାଙ୍କୁ ଗିରଫ କରାଯାଇଥିଲା। ସମସ୍ତ ୫ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ୧୮ତାରିଖରେ ୭ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?