Posted inରାଜ୍ୟ

ତଥ୍ୟ ବଦଳରେ ବିବାହ ପ୍ରସ୍ତାବ

କଟକ ଅଫିସ,୨୩ା୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ରୁ ଗୁପ୍ତତଥ୍ୟ ଲିକ୍‌ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ଗତ ୪ ଦିନ ଧରି କ୍ରାଇମବ୍ରାଞ୍ଚ ଜେରା କରୁଛି। ଏହି ଜେରା ଭିତରେ କ୍ରାଇମ୍‌ବ୍ରାଞ୍ଚ ହାତରେ ବହୁ ସାଂଘାତିକ ତଥ୍ୟ ଲାଗିଛି। ଅଭିଯୁକ୍ତମାନେ ହନିଟ୍ରାପ୍‌ରେ ଫସି ଗୋପନୀୟ ତଥ୍ୟ ପ୍ରଘଟ କରିଥିବା ସ୍ପଷ୍ଟ ହେବା ପରେ କ୍ରାଇମ୍‌ବ୍ରାଞ୍ଚ ଏବେ ଏହି ଦିଗରେ ତଦନ୍ତ ଆଗକୁ ବଢ଼ାଇଛି। ଜଣେ ଯୁବତୀ ଭିନ୍ନ ଭିନ୍ନ ପରିଚୟରେ ସମସ୍ତ ଅଭିଯୁକ୍ତଙ୍କୁ ମାୟାଜାଲରେ ଫସାଇବା ସହ ବିବାହ ପ୍ରସ୍ତାବ ଦେଇ ତଥ୍ୟ ଆଦାୟ କରୁଥିଲେ ବୋଲି ଜଣାପଡ଼ିଛି। ୨୦୨୦ ଏପ୍ରିଲ ମାସରୁ ଯୁବତୀ ଜଣକ ଫେସ୍‌ବୁକରେ ଜଣକ ପରେ ଜଣେ ଅଭିଯୁକ୍ତଙ୍କ ପାଖକୁ ବନ୍ଧୁତ୍ୱ ଅନୁରୋଧ ପଠାଇବା ସହ ଚାଟିଂ କରୁଥିଲେ। ପରେ ତାହା ହ୍ବାଟସ୍‌ଆପ୍‌ ଯାଏ କଥା ପହଞ୍ଚତ୍ଥିଲା। ଗତ ଦେଢ଼ ବର୍ଷ ଧରି ଉକ୍ତ ଯୁବତୀ ୫ ଜଣଙ୍କୁ ନିଜ ମାୟାଜାଲରେ ଜାବୁଡ଼ି ଧରିଥିବାବେଳେ କାହାରିକୁ ସାମାନ୍ୟତମ ଟେର ମିଳି ନ ଥିଲା। ଏମିତିକି ନିଜ ଆଡ଼କୁ ଆକୃଷ୍ଟ କରି ରଖିବା ଲାଗି ଯୁବତୀଜଣକ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥଲେ। ଏପରି କି ଅଭିଯୁକ୍ତଙ୍କ ବିଶ୍ୱାସ ଜିଣିବା ଲାଗି ସେ ନିୟମିତ ମୋବାଇଲ ଓ ଭିଡିଓ କଲ୍‌ ମାଧ୍ୟମରେ ଯୋଗସୂତ୍ର ରଖୁଥିଲେ। ଏହି ରହସ୍ୟମୟୀ ଯୁବତୀଙ୍କ ସୁନ୍ଦରତାରେ ପାଗଳ ହୋଇ ଅଭିଯୁକ୍ତମାନେ ଗୁପ୍ତ ତଥ୍ୟ ଦେଇଥିଲେ। ଯୁବତୀ ଜଣକ କାହାକୁ ବ୍ରିଟେନ ଲିଭରପୁଲ୍‌, କାହାକୁ ରାଜସ୍ଥାନ, ଆଉ ଜଣକୁ ଡିଫେନ୍ସ ଷ୍ଟାଫ, ଜଣକୁ ପଞ୍ଜାବ ଚଣ୍ଡିଗଡ଼ରେ ନର୍ସ ଥିବାର ପରିଚୟ ଦେଇଥିଲେ। ଏହାସହ ବିଭିନ୍ନ ଉପାୟରେ ଅଭିଯୁକ୍ତଙ୍କ ପାଖକୁ ଯୁବତୀ ଅର୍ଥ ପଠାଉଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସେହି ଯୁବତୀଙ୍କ ଦୁବାଇ ଆକାଉଣ୍ଟରୁ ଜଣେ ଅଭିଯୁକ୍ତଙ୍କ ପାଖକୁ ୨ଟି ପର୍ଯ୍ୟାୟରେ ୩୮ ହଜାର ଟଙ୍କା ଆସିଛି। ଏହାଛଡ଼ା ଆଉ କେଉଁ ମାଧ୍ୟମ ଦେଇ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ତାହାର ଖୋଳତାଡ଼ କ୍ରାଇମବ୍ରାଞ୍ଚ କରୁଛି। ସେହିପରି ଗୁପ୍ତଚରୀ ବ୍ୟବହାର କରୁଥିବା ୟୁକେର ମୋବାଇଲ ନମ୍ବର ଜରିଆରେ ସମ୍ପୃକ୍ତ ଯୁବତୀଙ୍କୁ ଠାବ କରିବା ଲାଗି କ୍ରାଇମବ୍ରାଞ୍ଚ ପ୍ରଚେଷ୍ଟା ଜାରି ରଖିଛି। ଏଥିଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜରିଆରେ ୟୁକେ ଅଥରିଟିଙ୍କ ସହ ଯୋଗାଯୋଗ କରାଯାଉଛି। ଅନ୍ୟପଟେ ବାୟୁସେନାର ୩ଜଣିଆ ଟିମ୍‌ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ୫ ଅଭିଯୁକ୍ତଙ୍କୁ ମାରାଥନ ଜେରା ମଧ୍ୟ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ୨୦୨୦ ଏପ୍ରିଲ ମାସରୁ ଯୁବତୀଜଣକ ସମସ୍ତ ଅଭିଯୁକ୍ତଙ୍କ ସହ ଯୋଗାଯୋଗରେ ରହିଥିଲେ। ଏଥିସହ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ।
ସୂଚନାଯୋଗ୍ୟ, ତଥ୍ୟ ଲିକ୍‌ ମାମଲାରେ ବାଲେଶ୍ୱର ପୋଲିସ ସେପ୍ଟେମ୍ବର ୧୪ରେ ଆଇଟିଆରର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ଠିକା କର୍ମଚାରୀ ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨) ଓ ଶ୍ରୀକୋଣା ଗ୍ରାମର ଏସ୍‌କେ ମୁସାଫିର (୩୨), ଡିଜି ଅପରେଟର ଭାବେ କାମ କରୁଥିବା ସଦର ଥାନା ଅନ୍ତର୍ଗତ ବୁଆଁଳ ଗ୍ରାମର ହେମନ୍ତ କୁମାର ମିସ୍ତ୍ରି (୫୨), ମେନ ଗେଟ୍‌ରେ କାର୍ଯ୍ୟ କରୁଥିବା ସଦର ଥାନା ଅଧୀନ ପାଳସିଆ ଗ୍ରାମର ତାପସ ରଞ୍ଜନ ନାୟକ (୪୧)। ପରେ ୧୬ତାରିଖରେ ଏହି ଘଟଣାରେ ଡିଆର୍‌ଡିଓର ସ୍ଥାୟୀ କର୍ମଚାରୀ ଡ୍ରାଇଭର ଉତ୍ତରପ୍ରଦେଶର ସଚିନ କୁମାର ଛତ୍ତାଙ୍କୁ ଗିରଫ କରାଯାଇଥିଲା। ସମସ୍ତ ୫ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ୧୮ତାରିଖରେ ୭ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri