ବିବାହ ଓ ବିଜ୍ଞାନ

ଉପେନ୍ଦ୍ର ବିଶ୍ୱାଳ

 

ବିବାହ- ଏକ ସଂସ୍କାର, ଏକ ସାମାଜିକ ଦାୟିତ୍ୱବୋଧ। ମୁଖ୍ୟତଃ ଦୁଇଟି ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ବିବାହ ପରି ଏକ ଭବ୍ୟ ବ୍ୟବସ୍ଥା ତିଆରି ହୋଇଛି। ଗୋଟିଏ ହେଲା ସୃଷ୍ଟିର ପରିବ୍ୟାପ୍ତି ଓ ଅନ୍ୟଟି ହେଲା ସୁପ୍ରଜନନ। ସୁପ୍ରଜନନ ଅର୍ଥ ହେଲା ଭଲ ମଣିଷର ଚାରା ରୋପଣ। ଜମିରେ ଚାହୁଁଥିବା ଚାରାଟିଏ ବଦଳରେ ଯଦି ଆକସ୍ମିକ ଭାବେ ଅନୁପଯୋଗୀ ଚାରାଟିଏ ଉପତ୍ନ୍ନ ହୋଇଥାଏ, କ୍ଷେତରେ ତାହା କ୍ଷତି ପହଞ୍ଚାଇଥାଏ; ସେମିତି ଆକାଂକ୍ଷିତ ସନ୍ତାନ ବଦଳରେ ଯଦି ଆକସ୍ମିକ ଭାବେ ଅନ୍ୟଟି ଜନ୍ମ ନିଏ, ତେବେ ତାହା ଆଗାମୀ ଦିନରେ ସମାଜ ପାଇଁ କ୍ଷତିର କାରଣ ହୋଇପାରେ। ଶୁଭ ସଂସ୍କାରଯୁକ୍ତ ମଣିଷ ଜନ୍ମ ନ ନେଲେ ଦୁନିଆ ରସାତଳକୁ ଯିବ ହିଁ ଯିବ। ବିବାହର ସଙ୍ଗତି ନ ରହିଲେ ସୁସ୍ଥ ସମାଜଟିଏ ପାଇବା କାଠିକର ପାଠ ହୋଇଯିବ। ଅର୍ଥାତ୍‌ ସଂସ୍କୃତି, ପରମ୍ପରା, ରୀତି-ନୀତି, ବିଚାର-ଭାବନା, ସମ୍ମାନବୋଧର ତାଳମେଳ ନ ଥାଇ ମିଳନ ଯୋଗୁ ଯେଉଁ ସନ୍ତାନ ଜନ୍ମ ନିଅନ୍ତି, ସେମାନେ ସୁସନ୍ତାନ ହେବାର ସମ୍ଭାବନା ନଥାଏ। ବ୍ୟକ୍ତିର ବୈଶିଷ୍ଟ୍ୟ ମାଆ-ବାପାଙ୍କ ଜେନେଟିକ୍‌ କ୍ରସ୍‌ ଓଭର ପଦ୍ଧତିରେ ହିଁ ଆସିଥାଏ। ମଣିଷର ପ୍ରତିଟି ବୈଶିଷ୍ଟ୍ୟ ପାଇଁ ଅଲଗା ଅଲଗା ଜିନ୍‌ ରହିଥାଏ। ବୈଜ୍ଞାନିକ ଗବେଷଣା ଅନୁଯାୟୀ, ମଣିଷ ଜାତିର ମୋଟ ୫୦ ହଜାର ଜିନ୍‌ ଥିବାର ଦେଖାଯାଏ। ଏଇ ଜିନ୍‌ ହେଉଛି ବଂଶଗତିର ଧାରକ ବା ବାହକ। ମଣିଷ ଜୀବନକୁ ପରିଚାଳିତ ଓ ନିୟନ୍ତ୍ରିତ କରିଥାଏ ବଂଶଗତ ଗୁଣ ବା ‘ହେରିଡିଟି’। ପରେ ପରେ ପାରିପାର୍ଶ୍ୱିକ ଅବସ୍ଥା ଓ ଶିକ୍ଷା ମଧ୍ୟ ବ୍ୟକ୍ତିତ୍ୱ ନିର୍ମାଣରେ ଗୁରୁ ଭୂମିକା ଗ୍ରହଣ କରିଥାଏ । ପ୍ରଜନନ ବିଜ୍ଞାନ ଅନୁଯାୟୀ, ଉଚ୍ଚବର୍ଗର ପୁଅଟିଏ ନିମ୍ନବର୍ଗର ଝିଅକୁ ବିବାହ କଲେ ଉତ୍କୃଷ୍ଟ ସନ୍ତାନ ଜନ୍ମ ନେବା ସହିତ ସମାଜରେ ସାମାଜିକ ସଂହତି ଅତୁଟ ରୁହେ। ଉତ୍କୃଷ୍ଟ ଉଦାହରଣ ଭାବେ ଆମେ ନେଇପାରିବା ବିଶିଷ୍ଟ ଋଷି ପରାଶରଙ୍କ ସହିତ କୈବର୍ତ୍ତ କନ୍ୟା ସତ୍ୟବତୀ, ଭୀମଙ୍କ ସହିତ ହିଡ଼ିମ୍ବୀଙ୍କ ବିବାହ। ଫଳତଃ ସୁସନ୍ତାନ ଯଥାକ୍ରମେ ବ୍ୟାସଦେବ, ଘଟୋତ୍କଚ ଜନ୍ମ ନେଇଥିଲେ। ମାତ୍ର ଏହାର ବିପରୀତ ବ୍ୟବସ୍ଥା ସର୍ବଦା ବର୍ଜନୀୟ, ଯାହାକି ଅବୈଜ୍ଞାନିକ ମଧ୍ୟ। ଅର୍ଥାତ୍‌ ନିମ୍ନବର୍ଗର ପୁଅ ସହିତ ଉଚ୍ଚବର୍ଗ ଝିଅର ବିବାହ ସମୀଚୀନ ନୁହେଁ। ବିଜ୍ଞାନସମ୍ମତ ନଥିବା ଯୋଗୁ ଆମ ଶାସ୍ତ୍ର ମନୁ ସଂହିତା, ନାରଦ ପୁରାଣ ଆଦି ମଧ୍ୟ ତାହାକୁ ସ୍ବୀକୃତି ଦେଇନାହିଁ। ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଅନୁଯାୟୀ ”ଯେତେ ଯାହା ଚାଷ କଲେ ବି ଯଦି ଭଲ ମଣିଷ ଚାଷ ନହୁଏ, ତେବେ ତାହା ମୂଲ୍ୟହୀନ। କାରଣ ଏହା ଦ୍ୱାରା ସୁସ୍ଥ ସମାଜ ଗଠନ ଖୁବ୍‌ କଷ୍ଟସାଧ୍ୟ। ଅତଏବ ସୁବିବାହ ବା ସଙ୍ଗତିପୂର୍ଣ୍ଣ ବିବାହ ବିଶେଷ ପ୍ରୟୋଜନ। ମଣିଷର ଅମଳ ସମୟସାପେକ୍ଷ ହୋଇପାରେ, ମାତ୍ର ସୁସ୍ଥ ସମାଜଟିଏ ଗଠନ ପାଇଁ ତାହା ଅନିବାର୍ଯ୍ୟ।“
ପିଲାଟିଏ ହେଉଛି ବାପାଙ୍କ ବୀଜସତ୍ତାର ଦେବାୟିତ ରୂପ। ମାଆ ହେଉଛି ସେହି ବୀଜସତ୍ତାର ଧାରଣକତ୍ତର୍‌ରୀ ଓ ପୋଷଣଦାତ୍ରୀ। ପିତା-ମାତାଙ୍କ ଶୁକ୍ରାଣୁ-ଡିମ୍ବାଣୁ ମହତ୍ତର ଭାବନା ଓ ଆଦର୍ଶକୁ ଆଧାର କରି ମିଳିତ ହେଲେ ଉନ୍ନତ ସନ୍ତାନ ଜନ୍ମ ନେଇଥାଏ। ମିଳନ ବେଳେ ଭାବନା ଯେତେ ଉନ୍ନତ ଓ ମହତ୍ତ୍ୱ ହେବ, ସନ୍ତାନ ସେତେ ବିଶେଷ ଗୁଣର ଅଧିକାରୀ ହେବ। ମହାଭାରତରେ ମଧ୍ୟ ଏହାର ପ୍ରମାଣ ଦେଖିବାକୁ ମିଳେ। ବ୍ୟାସଙ୍କ ଔରସ ଓ ଦାସୀର ଗର୍ଭରୁ ଭବ୍ୟ ବିଚାର ଓ ଦିବ୍ୟଗୁଣସମ୍ପନ୍ନ ବିଦୁର ଜନ୍ମ ନେଇଥିବାବେଳେ, ସେହି ବ୍ୟାସଙ୍କ ଔରସରୁ ଦୁଇ ରାଣୀ ଅମ୍ବିକା ଓ ଅମ୍ବାଳିକାଙ୍କଠାରୁ ଜନ୍ମ ନେଲେ ଧୃତରାଷ୍ଟ୍ର ଓ ପଣ୍ଡୁ। ବ୍ୟକ୍ତିର ଆଦର୍ଶର ଆଦ୍ୟ ଆଧାର ହେଉଛି ବଂଶ ବୁନିଆଦିର ଐତିହ୍ୟ ଓ ସଂସ୍କାର। ପ୍ରତିଟି ପୁରୁଷ ଓ ନାରୀ ମଧ୍ୟରେ ଥାଏ ସେମାନଙ୍କର ପିତୃପୁରୁଷଙ୍କ ସଂସ୍କାର ବହନ କରୁଥିବା ଜିନ୍‌। ଉଭୟଙ୍କ ଜିନ୍‌ରେ ସଙ୍ଗତି ବା ତାଳମେଳ ନ ରହିଲେ ସୁସନ୍ତାନ ଜନ୍ମ ହୋଇ ପାରେନା। ସେଇଥିପାଇଁ ଆଦର୍ଶ ବିବାହ ପାଇଁ ବଂଶାନୁକ୍ରମିକ ଇତିହାସ ଦେଖାଯାଇଥାଏ। ମହତ୍ତର ଲକ୍ଷ୍ୟ ଥାଏ, ଶୁଭ ସଂସ୍କାରଯୁକ୍ତ ମଣିଷଟି ଯେମିତି ଜନ୍ମ ନେବ। ଦମ୍ପତିଙ୍କ ମଧ୍ୟରୁ ସ୍ବାମୀ ଯଦି ଉଚ୍ଚସ୍ତର ଓ ଝିଅଟି ଅପେକ୍ଷାକୃତ ନିମ୍ନସ୍ତରରେ ଥାଏ, ତେବେ ସ୍ବାମୀ ପ୍ରତି ତା’ର ସମ୍ମାନବୋଧ ଆସିଥାଏ ।
ମିଳନବେଳେ ଉଚ୍ଚତର ସାମର୍ଥ୍ୟ ବା ଗୁଣାବଳୀର ବୀଜସତ୍ତାକୁ ଆମନ୍ତ୍ରଣ କରେ। ଯାହା ଫଳରେ ଉଭୟଙ୍କ ସର୍ବୋତ୍କୃଷ୍ଟ ଗୁଣାବଳୀଗୁଡ଼ିକ ମିଳିତ ହୋଇ ସନ୍ତାନଙ୍କଠାରେ ପରିପ୍ରକାଶ ପାଏ। ଏହାକୁ ଅନୁଲୋମ ମିଳନ କୁହାଯାଏ। ଯାହାକି ଜୈବିକ, ବଂଶଗତ, ସ୍ବଭାବ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ପରସ୍ପର ସନ୍ତୁଷ୍ଟି ଓ ପୋଷିତ ହୁଅନ୍ତି। ଶୁକ୍ରକୀଟ ଓ ଡିମ୍ପକୋଷର ଜିନ୍‌ରେ ଥିବା ବଂଶାନୁକ୍ରମିକ ସହଜାତ ଗୁଣ ଦାନାଗୁଡ଼ିକ ସଙ୍ଗତିଶୀଳ ହୋଇ ସୁସନ୍ତାନ ସୃଷ୍ଟି କରିଥାଏ। ଯେଉଁଥିପାଇଁ କି ଏଥିରେ ସୁସନ୍ତାନମାନେ ଜନ୍ମ ନିଅନ୍ତି। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସଙ୍ଗତିର ଅଭାବ ହୁଏ ପ୍ରତିଲୋମ ବିବାହରେ। ଉଚ୍ଚ ବର୍ଗ ଓ ଉଚ୍ଚ ଯୋଗ୍ୟତାର ନାରୀଟି, ତଳବର୍ଗ ବା କମ୍‌ ଯୋଗ୍ୟତାର ପୁରୁଷ ସହିତ ମିଳନ ବେଳେ ସ୍ବାମୀ ପ୍ରତି ସ୍ତ୍ରୀ ମଧ୍ୟରେ ପ୍ରାୟତଃ ନଥାଏ ଭକ୍ତିଭାବ। ଥାଏ କେବଳ ଯୌନତୃପ୍ତିର ମୋହ ଓ ମାନସିକତା। ଏ ପ୍ରକାର ମିଳନରେ ସ୍ବଳ୍ପ ବିବର୍ତ୍ତିତ ଶୁକ୍ରାଣୁଟି ଅଧିକ ବିବର୍ତ୍ତିତ ଡିମ୍ବାଣୁର ଗର୍ଭାଧାନର ପ୍ରତିନିଧି ହୋଇଥାଏ, ଯାହାକି ଜୈବିକ ନିୟମର ପରିପନ୍ଥୀ। ଏଠି ଶୁକ୍ରାଣୁକୁ ଡିମ୍ବାଣୁ ଆକୃଷ୍ଟ କରିବା ବଦଳରେ ବିକର୍ଷିତ ବା ଆଡ଼େଇ ଯିବାକୁ ଚେଷ୍ଟା କରିଥାଏ। ମିଳନବେଳେ ଏ ପ୍ରକାର ବିରୋଧାଭାଷ ଯୋଗୁଁ ମାତୃଧାତୁ ଓ ପିତୃଧାତୁର ବୈଶିଷ୍ଟ୍ୟମାନ ବିକୃତ ଓ ବିଲକ୍ଷଣ ଗୁଣର ହୁଏ। ଯେଉଁଥିପାଇଁ କି ମାତା-ପିତାଙ୍କର ଭଲ ଗୁଣ ସବୁ ଦେଖାଯିବା ବଦଳରେ ସନ୍ତାନ ନକାରାମତ୍କ ଗୁଣକୁ ଧାରଣ କରିଥାଏ। ଜିନ୍‌ରେ ନମ୍ର ହୋଇ ରହିଥିବା ଭଲ ଗୁଣଗୁଡ଼ିକ, ଖରାପ ଗୁଣଗୁଡ଼ିକର ପ୍ରାଧାନ୍ୟରେ ପ୍ରଭାବହୀନ ବା ନିଷ୍ପ୍ରଭ ହୋଇଥାଏ। କାରଣ ସତ୍‌ଗୁଣାବଳୀର ବିକାଶ ପାଇଁ ଯେଉଁ ପୋଷଣ, ମେଳ ଓ ସଠିକ ସମନ୍ବୟ ପ୍ରୟୋଜନ, ସେଗୁଡ଼ିକ ଏଥିରେ ନଥାଏ। ଏହି ପ୍ରକାର ମିଳନରେ ଜିନ୍‌ରେ ଥିବା ଖରାପ ଗୁଣାବଳୀ ସତ୍ତାମାନ ଖୁବ୍‌ ସକ୍ରିୟ ହୋଇ ଉଠନ୍ତି। ଫଳରେ ସ୍ବଭାବ ଓ ଗଢ଼ଣ ଦୃଷ୍ଟିରୁ ସନ୍ତାନଠାରେ ବ୍ୟତିକ୍ରମ ଅବା ଆସୁରିକତାର ପ୍ରବଣତା ଦେଖାଦିଏ। ପରକୁ ପୀଡ଼ା ଦେବା ମଧ୍ୟ ତାର ଅନ୍ତର୍ନିହିତ ଆନନ୍ଦବୋଧ। ଏପରି ଜାତ ସନ୍ତାନଙ୍କ ନିକଟରେ ସୈତାନି ପ୍ରବୃତ୍ତି ସର୍ବଦା ଚେଇଁ ରହିଥାଏ। ବ୍ୟକ୍ତିଠାରେ ଉଗ୍ର ସ୍ବଭାବ ଓ ନିଷ୍ଠୁରତାର ଲକ୍ଷଣ ଦେଖାଯାଇଥାଏ। କେବଳ ଯୌନକ୍ଷୁଧା ମେଣ୍ଟାଇବାକୁ ଯାଇ ଅସଙ୍ଗତି ମିଳନ ବଳରେ ଜନ୍ମ ନେଉଥିବା ପିଲାମାନେ ଏକପ୍ରକାର ଦୁର୍ଯୋଗବଶତଃ ଜନ୍ମ ନେଇଥାନ୍ତି। ଯେମିତି ଗୋଟିଏ ଅବୋଧ ଓ ଅଜ୍ଞାନ ବାଳକ ରାସାୟନିକ ପରୀକ୍ଷାଗାର ମଧ୍ୟରେ ଅସାମସ୍ୟ ଥିବା କେମିକାଲଗୁଡ଼ିକୁ ଏକତ୍ର ମିଶ୍ରଣ କଲେ ତାହା ବିସ୍ଫୋରଣର ରୂପ ନିଏ। ସୁସ୍ଥ ସମାଜଟିଏ ଗଠନ ପାଇଁ ଭଲ ମଣିଷ ଲୋଡ଼ା ପଡ଼ୁଥିଲାବେଳେ ଆମେ ଉଚ୍ଚ ମଣିଷ ପାଇଁ ଯତ୍ନବାନ ହେଉନୁ।
ଭଲ ମଣିଷ ସବୁ ଆକାଶରୁ ଛିଣ୍ଡି ନ ଥାଆନ୍ତି କିମ୍ବା ଭୂଇଁ ଫୁଟାଇ ବାହାରି ନଥାଆନ୍ତି। ଭଲ ମଣିଷମାନଙ୍କୁ ଏଇଠି ଅମଳ କରିବାକୁ ହୁଏ। ଏପରିସ୍ଥଳେ ଝିଅମାନଙ୍କ ଉପରେ ହିଁ ନ୍ୟସ୍ତ ଗୁରୁ ଦାୟିତ୍ୱ। ଶ୍ରେଷ୍ଠ ଓ ଆଦର୍ଶ ପୁରୁଷଙ୍କୁ ବରଣ କରି ସମାଜକୁ ସଜାଡ଼ିବାରେ ତାଙ୍କର ଦାୟିତ୍ୱ ସର୍ବାଧିକ।
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri