ବାହାଘର

ଡ. ନାରାୟଣ ମହାନ୍ତି

 

ସେଦିନ ଅଧ୍ୟକ୍ଷ ଭଗବାନ୍‌ ଦାସ ଓରଫ ଦାସେଙ୍କ ମନ ଭାରି ଖୁସି ଥିଲା। କାରଣ ଏକକାଳୀନ ୧୫ ଜଣ ଅଧ୍ୟାପକ ଅଧ୍ୟାପିକା ସେଦିନ ତାଙ୍କ କଲେଜରେ ଯୋଗଦାନ କରିଥିଲେ। ଏମାନେ ସମସ୍ତେ ଲୋକସେବା ଆୟୋଗ ଦ୍ୱାରା ମନୋନୀତ ହୋଇ ନୂତନ ନିଯୁକ୍ତି ପାଇଥିଲେ। ପୂର୍ବରୁ ଅଧ୍ୟାପକ ଅଭାବ ଯୋଗୁ କଲେଜ ପରିଚାଳନାରେ ଅଧ୍ୟକ୍ଷ ଦାସେ ଖୁବ୍‌ ହିନସ୍ତା ହେଉଥିଲେ।
ନୂଆକରି ଯୋଗ ଦେଇଥିବା ଯୁବବର୍ଗଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସୋନାଲି ସୋନାଲିସା ପ୍ରାୟ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ। କାରଣ ସେ ରୂପବତୀ ଥିଲେ; ତାଙ୍କର ଯୌବନ ଥିଲା। ସେ ଉଚ୍ଚକୁଳରେ ଜାତ ହୋଇଥିଲେ। ସର୍ବୋପରି ତାଙ୍କଠାରେ ବିଦ୍ୟାବୁଦ୍ଧି ଭରି ରହିଥିଲା। ତାଙ୍କର ପିତା ଦାସେଙ୍କର ପୂର୍ବ ପରିଚିତ ଥିଲେ।
ପ୍ରାୟ ତିନିମାସ ପରେ ଦିନେ ଅପରାହ୍ଣରେ ନବନିଯୁକ୍ତ ଅଧ୍ୟାପକ ଡ.ବିଜୟ ନାଥ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପହଞ୍ଚତ୍ଲେ। ‘ସାର୍‌, ମୁଁ ଏକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କଥା କହିବାକୁ ଆସିଛି,’ ସେ ନୀରବ ରହିଲେ। ତାଙ୍କ ପାଟିରୁ ଆଉ କଥା ସ୍ଫୁରିଲା ନାହିଁ। ଏହା ଲକ୍ଷ୍ୟ କରି ଦାସେ ଅଭୟବାଣୀ ଶୁଣାଇଲେ, ‘ଏ କଲେଜ ଏକ ପରିବାର; ଅଧ୍ୟକ୍ଷ ଭାବରେ ମୁଁ ଏହି ପରିବାରର ମୁଖ୍ୟ। ଯାହା କହିବାର ଖୋଲାଖୋଲି କୁହନ୍ତୁ।’ ରହିରହି ଡକ୍ଟର ନାଥ ବୋଲିଲେ, ‘ମୁଁ ଅଧ୍ୟାପିକା ସୋନାଲିଙ୍କୁ ବିବାହ କରିବାକୁ ଚାହୁଁଛି।’ ‘ପୁଅଝିଅ ଥିଲେ ବିବାହ ପ୍ରସ୍ତାବ ପଡ଼େ। ଏଥିରେ କିଛି ନୂତନତା ନାହିଁ’, କହି ଦାସେ ସୋନାଲିଙ୍କ ବାପାଙ୍କୁ ଫୋନ ଲଗାଇଲେ। ଭଲମନ୍ଦ କଥା ହେଲାପରେ କହିଲେ, ‘ମୁଁ ସୋନାଲିର ଏକ ବିବାହ ପ୍ରସ୍ତାବ ପକାଇବାକୁ ଚାହୁଁଛି।’ ଉତ୍ତର ଆସିଲା, ‘ଝିଅର ବାହାଘର ସମ୍ପର୍କରେ ମୋର କିଛି କହିବାର ନାହିଁ। ସେ ଯେଉଁଠି ହଁ ଭରିବ ମୁଁ ସେଠି ବାହାଘର କରିବି। ତେଣୁ ଆପଣ ତା’ ସଙ୍ଗେ କଥା ହୁଅନ୍ତୁ।’ ପରଦିନ ଅଧ୍ୟକ୍ଷ ପଦାର୍ଥ ବିଜ୍ଞାନ ବିଭାଗରେ ପହଞ୍ଚତ୍ ସୋନାଲିଙ୍କ ଆଗରେ ବିବାହ ପ୍ରସ୍ତାବ ଉତ୍‌ଥାପନ କଲେ। ସେ କିନ୍ତୁ ସମାନ ପାହ୍ୟାର ବ୍ୟକ୍ତିଙ୍କୁ ବିବାହ କରିବେ ନାହିଁ ବୋଲି ଜଣାଇ ଦେଇଥିଲେ।
ପରେ ଅବଶ୍ୟ ଅଧ୍ୟକ୍ଷ ଭଗବାନ୍‌ ଦାସ ସୋନାଲିଙ୍କ ପାଇଁ ଆଉ ତିନିଟି ବିବାହ ପ୍ରସ୍ତାବ ଦେଇଥିଲେ। ରାଜ୍ୟର ସର୍ବପୁରାତନ ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର, ଏକ ଖ୍ୟାତନାମା ବହୁରାଷ୍ଟ୍ରୀୟ କମ୍ପାନୀର ପଦସ୍ଥ ଇଞ୍ଜିନିୟର ଓ ରାଜ୍ୟର ଜଣେ ଉଦୀୟମାନ କୋଟିପତି ‘ବିଲ୍‌ଡର’ଙ୍କ ସହ ସେ ପ୍ରସ୍ତାବ ପକାଇଥିଲେ। ମାତ୍ର ସୋନାଲି ଭିନ୍ନ ଭିନ୍ନ ଆଳ ଦେଖାଇ ଏହି ପ୍ରସ୍ତାବଗୁଡ଼ିକୁ ଏଡ଼ାଇ ଯାଇଥିଲେ। ଖାଲି ଯେ ଅଧ୍ୟକ୍ଷ ଦାସ ସୋନାଲିଙ୍କ ବାହାଘର ପାଇଁ ପ୍ରସ୍ତାବ ଦେଉଥିଲେ ତାହା ନୁହେଁ; ଆହୁରି ଅନେକ ଶୁଭେଚ୍ଛୁ ମଧ୍ୟ ପ୍ରସ୍ତାବମାନ ଆଣୁଥିଲେ। ମାତ୍ର ଦାସେଙ୍କର ଚାରିଚାରିଟି ପ୍ରସ୍ତାବ କାର୍ଯ୍ୟକାରୀ ନ ହେବାରୁ ସେ ବିତୃଷ୍ଣ ହୋଇ ଏ ଦିଗରୁ ଧ୍ୟାନ ହଟାଇ ଦେଇଥିଲେ।
ହଠାତ୍‌ ଦିନେ ଅପରାହ୍ଣରେ ଅଧ୍ୟାପିକା ସୋନାଲି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ପହଞ୍ଚତ୍ ତାଙ୍କ ହାତକୁ ଏକ ନିମନ୍ତ୍ରଣପତ୍ର ବଢ଼ାଇଦେଇ କହିଲେ, ‘ସାର୍‌, ପଅରଦିନ ମୋର ବାହାଘର। ଆପଣ ନିଶ୍ଚୟ ଆସିବେ।’ ନିମନ୍ତ୍ରଣପତ୍ରଟି ହାତରେ ଧରି ଉତ୍ସୁକତାର ସହ ଦାସେ ପଚାରିଲେ, ‘ତେବେ କାହା ସହିତ ବାହାଘର ଠିକ୍‌ ହେଲା?’ ‘ଆମ ବିଧାୟକଙ୍କ ସଙ୍ଗେ।’ ଚମକିପଡ଼ି ଦାସେ କହିଲେ, ‘ଆମ ବିଧାୟକ ତ ବିବାହିତ। ତାଙ୍କର ଦୁଇଟି ପିଲା ଅଛନ୍ତି।’ ସୋନାଲି ସ୍ପଷ୍ଟୀକରଣ ଦେଲେ, ‘ସାର୍‌, ଇତିମଧ୍ୟରେ ବିଧିବଦ୍ଧ ଭାବେ ଛାଡ଼ପତ୍ର କାମ ସରିଯାଇଛି। ଆମ ବିବାହରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ।’ ଦାସେଙ୍କ ପାଟିରୁ ବାହାରିପଡ଼ିଲା, ‘ଶେଷରେ ଦୋବେଇ ବର…’
ସାମାନ୍ୟ ଚିହିଁକିଉଠି ସୋନାଲି କହିଲେ, ‘ସାର୍‌, ସମୟ ବଦଳିଯାଇଛି; ତା’ ସଙ୍ଗେ ତାଳଦେଇ ସମାଜ ବି ବଦଳିଯାଇଛି। ଆଗେ କୁହାଯାଉଥିଲା, ‘ଯାହାର ନାହିଁ ଅନ୍ୟ ଗତି, ସେ କରଇ ରାଜନୀତି।’ କିନ୍ତୁ ଆଜି ତ ଆଇ.ଏ.ଏସ୍‌. ଅଧିକାରୀମାନେ ବିଧାୟକ ବା ସାଂସଦ ହେବା ପାଇଁ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଉଛନ୍ତି। ପୁଣି ନାମକରା ଚଳଚ୍ଚିତ୍ର ଅଭିନେତ୍ରୀମାନେ ତ ବିଧାୟକ ବା ସାଂସଦଙ୍କୁ ବିବାହ କରିବା ଲାଗି ଆଗଭର ହେଉଛନ୍ତି। ଆଜିର ବିଧାୟକମାନଙ୍କୁ କେବଳ ଆଗକାଳର ରାଜାମାନଙ୍କ ସହ ତୁଳନା କରାଯାଇପାରେ। ସେମାନଙ୍କଠାରେ ଅଖଣ୍ଡ କ୍ଷମତା ଅଛି; ପର୍ଯ୍ୟାପ୍ତ ସମ୍ପତ୍ତି ଅଛି; ଅସୀମ ବାହୁବଳ ଅଛି। ଧନ-ଜନ-ଗୋପ-ଲକ୍ଷ୍ମୀରେ ସେମାନଙ୍କ ଘର ପୂରିଯାଉଛି। ବିଧାୟକଙ୍କୁ ବିବାହ କଲେ ରାଜକୀୟ ପରିବେଶରେ ମହାଆରାମରେ ଜୀବନ ବିତିଯିବ।‘ ସାମାନ୍ୟ ରହି ସୋନାଲି କହିଲେ, ‘ଗୋଇନ୍ଦା ବିଭାଗର ପରାମର୍ଶକ୍ରମେ ଡେରିରେ ନିମନ୍ତ୍ରଣପତ୍ର ବାଣ୍ଟିଲି। ଏଥିଲାଗି କ୍ଷମା କରିବେ ଓ ନିଶ୍ଚୟ ଆସିବେ।’ ‘ନିଶ୍ଚୟ ଯିବି’, ବୋଲି ଅଧ୍ୟକ୍ଷ କହିଲେ। ଅଧ୍ୟାପିକା ସୋନାଲି ବିଦାୟ ନେଲେ। ଦାସେଙ୍କ ଦେହରୁ ଗମ୍‌ଗମ୍‌ ଝାଳ ବାହାରୁଥିଲା। ସେ ପଙ୍ଖା ଆଡ଼କୁ ଚାହିଁଲେ। ତାହା ଅବଶ୍ୟ ‘ଫୁଲ୍‌ ସ୍ପିଡ୍‌’ରେ ବୁଲୁଥିଲା। ନିଜକୁ କହିଲେ, ‘କେତେ ଦ୍ରୁତ ପରିବର୍ତ୍ତନ ସତେ!’
-ପ୍ରାଧ୍ୟାପକ, ଦର୍ଶନ ବିଭାଗ (ଅବସରପ୍ରାପ୍ତ)
ଜେକେବିକେ ସରକାରୀ କଲେଜ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri