ମାର୍କଫେଡ୍‌କୁ ଏଜି ଅଡିଟ୍‌ ଛାଟ

ଯାଜପୁର ଅଫିସ,୧୫।୧: ନୂତନ କୃଷି ଆଇନକୁ ନେଇ ସାରା ଭାରତ ବର୍ଷରେ ହଇଚଇ ସୃଷ୍ଟି ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ତାହା ଚାଷୀମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଏହି କ୍ରମରେ କୃଷି କ୍ଷେତ୍ରରେ ଅନ୍ୟତମ ଭୂମିକା ଗ୍ରହଣ କରୁଥିବା ଓଡ଼ିଶା ଷ୍ଟେଟ୍‌ କୋ-ଅପରେଟିଭ ମାର୍କେଟିଂ ଫେଡେରେଶନ ଲିଃ (ମାର୍କଫେଡ୍‌) ସଂସ୍ଥାର କାର୍ଯ୍ୟଧାରାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ମାର୍କଫେଡ୍‌ କାର୍ଯ୍ୟରେ ଗତ ୫ ବର୍ଷର ଅନୁମୋଦିତ ଅଡିଟ୍‌ ରିପୋର୍ଟର କେତେକ ପାରା ଅନୁପାଳନ ହୋଇ ନ ଥିବାରୁ ଏଜି (ଆକାଉଣ୍ଟାଣ୍ଟ ଜେନେରାଲ) ଅଡିଟ୍‌ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ସମବାୟ ବିଭାଗ ସଚିବଙ୍କୁ ଜବାବ ତଲବ କରାଯାଇଛି। ଅଡିଟର ଏହି ନିର୍ଦ୍ଦେଶ ଆଧାରରେ ସମବାୟ ବିଭାଗର ସ୍ବତନ୍ତ୍ର ସଚିବ ଭରତ ଚନ୍ଦ୍ର ବେହେରା ସମବାୟ ସମିତି ନିବନ୍ଧକ, ମାର୍କଫେଡ୍‌ର ଜେନେରାଲ ମ୍ୟାନେଜର ପ୍ରମୁଖଙ୍କୁ ତୁରନ୍ତ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ମାର୍କଫେଡ୍‌- ଓଡ଼ିଶା ଜିଏମ୍‌(ଫାଇନାନ୍ସ) ମଧ୍ୟ ତପତ୍ରତା ପ୍ରକାଶ କରି ୮ା୧ା୨୦୨୧ରେ ଆସନ୍ତା ୧୯ ତାରିଖ ସୁଦ୍ଧା ଆବଶ୍ୟକ କାଗଜପତ୍ର ସହ ଅଡିଟର ନିର୍ଦ୍ଦିଷ୍ଟ ବିରୋଧ ଉପରେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଜି ଅଡିଟର ଏହି ଛାଟ ମାର୍କଫେଡ୍‌ ବିଭାଗର କାର୍ଯ୍ୟ ସ୍ବଚ୍ଛତା ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
୧୯୪୯ରୁ ମାର୍କଫେଡ୍‌ ଆରମ୍ଭ ହୋଇଛି। କୃଷି କ୍ଷେତ୍ରରେ ରାସାୟନିକ ସାର, କୀଟନାଶକ ଇତ୍ୟାଦି ବଣ୍ଟନ କରିଆସୁଛି। ଏହାସହ ରାଜ୍ୟ ଏଜେନ୍ସି ଭାବେ ଚାଷୀଙ୍କଠାରୁ ଧାନ ସଂଗ୍ରହରେ ସାମିଲ ହୋଇଛି। ଏହି ଧାରାରେ ମାର୍କଫେଡ୍‌ ବାର୍ଷିକ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲାଭ କରିଆସୁଛି। ତେବେ ଗତ ୫ ବର୍ଷ ହେଲା ମାର୍କଫେଡ୍‌ ଏଜି ଅଡିଟ୍‌ ରିପୋର୍ଟକୁ ନ ମାନି ଏକାଧିକ ବିରୋଧ ଉପରେ ଉତ୍ତର ରଖିପାରି ନାହିଁ। ଏଥିରେ ୨୭.୨୨ ଲକ୍ଷ ଟଙ୍କାର ବିନିଯୋଗ ପତ୍ର, ୧୧ଟି ଏକ୍‌ଜିକ୍ୟୁସନ ପ୍ରୋସେସ୍‌ (ଇପି), ୬ଟି କୃଷକ ବଜାର ଅଚଳ, ୧୯୬୨ ଓ ୧୯୮୨ରେ ଆରମ୍ଭ ହୋଇଥିବା ୧୦ଟି ଶୀତଳ ଭଣ୍ଡାର ଅଚଳ, ୨୦୨୦ରୁ ରାୟଗଡ଼ାରେ ୫୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ଏକ ପଣ୍ୟଦ୍ରବ୍ୟ ଶୀତଳଭଣ୍ଡାର ନିର୍ମାଣ ହୋଇଥିଲେ ହେଁ ଅଡିଟ୍‌ ରିପୋର୍ଟ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ, ୬୯ଟି ଲିକ୍ୟୁଡେସନ ପ୍ରୋସିଡିଂ ପଡିରହିଛି, ୧୩୦୦ ଏମ୍‌ଟି ଇଫ୍‌କୋ ୟୁରିଆର ସନ୍ଧାନ ମିଳିପାରି ନାହିଁ। ଦୀର୍ଘଦିନ ପର୍ଯ୍ୟନ୍ତ କୀଟନାଶକ ପଡ଼ିରହିବାରୁ ଗୋଦାମ ଭଡ଼ା ବାବଦରେ ୧୯.୦୫ ଲକ୍ଷ ଟଙ୍କାର କ୍ଷତି ଇତ୍ୟାଦି ଅନିୟମିତତା ଅଡିଟ ରିପୋର୍ଟରେ ଧରାପଡିଛି। ଏହାବାଦ୍‌ ପୂର୍ବରୁ ଧାନ ସଂଗ୍ରହରେ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଆସୁଛି।
ଧାନ ସଂଗ୍ରହ ସମୟରେ ମାର୍କଫେଡ୍‌ କର୍ତ୍ତୃପକ୍ଷଙ୍କ ମଣ୍ଡିରେ ସାଧାରଣତଃ ଦେଖା ମିଳି ନ ଥାଏ। ସେମାନେ ସଂପୃକ୍ତ ମିଲର୍ସଙ୍କ ଉପରେ ଭରସା ରଖିଥାଆନ୍ତି। ମାର୍କଫେଡ୍‌ ମାର୍ଫତରେ ମିଲର୍ସମାନେ ପ୍ୟାକ୍ସ ଜରିଆରେ ଧାନ କିଣି ମିଲକୁ ନେଇଥାଆନ୍ତି। ଅନ୍ୟପକ୍ଷରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଚାଷୀ ନିର୍ଦ୍ଧାରିତ ସହାୟକ ମୂଲ୍ୟଠାରୁ କମ୍‌ ଦରରେ ମଧ୍ୟସ୍ଥଙ୍କୁ ବିକ୍ରି କରିଥାଆନ୍ତି। ଏହାସହ ଚାଷ ପୂର୍ବରୁ ମଧ୍ୟସ୍ଥମାନେ ଚାଷୀଙ୍କୁ ଅଗ୍ରିମ ଆକାରରେ ଟଙ୍କା ଦେଇ ଚାଷ କାର୍ଯ୍ୟରେ ସହାୟତା କରିଥାଆନ୍ତି। ଯାହା ଧାନ ଉପତ୍ାଦନ ହେବ, ମଧ୍ୟସ୍ଥମାନେ କିଣିବେ ବୋଲି ସେତେବେଳେ ଚୁକ୍ତି କରିଥାଆନ୍ତି। ତେବେ ବେଆଇନ ଭାବେ ଚାଷୀଙ୍କଠାରୁ ମଧ୍ୟସ୍ଥ କିଣିଥିବା ଏହି ଧାନକୁ ସିଧାସଳଖ ମିଲର୍ସମାନେ କିଣିଥାଆନ୍ତି। ମିଲର୍ସ କିଣିଥିବା ଏହି ଧାନକୁ ନେଇ ମାର୍କଫେଡ୍‌ ତା’ର ଲକ୍ଷ୍ୟଧାର୍ଯ୍ୟ ପୂରଣ କରିଥାଏ। ଏଥିରେ ମାର୍କଫେଡ୍‌ ଓ ମିଲର୍ସ ବହୁ କୋଟି ଟଙ୍କାର ମୁନାଫା ଉଠାଇଥାଆନ୍ତି ବୋଲି ଅଭିଯୋଗ ହେଉଛି। ତେବେ ଅଡିଟ୍‌ ରିପୋର୍ଟ ଉପରେ ମାର୍କଫେଡ୍‌ର ଇନ୍ସପେକ୍ଟର, ଇନ୍‌ପୁଟ, ମାର୍କେଟିଂ, ଇଷ୍ଟେଟ୍‌ ଆଣ୍ଡ ଏସେଷ୍ଟସ ଓ ସିଭିଲ ମ୍ୟାନେଜର ଏବଂ ଚିଫ୍‌ ଆକାଉଣ୍ଟାଣ୍ଟଙ୍କୁ ନିଶ୍ଚିତ ରୂପେ ଅନୁପାଳନ କରି ନିର୍ଦ୍ଧାରିତ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?