ମାର୍କଫେଡ୍‌କୁ ଏଜି ଅଡିଟ୍‌ ଛାଟ

ଯାଜପୁର ଅଫିସ,୧୫।୧: ନୂତନ କୃଷି ଆଇନକୁ ନେଇ ସାରା ଭାରତ ବର୍ଷରେ ହଇଚଇ ସୃଷ୍ଟି ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ତାହା ଚାଷୀମାନଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ଏହି କ୍ରମରେ କୃଷି କ୍ଷେତ୍ରରେ ଅନ୍ୟତମ ଭୂମିକା ଗ୍ରହଣ କରୁଥିବା ଓଡ଼ିଶା ଷ୍ଟେଟ୍‌ କୋ-ଅପରେଟିଭ ମାର୍କେଟିଂ ଫେଡେରେଶନ ଲିଃ (ମାର୍କଫେଡ୍‌) ସଂସ୍ଥାର କାର୍ଯ୍ୟଧାରାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ମାର୍କଫେଡ୍‌ କାର୍ଯ୍ୟରେ ଗତ ୫ ବର୍ଷର ଅନୁମୋଦିତ ଅଡିଟ୍‌ ରିପୋର୍ଟର କେତେକ ପାରା ଅନୁପାଳନ ହୋଇ ନ ଥିବାରୁ ଏଜି (ଆକାଉଣ୍ଟାଣ୍ଟ ଜେନେରାଲ) ଅଡିଟ୍‌ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯିବା ସହ ସମବାୟ ବିଭାଗ ସଚିବଙ୍କୁ ଜବାବ ତଲବ କରାଯାଇଛି। ଅଡିଟର ଏହି ନିର୍ଦ୍ଦେଶ ଆଧାରରେ ସମବାୟ ବିଭାଗର ସ୍ବତନ୍ତ୍ର ସଚିବ ଭରତ ଚନ୍ଦ୍ର ବେହେରା ସମବାୟ ସମିତି ନିବନ୍ଧକ, ମାର୍କଫେଡ୍‌ର ଜେନେରାଲ ମ୍ୟାନେଜର ପ୍ରମୁଖଙ୍କୁ ତୁରନ୍ତ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ମାର୍କଫେଡ୍‌- ଓଡ଼ିଶା ଜିଏମ୍‌(ଫାଇନାନ୍ସ) ମଧ୍ୟ ତପତ୍ରତା ପ୍ରକାଶ କରି ୮ା୧ା୨୦୨୧ରେ ଆସନ୍ତା ୧୯ ତାରିଖ ସୁଦ୍ଧା ଆବଶ୍ୟକ କାଗଜପତ୍ର ସହ ଅଡିଟର ନିର୍ଦ୍ଦିଷ୍ଟ ବିରୋଧ ଉପରେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଜି ଅଡିଟର ଏହି ଛାଟ ମାର୍କଫେଡ୍‌ ବିଭାଗର କାର୍ଯ୍ୟ ସ୍ବଚ୍ଛତା ଓ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
୧୯୪୯ରୁ ମାର୍କଫେଡ୍‌ ଆରମ୍ଭ ହୋଇଛି। କୃଷି କ୍ଷେତ୍ରରେ ରାସାୟନିକ ସାର, କୀଟନାଶକ ଇତ୍ୟାଦି ବଣ୍ଟନ କରିଆସୁଛି। ଏହାସହ ରାଜ୍ୟ ଏଜେନ୍ସି ଭାବେ ଚାଷୀଙ୍କଠାରୁ ଧାନ ସଂଗ୍ରହରେ ସାମିଲ ହୋଇଛି। ଏହି ଧାରାରେ ମାର୍କଫେଡ୍‌ ବାର୍ଷିକ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲାଭ କରିଆସୁଛି। ତେବେ ଗତ ୫ ବର୍ଷ ହେଲା ମାର୍କଫେଡ୍‌ ଏଜି ଅଡିଟ୍‌ ରିପୋର୍ଟକୁ ନ ମାନି ଏକାଧିକ ବିରୋଧ ଉପରେ ଉତ୍ତର ରଖିପାରି ନାହିଁ। ଏଥିରେ ୨୭.୨୨ ଲକ୍ଷ ଟଙ୍କାର ବିନିଯୋଗ ପତ୍ର, ୧୧ଟି ଏକ୍‌ଜିକ୍ୟୁସନ ପ୍ରୋସେସ୍‌ (ଇପି), ୬ଟି କୃଷକ ବଜାର ଅଚଳ, ୧୯୬୨ ଓ ୧୯୮୨ରେ ଆରମ୍ଭ ହୋଇଥିବା ୧୦ଟି ଶୀତଳ ଭଣ୍ଡାର ଅଚଳ, ୨୦୨୦ରୁ ରାୟଗଡ଼ାରେ ୫୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ଏକ ପଣ୍ୟଦ୍ରବ୍ୟ ଶୀତଳଭଣ୍ଡାର ନିର୍ମାଣ ହୋଇଥିଲେ ହେଁ ଅଡିଟ୍‌ ରିପୋର୍ଟ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ, ୬୯ଟି ଲିକ୍ୟୁଡେସନ ପ୍ରୋସିଡିଂ ପଡିରହିଛି, ୧୩୦୦ ଏମ୍‌ଟି ଇଫ୍‌କୋ ୟୁରିଆର ସନ୍ଧାନ ମିଳିପାରି ନାହିଁ। ଦୀର୍ଘଦିନ ପର୍ଯ୍ୟନ୍ତ କୀଟନାଶକ ପଡ଼ିରହିବାରୁ ଗୋଦାମ ଭଡ଼ା ବାବଦରେ ୧୯.୦୫ ଲକ୍ଷ ଟଙ୍କାର କ୍ଷତି ଇତ୍ୟାଦି ଅନିୟମିତତା ଅଡିଟ ରିପୋର୍ଟରେ ଧରାପଡିଛି। ଏହାବାଦ୍‌ ପୂର୍ବରୁ ଧାନ ସଂଗ୍ରହରେ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଆସୁଛି।
ଧାନ ସଂଗ୍ରହ ସମୟରେ ମାର୍କଫେଡ୍‌ କର୍ତ୍ତୃପକ୍ଷଙ୍କ ମଣ୍ଡିରେ ସାଧାରଣତଃ ଦେଖା ମିଳି ନ ଥାଏ। ସେମାନେ ସଂପୃକ୍ତ ମିଲର୍ସଙ୍କ ଉପରେ ଭରସା ରଖିଥାଆନ୍ତି। ମାର୍କଫେଡ୍‌ ମାର୍ଫତରେ ମିଲର୍ସମାନେ ପ୍ୟାକ୍ସ ଜରିଆରେ ଧାନ କିଣି ମିଲକୁ ନେଇଥାଆନ୍ତି। ଅନ୍ୟପକ୍ଷରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଚାଷୀ ନିର୍ଦ୍ଧାରିତ ସହାୟକ ମୂଲ୍ୟଠାରୁ କମ୍‌ ଦରରେ ମଧ୍ୟସ୍ଥଙ୍କୁ ବିକ୍ରି କରିଥାଆନ୍ତି। ଏହାସହ ଚାଷ ପୂର୍ବରୁ ମଧ୍ୟସ୍ଥମାନେ ଚାଷୀଙ୍କୁ ଅଗ୍ରିମ ଆକାରରେ ଟଙ୍କା ଦେଇ ଚାଷ କାର୍ଯ୍ୟରେ ସହାୟତା କରିଥାଆନ୍ତି। ଯାହା ଧାନ ଉପତ୍ାଦନ ହେବ, ମଧ୍ୟସ୍ଥମାନେ କିଣିବେ ବୋଲି ସେତେବେଳେ ଚୁକ୍ତି କରିଥାଆନ୍ତି। ତେବେ ବେଆଇନ ଭାବେ ଚାଷୀଙ୍କଠାରୁ ମଧ୍ୟସ୍ଥ କିଣିଥିବା ଏହି ଧାନକୁ ସିଧାସଳଖ ମିଲର୍ସମାନେ କିଣିଥାଆନ୍ତି। ମିଲର୍ସ କିଣିଥିବା ଏହି ଧାନକୁ ନେଇ ମାର୍କଫେଡ୍‌ ତା’ର ଲକ୍ଷ୍ୟଧାର୍ଯ୍ୟ ପୂରଣ କରିଥାଏ। ଏଥିରେ ମାର୍କଫେଡ୍‌ ଓ ମିଲର୍ସ ବହୁ କୋଟି ଟଙ୍କାର ମୁନାଫା ଉଠାଇଥାଆନ୍ତି ବୋଲି ଅଭିଯୋଗ ହେଉଛି। ତେବେ ଅଡିଟ୍‌ ରିପୋର୍ଟ ଉପରେ ମାର୍କଫେଡ୍‌ର ଇନ୍ସପେକ୍ଟର, ଇନ୍‌ପୁଟ, ମାର୍କେଟିଂ, ଇଷ୍ଟେଟ୍‌ ଆଣ୍ଡ ଏସେଷ୍ଟସ ଓ ସିଭିଲ ମ୍ୟାନେଜର ଏବଂ ଚିଫ୍‌ ଆକାଉଣ୍ଟାଣ୍ଟଙ୍କୁ ନିଶ୍ଚିତ ରୂପେ ଅନୁପାଳନ କରି ନିର୍ଦ୍ଧାରିତ ସମୟରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଦଫା ଦାବିରେ ବିଭିନ୍ନ ସଂଘ ପକ୍ଷରୁ ବନ୍ଦ ପାଳନ

ସିମୁଳିଆ,୮।୧(ଡି.ଏନ୍‌.ଏ.): ଲେବର ୟୁନିୟନ, ପାଚିକା ସହାୟିକା, ସିଟୁ, ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା, ଡ୍ରାଇଭର ୟୁନିୟନ ପକ୍ଷରୁ ମିଳିତ ଭାବେ ସିମୁଳିଆରେ ବନ୍ଦ ଡାକରା ଦିଆଯାଇଥିଲା।...

ହାଇକୋର୍ଟରେ ପହଞ୍ଚିଲା ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ ଅଫିସ, ୨୭।୭: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ ଏଯାଏ...

ହାଇଦରଙ୍କୁ ମହଙ୍ଗା ପଡିଲା ଯୁବତୀଙ୍କ ପ୍ରେମ

କେନ୍ଦ୍ରାପଡ଼ା ଅଫିସ, ୧୭ା୪- ୫୮ ବର୍ଷୀୟ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଶେଖ ହାଇଦରଙ୍କ ସହ କେନ୍ଦ୍ରାପଡ଼ା ବଡ଼ ମୂଳବସନ୍ତର ଜଣେ ଯୁବତୀଙ୍କ ପ୍ରେମ ମହଙ୍ଗା ପଡ଼ିଛି। ଏସ୍‌ସିବିରୁ...

ସାଢ଼େ ୮ ବର୍ଷରେ ୮୧୫ ଲୋକ, ୬୬୯ ହାତୀ ମୃତ

ଭଞ୍ଜନଗର,୧୦।୧୦(ଡି.ଏନ୍‌.ଏ.): ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ ଉପରେ ଲୋକଙ୍କ ଆବଶ୍ୟକତା ବଢ଼ିଲା। ଏହାଦ୍ୱାରା ଜଙ୍ଗଲ କ୍ଷୟ ହେଲା। ଫଳରେ ହାତୀ ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ...

କଟକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୬ ଲେନ୍‌ ହେବ ରିଂ ରୋଡ୍‌, ମାର୍ଚ୍ଚରୁ ଆରମ୍ଭ ହେବ ଏସ୍‌ସିବି ନବନିର୍ମାଣ କାର୍ଯ୍ୟ

କଟକ ଅଫିସ,୨୩।୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କଟକ ଗସ୍ତ କରି ହାଡ଼ିଆପଠାରେ ବିଭିନ୍ନ ସମୀକ୍ଷା କରିଛନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, କଟକ...

ମଡେଲଙ୍କ ଫଟୋକୁ ଏଡିଟ୍‌ କରି ବ୍ଲାକ୍‌ମେଲ୍‌ କରୁଥିଲେ

ଉମରକୋଟ, ୧୬।୭(ସ୍ବ.ପ୍ର.): ମୁମ୍ବାଇର ଜଣେ ମଡେଲଙ୍କ ଫଟୋକୁ ନଗ୍ନ ରୂପ ଦେଇ ଟଙ୍କା ମାଗିବା ଅଭିଯୋଗରେ ନବରଙ୍ଗପୁର ଜିଲା ଉମରକୋଟ ଅଞ୍ଚଳର ଜଣେ ଯୁବକଙ୍କୁ ଗିରଫ...

ନନ୍ଦନକାନନରେ ଆଫ୍ରିକୀୟ ସିଂହୀର ମୃତ୍ୟୁ

ବାରଙ୍ଗ, ୨୮।୫(ଡି.ଏନ୍‌.ଏ.): ନନ୍ଦନକାନନରେ ଶନିବାର ଏକ ଆଫ୍ରିକୀୟ ସିଂହୀର ମୃତ୍ୟୁ ଘଟିଛି। ସିଂହୀଟି ଖୁଆଡ଼ ନମ୍ବର ୨୯ (ବି)ରେ ରହୁଥିବା ବେଳେ ଏକ ବିଷାକ୍ତ ସାପ...

ପଛରୁ ଧକ୍କାଦେଲା ଟ୍ରକ, ଚାଲିଗଲା ମା’ ପୁଅଙ୍କ ଜୀବନ

ଯୋଡ଼ା,୪ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ନିର୍ମାଣାଧୀନ ୫୨୦ ନଂ. ଜାତୀୟ ରାଜପଥର କଣ୍ଡରାଠାରେ ଗୁରୁବାର ଟ୍ରକ ଧକ୍କାରେ ମା’ ଓ...

Advertisement
Archives

Model This Week