ଦବିଗଲା ମାର୍କଣ୍ଡପୁର, ବଡ଼ଚଣା ପାକ୍ସ ଦୁର୍ନୀତି

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥର ୧୨୨ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଏବଂ ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୧୧ ଲକ୍ଷ ୩୯ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ମଞ୍ଜୁରୀ ମିଳିଛି। ତେବେ ୧୨୨ରୁ ୨୬ ପାକ୍ସରେ ମୁଖ୍ୟ ନିର୍ବାହୀ(ସିଇ) ପଦବୀ (ପୂର୍ବରୁ ସମ୍ପାଦକ ପଦବୀ ଥିଲା) ଖାଲି ପଡ଼ିଛି। ଏହାବାଦ ୨୧ା୧୦ା୨୦୨୧ ସୁଦ୍ଧା ୪ ସିଇ ନିଲମ୍ବିତ ହୋଇଛନ୍ତି। ଏହି କାରଣରୁ ଜିଲାରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଓ ଋଣ ଦେଣନେଣରେ ମନମାନି, ଜାଲିଆତି, ଆତ୍ମସାତ ସାଧାରଣ କଥା ହୋଇଛି। ଏହାସହ ମାର୍କଣ୍ଡପୁର, ବଡ଼ଚଣା, ମହିଶରା, ଧନେଶ୍ୱର ଆଦି ପାକ୍ସରେ ଦୁର୍ନୀତିର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ରଫାଦଫା ଯୋଗୁ ପ୍ରତିବର୍ଷ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରତିହତ ହେଉଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
ଚାଷୀ ପଞ୍ଜୀକରଣରେ ଚଞ୍ଚକତା, ଋଣ ପ୍ରଦାନରେ ଅନିୟମିତତା, ବୀମା ଟଙ୍କା ଆତ୍ମସାତ ଆଦି ପଛରେ ଅଧିକାଂଶ ପାକ୍ସ ମୁଖ୍ୟ ନିର୍ବାହୀ ସମ୍ପୃକ୍ତ ଥିବା ପୂର୍ବରୁ ଅଭିଯୋଗ ହୋଇଆସିଛି। ଏହିକ୍ରମରେ ଯାଜପୁର ବ୍ଲକର ବରୁହଁା, ବଡ଼ଚଣା ବ୍ଲକର ଭରତପୁର ଏବଂ ବିଞ୍ଝାରପୁର ବ୍ଲକର କଲ୍ୟାଣପୁର ଓ ଆଉଁରି ପାକ୍ସର ସିଇ ନିଲମ୍ବିତ ହୋଇଛନ୍ତି। ୨୦୨୧ରେ ବଡ଼ଚଣା, ମାର୍କଣ୍ଡପୁର, ଧନେଶ୍ୱର, ମହିଶରାପୁର ଆଦି ପାକ୍ସରେ ବଡଧରଣର ଦୁର୍ନୀତି ହୋଇଥିବା ଚାଷୀ ମହଲରୁ ଅଭିଯୋଗ ହୋଇଥିଲେ ହେଁ ତାହାର ତଦନ୍ତ କେବଳ ନିର୍ଦ୍ଦେଶରେ ହିଁ ସୀମିତ ରହିଛି। ମାର୍କଣ୍ଡପୁର ପାକ୍ସର ସମ୍ପାଦକ ଚାଷୀଙ୍କ ଋଣ ପାସ୍‌ବୁକଗୁଡିକୁ ବେଆଇନ ଭାବେ ନିଜ ପାଖରେ ରଖି ଋଣ ଦେଣନେଣରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସେବା ସମବାୟ ସମିତି(କ୍ରେଡିଟ୍‌)ର ଉପନିବନ୍ଧକ ୨୬ା୧୦ା୨୦୨୧ରେ ଏହି ଅଭିଯୋଗ ଉପରେ କଟକସ୍ଥିତ ଡେପୁଟି ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଡିଆର୍‌ସିଏସ୍‌)ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଜଣେ ବିଭାଗୀୟ ଅଧିକାରୀ ଥରେ ପାକ୍ସ ପରିଦର୍ଶନ କରିଛନ୍ତି ଏବଂ ତଦନ୍ତ ସେତିକିରେ ଅଟକିଛି। ସଲାସୁତରା ଯୋଗୁ ତଦନ୍ତ ଆଗକୁ ବଢ଼ୁ ନ ଥିବା ଆଲୋଚନା ହୋଇଛି।

ମାର୍କଣ୍ଡପୁର ପାକ୍ସରେ ଦୁର୍ନୀତି ନୂଆ କଥା ନୁହେଁ। ଏକ ଚାଷୀ ପରିବାରର ୪ ସଦସ୍ୟଙ୍କ ନାମରେ ଧାନ କିଣାରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିଲା। ହାଇକୋର୍ଟରେ ଏନେଇ ମାମଲା ରୁଜୁ ହେବାପରେ ତଦନ୍ତ କରାଯାଇ ସମ୍ପୃକ୍ତ ପାକ୍ସ ସମ୍ପାଦକ ଏବଂ ଅନ୍ୟ କେତେଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ସେହିପରି ୫ା୪ା୨୦୨୧ରେ ଚାଷୀଙ୍କ ଅଭିଯୋଗ ଅନୁସାରେ ବଡ଼ଚଣା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ବିକାଶ କୁମାର ସ୍ବାଇଁ ୨୦ରୁ ଊର୍ଦ୍ଧ୍ୱ ଟୋକନ ନମ୍ବର ଜାଲିଆତି କରିଥିଲେ। ସମିତିରୁ ଟୋକନ ପାଇ ଧାନ ବିକ୍ରି କରିଥିବା ବ୍ୟକ୍ତିମାନେ ଏହି ଜମି ମାଲିକଙ୍କ ନାତି, ପୁତୁରା ଆଦି ସମ୍ପର୍କ ଥିବା ଦର୍ଶାଯାଇଥିଲା। ତେବେ ବାସ୍ତବରେ ବେପାରୀମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଧାନ କିଣାଯାଇଛି। ଚାଷୀମାନେ ପ୍ରମାଣ ସହ ତଥ୍ୟଭିତ୍ତିକ ରିପୋର୍ଟ ଦେଇ ଅଭିଯୋଗ କରିବା ପରେ ୨୦ା୫ା୨୦୨୧ରେ ତଦନ୍ତ ନିର୍ଦ୍ଦେଶ ହୋଇଥିଲା। ତାହା ବି ଆଗକୁ ବଢ଼ିପାରୁନାହିଁି। ଧନେଶ୍ୱର ପାକ୍ସ ଅଧୀନ ୧୫ରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି କରି ସେମାନଙ୍କ ପାଉଣା ପାଇ ନ ଥିଲେ। ଏହିମର୍ମରେ ସମ୍ପୃକ୍ତ ଚାଷୀମାନେ ୧୬ା୭ା୨୦୨୧ରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ତଦନ୍ତ ନିର୍ଦ୍ଦେଶ କେବଳ କାଗଜ କଲମରେ ସୀମିତ ରହିଛି। ମହିଶରା ପାକ୍ସରେ ଜାଲିଆତି ଉପରେ ଭିଜିଲାନ୍ସ ତଦନ୍ତ କରି ପରିଚାଳନା କମିଟିକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲା। ଏଥିରେ ବି ପାକ୍ସ ସମ୍ପାଦକଙ୍କୁ ସୁରକ୍ଷା ଦେବାକୁ ମସୁଧା ଚାଲିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଯାଜପୁର ବ୍ଲକର ବେରୁଦା, ବଡ଼ଚଣା ବ୍ଲକର ଛତିଆ, ଅରଖପୁର, ଦର୍ପଣ, ସାଉଦିଆ ଓ ଚାରିନଙ୍ଗଳ, ଦଶରଥପୁର ବ୍ଲକର ଅକରପଡା, ଅହିୟାସ ଓ ମଙ୍ଗଳପୁର, ବିଞ୍ଝାରପୁର ବ୍ଲକର ଅରେଇ, ଉତ୍ତାଙ୍ଗରା ଓ ଚିକଣ, ରସୁଲପୁର ବ୍ଲକର ପହଙ୍ଗା ଓ ସିଙ୍ଗାପୁର, କୋରେଇ ବ୍ଲକର ଭକଣ୍ଡରି, ପଛିକୋଟ, କଡମା, ତୁଳତି ଓ ବନ୍ଦାଳୋ, ବରି ବ୍ଲକର ଧାରପୁର, ବରିବଗଡା, ଗୋଳକୁଣ୍ଡ ଓ ଉଦୟନାଥପୁର, ସୁକିନ୍ଦା ବ୍ଲକର ହାତିବାଡି, ଦାନଗଦି ବ୍ଲକର ବାଙ୍ଗରକୋଟ ଏବଂ ଧର୍ମଶାଳା ବ୍ଲକର ଆରୁହା ପାକ୍ସରେ ସିଇ ପଦବୀ ଦୀର୍ଘଦିନ ହେଲା ଖାଲି ପଡିଛି। ରିପୋର୍ଟରେ ଖାଲି ପଡ଼ଥିବା ସିଇ ପଦବୀ ପୂରଣ କରିବାକୁ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ପ୍ରଶାନ୍ତ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି ଦୁର୍ନୀତି, ଅଭିଯୋଗଗୁଡିକ ଉପରେ ତଦନ୍ତ ଚାଲିଛି। ତେବେ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ କରିବାକୁ ବିଭାଗ ସଜାଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri