ଦବିଗଲା ମାର୍କଣ୍ଡପୁର, ବଡ଼ଚଣା ପାକ୍ସ ଦୁର୍ନୀତି

ଯାଜପୁର ଅଫିସ,୨୬ା୧୨: ଯାଜପୁର ଜିଲାରେ ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥର ୧୨୨ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଏବଂ ୩୩ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରଥମ ପର୍ଯ୍ୟାୟରେ ୧୧ ଲକ୍ଷ ୩୯ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ମଞ୍ଜୁରୀ ମିଳିଛି। ତେବେ ୧୨୨ରୁ ୨୬ ପାକ୍ସରେ ମୁଖ୍ୟ ନିର୍ବାହୀ(ସିଇ) ପଦବୀ (ପୂର୍ବରୁ ସମ୍ପାଦକ ପଦବୀ ଥିଲା) ଖାଲି ପଡ଼ିଛି। ଏହାବାଦ ୨୧ା୧୦ା୨୦୨୧ ସୁଦ୍ଧା ୪ ସିଇ ନିଲମ୍ବିତ ହୋଇଛନ୍ତି। ଏହି କାରଣରୁ ଜିଲାରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ଓ ଋଣ ଦେଣନେଣରେ ମନମାନି, ଜାଲିଆତି, ଆତ୍ମସାତ ସାଧାରଣ କଥା ହୋଇଛି। ଏହାସହ ମାର୍କଣ୍ଡପୁର, ବଡ଼ଚଣା, ମହିଶରା, ଧନେଶ୍ୱର ଆଦି ପାକ୍ସରେ ଦୁର୍ନୀତିର ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ରଫାଦଫା ଯୋଗୁ ପ୍ରତିବର୍ଷ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟା ପ୍ରତିହତ ହେଉଛି ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
ଚାଷୀ ପଞ୍ଜୀକରଣରେ ଚଞ୍ଚକତା, ଋଣ ପ୍ରଦାନରେ ଅନିୟମିତତା, ବୀମା ଟଙ୍କା ଆତ୍ମସାତ ଆଦି ପଛରେ ଅଧିକାଂଶ ପାକ୍ସ ମୁଖ୍ୟ ନିର୍ବାହୀ ସମ୍ପୃକ୍ତ ଥିବା ପୂର୍ବରୁ ଅଭିଯୋଗ ହୋଇଆସିଛି। ଏହିକ୍ରମରେ ଯାଜପୁର ବ୍ଲକର ବରୁହଁା, ବଡ଼ଚଣା ବ୍ଲକର ଭରତପୁର ଏବଂ ବିଞ୍ଝାରପୁର ବ୍ଲକର କଲ୍ୟାଣପୁର ଓ ଆଉଁରି ପାକ୍ସର ସିଇ ନିଲମ୍ବିତ ହୋଇଛନ୍ତି। ୨୦୨୧ରେ ବଡ଼ଚଣା, ମାର୍କଣ୍ଡପୁର, ଧନେଶ୍ୱର, ମହିଶରାପୁର ଆଦି ପାକ୍ସରେ ବଡଧରଣର ଦୁର୍ନୀତି ହୋଇଥିବା ଚାଷୀ ମହଲରୁ ଅଭିଯୋଗ ହୋଇଥିଲେ ହେଁ ତାହାର ତଦନ୍ତ କେବଳ ନିର୍ଦ୍ଦେଶରେ ହିଁ ସୀମିତ ରହିଛି। ମାର୍କଣ୍ଡପୁର ପାକ୍ସର ସମ୍ପାଦକ ଚାଷୀଙ୍କ ଋଣ ପାସ୍‌ବୁକଗୁଡିକୁ ବେଆଇନ ଭାବେ ନିଜ ପାଖରେ ରଖି ଋଣ ଦେଣନେଣରେ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସେବା ସମବାୟ ସମିତି(କ୍ରେଡିଟ୍‌)ର ଉପନିବନ୍ଧକ ୨୬ା୧୦ା୨୦୨୧ରେ ଏହି ଅଭିଯୋଗ ଉପରେ କଟକସ୍ଥିତ ଡେପୁଟି ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଡିଆର୍‌ସିଏସ୍‌)ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଜଣେ ବିଭାଗୀୟ ଅଧିକାରୀ ଥରେ ପାକ୍ସ ପରିଦର୍ଶନ କରିଛନ୍ତି ଏବଂ ତଦନ୍ତ ସେତିକିରେ ଅଟକିଛି। ସଲାସୁତରା ଯୋଗୁ ତଦନ୍ତ ଆଗକୁ ବଢ଼ୁ ନ ଥିବା ଆଲୋଚନା ହୋଇଛି।

ମାର୍କଣ୍ଡପୁର ପାକ୍ସରେ ଦୁର୍ନୀତି ନୂଆ କଥା ନୁହେଁ। ଏକ ଚାଷୀ ପରିବାରର ୪ ସଦସ୍ୟଙ୍କ ନାମରେ ଧାନ କିଣାରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିଲା। ହାଇକୋର୍ଟରେ ଏନେଇ ମାମଲା ରୁଜୁ ହେବାପରେ ତଦନ୍ତ କରାଯାଇ ସମ୍ପୃକ୍ତ ପାକ୍ସ ସମ୍ପାଦକ ଏବଂ ଅନ୍ୟ କେତେଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ସେହିପରି ୫ା୪ା୨୦୨୧ରେ ଚାଷୀଙ୍କ ଅଭିଯୋଗ ଅନୁସାରେ ବଡ଼ଚଣା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ବିକାଶ କୁମାର ସ୍ବାଇଁ ୨୦ରୁ ଊର୍ଦ୍ଧ୍ୱ ଟୋକନ ନମ୍ବର ଜାଲିଆତି କରିଥିଲେ। ସମିତିରୁ ଟୋକନ ପାଇ ଧାନ ବିକ୍ରି କରିଥିବା ବ୍ୟକ୍ତିମାନେ ଏହି ଜମି ମାଲିକଙ୍କ ନାତି, ପୁତୁରା ଆଦି ସମ୍ପର୍କ ଥିବା ଦର୍ଶାଯାଇଥିଲା। ତେବେ ବାସ୍ତବରେ ବେପାରୀମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଧାନ କିଣାଯାଇଛି। ଚାଷୀମାନେ ପ୍ରମାଣ ସହ ତଥ୍ୟଭିତ୍ତିକ ରିପୋର୍ଟ ଦେଇ ଅଭିଯୋଗ କରିବା ପରେ ୨୦ା୫ା୨୦୨୧ରେ ତଦନ୍ତ ନିର୍ଦ୍ଦେଶ ହୋଇଥିଲା। ତାହା ବି ଆଗକୁ ବଢ଼ିପାରୁନାହିଁି। ଧନେଶ୍ୱର ପାକ୍ସ ଅଧୀନ ୧୫ରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକ୍ରି କରି ସେମାନଙ୍କ ପାଉଣା ପାଇ ନ ଥିଲେ। ଏହିମର୍ମରେ ସମ୍ପୃକ୍ତ ଚାଷୀମାନେ ୧୬ା୭ା୨୦୨୧ରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ତଦନ୍ତ ନିର୍ଦ୍ଦେଶ କେବଳ କାଗଜ କଲମରେ ସୀମିତ ରହିଛି। ମହିଶରା ପାକ୍ସରେ ଜାଲିଆତି ଉପରେ ଭିଜିଲାନ୍ସ ତଦନ୍ତ କରି ପରିଚାଳନା କମିଟିକୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲା। ଏଥିରେ ବି ପାକ୍ସ ସମ୍ପାଦକଙ୍କୁ ସୁରକ୍ଷା ଦେବାକୁ ମସୁଧା ଚାଲିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଯାଜପୁର ବ୍ଲକର ବେରୁଦା, ବଡ଼ଚଣା ବ୍ଲକର ଛତିଆ, ଅରଖପୁର, ଦର୍ପଣ, ସାଉଦିଆ ଓ ଚାରିନଙ୍ଗଳ, ଦଶରଥପୁର ବ୍ଲକର ଅକରପଡା, ଅହିୟାସ ଓ ମଙ୍ଗଳପୁର, ବିଞ୍ଝାରପୁର ବ୍ଲକର ଅରେଇ, ଉତ୍ତାଙ୍ଗରା ଓ ଚିକଣ, ରସୁଲପୁର ବ୍ଲକର ପହଙ୍ଗା ଓ ସିଙ୍ଗାପୁର, କୋରେଇ ବ୍ଲକର ଭକଣ୍ଡରି, ପଛିକୋଟ, କଡମା, ତୁଳତି ଓ ବନ୍ଦାଳୋ, ବରି ବ୍ଲକର ଧାରପୁର, ବରିବଗଡା, ଗୋଳକୁଣ୍ଡ ଓ ଉଦୟନାଥପୁର, ସୁକିନ୍ଦା ବ୍ଲକର ହାତିବାଡି, ଦାନଗଦି ବ୍ଲକର ବାଙ୍ଗରକୋଟ ଏବଂ ଧର୍ମଶାଳା ବ୍ଲକର ଆରୁହା ପାକ୍ସରେ ସିଇ ପଦବୀ ଦୀର୍ଘଦିନ ହେଲା ଖାଲି ପଡିଛି। ରିପୋର୍ଟରେ ଖାଲି ପଡ଼ଥିବା ସିଇ ପଦବୀ ପୂରଣ କରିବାକୁ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଯାଇଛି। ଏ ସଂକ୍ରାନ୍ତରେ ଯାଜପୁର ଏଆରସିଏସ୍‌ ପ୍ରଶାନ୍ତ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି ଦୁର୍ନୀତି, ଅଭିଯୋଗଗୁଡିକ ଉପରେ ତଦନ୍ତ ଚାଲିଛି। ତେବେ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ କରିବାକୁ ବିଭାଗ ସଜାଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଜିରୋ ନାଇଟ ସେଲିବ୍ରେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ନିୟୋଜିତ ରହିବେ…

ଭୁବନେଶ୍ୱର,୨୭।୧୨: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା...

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri