ଗେଣ୍ଡୁ ଫୁଲ ଚାଷ ଦେଇଛି ସ୍ବତନ୍ତ୍ର ପରିଚୟ

ଅମରପାଲି,୩୦।୪: (ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ବିକଲପୁର ଗ୍ରାମର ଦୁଇ ଯୁବ ଚାଷୀ ଗେଣ୍ଡୁ ଫୁଲ ଚାଷ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ପ୍ରାୟ ୫ ଏକର ଚାଷ ଜମିରେ ଗେଣ୍ଡୁଫୁଲ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହିତ ଗ୍ରାମର କେତେଜଣ ବେକାର ଯୁବକଙ୍କୁ କାମ ଯୋଗାଇ ଦେଇ ପାରିଛନ୍ତି। କମିରା ପଞ୍ଚାୟତ ବିକଲପୁର ଗ୍ରାମର ଦୁଇ ଉଚ୍ଚ ଶିକ୍ଷିତ ଯୁବ ଚାଷୀ ହେଲେ ଗଦାଧର ପଧାନ ଓ ପରକ୍ଷିତ କର୍ଣ୍ଣ। ଉଭୟେ ସ୍ନାତକ ପାସ୍‌ କରି ସାରିଲା ପରେ ଚାକିରି ପାଇଁ ଚେଷ୍ଟା କରିଥିଲେ। ମାତ୍ର ସରକାରୀ ଚାକିରି ମିଳି ପାରି ନ ଥିଲା। ୟୁଟ୍ୟୁବ ଦେଖୁ ଦେଖୁ ଏମାନେ ଗେଣ୍ଡୁଫୁଲ ଚାଷ ପ୍ରତି ଆକର୍ଷିତ ହୋଇଥିଲେ। ନିଜ ଖର୍ଚ୍ଚରୁ ଗେଣ୍ଡୁଫୁଲ ଚାରା ଆଣି ନିଜ ଜମିର ପ୍ରାୟ ୫ ଏକର ଚାଷ ଜମିରେ ଗେଣ୍ଡୁଫୁଲ ଚାଷ କରିଥିଲେ। ଉକ୍ତ ଫୁଲ ଚାଷରେ କୌଣସି ରାସାୟନିକ ସାର କିମ୍ବା କୀଟନାଶକ ପ୍ରୟୋଗ ନ କରି ସମ୍ପୂର୍ଣ୍ଣ ଭାବେ ପାରମ୍ପରିକ ପଦ୍ଧତିରେ ଚାଷ କରିଥିଲେ। ଫୁଲ ଚାଷରେ ପାଣି ଦେବା, ଘାସ ଲଟା ବାଛିବା ଓ ଫୁଲ ତୋଳିବା ପଇଁ ଗ୍ରାମର କେତେଜଣ ଯୁବକଙ୍କୁ କାମରେ ନିୟୋଜନ କରିଛନ୍ତି। ଏକର ପ୍ରତି ୫୦-୬୦ ହଜାର ଟଙ୍କାର ଫୁଲ ବିକ୍ରି ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ଫୁଲ ଅମଳ କରି ବୀରମହାରାଜପୁର ଅଞ୍ଚଳରୁ ବସ ଯୋଗେ କଟକ, ଭୁବନେଶ୍ବର ଆଦି ଅଞ୍ଚଳକୁ ପଠାଉଛନ୍ତି। କମ ଖର୍ଚ୍ଚ ଓ ପରିଶ୍ରମରେ ଏହା ହେଉଥିବାରୁ ଭଲ ଦି ପଇସା ରୋଜଗାର ହେଉଥିବା ଉଭୟ ଚାଷୀ ପ୍ରକାଶ କରିଛନ୍ତି। ଚାଷ ପାଇଁ ସରକାର ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦେଉଥିଲେ ମଧ୍ୟ ଏମାନେ କୌଣସି ସରକାରୀ ସହାୟତା ପାଇ ନ ଥିବା ପ୍ରକାଶ କରିଛନ୍ତି। ଫୁଲ ଚାରା ଲଗାଇବାର ଦେଢ ମାସ ସମୟରୁ ଫୁଲ ଅମଳ ହୋଇ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଫୁଲ ଅମଳ ହେଉଛି। ଫୁଲ କିଲୋ ପ୍ରତି ୪୦-୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏକର ପ୍ରତି ପ୍ରାୟ ୬୦ ହଜାର ଟଙ୍କାର ଫୁଲ ବିକ୍ରି କରୁଛନ୍ତି। କମ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କାର ଆୟ ହେଉଥିବାରୁ ଗେଣ୍ଡୁଫୁଲ ଚାଷ କରି ଅଞ୍ଚଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୟୁଟ୍ୟୁବ କାହା ପାଇଁ ମନୋରଞ୍ଜନର ମାଧ୍ୟମ ହୋଇଥିବା ବେଳେ ଉକ୍ତ ଦୁଇ ଯୁବ ଚାଷୀ ଏଥିରୁ ଗେଣ୍ଡୁଫୁଲ ଚାଷ ପ୍ରଣାଳୀ ଦେଖି ଚାଷ କରି ରୋଜଗାରକ୍ଷମ ହେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଓଡିଶା ଗେଣ୍ଡୁଫୁଲ ପାଇଁ କଲିକତା ଓ ବାଙ୍ଗାଲୋର ଉପରେ ନିର୍ଭର କରୁଥିବା ରୁ ଏଠାରେ ଚାଷ କଲେ ଭଲ ଦି ପଇସା ମିଳିବ ଭାବି ଏହି ଚାଷ କରିଥିବା ପରକ୍ଷିତ ପ୍ରକାଶ କରିଛନ୍ତି। ସରକାରୀ ସହାୟତା ମିଳିଲେ ଏଥିପ୍ରତି ଆହୁରି ଅନେକ ଶିକ୍ଷିତ ଯୁବକ ଆକୃଷ୍ଟ ହେବେ ବୋଲି ଯୁବ ଚାଷୀ ଗଦାଧର କହିଛନ୍ତି।

ରିପୋର୍ଟ: ପୀତାମ୍ବର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri