ରୁଷିଆ ଦଖଲରେ ମାରିଆପୋଲ, ୧,୪୬୪ ୟୁକ୍ରେନ୍‌ ସୈନ୍ୟଙ୍କ ଆତ୍ମସମର୍ପଣ…

କ୍ୱିଭ୍‌, ୧୭।୪ : ରୁଷିଆର ସୈନ୍ୟବାହିନୀ ପୂର୍ବ ୟୁକ୍ରେନ୍‌ର ମାରିଅପୋଲ ସହରକୁ ନିଜ ଦଖଲକୁ ନେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେନକୋଭ ଏହି ସୂଚନା ଦେଇ କହିଛନ୍ତି ଯେ ୧,୪୬୪ ୟୁକ୍ରେନ୍‌ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି।

ତେବେ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ସହର ଅବରୋଧ ହେବାର ପ୍ରାୟ ସାତ ସପ୍ତାହ ପରେ ମଧ୍ୟ ମାରିଅପୋଲରେ ୟୁକ୍ରେନ୍‌ ସୈନ୍ୟ ରୁଷିଆ ସେନ୍ୟ ବାହିନୀର ମୁକାବିଲା କରୁଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଚେତାବନୀ ଦେଇଛନ୍ତି ଯେ ମାରିଅପୋଲରେ ୟୁକ୍ରେନ ସୈନ୍ୟଙ୍କ ସହିତ ରୁଷିଆ ନ୍ୟବାହିନୀର ଯୁଦ୍ଧ ଯୋଗୁ ଶାନ୍ତି ଆଲୋଚନା ସମ୍ଭବ ମନେ ହେଉନାହିଁ।

ସେ ତୁରନ୍ତ ସମସ୍ତ ଆବଶ୍ୟକୀୟ ଭାରୀ ଅସ୍ତ୍ରଶସ୍ତ୍ର ଏବଂ ବିମାନ ଯୋଗାଇବା ପାଇଁ ନାଟୋ ଦେଶଗୁଡିକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ମାରିଆପୋଲକୁ ଅବରୋଧ କରୁଥିବା ରୁଷିଆ ସୈନ୍ୟଙ୍କ ମୁକାବିଲା କରାଯାଇ ପାରିବ। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଇଗୋର କୋନାଶେନକୋଭ କହିଛନ୍ତି ଯେ ବର୍ତ୍ତମାନ କେବଳ ଗୋଟିଏ ବିକଳ୍ପ ଅଛି ଏବଂ ତାହା ହେଉଛି ଅସ୍ତ୍ରଶସ୍ତ୍ର ସହ ୟୁକ୍ରେନ୍‌ ସୈନ୍ୟ ଆତ୍ମସମର୍ପଣ କରିବା।

ମାରିଅପୋଲରେ ରୁଷିଆର ସୈନ୍ୟମାନେ ସହରର ସମସ୍ତ ପ୍ରବେଶ ରାସ୍ତାକୁ ବନ୍ଦ କରିଦେଇଛନ୍ତି ଏବଂ ସହରର ପୁରୁଷଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ସୋମବାର ଠାରୁ ସେଠାରେ କଡ଼ା କଟକଣା ଜାରି କରାଯିବ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଦେଲାନି ମୋଦିଙ୍କ ଆଲୋଚନା: ଟ୍ରମ୍ପ ନେଲେ କଠୋର ନିଷ୍ପତ୍ତି, ବଡ଼ କ୍ଷତି ସହିବ ଭାରତ

ଓ୍‌ବାଶିଂଟନ୍‌.୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବରେ ଭାରତର ଚିନ୍ତା ବୃଦ୍ଧି କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟି ଦୁଇ ଦେଶ...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ଆମେରିକା ନେଲା ଏହି ନିଷ୍ପତ୍ତି

ଓ୍‌ବାଶିଂଟନ୍‌.୧୯।୨: ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକା-ରୁଷିଆ ଆଲୋଚନାରେ ସାମିଲ ପକ୍ଷଗୁଡ଼ିକ ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଏବଂ ଆର୍ଥିକ ସହଯୋଗକୁ ପ୍ରୋତ୍ସାହିତ...

ବାଣିଜି୍ୟକ କାରବାର ବଢ଼ାଇବେ ଭାରତ, କାତାର

ନୂଆଦିଲ୍ଲୀ, ୧୯।୨: ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସ୍‌ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାତାରର ଅମିର ଶେଖ୍‌ ତମିମ ବିନ୍‌ ହମଦ୍‌ ଅଲ୍‌-ଥାନୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ...

ଏଲନ୍‌ ମସ୍କ କେବଳ ଜଣେ କର୍ମଚାରୀ… Tesla CEOଙ୍କୁ ନେଇ ଏ କ’ଣ କହିଦେଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ,୧୮।୨: ଟେସ୍‌ଲାର ସିଇଓ ଏଲନ ମସ୍କଙ୍କୁ ନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ବଡ଼ ବୟାନ ଦିଆଯାଇଛି। ପୂର୍ବରୁ ଟ୍ରମ୍ପ କେବଳ ରାଷ୍ଟ୍ରପତିଙ୍କ ଚୌକିରେ ବସିଛନ୍ତି, ପ୍ରକୃତ...

ଭାରତର ଚକ୍ରବ୍ୟୁହ, ଆଉ ପାକିସ୍ତାନକୁ ମିଳିବ ନାହିଁ ମୁସଲିମ୍‌ ଦେଶମାନଙ୍କର ସମର୍ଥନ!

ମସ୍କଟ,୧୮।୨: ଓମାନର ରାଜଧାନୀ ମସ୍କଟରେ ଭାରତ ମହାସାଗର ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଭାରତ ମହାସାଗର ଅଞ୍ଚଳର ବୈଦେଶିକ ମନ୍ତ୍ରୀଙ୍କ ସମେତ ୬୦ ଟି ଦେଶର...

KIIT student death case: ନେପାଳରେ ରାସ୍ତାକୁ ଓହ୍ଲାଇଲେ ଛାତ୍ର ସଂଘ, କିଟ୍‌ରେ ଚହଳ

ଭୁବନେଶ୍ୱର,୧୮।୨: କିଟ୍‌ରେ ନେପାଳୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସାରା ଦେଶ ଉଠୁଛି ପଡୁଛି। ଏପରି କି ପଡୋଶୀ ଦେଶ ନେପାଳ ମଧ୍ୟ ଏହାକୁ ଜୋରଦାର ବିରୋଧ...

ଚମକାଇଦେବ କାହାଣୀ, ଆତଙ୍କବାଦୀ ଲାଡେନଙ୍କୁ ମାରିଥିବା ଟିମ୍‌କୁ ଇଞ୍ଚଟେପ୍‌ ଉପହାର ଦେଇଥିଲେ Barack Obama

ଓ୍ବାଶିଂଟନ୍‌,୧୮।୨: ବିଶ୍ୱର ସବୁଠାରୁ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ Osama bin Laden କୁ ନିପାତ କରାଯିବାର ୧୩ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଆମେରିକୀୟ...

Elon Musk on Wikipedia: ‘୧ ବିଲିୟନ ଡଲାର ନିଅ, ଆଉ ନାଁ ବଦଳାଇ ଦିଅ, ଓ୍ବିକିପିଡିଆକୁ ଅଫର୍‌ ଦେଲେ ମସ୍କ, ଜାଣନ୍ତୁ କାହିିଁକି

ନ୍ୟୁୟର୍କ,୧୮।୨: ଗତ କିଛି ଦିନ ହେବ ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କ ତାଙ୍କର ସୋସିଆଲ ପୋଷ୍ଟ ଯୋଗୁ ପ୍ରତିଦିନ ଚର୍ଚ୍ଚାରେ ଥାନ୍ତି। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri