Posted inଖେଳ

ମାକ୍ସଓ୍ବେଲ ୧୪୭ରନ୍‌ର ରେକର୍ଡ ଭାଙ୍ଗିବା ପରେ ଏଭଳି କହିଲେ ଷ୍ଟୋଇନିସ୍‌, ଭିଡିଓ ଦେଖିଲେ…

ମେଲବୋର୍ନ,୨୦।୧: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ବିସ୍ଫୋରକ ବ୍ୟାଟିଂ ବ୍ୟତୀତ କ୍ରିକେଟ ପଡ଼ିଆରେ ନିଜର ଚତୁର ଆଚରଣ ପାଇଁ ଜଣାଶୁଣା। ଚଳିତ ବିଗ୍‌ ବାଶ ଲିଗ୍‌(ବିବିଏଲ୍‌)ରେ ଷ୍ଟୋଇନିସ ଗ୍ଲେନ୍‌ ମାକ୍ସଓ୍ବେଲ୍‌ଙ୍କ ରେକର୍ଡ ଭାଙ୍ଗିଥିଲେ। ବୁଧବାର ହୋବାର୍ଟ ହରିକେନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ମାକ୍ସଓ୍ବେଲ ମାତ୍ର ୬୪ ବଲ୍‌ରେ ୧୫୪ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ଏହା ବିବିଏଲ୍‌ ଇତିହାସର ସର୍ବାଧିକ ବ୍ୟକ୍ତିଗତ ସ୍କୋରର ରେକର୍ଡ କରିଥିଲା। ପୂର୍ବରୁ ୨୦୨୦ ଜାନୁୟାରୀରେ ସିଡନୀ ସିକ୍ସର୍ସ ବିପକ୍ଷରେ ୭୯ ବଲ୍‌ରେ ଷ୍ଟୋଇନିସ୍‌ ଅପରାଜିତ ୧୪୭ ରନ୍‌ କରିଥିଲେ।

ମ୍ୟାଚ୍‌ ପରେ ଷ୍ଟୋଇନିସଙ୍କୁ ମାକ୍ସଓ୍ବେଲଙ୍କ ଭଳି ଖେଳାଯାଇଥିବା ଇନିଂସ ଭଳି କିଛି ଦେଖିଛନ୍ତି କି ବୋଲି ପଚରାଯାଇଥିଲା। ଏହାର ମଜାଳିଆ ଜବାବ ଦେଇ ଷ୍ଟୋଇନିସ କହିଥିଲେ, ମୁଁ ମୋ ଜୀବନରେ ଥରେ ଏଭଳି କିଛି ଦେଖିଛି, ମୁଁ ମୋର ଇନିଂସ ରିପ୍ଲେ ଦେଖିଛି।’ଏହା ଶୁଣି ପାଖରେ ଛିଡ଼ା ହୋଇଥିବା ମାକ୍ସଓ୍ବେଲ ହସିବାରେ ଲାଗିଥିଲେ। ପରେ ମ୍ୟାଚ୍‌ ପରବର୍ତ୍ତୀ ସାକ୍ଷାତକାରରେ ପୂର୍ବତନ ଭେଟେରାନ୍‌ କ୍ରିକେଟର ରିକି ପଣ୍ଟିଂ ମଧ୍ୟ ହସ ରୋକିପାରି ନ ଥିଲେ।

ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ୟୁଏସ୍‌ ଓପନ ଚାମ୍ପିୟନ ବାଏଙ୍କାଙ୍କୁ ମିଳିଲା ଡବ୍ଲ୍ୟୁଡବ୍ଲ୍ୟୁଇ ବେଲ୍ଟ

ନୂଆଦିଲ୍ଲୀ,୧୪।୯- ନୂଆକରି ୟୁଏସ୍‌ ଓପନ ଜିତିଥିବା କାନାଡାର ବାଏଙ୍କା ଆଣ୍ଡ୍ରେସ୍କୁଙ୍କୁ ବିଶ୍ୱ ରେଶଲିଂ ଚାମ୍ପିୟନଶିପ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ମହିଳା ଡିଭିଜନ ଚାମ୍ପିୟନ ବେଲ୍ଟ ମିଳିଛି। ୨୩ ଥର...

କ୍ରିକେଟ ଖେଳିଲେ ଫଡନବିସ-ଗଡକରି

ମୁମ୍ବାଇ,୨୫।୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିସଙ୍କ କ୍ରିକେଟ ଖେଳ ଏବେ ସବୁଠି...

ଶୁଭ୍ରାଂଶୁ ସେନାପତି ଅଧିନାୟକ

କଟକ ଅଫିସ, ୮ା୧୨: ଆଗାମୀ ରଣଜୀ ଟ୍ରଫି ସିଜନକୁ ଦୃଷ୍ଟିରେ ରଖି ୨ଟି ମ୍ୟାଚ ପାଇଁ ଓଡ଼ିଶା କ୍ରିକେଟ ଦଳ ଘୋଷଣା କରାଯାଇଛି। ବୁଧବାର ଓଡ଼ିଶା...

ରୋହିତଙ୍କୁ ଜୀବନଦାନ ଦେବା ପଡ଼ିଲା ମହଙ୍ଗା

ଓଭାଲ,୪।୯: ଚଳିତ ଓଭାଲ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ଓପନର ରୋହିତ ଶର୍ମା ଛକା ମାରି ଶତକ ପୂରଣ କରିଛନ୍ତି। ୨୦୪ ବଲର ସମ୍ମୁଖୀନ ହୋଇଥିବା...

ବିସିସିଆଇ ଏଥିକ୍ସ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି

ନୂଆଦିଲ୍ଲୀ, ୧୭ା୬ (ପି.ଟି.)- ବିସିସିଆଇର ଏଥିକ୍ସ ଅଫିସର ଓ ଅମ୍ବୁଡ୍ସମ୍ୟାନ ଭାବେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଡି.କେ. ଜୈନଙ୍କ କାର୍ଯ୍ୟକାଳ ମିଆଦ ଏକ ବର୍ଷ ବୃଦ୍ଧି...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଜାଗୁଆର୍ସର ପ୍ରଥମ ବିଜୟ

ଭୁବନେଶ୍ୱର, ୫।୧(କ୍ରୀଡ଼ା ପ୍ରତିନିଧି): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ସୋମବାର ଅନୁଷ୍ଠିତ ପ୍ରଥମ...

ପରିବେଶଭିତ୍ତିକ ହେବ ସାଇର ସମସ୍ତ ଷ୍ଟାଡିୟମ

ନୂଆଦିଲ୍ଲୀ,୫।୬(ପିଟି)- ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ସମସ୍ତ ଷ୍ଟାଡିୟମ ଓ ଏକାଡେମୀ ପରିବେଶଭିତ୍ତିକ ହେବ ବୋଲି ନୂଆ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ବୁଧବାର ଘୋଷଣା କରିଛନ୍ତି।...

ରେକର୍ଡ ସମକକ୍ଷ ହେବା ପରେ ଘାସ ଖାଇଲେ କିମ୍ବଦନ୍ତୀ

ଲଣ୍ଡନ,୧୧।୭: ବିଶ୍ୱର ନଂ ୧ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ୍‌ ଜୋକୋଭିଚ୍‌ ଚଳିତ ଓ୍ବିମ୍ବେଲଡନ ଓପନକୁ ଜିତି ନେଇଛନ୍ତି। ଫାଇନାଲରେ ମାଟେଓ ବରେଟିନିଙ୍କୁ ୬(୪)-୭,...

Advertisement
Archives

Model This Week