ମରାଠି ଡେବ୍ୟୁ: ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିବାରେ କୌଣସି କମି ରଖି ଥାଆନ୍ତି । ଏବେ ଅଭିନେତା ବଲିଉଡରୁ ସିଧା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲମ୍ଫ ମାରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ମହେଶ ମାଂଜରେକରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେଣି । ଏହି ଫିଲ୍ମରେ ସେ ତାଙ୍କର ୧୦୦ ପ୍ରତିଶତ ଏଫର୍ଟ ଦେବେ ବୋଲି କହିଛନ୍ତି । କାରଣ ଏହା ତାଙ୍କର ବହୁତ ନିକଟତର । ଫିଲ୍ମ ‘ଭେଡାତ ମରାଠେ ବୀର ଦୈଦାଲେ ସାତ’ ଛତ୍ରପତି ଶିବାଜୀ ମହାରାଜଙ୍କ ଅସଧାରଣ ବାହାଦୂରି ଉପରେ ଆଧାରିତ ଫିଲ୍ମ । ଫିଲ୍ମର ଘୋଷଣା ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କ ଉପସ୍ଥିତିରେ କରାଯାଇଥିଲା ।
ସୂଚନାଯୋଗ୍ୟ, ଏହାକୁ ନେଇ କଥା ହେବା ସମୟରେ ଅକ୍ଷୟ ପିଟିଆଇକୁ କହିଛନ୍ତି, ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭନୟ କରୁଛି, ରାଜ ଠାକରେଙ୍କ ଯୋଗୁଁ ମୋତେ ଏହି ଭୂମିକା ମିଳିଛି । ଠାକରେ କହିଥିଲେ. ଅକ୍ଷୟ ତୁମକୁ ଏହି ଚରିତ୍ରରେ ଅଭିନୟ କରିବା କଥା । ଆଉ ଏହା ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୋ ପାଇଁ ଏହା ବହୁତ ବଡ କଥା, ଏହା ବହୁତ ବଡ କାମ ଓ ଏଥିପାଇଁ ମୁଁ ମୋର ଶ୍ରେଷ୍ଠ ଏଫର୍ଟ ଦେବି ବୋଲି ଅକ୍ଷୟ କହିଛନ୍ତି ।
ଅକ୍ଷୟ କହିଛନ୍ତି .ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିବା ବହୁତ ବଡ ଗୁରୁ ଦାୟିତ୍ୱ । ମୁଁ ଏଥିପାଇଁ ଖୁବ୍ ଖୁସିଅଛି । ଏହାସହ ନିର୍ଦ୍ଦେଶକ ମହେଶ ମାଂଜରେକର କହିଛନ୍ତି ଛତ୍ରପତି ଶିବାଜୀ ଭୂମିକାରେ ଅକ୍ଷୟ ଠିକ୍ କଳାକାର । ସେ କହିଛନ୍ତି ଏହି ଭୂମିକା ପାଇଁ ଅକ୍ଷୟ ଉଚିତ କଳାକାର । ଆମେ ଜଣେ ନିଶ୍ଚିତ ବ୍ୟକ୍ତିତ୍ୱ ଓ ଲୁକ୍ ଚାହୁଁଥିଲୁ, ଆଉ ଅକ୍ଷୟଙ୍କୁ ହିନ୍ଦୁ ରାଜା ଭୂମିକା ପାଇଁ ଉପଯୁକ୍ତ କଳାକାର । ସୂଚନାଯୋଗ୍ୟ, ଏହି ଫିଲ୍ମ ମରାଠି, ହିନ୍ଦୀ, ତେଲଗୁ ଓ ତାମିଲ ଭାଷାରେ ରିଲିଜ୍ ହେବ । ଏହା ଆସନ୍ତା ବର୍ଷ ଦୀପାବଳିରେ ଦର୍ଶକଙ୍କ ମନୋରଞ୍ଜନ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?