ମରାଠି ଡେବ୍ୟୁ: ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିବାରେ କୌଣସି କମି ରଖି ଥାଆନ୍ତି । ଏବେ ଅଭିନେତା ବଲିଉଡରୁ ସିଧା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲମ୍ଫ ମାରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ମହେଶ ମାଂଜରେକରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ଅକ୍ଷୟ କୁମାର ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେଣି । ଏହି ଫିଲ୍ମରେ ସେ ତାଙ୍କର ୧୦୦ ପ୍ରତିଶତ ଏଫର୍ଟ ଦେବେ ବୋଲି କହିଛନ୍ତି । କାରଣ ଏହା ତାଙ୍କର ବହୁତ ନିକଟତର । ଫିଲ୍ମ ‘ଭେଡାତ ମରାଠେ ବୀର ଦୈଦାଲେ ସାତ’ ଛତ୍ରପତି ଶିବାଜୀ ମହାରାଜଙ୍କ ଅସଧାରଣ ବାହାଦୂରି ଉପରେ ଆଧାରିତ ଫିଲ୍ମ । ଫିଲ୍ମର ଘୋଷଣା ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ମହାରାଷ୍ଟ୍ର ନବନିର୍ମାଣ ସେନାର ମୁଖ୍ୟ ରାଜ ଠାକରେଙ୍କ ଉପସ୍ଥିତିରେ କରାଯାଇଥିଲା ।
ସୂଚନାଯୋଗ୍ୟ, ଏହାକୁ ନେଇ କଥା ହେବା ସମୟରେ ଅକ୍ଷୟ ପିଟିଆଇକୁ କହିଛନ୍ତି, ମୁଁ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭନୟ କରୁଛି, ରାଜ ଠାକରେଙ୍କ ଯୋଗୁଁ ମୋତେ ଏହି ଭୂମିକା ମିଳିଛି । ଠାକରେ କହିଥିଲେ. ଅକ୍ଷୟ ତୁମକୁ ଏହି ଚରିତ୍ରରେ ଅଭିନୟ କରିବା କଥା । ଆଉ ଏହା ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୋ ପାଇଁ ଏହା ବହୁତ ବଡ କଥା, ଏହା ବହୁତ ବଡ କାମ ଓ ଏଥିପାଇଁ ମୁଁ ମୋର ଶ୍ରେଷ୍ଠ ଏଫର୍ଟ ଦେବି ବୋଲି ଅକ୍ଷୟ କହିଛନ୍ତି ।
ଅକ୍ଷୟ କହିଛନ୍ତି .ଏଭଳି ଜଣେ ମହାନ ବ୍ୟକ୍ତିଙ୍କ ଚରିତ୍ରରେ ଅଭିନୟ କରିବା ବହୁତ ବଡ ଗୁରୁ ଦାୟିତ୍ୱ । ମୁଁ ଏଥିପାଇଁ ଖୁବ୍ ଖୁସିଅଛି । ଏହାସହ ନିର୍ଦ୍ଦେଶକ ମହେଶ ମାଂଜରେକର କହିଛନ୍ତି ଛତ୍ରପତି ଶିବାଜୀ ଭୂମିକାରେ ଅକ୍ଷୟ ଠିକ୍ କଳାକାର । ସେ କହିଛନ୍ତି ଏହି ଭୂମିକା ପାଇଁ ଅକ୍ଷୟ ଉଚିତ କଳାକାର । ଆମେ ଜଣେ ନିଶ୍ଚିତ ବ୍ୟକ୍ତିତ୍ୱ ଓ ଲୁକ୍ ଚାହୁଁଥିଲୁ, ଆଉ ଅକ୍ଷୟଙ୍କୁ ହିନ୍ଦୁ ରାଜା ଭୂମିକା ପାଇଁ ଉପଯୁକ୍ତ କଳାକାର । ସୂଚନାଯୋଗ୍ୟ, ଏହି ଫିଲ୍ମ ମରାଠି, ହିନ୍ଦୀ, ତେଲଗୁ ଓ ତାମିଲ ଭାଷାରେ ରିଲିଜ୍ ହେବ । ଏହା ଆସନ୍ତା ବର୍ଷ ଦୀପାବଳିରେ ଦର୍ଶକଙ୍କ ମନୋରଞ୍ଜନ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri