ମାରାଂବୁରୁ ବଞ୍ଚାଅ ଅଭିଯାନ ଆରମ୍ଭ

ବାରିପଦା ଅଫିସ/ ରାଇରଙ୍ଗପୁର,୧୮।୧(ଡି.ଏନ.ଏ.): ଝାଡ଼ଖଣ୍ଡର ଗିରିଡିହି ଜିଲା ପୀରଟାଣ୍ଡ ବ୍ଳକରେ ଅବସ୍ଥିତ ପାରସନାଥ ପର୍ବତକୁ ସାନ୍ତାଳ ଆଦିବାସୀମାନେ ଇଶ୍ୱର ଭାବେ ପୂଜା କରି ଆସୁଛନ୍ତି। ଏହି ପର୍ବତରେ ଆଦିବାସୀମାନଙ୍କର ଜାହେର ଥାନ (ପୂଜାସ୍ଥଳ) ରହିଛି। ଏହାକୁ ଝାଡ଼ଖଣ୍ଡ ସରକାର ଜାନୁଆରୀ ୫ରେ ଭାରତ ସରକାରଙ୍କୁ ପତ୍ର ଲେଖି ଜୈନ ସମାଜକୁ ହସ୍ତାନ୍ତର କରିଛନ୍ତି। ଏହାକୁ ନେଇ ବାରିପଦା ଜୋନାଲ କମିଟିର ସେଙ୍ଗଲ ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯାନର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁଙ୍କ ନେତୃତ୍ୱରେ ଜାନୁଆରୀ ୧୭ରୁ ‘ମାରାଂ ବୁରୁ ବଞ୍ଚାଅ ଅଭିଯାନ ଭାରତ ଯାତ୍ରା’ ଦେଶର ୫ଟି ପ୍ରଦେଶର ମୁଖ୍ୟାଳୟରେ ଆରମ୍ଭ କରାଯାଇଛି ା ବିକ୍ଷୋଭ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ ସେଙ୍ଗେଲ ସଭାପତି ନରେନ୍ଦ୍ର ହେମ୍ବ୍ରମ, ବାହାଦୂର ମୁର୍ମୁ, ମାଧବ ଚନ୍ଦ୍ର ମୁର୍ମୁ, ବିକାଶ ହେମ୍ବ୍ରମ, ବାବୁଲୁ ମୁର୍ମୁ, ପାନମଣି ହେମ୍ବ୍ରମ, ବନମାଳି ହଁାସଦାଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ଥିଲେ।
ସେହିପରି ରାଇରଙ୍ଗପୁର ଉପଜିଲାପାଳଙ୍କ କାଯର୍‌ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ଆଦିବାସୀ ସେଙ୍ଗେଲ ଅଭିଯାନ ସଂଗଠନର ରାଜ୍ୟ ସଭାପତି ନରେନ୍ଦ୍ର ହେମ୍ବ୍ରମ,ରାଇରଙ୍ଗପୁର ଶାଖା ସଂଗଠନର ସଭାପତି କାଲୁରାମ ମୁର୍ମୁ ଏବଂ ମହିଳା ସଭାନେତ୍ରୀ ମାହ୍ମ ହେମ୍ବ୍ରମଙ୍କ ନେତୃତ୍ୱରେ ଶତାଧିକ ମହିଳା ଏବଂ ଯୁବକର୍ମୀଗଣ ସାମିଲ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସାଲେପୁର ନାବାଳିକା ବଳାତ୍କାର-ହତ୍ୟା ମାମଲା: ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ହାଇକୋର୍ଟ 

କଟକ,୬ା୫(କାର୍ତ୍ତିକ ସାହୁ): ସାଲେପୁର ଥାନା ଅଞ୍ଚଳରେ ଘଟିଥିବା ଏକ ନାବାଳିକା ବଳାତ୍କାର ହତ୍ୟା ମାମଲାରେ ତଳକୋର୍ଟ ଦ୍ୱାରା ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଦଣ୍ଡକୁ ହାଇକୋର୍ଟ କୋହଳ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଖୁଣ୍ଟକୁ ପିଟିଲା କାର: ଚାଲିଗଲା ଚାଳକଙ୍କ ଜୀବନ

ଛତ୍ରପୁର,୬।୫(ଦିଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟାଗେଟ୍‌ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଖୁଣ୍ଟକୁ ଏକ କାର ଧକ୍କା ଦେଇ ଦୁର୍ଘଟଣା...

ଅଗ୍ନିକାଣ୍ଡରେ ଜଳିଗଲା ୧୦ଲକ୍ଷ ଟଙ୍କାର ସାମଗ୍ରୀ

ବ୍ରହ୍ମପୁର,୬ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗୋସାଇଁନୂଆଗାଁ ସାମନ୍ତରାୟ ଏକାଡେମୀ ନିକଟରେ ଥିବା ଏକ ଗୋଦାମରେ ସୋମବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋଦାମରେ ଥିବା ୧୦ ଲକ୍ଷରୁ...

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri