ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ: ୫ ଯବାନ ଶହୀଦ

ମାଲକାନଗିରି,୨୪ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲାର କନହର ଜଙ୍ଗଲ ରାସ୍ତାରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି। ଫଳରେ ୫ଜଣ ଯବାନ ଶହୀଦ ହେବା ସହ ୮ଜଣ ଗୁରୁତର ହୋଇଛନ୍ତି। ୨୧ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ୫ଶହୀଦ ଯବାନଙ୍କ ମଧ୍ୟରେ ଜଣେ ଗାଡ଼ିଚାଳକ ହୋଇଥିବା ବେଳେ ଅନ୍ୟ ୪ଜଣ ଡିଆର୍‌ଜି ଯବାନ ରହିଛନ୍ତି। ଖବରରୁ ପ୍ରକାଶ, ଏକ ବସ୍‌ରେ ୪୦ଜଣ ଯବାନ ମଙ୍ଗଳବାର ସକାଳେ କୋମ୍ବିଂ ଅପରେଶନରେ କନହର ଜଙ୍ଗଲକୁ ଯାଇଥିଲେ। ମଧ୍ୟାହ୍ନରେ ସେମାନେ ଫେରୁଥିବା ବେଳେ ସେମାନଙ୍କୁ ଟାର୍ଗେଟ୍‌ କରି ମାଓବାଦୀମାନେ ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଟାର୍ଗେଟ୍‌ ସ୍ଥାନରେ ବସ୍‌ଟି ପହଞ୍ଚବା ପରେ ବିସ୍ଫୋରଣ ହୋଇଥିଲା। ଗୁରୁତର ଆହତ ଯବାନଙ୍କୁ ସ୍ଥାନୀୟ ନାରାୟଣପୁର ଚିକିସତ୍ାଳୟରେ ଚିକିସତ୍ା କରାଯାଉଛି। ବିସ୍ଫୋରଣରେ ବସ୍‌ଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କୋମ୍ବିଂ ଅପରେଶନ ଜୋର୍‌ଦାର କରାଯାଇଛି। ଅଞ୍ଚଳର ସମସ୍ତ ସୀମା ସିଲ୍‌ ହୋଇଥିବା ଡିଜି(ମାଓବାଦୀ ଅପରେଶନ) ଅଶୋକ ଜୁନେଜା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅନୁଧ୍ୟାନ କଲେ ରାଜସ୍ବ କମିଶନର: ୯.୬୦ ଏକରରେ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ

ସାକ୍ଷୀଗୋପାଳ, ୪।୧୦(ଡି.ଏନ୍‌.ଏ.): ଓଡ଼ିଆ ଭାଷା ସାହିତ୍ୟର ଉତ୍ତରୋତ୍ତର ଗବେଷଣା ଲକ୍ଷ୍ୟ ନେଇ ପୁରୀ ଜିଲା ସତ୍ୟବାଦୀର ଐତିହାସିକ ବକୁଳବନ ସଂଲଗ୍ନ ୯. ୬୦ ଏକର ଜମିରେ...

୧ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଶିକ୍ଷକ

ନୟାଗଡ଼ ଅଫିସ,୧୪।୮-ଜଣେ ଶିକ୍ଷକଙ୍କ ଏମଏସ୍‌ପି (ବର୍ଦ୍ଧିତ ଦରମା) ମଞ୍ଜୁର କରାଇଦେବା ପାଇଁ ଅନ୍ୟ ଜଣେ ଶିକ୍ଷକ ୧ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

ଓଡଗାଁ, ରଣପୁର ପୋଲିସର ମିଳିତ ଚଢ଼ାଉ: ୨ ଅଟକ; ଗାଡ଼ି, ମାଉଜର, ଜୀବନ୍ତ ବୋମା ଜବତ

ରଣପୁର, ୨୦।୮(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ନୂଆ ସୁକଲ ଗ୍ରାମରେ ଓଡଗାଁ ଓ ରଣପୁର ପୋଲିସ ସୋମବାର ରାତ୍ରରେ ମିଳିତ ଭାବେ ଚଢ଼ାଉକରି ଦୁଇ...

ପ୍ରାର୍ଥିପତ୍ରରେ ତ୍ରୁଟି ଅଭିଯୋଗ: ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓ , ଏବିଡିଓଙ୍କ ସହ ଅଧିକାରୀଙ୍କୁ ତାଲା

ବାଲେଶ୍ୱର ଅଫିସ,୨।୨: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତର ଜଣେ ୱାର୍ଡ ମେମ୍ବର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ମଙ୍ଗଳବାର ପ୍ରାର୍ଥିପତ୍ର ଯାଞ୍ଚ କରାଯାଉଥିବା...

କାଳବୈଶାଖୀ ଦେଇଗଲା ଦୁଃଖ

କୋକସରା,୨୬ା୫(ଡି.ଏନ୍‌.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଥିଲା। ଝଡତୋଫାନରେ ବ୍ଲକର କାଶିବାହଲ ପଞ୍ଚାୟତ...

ଗୁଡ଼୍‌ଭେଲାରେ କାଳବୈଶାଖୀ: ଉଡ଼ିଗଲା ଛପର, ଭାଙ୍ଗିଲା ଗାଈ ଗୁହାଳ; ବିଦ୍ୟୁତ୍‌ ସରବରାହ ବ୍ୟାହତ

ଗୁଡ଼୍‌ଭେଲା,୨୫।୪(ଡି.ଏନ୍‌.ଏ.): ଗୋଟିଏ ପଟେ କରୋନା ସମସ୍ତଙ୍କ ଉପରେ ଦାଉ ସାଧୁଥିବାବେଳେ କାଳବୈଶାଖୀ ଲୋକଙ୍କ କଷ୍ଟ ଆହୁରି ବଢ଼ାଇଦେଇଛି। ଶୁକ୍ରବାର ହୋଇଥିବା କାଳବୈଶାଖୀରେ ବଲାଙ୍ଗୀର ଜିଲା ଗୁଡ଼୍‌ଭେଲା...

ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ ଜମି ଶୁଖିଲା: ସେଣାରେ ପାଣି ମଡ଼ାଇଲେ ଚାଷୀ

ମହାକାଳପଡ଼ା, ୩ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଧାନ କ୍ଷେତରେ ପାଣି ନାହିଁ। ଫଳରେ ଥୋଡ ଧାନ ବା ଫୁଲ ବାହାରିବା ସମୟରେ ଗଛ...

ଧୂଳିଧୂଆଁରେ ଅସ୍ତବ୍ୟସ୍ତ ଜୁରୁଡ଼ି-ବାମେବାରୀ

ଯୋଡ଼ା, ୧୦।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ତଥା ଖଣିଜ ଶିଳ୍ପ ସମୃଦ୍ଧ ଜୁରୁଡି ଖଣି ଅଞ୍ଚଳ ଶନିବାର ସମ୍ପୂର୍ଣ୍ଣ ଟ୍ରାଫିକ ଜାମ୍‌ ହୋଇଯାଇଥିଲା। ଏହା ଏବେ...

Advertisement
Archives

Model This Week