ବାର ମୁହଁରେ ବାର କଥା

ରାନୀ ନାୟକ

 

ସମାଜରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ପରିସ୍ଥିତି ବା ସମସ୍ୟାର ମୁକାବିଲା କରି ନ ପାରି ମଦ୍ୟପାନ କରନ୍ତି। ଆଉ କିଏ ନିଜର ସଉକ ମେଣ୍ଟେଇବାକୁ ଯାଇ ନିଶା ସେବନ କରନ୍ତି। ମଦ୍ୟପାନକୁ ନେଇ ଭାରତୀୟମାନଙ୍କ ସମ୍ପର୍କ ଅତି ଜଟିଳ। କିଏ ମଦ ସପକ୍ଷରେ ତ ଆଉ ଅନେକେ ବିପକ୍ଷରେ ମଧ୍ୟ ଅଛନ୍ତି। ସେଥିପାଇଁ ତ ମଦକୁ ନେଇ ବାର ମୁହଁରେ ବାର କଥା। ଆୟୁର୍ବେଦ ମତ ଅନୁସାରେ ମାଦକଦ୍ରବ୍ୟର ବ୍ୟାଖ୍ୟାରେ କୁହାଯାଇଛି ”ବୁଦ୍ଧି ଲୁପତି ଯଦ୍‌ ଦ୍ରବ୍ୟମ୍‌ ମଦକାରି ତଦୁଚ୍ୟତେ“। ଅର୍ଥାତ୍‌ ଯେଉଁ ବସ୍ତୁ ବୁଦ୍ଧିକୁ ନାଶ କରିଦିଏ, ତାହାକୁ ମଦକାରୀ କୁହାଯାଏ। ବିଶ୍ୱ ସାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ଯଦି ମଦ ବୋତଲରେ ଏକ ମାଂସ ଖଣ୍ଡ ପକାଇ ଦିଆଯାଏ ତେବେ ତାହା କିଛି ସମୟ ପରେ ଦ୍ରବିତ ହୋଇ ସୂକ୍ଷ୍ମ ତନ୍ତୁରେ ପରିଣତ ହୋଇଯିବ। ଏହି ପ୍ରକାର ରକ୍ତରେ ଆଲକାଇନର ଘନତ୍ୱ ୦.୨ ପ୍ରତିଶତରୁ ୦.୫ ପ୍ରତିଶତ ପହଞ୍ଚତ୍ୟାଏ ଓ ମଦ ପିଉଥିବା ବ୍ୟକ୍ତିର ତୁରନ୍ତ ମୃତ୍ୟୁ ହୋଇଯାଏ। ଇଟାଲିର ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ଯେ ‘କର୍କଟ ରୋଗର ମୁଖ୍ୟ କାରଣ ହେଉଛି ମଦ୍ୟପାନ’। ମୁଖ ଓ ଗଳା କର୍କଟ ରୋଗଗ୍ରସ୍ତ ପ୍ରାୟ ଶତକଡ଼ା ୮୦ ଭାଗ। ଏହାର କାରଣ ହେଉଛି ମଦ୍ୟପାନ କିମ୍ବା ନିଶାଦ୍ରବ୍ୟ ସେବନ । ମଦ୍ୟପାନ ଯୋଗୁ ଯକୃତରେ ପ୍ରଭାବ ପଡ଼ିଥାଏ।
ଭାରତରେ ମଦ ବିକ୍ରି ପ୍ରଥମେ ରବର୍ଟ କ୍ଲାଇବ ନାମକ ଜଣେ ଇଂରେଜଙ୍କ ଦ୍ୱାରା ୧୭୬୦ ମସିହାରେ କୋଲକାତାରେ ଆରମ୍ଭ ହୋଇଥିଲା। ଏହି ଜହର ରୂପକ ଜାଲରେ ସମସ୍ତେ ଛନ୍ଦି ହୋଇ ଅଛନ୍ତି। ଗାନ୍ଧିଜୀ କହିଥିଲେ ”ଦେଶ ସ୍ବାଧୀନ ହେବାର ୨୪ ଘଣ୍ଟା ମଧ୍ୟରେ ନିଶାକୁ ନିଷିଦ୍ଧ କରି ଏହା କାର୍ଯ୍ୟକାରୀ ହେବା କଥା, ମାତ୍ର ତାହା ହୋଇପାରିଲା ନାହିଁ। କାରଣ ମହାତ୍ମା ମଦକୁ ବିଦେଶୀ ମନେକରିବା ସହିତ ତାକୁ ‘ପାପ’ବୋଲି ମନେକରୁଥିଲେ। ଏକ ରିପୋର୍ଟରେ ଦର୍ଶାଇଯାଇଛି ଯେ, ଯେତିକି ମଦରେ ସରକାରଙ୍କ ଆଦାୟ ହୁଏ ତା’ର ଶହେଗୁଣ ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ଯୁଗ ବଦଳିବା ସହିତ ଲୋକଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି। ଲୋକ ଏବେ ଆଧୁନିକତା ଆଡ଼କୁ ଅଗ୍ରସର ହେଉଛନ୍ତି। କିନ୍ତୁ ଗାଁଠାରୁ ସହର ଯାଏ ସବୁଠି ଏବେ ମଦ ବାସ୍ନା ଭରିଯାଇଛି। ସହରରେ ୨୩୪ ପ୍ରତିଶତ ଓ ଗାଁରେ ୧୧୭ ପ୍ରତିଶତ ହାରରେ ପ୍ରତିବର୍ଷ ବିକ୍ରି ବଢୁଛି। ଭାରତରେ ମଦ ନିଷେଧ ବିହାର, ଗୁଜରାଟ, ମିଜୋରାମ, ନାଗାଲାଣ୍ଡ ଆଦି ରାଜ୍ୟରେ ଲାଗୁ ହୋଇଛି। ଅନ୍ୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି। ବୈଦିକ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଭାରତରେ ମଦକୁ ନେଇ ଅନେକ କଥା ଅଛି। ଆମେ ତ ବିଭିନ୍ନ ଦେବଦେବୀଙ୍କୁ ପୂଜା କରି ଆସୁଛନ୍ତି କିନ୍ତୁ ସେଥି ମଧ୍ୟରୁ ମଦର ବି ଜଣେ ଦେବୀ ଅଛନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ତାଙ୍କୁ ସୁରୀଦେବୀ ବୋଲି କୁହାଯାଏ। ଗ୍ରନ୍ଥରେ ଉଲ୍ଲେଖ ଅଛି ସମୁଦ୍ର ମନ୍ଥନ ବେଳେ ସୁରିଦେବୀ ସେଥିରୁ ପ୍ରକଟ ହୋଇଥିଲେ। ଦେବତାମାନଙ୍କୁ ସୁରା ଢାଳିବା ସମୟରେ ସେଥିରୁ କିଛି ବୁନ୍ଦା ପୃଥିବୀରେ ପଡ଼ିଗଲା। ସେହି ବୁନ୍ଦାଗୁଡିକରୁ ହିଁ ଜାତ ହୋଇଛି ଯେତେ ପ୍ରକାରର ନିଶାଦ୍ରବ୍ୟ। ନିର୍ଦ୍ଦିଷ୍ଟ ଭାବେ ମଦ କେବେଠାରୁ ଆରମ୍ଭ ହେଲା କିଛି ତଥ୍ୟ ନାହିଁ କିନ୍ତୁ ଅନେକ ତତ୍ତ୍ୱବିତ୍‌ମାନେ କୁହନ୍ତି ଆଜକୁ ୧୦ହଜାର ବର୍ଷ ତଳୁ ଏହା ଆରମ୍ଭ ହୋଇଛି। ଦିନ ଥିଲା ମଦକୁ ସାଧାରଣତଃ ଔଷଧି ରୂପେ ବ୍ୟବହାର କରାଯାଉଥିଲା। ଆଉ ତାକୁ ମଧ୍ୟ ଅନେକେ ବିକାର ଓ ମୃତ୍ୟୁ ରୂପକ ତରଳ ଜହର ରୂପେ ଜଣାଯାଏ। ଏହି ନିଶା ପାନ ଯୋଗୁ ଯଦୁ ବଂଶ ବି ଧ୍ୱଂସ ହୋଇଛି। ପ୍ରତିଦିନ ସକାଳୁ ଉଠୁ ଉଠୁ ବଳାତ୍କାର, ଦୁର୍ଘଟଣା, ହତ୍ୟା ଖବର ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ମଦ୍ୟପାନ ପାଇଁ କେତେ ସୁନା ସଂସାର ଚୂନା ହେବାରେ ଲାଗୁଛି। ତଥାପି ଆମେ ଚୁପ ହୋଇ ଦେଖିବା ଛଡ଼ା ଆଉ କିଛି ଉପାୟ ନାହିଁ। ଛାଡ଼ ଏସବୁ ଆମ ଲୋକଙ୍କୁ ଶୁଣେଇଲେ କିଛି ସୁଫଳ ମିଳିବ ନାହିଁ। କଥାରେ ଅଛି ”ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡ଼ା କାଠ।“ ଆମ ଲୋକ ହିଁ ସେଇଭଳି ହୋଇଗଲେଣି। ଛୋଟ ପିଲାଟିକୁ ଯଦି କହିବ ନିଆଁକୁ ଧରିବୁନି ହାତ ପୋଡ଼ିଯିବ, କିନ୍ତୁ ସେ ତାକୁ ଆହୁରି ଧରିବ ବୋଲି ମନ ବଳେଇବ। ସେମିତି ମଦକୁ ନେଇ ଯେତେ ସଚେତନ କଲେ ମଧ୍ୟ କିଛି ଲାଭ ନାହିଁ ସେମାନେ ପିଇବେ ହିଁ ପିଇବେ। ଆମ ଲୋକଙ୍କର ଏହା ଶୁଣି ଦେହସୁଆ ହୋଇଗଲାଣି।
ଢେଙ୍କାନାଳ
ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri