ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ ଅଭ୍ୟାସ ଜାରି ରଖିଛନ୍ତି ଅନେକ ପ୍ରତିଭାବାନ ଖେଳାଳି। ହେଲେ ହକିର ବିକାଶ ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଏଭଳି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଆବଶ୍ୟକ ସମ୍ମାନ ମିଳୁନାହିଁ। ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ୍‌ ବିଜୟ ପରେ ଭାରତୀୟ ପୁରୁଷ ହକି ଦଳକୁ ଛୁଟୁଛି ସବୁଆଡୁ ପ୍ରଶଂସା। ସେମିଫାଇନାଲରେ ପ୍ରବେଶ କରିଥିବା ମହିଳା ଦଳ ଅଳ୍ପକେ ପଦକରୁ ବଞ୍ଚତ୍ତ ହୋଇଥିଲେ ହେଁ ଚମତ୍କାର ପ୍ରଦର୍ଶନ ପାଇଁ ଜିତିଛନ୍ତି ହୃଦୟ। ଜାତୀୟ ପୁରୁଷ ଏବଂ ମହିଳା ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ସରକାରଙ୍କୁ ଏଥିଲାଗି ଦିଆଯାଉଛି ସମସ୍ତ ଶ୍ରେୟ। ଏହାପରେ ହକି ପ୍ରାୟୋଜକ ଅବଧିକୁ ଆହୁରି ୧୦ ବର୍ଷ ଯାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହେଲେ ଏକଦା ହକିର ଗଡ଼ ଥିବା ଢେଙ୍କାନାଳରେ ଏହି ଖେଳର ବିକାଶ ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ପଶ୍ଚିମ ଓଡ଼ିଶା ଭଳି ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଢେଙ୍କାନାଳରେ ହକିର ବିକାଶ ଲାଗି ଉଦ୍ୟମ କରାଗଲେ ବହୁ ଜାତୀୟସ୍ତରୀୟ ଖେଳାଳି ବାହାରିବେ ବୋଲି କ୍ରୀଡ଼ା ବିଶେଷଜ୍ଞମାନେ କହିଛନ୍ତି।

ଶିଳ୍ପବହୁଳ ଢେଙ୍କାନାଳରେ ହକି ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯାଉନାହିଁ। ପ୍ରୋତ୍ସାହନ, ଆନୁଷଙ୍ଗିକ ଆବଶ୍ୟକତା, ଆର୍ଥିକ ସହାୟତା ଏବଂ କ୍ରୀଡ଼ା ଉପକରଣ ଅଭାବବୋଧ ଅଭ୍ୟାସରେ ବାଧକ ସାଜିଛି। ଜିଲା ସଦରରେ ହକି ପ୍ରଶିକ୍ଷଣ ଲାଗି ଭଲ ପଡ଼ିଆଟିଏ ନ ଥିବା କ୍ରୀଡ଼ାବିତ୍‌ଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି। କିଛି ମାସ ପୂର୍ବରୁ ଟାଟା ନାଭାଲ ହକି ସେଣ୍ଟର ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ହକିର ବିକାଶ ଲାଗି ନିର୍ଦ୍ଦିଷ୍ଟ ଯୋଜନା କରାଯାଉନାହିଁ। ଉକ୍ତ ସ୍ପୋର୍ଟସ୍‌ ହବ୍‌ରେ ବ୍ୟାଡ୍‌ମିଣ୍ଟନ, ଲନ୍‌ ଟେନିସ୍‌ ଭଳି କ୍ରୀଡ଼ାକୁ ଅଗ୍ରାଧିକାର ଦିଆଯାଇଥିବାବେଳେ ହକି କୋଣଠେସା ହୋଇ ରହିଯାଇଥିବା ଅନେକେ ମତ ଦେଇଛନ୍ତି। ଅପରପକ୍ଷେ ଢେଙ୍କାନାଳ ମାଟିର ୩ ହକି ପ୍ରତିଭା ରାଞ୍ଚତ୍, ରାଉରକେଲା ଏବଂ ସୁନ୍ଦରଗଡ଼ରେ ପ୍ରଶିକ୍ଷକ ଭାବେ ନିୟୋଜିତ ଅଛନ୍ତି। ଜାତୀୟସ୍ତରରେ ସୁନାମ ଅର୍ଜିଥିବା ବରିଷ୍ଠ ପ୍ରଶିକ୍ଷକ ଗିରିଧାରୀ ସାମଲ ସରକାରଙ୍କ ନଜର ଆଢୁଆଳରେ ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁରରେ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି। ତାଙ୍କୁ ହକିର ବିକାଶ ଲାଗି ମାର୍ଗଦର୍ଶକ ଭାବେ ନିଯୁକ୍ତି ଦିଆଯାଉନାହିଁ। ଏଭଳି ସମୟରେ ସଦର ବ୍ଲକ ଜଙ୍ଖିରା ଗ୍ରାମରେ ନିଜ ଉଦ୍ୟମରେ ହକିକୁ ବଞ୍ଚାଇ ରଖିବା ଲାଗି ଉଦ୍ୟମ କରୁଛନ୍ତି ୫୦ଜଣ ଝିଅପୁଅ। ବିନା ଆଷ୍ଟ୍ରୋଟଫ୍‌ ପଡ଼ିଆରେ ଅଭ୍ୟାସ କରୁଥିବାରୁ ଆଘାତଜନିତ ସମସ୍ୟା ଆଶଙ୍କା ରହୁଛି। ତେଣୁ ଜିଲାର ହକିର ଗୌରବ ଫେରାଇ ଆଣିବାକୁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ହକିପ୍ରେମୀ, କ୍ରୀଡ଼ାବିତ୍‌ ଏବଂ କୋଚ୍‌ ଦାବି କରିଛନ୍ତି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକୋଣ୍ଡା ବିଡିଓଙ୍କ ଆଲବମ୍‌ ଭିଡିଓ ଭାଇରାଲ

ମାଲକାନଗିରି,୪ା୧୦ (ଡି.ଏନ.ଏ.)-ଚିତ୍ରକୋଣ୍ଡା ବିଡିଓ ଲରିମନ ଖର୍ସେଲଙ୍କ ଏକ ଆଲବମ୍‌ ଭିଡିଓ ଶନିବାର ଭାଇରାଲ ହୋଇଛି। ସେ ଜଣେ ଓଡିଶା ପ୍ରଶାସନିକ ଅଧିକାରୀ ହୋଇଥିବା ବେଳେ ସମ୍ପୃକ୍ତ...

ସୁଲତାଙ୍କ ହାତରେ ଅଟୋ ଷ୍ଟିଅରିଂ:ବାପା ଅସୁସ୍ଥ ଥିବାରୁ ପାଠ ଛାଡ଼ି ପରିବାର ପୋଷୁଛନ୍ତି ଆଦିବାସୀ ଝିଅ

ଜୟପୁର/ବୋରିଗୁମ୍ମା:୨ା୯(ନି.ପ୍ର./ଡି.ଏନ୍‌.ଏ.):ମାଟ୍ରିକ୍‌ରେ ଦ୍ୱିତୀୟ ଶ୍ରେଣୀରେ ପାସ୍‌ କରିଥିଲେ ସୁଲତା ଗୋଲରୀ। ବାପା ଅଟୋ ଚଳାଉଥିଲେ। କିନ୍ତୁ ହଠାତ୍‌ ସେ ଅସୁସ୍ଥ ହୋଇ ଘରେ ରହିବା ପରେ ପରିବାର...

ମା’ ତାରାଦେବୀଙ୍କ ଯାତ୍ରା ୮ମ ଦିନରେ: ୬ ସାହିରେ ଘଟ ପରିକ୍ରମା

ବ୍ରହ୍ମପୁର ଅଫିସ,୨୭ା୫-ବ୍ରହ୍ମପୁରର ଅନ୍ୟତମ ପ୍ରସିଦ୍ଧ ଲାଞ୍ଜିପଲ୍ଲୀ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ରବିବାର ଅଷ୍ଟମ ଦିବସରେ ପହଞ୍ଚିଛି। ଛୁଟିଦିନ ଥିବାରୁ ଅସ୍ଥାୟୀ ପୀଠରେ ମା’ଙ୍କ ଦର୍ଶନ...

ମୋଣ୍ଟେ-କାର୍ଲୋରୁ ଜୋକୋଭିଚ୍‌ ଭ୍ରାତାଙ୍କ ବିଦାୟ

ମୋନାକୋ (ଫ୍ରାନ୍ସ), ୧୬।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ତାଙ୍କ ଭ୍ରାତା ମାର୍କୋ ଏଠାରେ ଚାଲିଥିବା ମୋଣ୍ଟେ-କାର୍ଲୋ ମାଷ୍ଟର୍ସ ପ୍ରତିଯୋଗିତାର...

ଜବତ ସାମଗ୍ରୀର ମୂଳ ଉତ୍ସ ଖୋଜାଯାଉନି

କେନ୍ଦ୍ରାପଡ଼ା ଅଫିସ୍‌,୧୪ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା କାନପୁର ଛକରେ ସେପ୍ଟେମ୍ବର ୧୫ରେ ୫ ଜଣ ଦୁର୍ବୃତ୍ତ ଛିନ୍‌ତାଇ କରିଥିଲେ। ପିସ୍ତଲ ଦେଖାଇ ଓ ଫାୟାରିଂ...

ବିଡିଓଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି:୨୧।୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋହନା ବିଡିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ୍‌...

ଦୁର୍ଘଟଣା: ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ

ଯୋଡ଼ା,୨୫ା୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କରଣସାହିଠାରେ ଗୁରୁବାର ରାତିରେ ଏକ ବୋଲେରୋ ଦୁର୍ଘଟଣାରେ ଯୋଡ଼ା ପୌରପାଳିକାର ୫ କର୍ମଚାରୀ ଆହତ...

ବ୍ରିଜ୍‌ରୁ ପାତାଳି ନଦୀକୁ ଖସି ୨ ମୃତ

କୋରାପୁଟ,୫।୧୧(ସ୍ବ.ପ୍ର.): କୋରାପୁଟ ଜିଲାର ପାଡୁଆଠାରେ ମଙ୍ଗଳବାର ରାତିରେ ଏକ ବ୍ରିଜ୍‌ ନିକଟରେ କାର- ଓ ଅଟୋ ମୁହାଁମୁହିଁ ହୋଇ ଗାଡି ୨ଟି ପାତାଳୀ ନଦୀ ଭିତରକୁ...

Advertisement
Archives

Model This Week