ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ ଅଭ୍ୟାସ ଜାରି ରଖିଛନ୍ତି ଅନେକ ପ୍ରତିଭାବାନ ଖେଳାଳି। ହେଲେ ହକିର ବିକାଶ ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ଏଭଳି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଆବଶ୍ୟକ ସମ୍ମାନ ମିଳୁନାହିଁ। ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ୍‌ ବିଜୟ ପରେ ଭାରତୀୟ ପୁରୁଷ ହକି ଦଳକୁ ଛୁଟୁଛି ସବୁଆଡୁ ପ୍ରଶଂସା। ସେମିଫାଇନାଲରେ ପ୍ରବେଶ କରିଥିବା ମହିଳା ଦଳ ଅଳ୍ପକେ ପଦକରୁ ବଞ୍ଚତ୍ତ ହୋଇଥିଲେ ହେଁ ଚମତ୍କାର ପ୍ରଦର୍ଶନ ପାଇଁ ଜିତିଛନ୍ତି ହୃଦୟ। ଜାତୀୟ ପୁରୁଷ ଏବଂ ମହିଳା ହକି ଦଳର ପ୍ରାୟୋଜକ ଭାବେ ଓଡ଼ିଶା ସରକାରଙ୍କୁ ଏଥିଲାଗି ଦିଆଯାଉଛି ସମସ୍ତ ଶ୍ରେୟ। ଏହାପରେ ହକି ପ୍ରାୟୋଜକ ଅବଧିକୁ ଆହୁରି ୧୦ ବର୍ଷ ଯାଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ହେଲେ ଏକଦା ହକିର ଗଡ଼ ଥିବା ଢେଙ୍କାନାଳରେ ଏହି ଖେଳର ବିକାଶ ପ୍ରତି ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ପଶ୍ଚିମ ଓଡ଼ିଶା ଭଳି ରାଜ୍ୟର କେନ୍ଦ୍ରସ୍ଥଳରେ ଅବସ୍ଥିତ ଢେଙ୍କାନାଳରେ ହକିର ବିକାଶ ଲାଗି ଉଦ୍ୟମ କରାଗଲେ ବହୁ ଜାତୀୟସ୍ତରୀୟ ଖେଳାଳି ବାହାରିବେ ବୋଲି କ୍ରୀଡ଼ା ବିଶେଷଜ୍ଞମାନେ କହିଛନ୍ତି।

ଶିଳ୍ପବହୁଳ ଢେଙ୍କାନାଳରେ ହକି ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯାଉନାହିଁ। ପ୍ରୋତ୍ସାହନ, ଆନୁଷଙ୍ଗିକ ଆବଶ୍ୟକତା, ଆର୍ଥିକ ସହାୟତା ଏବଂ କ୍ରୀଡ଼ା ଉପକରଣ ଅଭାବବୋଧ ଅଭ୍ୟାସରେ ବାଧକ ସାଜିଛି। ଜିଲା ସଦରରେ ହକି ପ୍ରଶିକ୍ଷଣ ଲାଗି ଭଲ ପଡ଼ିଆଟିଏ ନ ଥିବା କ୍ରୀଡ଼ାବିତ୍‌ଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି। କିଛି ମାସ ପୂର୍ବରୁ ଟାଟା ନାଭାଲ ହକି ସେଣ୍ଟର ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ହକିର ବିକାଶ ଲାଗି ନିର୍ଦ୍ଦିଷ୍ଟ ଯୋଜନା କରାଯାଉନାହିଁ। ଉକ୍ତ ସ୍ପୋର୍ଟସ୍‌ ହବ୍‌ରେ ବ୍ୟାଡ୍‌ମିଣ୍ଟନ, ଲନ୍‌ ଟେନିସ୍‌ ଭଳି କ୍ରୀଡ଼ାକୁ ଅଗ୍ରାଧିକାର ଦିଆଯାଇଥିବାବେଳେ ହକି କୋଣଠେସା ହୋଇ ରହିଯାଇଥିବା ଅନେକେ ମତ ଦେଇଛନ୍ତି। ଅପରପକ୍ଷେ ଢେଙ୍କାନାଳ ମାଟିର ୩ ହକି ପ୍ରତିଭା ରାଞ୍ଚତ୍, ରାଉରକେଲା ଏବଂ ସୁନ୍ଦରଗଡ଼ରେ ପ୍ରଶିକ୍ଷକ ଭାବେ ନିୟୋଜିତ ଅଛନ୍ତି। ଜାତୀୟସ୍ତରରେ ସୁନାମ ଅର୍ଜିଥିବା ବରିଷ୍ଠ ପ୍ରଶିକ୍ଷକ ଗିରିଧାରୀ ସାମଲ ସରକାରଙ୍କ ନଜର ଆଢୁଆଳରେ ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁରରେ ଦୁର୍ଦ୍ଦିନରେ ଦିନ ବିତାଉଛନ୍ତି। ତାଙ୍କୁ ହକିର ବିକାଶ ଲାଗି ମାର୍ଗଦର୍ଶକ ଭାବେ ନିଯୁକ୍ତି ଦିଆଯାଉନାହିଁ। ଏଭଳି ସମୟରେ ସଦର ବ୍ଲକ ଜଙ୍ଖିରା ଗ୍ରାମରେ ନିଜ ଉଦ୍ୟମରେ ହକିକୁ ବଞ୍ଚାଇ ରଖିବା ଲାଗି ଉଦ୍ୟମ କରୁଛନ୍ତି ୫୦ଜଣ ଝିଅପୁଅ। ବିନା ଆଷ୍ଟ୍ରୋଟଫ୍‌ ପଡ଼ିଆରେ ଅଭ୍ୟାସ କରୁଥିବାରୁ ଆଘାତଜନିତ ସମସ୍ୟା ଆଶଙ୍କା ରହୁଛି। ତେଣୁ ଜିଲାର ହକିର ଗୌରବ ଫେରାଇ ଆଣିବାକୁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ହକିପ୍ରେମୀ, କ୍ରୀଡ଼ାବିତ୍‌ ଏବଂ କୋଚ୍‌ ଦାବି କରିଛନ୍ତି।

ରତନ ନାୟାର


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri