Posted inଜାତୀୟ

କଶ୍ମୀର ଶହୀଦ ଦିବସରେ ମେହବୁବାଙ୍କ ସମେତ ବହୁ ନେତା ଗୃହବନ୍ଦୀ

ଶ୍ରୀନଗର,୧୩ା୭: କଶ୍ମୀର ଶହୀଦ ଦିବସରେ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ଜମ୍ମୁ-କଶ୍ମୀରର ବହୁ ରାଜନେତାଙ୍କୁ ପ୍ରଶାସନ ପକ୍ଷରୁ ଗୃହବନ୍ଦୀ ରଖାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ୧୯୩୧ ଜୁଲାଇ ୧୩ରେ ଡୋଗ୍ରା ଶାସକଙ୍କ ସୈନ୍ୟ ୨୨ ଜଣ କଶ୍ମୀରୀଙ୍କୁ ହତ୍ୟା କରିଥିଲେ। ସେଥିପାଇଁ ଉକ୍ତ ଦିନକୁ ଶହୀଦ ଦିବସ ଭାବେ ପାଳନ କରାଯାଇଥାଏ। ଶହୀଦମାନଙ୍କ ସମାଧିସ୍ଥଳ ମାଜେର-ଇ-ଶୁହାଦାକୁ ଯେପରି ରାଜନେତାମାନେ ଯାଇ ନ ପାରିବେ, ସେଥିପାଇଁ ସେମାନଙ୍କୁ ଗୃହବନ୍ଦୀ କରାଯାଇଥିବା ଅଭିଯୋଗ ହୋଇଛି।

ଶ୍ରୀନଗରର ଖିମ୍ବେରସ୍ଥିତ ବାସଭବନରେ ଗୃହବନ୍ଦୀ ଥିବା ମେହବୁବା ସୋସିଆଲ ମିଡିଆ ଏକ୍ସ’ରେ ନିଜର ଅଭିଯୋଗ ଓ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ଘର ଫାଟକରେ ତାଲା ପକାଇ ଦିଆଯାଇଥିବା ପିଡିପି ନେତ୍ରୀ କହିଛନ୍ତି। ୯୨ ବର୍ଷ ପୂର୍ବେ କଶ୍ମୀରର ୨୨ ଜଣ ଶାସକଙ୍କ ଅତ୍ୟାଚାର, ଏକଚ୍ଛତ୍ରବାଦ ଓ ଅନ୍ୟାୟକୁ ବିରୋଧ କରି ଶହୀଦ ହୋଇଥିଲେ। ଏହି ଦିନର ଐତିହାସିକ ତଥା ସାଂସ୍କୃତିକ ଗୁରୁତ୍ୱ ରହିଛି। ଶହୀଦମାନଙ୍କ ବଳିଦାନକୁ ଏଭଳି ଚାପିଦେଇ ହେବନାହିଁ ବୋଲି ମେହବୁବା କହିଛନ୍ତି।

ସେହିପରି ପିପୁଲ୍ସ କନ୍‌ଫରେନ୍ସର ଅଧ୍ୟକ୍ଷ ସାଜଦ ଲୋନ୍‌ ମଧ୍ୟ ଗୃହବନ୍ଦୀ ଥିବା ଅଭିଯୋଗ କରିଛନ୍ତି। ତାଙ୍କୁ କୌଣସି କାରଣ ନ ଦର୍ଶାଇ ଗୃହବନ୍ଦୀ ରଖାଯାଇଛି। ଶହୀଦଙ୍କ କବରସ୍ଥାନକୁ ଯିବାରେ ଲୋକମାନଙ୍କ ଅଟକାଇବାର କାରଣ କ’ଣ ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି। ନ୍ୟାଶନାଲ କନ୍‌ଫରେନ୍ସର କଶ୍ମୀର ସଭାପତି ନାସିର ଅସ୍‌ଲାମ ଓ୍ବାନି ଅନୁରୂପ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ବାସଭବନ ଫାଟକକୁ ତାଲା ପକାଯାଇ ପୋଲିସ ମୁତୟନ କରାଯାଇଛି। ତେବେ ଶହୀଦମାନଙ୍କ ବଳିଦାନ ସବୁବେଳେ ମନେ ରହିବ ବୋଲି ଓ୍ବାନି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri