କାବୁଲ,୨୬ ।୫: ଆଫଗାନିସ୍ତାନର ରାଜଧାନୀ କାବୁଲରେ ବୁଧବାର ଏକ ମସଜିଦ ଓ ଉତ୍ତର ସହର ମଜାର-ଏ-ଶରିଫରେ ୩ ମିନି ବସରେ ହୋଇଥିବା ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକେ ଗୁରୁତର ଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।
ବଲ୍ଖ ପ୍ରାନ୍ତିୟ ପୋଲିସ ପ୍ରବକ୍ତା ଆଶିଫ ୱଜିରି କହିଛନ୍ତି, ବୋମା ସହରର ବିଭିନ୍ନ ଜିଲାରେ ୩ ମିନି ବସରେ ରଖାଯାଇଥିଲା । ଏହି ବିସ୍ଫୋରଣରେ ୧୫ ଜଣ ଆହତ ହୋଇଛନ୍ତି । ବଲ୍ଖ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ନଜିବୁଲ୍ଲାହ ତୱାନା କହିଛନ୍ତି ଗାଡିରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି ।