ପରଜା ମିନିଗୁଡ଼ିରେ ଭତ୍ତାରୁ ବଞ୍ଚିତ ଅନେକ ବୟସ୍କ

ନନ୍ଦାହାଣ୍ଡି,୧୫।୫(ଡି.ଏନ୍‌.ଏ.): ପରିଣତ ବୟସରେ ଆଖିକୁ ଭଲରେ ଦେଖାଯାଉନି। ଆଗଭଳି ଗୋଡ଼, ହାତ ମଧ୍ୟ କାମ କରୁନି। ତଥାପି ଅସହାୟ ଅବସ୍ଥାରେ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାହା ପାଇପାରି ନାହାନ୍ତି। ଏ ବୟସରେ ପେଟ ଚାଖଣ୍ଡକ ପାଇଁ ସଂଘର୍ଷ ଚଳାଇଛନ୍ତି। ନବଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପରଜା ମିନିଗୁଡ଼ି ଗାଁରୁ ଏଭଳି ଅଭିଯୋଗ ଆସିଛି। ଜଣେ ନୁହଁନ୍ତି ଗାଁର ଏକାଧିକ ବୟସ୍କ ଭତ୍ତାରୁ ବଞ୍ଚିତ ଥିବା ଜଣାପଡ଼ିଛି। ବୟସ ୭୦ ଛୁଇଁବା ପରେ ମଧ୍ୟ ଏମାନଙ୍କ ନିକଟରେ ସରକାରୀ ଯୋଜନାରେ ସହାୟତା ପହଞ୍ଚି ପାରିନାହିଁ। ଗାଁର ଗୌରୀ ଜାନି, ଭୀମ ଜାନି, କୁନୁ ଜାନି, ତୁଳସା ଜାନି, ପଦ୍ମା ଜାନିଙ୍କ ସମେତ ୧୨ରୁ ଊର୍ଦ୍ଧ୍ୱ ଯୋଗ୍ୟ ବ୍ୟକ୍ତି ଭତ୍ତା ପାଇବାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। ସେହିପରି ସ୍ବାମୀଙ୍କ ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁର ପଦ୍ମା ମୁଦୁଲି ବିଧବା ଭତ୍ତାରୁ ବଞ୍ଚିତ ଅଛନ୍ତି। କେତେଜଣଙ୍କ କ୍ଷେତ୍ରରେ ଆଧାର କାର୍ଡ ତ୍ରୁଟି ଦର୍ଶାଇ ଭର୍ତ୍ତା ପ୍ରଦାନ କରାଯାଉନାହିଁ। ଆଉ କେତେଜଣଙ୍କୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ ହୋଇଥିଲେ ମଧ୍ୟ ଭତ୍ତା ପ୍ରଦାନରେ ଅବହେଳା ପ୍ରଦର୍ଶନ କରାଯାଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ତେବେ ଏହି ଗୋଟିଏ ଗାଁ ନୁହେଁ ନିକଟସ୍ଥ ବିଭିନ୍ନ ପଞ୍ଚାୟତରେ ଅନେକ ହିତାଧିକାରୀ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ଚିତ ଥିବା ଜଣାପଡ଼ିଛି। ଭତ୍ତା ପାଇଁ ଆବେଦନ କରିବା ସହ ସରପଞ୍ଚଙ୍କ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ଯାଇଛନ୍ତି। ତଥାପି ସୁଫଳ ମିଳିନାହିଁ। ଫଳରେ ଏ ବୟସରେ ମଧ୍ୟ ବାହାରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିବା କହିଛନ୍ତି। ସରକାର ଯୋଜନା କରୁଥିଲେ ମଧ୍ୟ ତଳସ୍ତରରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉ ନ ଥିବାରୁ ପ୍ରକୃତ ହିତାଧିକାରୀ ଏହାର ଲାଭ ପାଉନାହାନ୍ତି। ତେଣୁ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଭତ୍ତା ପ୍ରଦାନ ନିମନ୍ତେ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ…

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହେଲେ ବ୍ୟକ୍ତି ବିଶେଷ

ନବରଙ୍ଗପୁର,୨୬।୧(ସଦାଶିବ ପ୍ରହରାଜ): ନବରଙ୍ଗପୁରଠାରେ ଜିଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ…

ବାଘଛାଲ ବିକ୍ରି କରୁଥିବା ବେଳେ ରେଡ୍‌ କଲା ବନବିଭାଗ, ୩…

ନବରଙ୍ଗପୁର,୨୩।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ରେଞ୍ଜ ନୁନୁପାଣି ଗ୍ରାମ ନିକଟରେ କଲରାପତରିଆ ବାଘ ଛାଲର ଡିଲ ଚାଲିଥିଲା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ବନ…

ପୋଖରୀହୁଡ଼ାରୁ ମିଳିଲା ନବଜାତ ଶିଶୁପୁତ୍ରର ମୃତଦେହ

ଉମରକୋଟ, ୧୮।୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୋଏଲାରବେଡ଼ା ଗାଁ ପୋଖରୀହୁଡ଼ାରୁ ରବିବାର ଜଣେ ନବଜାତକଙ୍କ ମୃତଦେହ ମିଳିଛି। ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ…

ହୋମଗାର୍ଡ ନିଯୁକ୍ତିରେ ଘୋଟାଲା ଅଭିଯୋଗ: ହାଇକୋର୍ଟଙ୍କ ନୋଟିସ୍

କଟକ,୧୫ା୧: ରାଜ୍ୟର ବିଭିନ୍ନ ଜିଲାରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଅନେକ ଜିଲାରୁ ନିଯୁକ୍ତିରେ ଅନିୟମିତତା ଖବର ଆସିବାରେ ଲାଗିଛି। ଏହାରି ମଧ୍ୟରେ ନବରଙ୍ଗପୁର ଜିଲାରେ…

ଧାନମଣ୍ଡି ଅବ୍ୟବସ୍ଥା: ନବରଙ୍ଗପୁରରେ ୧୨ ଘଣ୍ଟିଆ ବନ୍ଦ

ନବରଙ୍ଗପୁର,୧୪ା୧(ସଦାଶିବ ପ୍ରହରାଜ): ମଣ୍ଡିରେ ଧାନ କ୍ରୟ ଆରମ୍ଭରୁ ଅବ୍ୟବସ୍ଥା। ଚାଷୀଙ୍କୁ ଟୋକନ ପ୍ରଦାନରେ ଅହେତୁକ ବିଳମ୍ବ ସାଙ୍ଗକୁ କଟ୍‌ନି ଛଟ୍‌ନି ବାହାନାରେ ଶୋଷଣ। ସାମାନ୍ୟ ବିଳମ୍ବରେ ଧାନମଣ୍ଡିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri