Posted inଜାତୀୟ

୩୫ ଟଙ୍କା ଫେରସ୍ତ ପାଇଁ ୫ ବର୍ଷ ଲଢ଼ିଲେ

ନୂଆଦିଲ୍ଲୀ, ୩୧ା୫: ରାଜସ୍ଥାନର କୋଟା ସହର ବାସିନ୍ଦା ତଥା ଇଞ୍ଜିନିୟର ସୁଜିତ ସ୍ବାମୀ ରେଳ ଟିକେଟ କ୍ୟାନ୍‌ସେଲ ବାବଦ ସର୍ଭିସ ଟ୍ୟାକ୍ସ ୩୫ ଟଙ୍କା ପାଇବା ପାଇଁ ୫ ବର୍ଷ ଧରି ଜାରି ରଖିଥିବା ଲଢ଼େଇରେ ଜିତିଛନ୍ତି। ଏଥିସହ ତାଙ୍କ ଭଳି ଅର୍ଥ ଫେରସ୍ତ ଚାହୁଁଥିବା ଲୋକଙ୍କ ପାଇଁ ରାସ୍ତା ଫିଟିଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏବେ ୨ ଲକ୍ଷ ୯୮ ହଜାର ଆଇଆର୍‌ସିଟିସି ୟୁଜର୍ସଙ୍କୁ ରେଲ୍‌ଓ୍ବେ ପକ୍ଷରୁ ଟଙ୍କା ଫେରାଯିବ। ଏଥିପାଇଁ ମୋଟ ୨ କୋଟି ୪୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାପଡ଼ିଛି।
କହିଛନ୍ତି, ୨୦୧୭ ଏପ୍ରିଲରେ ସେ ରାଜସ୍ଥାନରୁ ଦିଲ୍ଲୀ ପାଇଁ ଟିକେଟ କାଟିଥିଲେ। ତାଙ୍କ ଗସ୍ତ ତାରିଖ ଥିଲା ଜୁଲାଇ ୨। ଅର୍ଥାତ ଏହା ପୂର୍ବଦିନ ଜିଏସ୍‌ଟି ବ୍ୟବସ୍ଥା ଲାଗୁ ହୋଇଥିଲା। କିନ୍ତୁ ଜିଏସ୍‌ଟି ବ୍ୟବସ୍ଥା ଆସିବା ପୂର୍ବରୁ ସେ ତାଙ୍କ ଟିକେଟ ବାତିଲ କରିଦେଇଥିଲେ। ଟିକେଟର ମୂଲ୍ୟ ୭୬୫ ଟଙ୍କା ଥିବାବେଳେ ରେଲ୍‌ଓ୍ବେ ତାଙ୍କୁ ୬୬୫ ଟଙ୍କା ଫେରାଇଥିଲା। କ୍ୟାନ୍‌ସେଲେଶନ ଚାର୍ଜ ପାଇଁ କେବଳ ୬୫ ଟଙ୍କା କାଟିବାର ନିୟମ ଥିବାବେଳେ ରେଲ୍‌ଓ୍ବେ ସର୍ଭିସ୍‌ ଟ୍ୟାକ୍ସ ବାବଦ ୩୫ ଟଙ୍କା ମିଶାଇ ମୋଟ ୧୦୦ ଟଙ୍କା ଫେରସ୍ତ କରି ନ ଥିଲା। ୩୫ ଟଙ୍କା ଫେରିପାଇବା ଦାବିରେ ସେ ଆଇନ ଅନୁସାରେ ଲଢ଼େଇ ଆରମ୍ଭ କରିଥିଲେ। ଏଥିପାଇଁ ସେ ପ୍ରାୟ ୫୦ ଆର୍‌ଟିଆଇ ଆବେଦନ କରିଥିଲେ। ଏ ସମ୍ପର୍କରେ ସେ ୩ ସରକାରୀ ବିଭାଗକୁ ଚିଠି ମଧ୍ୟ ଲେଖିଥିଲେ। ଟୁଇଟ୍‌ କରି ସେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ଜିଏସ୍‌ଟି କାଉନସିଲ ସମେତ ଅର୍ଥମନ୍ତ୍ରୀଙ୍କୁ ଟ୍ୟାଗ୍‌ କରିଥିଲେ। ୨୦୧୯ ମେ ୧ରେ ତାଙ୍କ ଆକାଉଣ୍ଟକୁ ୩୩ ଟଙ୍କା ଫେରିଥିଲା। ହେଲେ ଆଉ ୨ ଟଙ୍କା ପାଇଁ ସେ ପୁଣି ଆର୍‌ଟିଆଇରେ ଆବେଦନ ସହ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଗତ ଶୁକ୍ରବାର ସେ ଆଉ ୨ ଟଙ୍କା ଫେରିପାଇଛନ୍ତି। ସେଥିମଧ୍ୟରୁ ସେ ୫୩୫ ଟଙ୍କା ପିଏମ୍‌ କେୟାର୍ସ ଫଣ୍ଡକୁ ଦାନ କରିଥିବା କହିଛନ୍ତି। ଏବେ ୨ ଲକ୍ଷ ୯୮ ହଜାର ଲୋକ ଟିକେଟ ବାତିଲ ବାବଦ ୩୫ ଟଙ୍କା ଲେଖାଏ ପାଇବେ ବୋଲି ଆଇଆର୍‌ସିଟିସି ଏହାର ଆର୍‌ଟିଆଇ ପ୍ରଶ୍ନର ଉତ୍ତର ରଖି କହିଥିବା ସୁଜିତ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri