ଦ୍ୱନ୍ଦ୍ୱ ସାଙ୍ଗକୁ ଶୋଷଣ ଭୟ

ଭୁବନେଶ୍ୱର,୩୧।୫(ବ୍ୟୁରୋ):ରାଜ୍ୟରେ ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଯାଇ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲାଗିବ। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ ଲଗାଇବାକୁ ପଡ଼ିବ। ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ମେ’ ୨୬ରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଜୁନ୍‌ ମାସକୁ ଧରିଲେ ୭ ମାସ ଭିତରେ ରାଜ୍ୟରେ ଥିବା ପ୍ରାୟ ୪୫ ଲକ୍ଷ ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଯିବ। ଏହି ସମୟ ଭିତରେ ନମ୍ବର ପ୍ଲେଟ୍‌ କିଭଳି ବଦଳାଯିବ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କେବଳ ସ୍ବୀକୃତିପ୍ରାପ୍ତ ଡିଲର ନିକଟରେ ନମ୍ବର ପ୍ଲେଟ୍‌ ବଦଳା ଯାଇପାରିବ। ନମ୍ବର ପ୍ଲେଟ୍‌ ବଦଳାଇବା ଲାଗି ସମଗ୍ର ଦେଶ ପାଇଁ ୪୫ଟି ସ୍ବୀକୃତିପ୍ରାପ୍ତ ସଂସ୍ଥା ରହିଥିବା ବେଳେ ଓଡ଼ିଶା ନିମନ୍ତେ ୪ଟି ରହିଛି। କେବଳ ସେହି ସଂସ୍ଥା ହିଁ ନମ୍ବର ପ୍ଲେଟ୍‌ ବଦଳାଇବେ। ନୂଆ ନମ୍ବର ପ୍ଲେଟ୍‌ ପାଇଁ ଯାନବାହନ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକ୍ଚର୍ସ (ଏସ୍‌ଆଇଏଏମ୍‌) ପୋର୍ଟାଲରେ ହିଁ ଆବେଦନ କରିବାକୁ ହେବ, ଯାହାକି ଜୁନ୍‌ ୧ରୁ ଆରମ୍ଭ ହେବ। ଆବେଦନ ପରେ ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍‌ କେଉଁ ଭେଣ୍ଡରଙ୍କ ପାଖରେ ଉପଲବ୍ଧ ହୋଇପାରିବ, କେଉଁଠି ଓ କେତେବେଳେ ବଦଳାଯିବ ଓ କେତେ ଟଙ୍କା ଦେବାକୁ ହେବ, ତାହା ପ୍ରଦର୍ଶିତ ହେବ। ଗାଡ଼ି ମାଲିକ ସେମାନଙ୍କ ସୁବିଧା ଅନୁଯାୟୀ ଏଜେନ୍ସି ବାଛିବେ। ଭେଣ୍ଡର କିମ୍ବା ଏଜେନ୍ସି କେଉଁ ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳାଇବା ବାବଦରେ କେତେ ଟଙ୍କା ନେଉଛନ୍ତି ତାହାକୁ ନିଜ କାର୍ଯ୍ୟାଳୟରେ ପ୍ରଦର୍ଶିତ କରିବେ। ଗାଡ଼ିର ଫିଟ୍‌ନେସ, ବୀମା, ରେଜିଷ୍ଟ୍ରେଶନ ସାର୍ଟିଫିକେଟ, ପର୍‌ମିଟ, ପ୍ରଦୂଷଣ ସାର୍ଟିଫିକେଟ(ପିୟୁସି) ନ ଥିଲେ ଏବଂ ଟ୍ୟାକ୍ସ ଦିଆଯାଇ ନ ଥିଲେ ନୂଆ ନମ୍ବର ପ୍ଲେଟ୍‌ ମିଳିବ ନାହିଁ। ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟର ଗାଡ଼ି ନମ୍ବର ଏଠାରେ ବଦଳା ଯାଇପାରିବ ନାହିଁ। ଅନ୍ୟ ରାଜ୍ୟର ନମ୍ବର ପ୍ଲେଟ୍‌ ବଦଳାଇବାକୁ ହେଲେ ସେଥିପାଇଁ ଏନ୍‌ଓସି (ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ) ଆଣିବାକୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ରାଜ୍ୟ ପରିବହନ କମିଶନର ପୁରୁଣା ଗାଡ଼ି ନମ୍ବର ପ୍ଲେଟ୍‌ ବଦଳାଇବା ନେଇ ତାରିଖ ଧାର୍ଯ୍ୟ କରିବା ପରେ ମାଲିକମାନେ ଚିନ୍ତାରେ ପଡ଼ିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ପରିବହନ ବିଭାଗ ନମ୍ବର ପ୍ଲେଟ୍‌ ବଦଳାଇବା କାମ ଗାଡ଼ି ନିର୍ମାଣକାରୀ ସଂସ୍ଥା ହାତକୁ ଟେକିଦେଇଛି। ୪ଟି ସଂସ୍ଥା ଏବେ ରାଜ୍ୟରେ ପ୍ରତି ମାସରେ ୭ରୁ ୮ ଲକ୍ଷ ନୂଆ ଗାଡ଼ିର ନମ୍ବର ପ୍ଲେଟ୍‌ ଲଗାଉଛନ୍ତି। ଏଥିସହିତ ପୁରୁଣା ଗାଡ଼ିର ନମ୍ବର ପ୍ଲେଟ୍‌
ବଦଳାଇବାକୁ ହେବ। ଫଳରେ ଆଗାମୀ ୭ ମାସ ଯାଏ ଅତିରିକ୍ତ ୭ରୁ ୮ ଲକ୍ଷ ଗାଡ଼ିର ନମ୍ବର ପ୍ଳେଟ୍‌ ବଦଳାଇବା ପାଇଁ ସେହି ସଂସ୍ଥାଗୁଡ଼ିକର ଭିତ୍ତିଭୂମି ଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି। ନମ୍ବର ପ୍ଲେଟ୍‌ ବଦଳାଇବା ପାଇଁ କେତେ ଟଙ୍କା ଦେବାକୁ ହେବ ସେ ନେଇ ମଧ୍ୟ ପ୍ରକାଶିତ ବିଜ୍ଞପ୍ତିରେ କିଛି କୁହାଯାଇନାହିଁ। ଡିଲରମାନେ ଅବଧି ଶେଷ ହେଉଥିବା ଡର ଦେଖାଇ ଗାଡ଼ି ମାଲିକଙ୍କଠାରୁ ମନଇଚ୍ଛା ଦର ଭିଡ଼ିବା ଆଶଙ୍କା ରହିଛି। ଏଥିଯୋଗୁ ଗାଡ଼ି ମାଲିକ ଶୋଷିତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଅନ୍ୟପକ୍ଷରେ ଇଣ୍ଟରନେଟ୍‌ ବିଷୟରେ ଧାରଣା ନ ଥିବା ବ୍ୟକ୍ତିମାନଙ୍କୁ ସାଇବର କାଫେ ଉପରେ ନିର୍ଭର କରିବାକୁ ପଡ଼ିବ। ଏଥିପାଇଁ ଗାଡ଼ି ଚାଳକଙ୍କୁ ୧୦୦ରୁ ୨୦୦ ଟଙ୍କା ଅତିରିକ୍ତ ଖର୍ଚ୍ଚ କରିବାକୁ ପଡ଼ିପାରେ।
ମିଳିଥିବା ସୂଚନା ଅନୁଯାୟୀ, ଦୁଇଚକିଆ ଯାନ ବିକ୍ରି କରୁଥିବା ଡିଲରମାନେ ନୂଆ ଗାଡ଼ି ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ ବାବଦରେ ୩୫୦ରୁ ୫୦୦ ଟଙ୍କା ନେଉଥିବାବେଳେ ଚାରିଚକିଆ ଲାଗି ୬୦୦ରୁ ୧ ହଜାର ନେଉଛନ୍ତି। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ କୌଣସି ଦର ନିର୍ଦ୍ଧାରଣ ହୋଇ ନ ଥିବାରୁ ଅଲଗା ଅଲଗା ଯାନ ପାଇଁ ଭିନ୍ନ ଭିନ୍ନ ଦର ରହିଛି। ପୁରୁଣା ୨ଚକିଆ ଗାଡ଼ି ପାଇଁ ୩୦୦ରୁ ୫୦୦ ଓ ୪ଚିକିଆ ପାଇଁ ୧୫୦୦ ଟଙ୍କା ପଡ଼ିବ ବୋଲି ଭୁବନେଶ୍ୱରେ ଦୁଇ ଓ ଚାରିଚକିଆ ଯାନ ବିକ୍ରି କରୁଥିବା ଏକ ସଂସ୍ଥାର ମୁଖ୍ୟ ସୂଚନା ଦେଇଛନ୍ତି। ପୁରୁଣା ଗାଡ଼ି ପାଇଁ କୌଣସି ଦର ଧାର୍ଯ୍ୟ ହୋଇ ନ ଥିବାରୁ ଗାଡ଼ି ମାଲିକଙ୍କୁ ଦେଢ଼ରୁ ଦୁଇଗୁଣା ଦେବାକୁ ପଡ଼ିବା ଏକପ୍ରକାର ସ୍ପଷ୍ଟ ହୋଇଛି।
ପରିବହନ ବିଭାଗ ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି କହିଛନ୍ତି, ନମ୍ବର ପ୍ଲେଟ୍‌ ବଦଳାଇବା କାର୍ଯ୍ୟ ରାଜ୍ୟ ସରକାରଙ୍କ ହାତରେ ନାହିଁ। ସରକାର ମଧ୍ୟ ଏ ବାବଦ ମୂଲ୍ୟ ଧାର୍ଯ୍ୟ କରିପାରିବେ ନାହିଁ। ନୂଆ ଗାଡ଼ିର ନମ୍ବର ପ୍ଲେଟ୍‌ ପାଇଁ ଯେତିକି ଟଙ୍କା ଦେବାକୁ ପଡୁଛି ପୁରୁଣା ଗାଡ଼ିରେ ସେତିକି ଦେବାକୁ ପଡ଼ିବ। ଯଦି କୌଣସି ଗାଡ଼ିର କାଗଜପତ୍ର ଠିକ୍‌ ନ ଥିବ ତେବେ ସେହି ଗାଡ଼ିର ନମ୍ବର ପ୍ଲେଟ୍‌ ବଦଳା ଯାଇପାରିବ ନାହିଁ। ଯଦି ଧାର୍ଯ୍ୟ ସମୟରେ ନମ୍ବର ପ୍ଲେଟ୍‌ ଲାଗିବାରେ ସମସ୍ୟା ହେବ ତେବେ ଜନସାଧାରଣଙ୍କ ହିତକୁ ଦେଖି ପରିବହନ ବିଭାଗ ଅବଧି ବଢ଼ାଇ ପାରିବ।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଗାଡ଼ିର ପଞ୍ଜୀକରଣ ନମ୍ବରର ଶେଷ ଅଙ୍କ ୧ ଓ ୨ ରହିଛି ସେହି ଗାଡ଼ିଗୁଡ଼ିକ ଅଗଷ୍ଟ ୩୧ ମଧ୍ୟରେ ଏଚ୍‌ଏସ୍‌ଆରପି ଲଗାଇବେ। ସେହିପରି ଶେଷ ଅଙ୍କ ୩ ଓ ୪ ପାଇଁ ସେପ୍ଟେମ୍ବର ୩୦, ୫ ଓ ୬ ପାଇଁ ଅକ୍ଟୋବର ୩୧, ୭ ଓ ୮ ପାଇଁ ନଭେମ୍ବର ୩୦ ଏବଂ ଶେଷ ଅଙ୍କ ୯ ଓ ୦ ପାଇଁ ଡିସେମ୍ବର ୩୧ ଧାର୍ଯ୍ୟ କରାଯାଇଛି। ଏଚ୍‌ଏସ୍‌ଆରପିକୁ ମନଇଚ୍ଛା ବଦଳାଯାଇପାରିବ ନାହିଁ। ଯଦି ଭାଙ୍ଗିଯିବ ତେବେ ସମ୍ପୃକ୍ତ ଅଞ୍ଚଳର ଥାନାରେ ଲିଖିତ ଆକାରରେ ଜଣାଇବାକୁ ପଡ଼ିବ। ନୂଆ ନମ୍ବର ପ୍ଲେଟ୍‌ ପାଇଁ ଏଫ୍‌ଆଇଆର କପି ସହ ଏସ୍‌ଆଇଏଏମ୍‌ ପୋର୍ଟାଲରେ ଆବେଦନ କରିବାକୁ ହେବ। ଯେଉଁମାନେ ଏହି ପ୍ଲେଟ ବ୍ୟବହାର କରିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ମୋଟର ଯାନ ଆଇନ-୧୯୮୮ର ସେକ୍ସନ ୧୯୨ ଅନୁଯାୟୀ ୫ ହଜାରରୁ ୧୦ ହଜାର ଟଙ୍କା ଯାଏ ଜରିମାନା କରାଯିବ।
ଦୁଇଚକିଆ ଯାନରେ ପରିବା ବ୍ୟବସାୟ କରୁଥିବା ଜଗନ୍ନାଥ ସାହୁ କହିଛନ୍ତି ଯେ, ସରକାର ନୂଆ ନିୟମ କରିଛନ୍ତି। ଆମେ ସେ ବିଷୟରେ କିଛି ଜାଣିପାରୁନୁ। କେଉଁଠି ନମ୍ବର ପ୍ଲେଟ୍‌ ବଦଳାଇବୁ, କେତେଟଙ୍କା ଦେବୁ। କମ୍ପ୍ୟୁଟର କ’ଣ ଆମେ ଜାଣିନୁ। ଦିଓଳି ଖଟିଲେ ଓଳିଏ ଚୁଲି ଜଳୁଛି। ସରକାର ଆମଭଳି ଗରିବଙ୍କ ଲାଗି କିଛି ସ୍ବତନ୍ତ୍ର ବ୍ୟବସ୍ଥା କରନ୍ତୁ।
ଉଲ୍ଲେଖଯୋଗ୍ୟ, ଏଚ୍‌ଏସ୍‌ଆରପି ସାଧାରଣ ନମ୍ବର ପ୍ଲେଟ୍‌ଠାରୁ ଭିନ୍ନ। ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଦେଶର ସୁରକ୍ଷା, ଗାଡ଼ି ଚୋରି ରୋକିବା, ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାରେ ଏହି ନମ୍ବର ପ୍ଲେଟ୍‌ ବେଶ୍‌ ଉପାଦେୟ ହୋଇପାରିବ। ନମ୍ବର ପ୍ଲେଟ୍‌ରେ ଥିବା ଲେଜର କୋଡ୍‌କୁ ପରିବହନ ବିଭାଗର ଆପ୍‌ ସହ ସଂଯୋଗ କରାଯାଇଛି। ଏଥିରେ ଗାଡ଼ି ମାଲିକଙ୍କ ସମସ୍ତ ତଥ୍ୟ ରହିଛି। ଗାଡ଼ି ଚୋରିହେଲେ ଠାବ କରିବା ସହଜ ହେବ। ଏଥିସହିତ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରୁଥିବା ମାଲିକଙ୍କ ବିରୋଧରେ ଜରିମାନା ଚାଲାଣ ପଠାଇବା ମଧ୍ୟ ସହଜ ହେବ। ପ୍ରତ୍ୟେକ ନମ୍ବର ପ୍ଲେଟ୍‌ ପାଇଁ ସିଙ୍ଗଲ କୋଡ୍‌ ରହିବ। ସ୍ନାପ ବୋଲ୍‌ଟିଂ ଜରିଆରେ ଗାଡ଼ିରେ ପ୍ଲେଟ୍‌ ଲଗାଯାଉଥିବାରୁ ଏହାକୁ ଖୋଲିବା ସହଜ ହେବନାହିଁ। ଖୋଲିବାକୁ ଉଦ୍ୟମ କଲେ ତାହା ଭାଙ୍ଗିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ବନ୍ୟା ପରେ ତିବ୍ଦତବାସୀଙ୍କୁ ଡରାଇଲା ଭୂମିକମ୍ପ

କାଠମାଣ୍ଡୁ,୩।୯: ନେପାଳ ସୀମା ନିକଟବର୍ତ୍ତୀ ଏକ ସହରରେ ଭୟଙ୍କର ବନ୍ୟା ତାଣ୍ଡବ ରଚିବାର କିଛି ଦିନ ପରେ, ଗୁରୁବାର ତିବ୍ଦତରେ 5.0 ତୀବ୍ରତାର ଭୂମିକମ୍ପ ଆସିଥିଲା। ଜାତୀୟ…

ମନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ! ଝିଅ ଅଭିଯୋଗ କରିବାରୁ…

ହାଇଦ୍ରାବାଦ,୩।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କୁ ତୁରନ୍ତ କ୍ୟାବିନେଟରୁ ବହିଷ୍କାର କରିଛନ୍ତି; ଏଥିପାଇଁ ରାଜ୍ୟପାଳଙ୍କ ନିକଟକୁ ଏକ ସୁପାରିଶ ପଠାଯାଇଥିଲା। ତେଲଙ୍ଗାନା ବନମନ୍ତ୍ରୀ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

ଦେଢ଼ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ଜଣଙ୍କୁ ଗିରଫ କରି…

ସମ୍ବଲପୁର,୩ା୯(ପ୍ରମୋଦ): ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଛକ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇ ପ୍ରାୟ ୧୨ ଗ୍ରାମ ବ୍ରାଉନସୁଗାର ଜବତ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ! ୨୨ ଦିନ ଏହି ୪ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର

ପଞ୍ଚାଙ୍ଗ ଅନୁସାରେ, ସାହସ ଓ ପରାକ୍ରମର କାରକ ଗ୍ରହ ମଙ୍ଗଳ ୨ ସେପ୍ଟେମ୍ବର ୨୦୨୬, ବୁଧବାର ଦିନ ଆର୍ଦ୍ରା ନକ୍ଷତ୍ରରୁ ପୁନର୍ବସୁ ନକ୍ଷତ୍ରରେ ପ୍ରବେଶ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri