Posted inଖେଳ

ମାର୍କ୍ୱେଜ ଭାରତୀୟ ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌

ଆଦିଲ୍ଲୀ, ୨୦ା୭: ସ୍ପେନ୍‌ର ମାନୋଲୋ ମାର୍କ୍ୱେଜ ଭାରତୀୟ ସିନିୟର ପୁରୁଷ ଫୁଟ୍‌ବଲ ଦଳର ନୂଆ ମୁଖ୍ୟ କୋଚ୍‌ ଭାବେ ମନୋନୀତ ହୋଇଛନ୍ତି। ବହିଷ୍କୃତ ଇଗର ଷ୍ଟିମାକ୍‌ଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି। ମାର୍କ୍ୱେଜ ବର୍ତ୍ତମାନ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ଗୋଆ ଏଫ୍‌ସିର ଦାୟିତ୍ୱରେ ଅଛନ୍ତି। ଶନିବାର ଏଠାରେ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିଥିଲା। ଏଥିରେ ୫୫ବର୍ଷୀୟ ମାର୍କ୍ୱେଜଙ୍କ ନିଯୁକ୍ତି ଚୂଡ଼ାନ୍ତ ହୋଇଥିଲା।

ଜାତୀୟ ଦଳ ପାଇଁ ଫୁଲ୍‌ ଟାଇମ୍‌ କାର୍ଯ୍ୟ କରିବା ପୂର୍ବରୁ ୨୦୨୪-୨୫ ସିଜନରେ ଏହି ସ୍ପାନିଶ କୋଚ୍‌ ବର୍ତ୍ତମାନ ପାଇଁ ଉଭୟ ଆଇଏସ୍‌ଏଲ୍‌ ଫ୍ରାଞ୍ଚାଇଜ ଓ ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ଦ୍ୱୈତ ଦାୟିତ୍ୱ ନିର୍ବାହ କରିବେ। ମୁଖ୍ୟ କୋଚ୍‌ ଭାବେ ମାର୍କ୍ୱେଜଙ୍କ କାର୍ଯ୍ୟକାଳ ଅବଧି ସମ୍ପର୍କରେ ଏଆଇଏଫ୍‌ଏଫ୍‌ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ। ଭାରତୀୟ ଦଳ ୨୦୨୬ ଫିଫା ବିଶ୍ୱକପ୍‌ କ୍ୱାଲିଫାୟର୍ସର ତୃତୀୟ ରାଉଣ୍ଡରେ ପ୍ରବେଶ କରି ନ ପାରିବାରୁ ଜୁନ୍‌ ୧୭ରେ ଷ୍ଟିମାକ୍‌ ମୁଖ୍ୟ କୋଚ୍‌ ପଦବୀରୁ ବହିଷ୍କୃତ ହୋଇଥିଲେ।

ସୂଚନାଯୋଗ୍ୟ, ମାର୍କ୍ୱେଜ ୨୦୨୦ରୁ ଭାରତୀରେ ଦଳର କୋଚିଂ ଦେଇ ଆସୁଛନ୍ତି। ସେ ଦୁଇଟି ଆଇଏସ୍‌ଏଲ କ୍ଲବ ପାଇଁ କାର୍ଯ୍ୟ କରିଛନ୍ତି। ସେ ଏଫ୍‌ସି ଗୋଆ (୨୦୨୩-ବର୍ତ୍ତମାନ)ରେ ଯୋଗ ଦେବା ପୂର୍ବରୁ ପ୍ରଥମେ ହାଇଦ୍ରାବାଦ ଏଫ୍‌ସି (୨୦୨୦-୨୩) ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ତାଙ୍କ ତତ୍ତ୍ୱାବଧାନରେ ହାଇଦ୍ରାବାଦ ଏଫ୍‌ସି ୨୦୨୧-୨୨ରେ ଆଇଏସ୍‌ଏଲ୍‌ ଟାଇଟଲ ଜିତିପାରିଥିଲା। ଓଭରଅଲ୍‌ ମାର୍କ୍ୱେଜ ସ୍ପେନ୍‌ରେ ବହୁଦିନ ଧରି କୋଚ୍‌ ଭାବେ କାର୍ଯ୍ୟ କରିଛନ୍ତି।

ସେ ୨୦୧୭ରେ ଲା’ ଲିଗା ଦଳ ଲାସ୍‌ ପାମାସ ଦାୟିତ୍ୱରେ ଥିଲେ। ସେ ଆହୁରି ମଧ୍ୟ ଲସ୍‌ ପାମାସ ‘ବି’ ଏସ୍ପାନୟଲ ‘ବି’, ବାଡାଲୋନା, ପ୍ରାଟ୍‌ ଓ ୟୁରୋପା ଭଳି ସ୍ପାନିଶ ଲୋୟର ଡିଭିଜନ କ୍ଲବକୁ କୋଚିଂ ଦେଇଛନ୍ତି। ଭାରତୀୟ ସିନିୟର ଫୁଟ୍‌ବଲ ଦଳର ମୁଖ୍ୟ କୋଚ୍‌ ହେବା ମୋ ପାଇଁ ଏକ ଗୌରବର ବିଷୟ। ଭାରତ ଏକ ସୁନ୍ଦର ଦେଶ। ଏହି ଦେଶର ଲୋକମାନଙ୍କ ସହିତ ମୁଁ ସଂଶ୍ଲିଷ୍ଟ ହୋଇଯାଇଛି। ଭାରତୀୟ ଫୁଟବଲ ଯେପରି ଉଲ୍ଲେଖନୀୟ ସଫଳତା ହାସଲ କରିପାରିବ ସେ ଦିଗରେ ମୁଁ ଯଥା ସମ୍ଭବ ଉଦ୍ୟମ କରିବି ବୋଲି ମାର୍କ୍ୱେଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?