ମନ ମୋହୁଛି ମନୋଜଙ୍କ ନିଆରା କଳାକୃତି

କଟକ ଅଫିସ, ୪ା୧୦: ସେ ପାଠ ପଢ଼ିବା ପାଇଁ କଟକ ଆସିଥିଲେ। ଟ୍ୟୁଶନ କରି ପାଠ ପଢ଼ୁଥିଲେ। ହଠାତ କୋଭିଡ୍‌ ସ୍ଥିତି ଯୋଗୁ ଲକ୍‌ଡାଉନ୍‌ ଘୋଷଣା ହେଲା। ଏହି ସମୟରେ ଟ୍ୟୁଶନ ବନ୍ଦ ହୋଇଗଲା। ତେଣୁ କ’ଣ କରିବେ ସେନେଇ ଚିନ୍ତାରେ ପଡ଼ିଗଲେ। ତେବେ ମିଳୁଥିବା ସମୟର ସଦୁପଯୋଗ ଲାଗି ସେ ପ୍ରଥମେ କେତୋଟି ନିଆରା କଳାକୃତି କଲେ। ଏସବୁର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲେ। ତାଙ୍କୁ ଢ଼େର୍‌ ପ୍ରଶଂସା ମିଳିଲା। ଏହା ତାଙ୍କୁ ପ୍ରେରଣା ଦେଲା। ଫଳରେ ସେ ଭିନ୍ନ କଳାକୃତି କରିବା ନିଶାରେ ପଡ଼ିଗଲେ। ନିଆରା କଳାକୃତିର ଏହି ଅନୁପମ କାରିଗର ଜଣକ ହେଉଛନ୍ତି କଟକ ସିଡିଏ-୭ରେ ରହୁଥିବା ମନୋଜ କୁମାର ସାହୁ (୨୫)। ତାଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ଗ୍ରାମରେ। ବାପା ହେଉଛନ୍ତି ରାମଚନ୍ଦ୍ର ସାହୁ ଓ ମାଆ ପ୍ରମିଳା ସାହୁ।
ମନୋଜ କାଜୁରେ ଜଗନ୍ନାଥ, ଧାନରେ ରଥ, ସାବୁନରେ କଟକ ଚଣ୍ଡୀ, ଆଇସକ୍ରିମ କାଠିରେ ଅରଟ ଓ ଦୁର୍ଗା, ଗୋଟାଗୁଆରେ ଲକ୍ଷ୍ମୀ ପ୍ରଭୃତି ବହୁ କଳାକୃତି କରିଛନ୍ତି। ଏସବୁ ତାଙ୍କୁ ଜଣେ ନିଆରା ଚିତ୍ରକରର ପରିଚୟ ଦେଇଛି। ତାଙ୍କର ବିଭିନ୍ନ କଳାକୃତି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପ୍ରଶଂସା ସାଉଣ୍ଟୁଛି। ମନୋଜ କହିଛନ୍ତି, ତାଙ୍କ ଲକ୍ଷ୍ୟ ଥିଲା ଅଲଗା। ସେ ପାଠ ପଢ଼ିବା ପାଇଁ କଟକ ଆସିଥିଲେ। ଟ୍ୟୁଶନ କରି ପଢ଼ୁଥିଲେ। ମାତ୍ର ଲକ୍‌ଡାଉନ୍‌ ସମୟରେ ଟ୍ୟୁଶନ ବନ୍ଦ ହୋଇଯାଇଥିଲା। ଏହି ସମୟରେ ସେ କଳାକୃତି ନିଶାରେ ପଡ଼ିଗଲେ। ସେ ପ୍ରଥମେ କାଗଜରେ ଶ୍ରୀଜଗନ୍ନାଥଙ୍କ ପ୍ରତିଛବି ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କଲେ। ଏହାକୁ ଦେଖି ବହୁ ଲୋକ ତାଙ୍କୁ ପ୍ରଶଂସା କଲେ। ଏହାପରେ ସେ ଡାଲିରେ ସାନ୍ତାକ୍ଲଜ୍‌, ଚକଲେଟ୍‌ରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା, ରସୁଣରେ ଶିବ, କଉଡ଼ିରେ ଜଗନ୍ନାଥ, ଭଙ୍ଗାଦୀପରେ ଗଣେଶ ଏବଂ ଅଣ୍ଡାପେଟିରେ ଶିମିଳିପାଳ ଜଙ୍ଗଲ ଆଦି କଳାକୃତି ତିଆରି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏପର୍ଯ୍ୟନ୍ତ ସେ ୩୦ରୁ ଉର୍ଦ୍ଧ୍ୱ କଳାକୃତି ତିଆରି କରିସାରିଲେଣି। ଯଦି ସରକାରଙ୍କ ତରଫରୁ ତାଙ୍କୁ କିଛି ପ୍ରୋତ୍ସାହନ ମିଳନ୍ତା, ତେବେ ସେ ଆଗକୁ ଆଗେଇବା ସହ ଅନେକ ନିଆରା ଓ ମନଲୋଭା କଳାକୃତି ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିପାରନ୍ତେ ବୋଲି ମନୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?