ମନ ମୋହୁଛି ମନୋଜଙ୍କ ନିଆରା କଳାକୃତି

କଟକ ଅଫିସ, ୪ା୧୦: ସେ ପାଠ ପଢ଼ିବା ପାଇଁ କଟକ ଆସିଥିଲେ। ଟ୍ୟୁଶନ କରି ପାଠ ପଢ଼ୁଥିଲେ। ହଠାତ କୋଭିଡ୍‌ ସ୍ଥିତି ଯୋଗୁ ଲକ୍‌ଡାଉନ୍‌ ଘୋଷଣା ହେଲା। ଏହି ସମୟରେ ଟ୍ୟୁଶନ ବନ୍ଦ ହୋଇଗଲା। ତେଣୁ କ’ଣ କରିବେ ସେନେଇ ଚିନ୍ତାରେ ପଡ଼ିଗଲେ। ତେବେ ମିଳୁଥିବା ସମୟର ସଦୁପଯୋଗ ଲାଗି ସେ ପ୍ରଥମେ କେତୋଟି ନିଆରା କଳାକୃତି କଲେ। ଏସବୁର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲେ। ତାଙ୍କୁ ଢ଼େର୍‌ ପ୍ରଶଂସା ମିଳିଲା। ଏହା ତାଙ୍କୁ ପ୍ରେରଣା ଦେଲା। ଫଳରେ ସେ ଭିନ୍ନ କଳାକୃତି କରିବା ନିଶାରେ ପଡ଼ିଗଲେ। ନିଆରା କଳାକୃତିର ଏହି ଅନୁପମ କାରିଗର ଜଣକ ହେଉଛନ୍ତି କଟକ ସିଡିଏ-୭ରେ ରହୁଥିବା ମନୋଜ କୁମାର ସାହୁ (୨୫)। ତାଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭାରପଡ଼ା ଗ୍ରାମରେ। ବାପା ହେଉଛନ୍ତି ରାମଚନ୍ଦ୍ର ସାହୁ ଓ ମାଆ ପ୍ରମିଳା ସାହୁ।
ମନୋଜ କାଜୁରେ ଜଗନ୍ନାଥ, ଧାନରେ ରଥ, ସାବୁନରେ କଟକ ଚଣ୍ଡୀ, ଆଇସକ୍ରିମ କାଠିରେ ଅରଟ ଓ ଦୁର୍ଗା, ଗୋଟାଗୁଆରେ ଲକ୍ଷ୍ମୀ ପ୍ରଭୃତି ବହୁ କଳାକୃତି କରିଛନ୍ତି। ଏସବୁ ତାଙ୍କୁ ଜଣେ ନିଆରା ଚିତ୍ରକରର ପରିଚୟ ଦେଇଛି। ତାଙ୍କର ବିଭିନ୍ନ କଳାକୃତି ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପ୍ରଶଂସା ସାଉଣ୍ଟୁଛି। ମନୋଜ କହିଛନ୍ତି, ତାଙ୍କ ଲକ୍ଷ୍ୟ ଥିଲା ଅଲଗା। ସେ ପାଠ ପଢ଼ିବା ପାଇଁ କଟକ ଆସିଥିଲେ। ଟ୍ୟୁଶନ କରି ପଢ଼ୁଥିଲେ। ମାତ୍ର ଲକ୍‌ଡାଉନ୍‌ ସମୟରେ ଟ୍ୟୁଶନ ବନ୍ଦ ହୋଇଯାଇଥିଲା। ଏହି ସମୟରେ ସେ କଳାକୃତି ନିଶାରେ ପଡ଼ିଗଲେ। ସେ ପ୍ରଥମେ କାଗଜରେ ଶ୍ରୀଜଗନ୍ନାଥଙ୍କ ପ୍ରତିଛବି ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କଲେ। ଏହାକୁ ଦେଖି ବହୁ ଲୋକ ତାଙ୍କୁ ପ୍ରଶଂସା କଲେ। ଏହାପରେ ସେ ଡାଲିରେ ସାନ୍ତାକ୍ଲଜ୍‌, ଚକଲେଟ୍‌ରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା, ରସୁଣରେ ଶିବ, କଉଡ଼ିରେ ଜଗନ୍ନାଥ, ଭଙ୍ଗାଦୀପରେ ଗଣେଶ ଏବଂ ଅଣ୍ଡାପେଟିରେ ଶିମିଳିପାଳ ଜଙ୍ଗଲ ଆଦି କଳାକୃତି ତିଆରି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏପର୍ଯ୍ୟନ୍ତ ସେ ୩୦ରୁ ଉର୍ଦ୍ଧ୍ୱ କଳାକୃତି ତିଆରି କରିସାରିଲେଣି। ଯଦି ସରକାରଙ୍କ ତରଫରୁ ତାଙ୍କୁ କିଛି ପ୍ରୋତ୍ସାହନ ମିଳନ୍ତା, ତେବେ ସେ ଆଗକୁ ଆଗେଇବା ସହ ଅନେକ ନିଆରା ଓ ମନଲୋଭା କଳାକୃତି ତିଆରି କରି ରାଜ୍ୟ ପାଇଁ ଗୌରବ ଆଣିପାରନ୍ତେ ବୋଲି ମନୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri