Posted inଖେଳ

ଡେବ୍ୟୁ ମ୍ୟାଚ୍‌ ଦିନ ହୋଟେଲ ରୁମ୍‌କୁ ଯାଇ ପ୍ରବଳ କାନ୍ଦିଥିଲେ ଏହି କ୍ରିକେଟର୍‌, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟର ମନୋଜ ତିୱାରୀ ଆଜିକାଲି କ୍ରିକେଟଠାରୁ ଦୂରରେ ଅଛନ୍ତି। ସେ ପୂର୍ବ ଆଇପିଏଲ ସିଜନରେ ଅଂଶଗ୍ରହଣ କରି ନ ଥିବା ବେଳେ ୨୦୧୫ ମସିହାରୁ ସେ ଭାରତୀୟ ଦଳ ବାହାରେ ଅଛନ୍ତି। ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଟେଷ୍ଟ ଡେବ୍ୟୁ ବିଷୟରେ ମନୋଜ ତିୱାରୀ କହିଛନ୍ତି ଯେ ଯେଉଁ ଦିନ ତାଙ୍କୁ ଡେବ୍ୟୁ କରିବାକୁ ପଡିବ, ସେ ତାଙ୍କ ହୋଟେଲ ରୁମକୁ ଯାଇ ବହୁତ କାନ୍ଦିଲେ। ଏହି ଘଟଣାର ପ୍ରାୟ ୧୩ ବର୍ଷ ବିତିଗଲାଣି, ତଥାପି ତାଙ୍କର ଗୋଟିଏ ଦୁଃଖ ଅଛି। ମନୋଜ କହିଛନ୍ତି ଯେ ୨୦୦୭ରେ ସେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ସେ ଦଳ ସହ ବାଂଲାଦେଶ ଯାଇଥିଲେ ମଧ୍ୟ ମ୍ୟାଚରେ ଭାଗ ନେଇପାରି ନ ଥିଲେ। ଫିଲ୍ଡିଂ ଅଭ୍ୟାସ ସମୟରେ ତାଙ୍କ କାନ୍ଧ ଆଘାତ ହୋଇଥିଲା। ଫଳରେ ସେ ଅଂଶଗ୍ରହଣ କରିପାରି ନ ଥିଲେ। ସେତେବେଳେ ଭଲ ଫର୍ମରେ ଥିଲି କିନ୍ତୁ ଆଘାତ ହେତୁ ମୁଁ ମ୍ୟାଚ ଖେଳି ପାରିଲି ନାହିଁ। ସେଦିନ ମୁଁ ହୋଟେଲ ରୁମକୁ ଯାଇ ବହୁତ କାଥିଥିଲି ବୋଲି ସେ କହିଚନ୍ତି।
ଫେବୃଆରୀ ୨୦୦୮ରେ ମନୋଜ ତିୱାରୀ ଶେଷରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିବାର ସୁଯୋଗ ପାଇଲେ। ତାଙ୍କୁ ଅଷ୍ଟ୍ରେଲିଆରେ ଟ୍ରାଇ ସିରିଜ ପାଇଁ ଦଳରେ ସୁଯୋଗ ଦିଆଯାଇଥିଲା। ତେବେ ବ୍ରିସବେନରେ ଡେବ୍ୟୁ ମ୍ୟାଚ୍‌ରେ ତାଙ୍କୁ ବ୍ରେଟ ଲି ମାତ୍ର ଦୁଇ ରନରେ ଆଉଟ୍‌ କରିଥିଲେ। ଏହା ପରେ ତାଙ୍କୁ ଫେରିବା ପାଇଁ ତିନି ବର୍ଷ ଲାଗିଗଲା। ମନୋଜ ତିୱାରୀ ୧୨ଟି ଏକଦିବସୀୟ ମ୍ୟାଚ ଖେଳି ୨୬.୦୯ ହାରରେ ୨୮୭ ରନ କରିଥିଲେ। ଏଥି ସହିତ ସେ ୩ଟି ଟି-୨୦ ମ୍ୟାଚ ମଧ୍ୟ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଟୋକିଓ,୩୧।୭: ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ସୁପରଷ୍ଟାର ତଥା ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟର ଫାଇନାଲରେ...

ରାଉରକେଲା, ଭଦ୍ରକ ବିଜୟୀ

ଭୁବନେଶ୍ୱର, ୫।୭(ତପନ ସ୍ବାଇଁ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃଜିଲା ମହିଳା କ୍ରିକେଟ ଟୁର୍ନାମେଣ୍ଟ (ଫେଜ୍‌-୨)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଉରକେଲା ଓ...

ଫାଇନାଲ ମ୍ୟାଚ୍‌ରେ ପୁଣି ବର୍ଷା

ଅହମଦାବାଦ,୨୯।୫: ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩(ଆଇପିଏଲ୍‌)ର ଫାଇନାଲ ମ୍ୟାଚ୍‌ରେ ପୁଣି ବର୍ଷା ବାଧକ ସାଜିଛି। ଫଳରେ ମ୍ୟାଚ୍‌ ଅଧାରୁ...

ମୁଖ୍ୟ କାର୍ଯ୍ୟନିର୍ବାହୀ ସାହନୀଙ୍କୁ ଛୁଟିରେ ପଠାଇଲା ଆଇସିସି, କାର୍ଯ୍ୟକାଳ ପୂରାହେବା ପୂର୍ବରୁ ଇସ୍ତଫା ଦେଇପାରନ୍ତି

ନୂଆଦିଲ୍ଲୀ,୧୧।୩(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମୁଖ୍ୟ କାର୍ଯନିର୍ବାହୀ (ସିଇଓ) ମନୁ ସାହନୀଙ୍କୁ ଛୁଟିରେ ଆଇସିସି ପଠାଇଛି। ଫଳରେ ସେ...

ବିଶ୍ୱକପ୍‌ରେ ଶ୍ରୀଲଙ୍କାର ନୂଆ ଅଧିନାୟକ

ଗୁଆହାଟୀ,୨୧ା୫(ପି.ଟି.)- ଦଳର ନେତୃତ୍ୱ ଭାର ବିଫଳତାଠାରୁ ଆରମ୍ଭ କରି ପ୍ରଶାସନିକ ବିବାଦ ଯୋଗୁ ପୂର୍ବତନ ଚାମ୍ପିୟନ ଶ୍ରୀଲଙ୍କା ଦଳକୁ ବିଶ୍ୱକପ୍‌ରେ କେବଳ ଚମତ୍କାର ହିଁ ବଞ୍ଚାଇପାରିବ।...

ଭାଇରସ୍‌ କର୍ଫ୍ୟୁ ଉଲ୍ଲଂଘନ: ଖେଳାଳିଙ୍କୁ ୬ମାସ ସସ୍‌ପେଣ୍ଡ

ବେଜିଂ, ୮ା୬ (ଏପି.): କରୋନାଭାଇରସ୍‌ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଚାଇନିଜ୍‌ ଫୁଟ୍‌ବଲ ଆସୋସିଏଶନ (ସିଏଫ୍‌ଏ) ୧୯ବର୍ଷରୁ କମ୍‌ ଜାତୀୟ ଦଳର ୬ ଜଣ...

କ୍ରିକେଟର ଗୁଗୁଲ ବୟ

ଜୟପୁର, ୧୭।୬: ଏବେ ସାରା ବିଶ୍ୱରେ ଚାଲିଛି କ୍ରିକେଟ୍‌ ଫିବର୍‌। ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପକୁ ନେଇ କିଏ ଭବିଷ୍ୟବାଣୀ କଲେଣି ତ ଆଉ କିଏ...

କାର ଦୁର୍ଘଟଣାରେ ଟାଇଗର ଉଡ୍ସ ଗୁରୁତର

ଲସ୍‌ ଏଞ୍ଜେଲ୍ସ, ୨୫।୨ (ପି.ଟି.): ଆମେରିକୀୟ ଗଲ୍ଫ ସୁପରଷ୍ଟାର ଟାଇଗର ଉଡର୍‌ସ କାର ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଦୁଇ ଗୋଡ଼ରେ ଗଭୀର...

Advertisement
Archives

Model This Week