Posted inଜାତୀୟ

ପ୍ରଶାନ୍ତ କିଶୋରଙ୍କ ପଟକଥା ବୁଝିବାକୁ ହେଲେ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ: ମନୋଜ ଝା

ପାଟନା,୪ ।୧୦: ବିହାର ରାଜନୀତିରେ ଆଜିକାଲି କଥା କଟାକଟି ଯୋରସୋରରେ ଚାଲିଛି । ଶବ୍ଦର ଏହି ଯୁଦ୍ଧ ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ ଝା ବି ଏଣ୍ଟ୍ରି ମାରିଛନ୍ତି । ମନୋଜ ଝା ସୋମବାର ରାନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଶାନ୍ତ କିଶୋର ଗୋଟିଏ ଦିନ ପୂର୍ବରୁ କହିଥିଲେ ୧୯୯୦ ପରେ ବିହାରରେ କିଛି ବଦଳି ନାହିଁ । ଏବେ ଏହାର ଜବାବ ଦେଇ ମନୋଜ ଝା କହିଛନ୍ତି, ରାଜନୀତିର ଚାଣକ୍ୟ ବିହାରକୁ ସ୍ପେଶାଲ ଷ୍ଟାଟସ ଦେବା କଥାକୁ ଦବାଇ ଦିଆଯିବାକୁ ନେଇ ଚୁପଥିବା ବେଳେ ମହତ୍ୱହିନ କଥା ଉଠାଉଛନ୍ତି ।
ଏମପି ମନୋଜ ଝା କହିଛନ୍ତି, ମୋତେ ଲାଗିଲା କେନ୍ଦ୍ର ସରକାର ବିହାରକୁ ସ୍ପେଶାଲ ଷ୍ଟାଟସ ଦେବାକୁ ବାରମ୍ବାର ମନା କରୁଥିବା ଘଟଣାକୁ ନେଇ ପ୍ରଶାନ୍ତ କିଶୋର କଥା ଉଠାଇବେ । ହେଲେ ସେ ଏବେ ଯେଉଁ କଥା ଉଠାଇଛନ୍ତି ତାହାର କୌଣସି ମହତ୍ୱ ନାହିଁ । ଯାହା କହିବା କଥା ତାକୁ ନେଇ ପ୍ରଶାନ୍ତ ଚୁପ ଥିବା ବେଳେ ଯାହାର କୌଣସି ମହତ୍ୱ ନାହିଁ ସେହି କଥାକୁ ଉଠାଉଛନ୍ତି ରାଜନୀତିର ଏହି ଚାଣକ୍ୟ । ମନୋଜ କହିଛନ୍ତି ପ୍ରଶାନ୍ତ କିଶୋରଙ୍କ ପଟକଥାକୁ ବୁଝିବାକୁ କୌଣସି ରକେଟ ସାଇନ୍ସ ବୁଝିବା ଜରୁରୀ ନୁହେଁ ।
ମନୋଜ ଆହୁରି ମଧ୍ୟ କହିଛନ୍ତି, ବିହାରକୁ ବୁଝିବାକୁ ଆପଣଙ୍କୁ ପ୍ରଥମେ ଏହାର ବିଶ୍ଳେଷଣ କରିବା ଦରକାର । ଯେତେବେଳେ ଝାଡ଼ଖଣ୍ଡ ଅଲଗା ହେଲା ସେତେବେଳେ ବିହାରକୁ କ’ଣ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଝାଡ଼ଖଣ୍ଡ ଯୋଗୁ ଆମ ଉଦ୍ଦ୍ୟୋଗର ମୂଳଦୁଆ ମଜଭୁତ ଥିଲା । ଝାଡ଼ଖଣ୍ଡ ଅଲଗା ହେବା ପରେ ସରକାର ବିହାରକୁ କାହିଁକି ସ୍ପେଶାଲ ଷ୍ଟାଟସ ଦେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଗୋଟିଏ ବିଶେଷ ପ୍ୟାକେଜ କାହିଁକି ଦିଆଗଲା ନାହିଁ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କାହିଁକି ଚୁପ ବସିଛନ୍ତି । ଝା କହିଛନ୍ତି, ସେ ଚେତାବନୀ ଦେଉଛନ୍ତି ଯେ ବିହାର ଏକ ଜ୍ୱାଳାମୁଖୀ ଉପରେ ବସିଛି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri