ଆସନ୍ତା ୧୦ରେ କଳାହାଣ୍ଡି ଗସ୍ତ କରିବେ ମନମୋହନ ସାମଲ, ଆଗାମୀ ନିର୍ବାଚନକୁ ନେଇ ଦେବେ ଗୁରୁମନ୍ତ୍ର

ଭବାନୀପାଟଣା,୮।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୧୦ ତାରିଖ ଶୁକ୍ରବାର ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଗସ୍ତ ରହିଛି । ଉକ୍ତ ଦିନ ସେ ଭବାନୀପାଟଣାରେ ଅନୁଷ୍ଠିତ ହେବାକୁ ଥିବା ସ୍ଵଚ୍ଛ ଭାରତ ଅଭିଯାନ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଜନ ସମ୍ପର୍କ ଅଭିଯାନ ଆଦି କାର୍ଯ୍ୟକ୍ରମରେ ସାମିଲ ହେବେ ।

ସେହିପରି ଭାଗିରଥି ଇନ ଠାରେ ସାଙ୍ଗଠାନିକ ବୈଠକରେ ଯୋଗଦେଇ ଜିଲାର
ସାଙ୍ଗଠାନିକ ସ୍ଥିତିର ସମୀକ୍ଷା କରିବେ । ଏହାସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ତାଙ୍କ ସହ ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଉପସ୍ଥିତ ରହିବେ ବୋଲି ଭାଜପା କଳାହାଣ୍ଡି ଜିଲା ସଭାପତି ଯୁଗଳ କିଶୋର ପୋଢ଼ ସୂଚନା ଦେଇଛନ୍ତି ।

 

Dharitri – Odisha’s No.1 Odia Daily

Share