ଭୁବନେଶ୍ୱର, ୧୦।୯: ଦିଲ୍ଲୀରୁ ଫେରିଲେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ବିରତ ରହିବା ନେଇ ମନମୋହନ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡିର ଦଳୀୟ ନିଷ୍ପତ୍ତି, ଭାଜପା ନିଜ ରାସ୍ତାରେ ଅଛି। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନମୋହନ। ଅନ୍ୟପଟେ ସୋମବାର ଦିଲ୍ଲୀ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମୋହନ-ମନମୋହନ ମିଳିତ ଭାବେ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଥିଲା।
ସେପଟେ ଆଜି ଅପରାହ୍ଣରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଅପରାହ୍ଣ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ ହେବ। ବୈଠକରେ ବିଭିନ୍ନ ବିଭାଗର ୫ରୁ ଅଧିକ ପ୍ରସ୍ତାବ ଆସିପାରେ। ମୁଖ୍ୟତଃ ରାଜସ୍ବ, ପୂର୍ତ୍ତ, ଜଳସଂପଦ ବିଭାଗର ପ୍ରସ୍ତାବ ଅଛି ।

