Posted inଜାତୀୟ

ଚାଞ୍ଚଲ୍ୟକର ଖୁଲାସା: ୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ

ନୂଆଦିଲ୍ଲୀ,୧ା୫(ପି.ଟି.):ଗତବର୍ଷ ଭାଜପା ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିବାବେଳେ ମେ’ ୪ରେ ପୋଲିସର ଶରଣ ଚାହିଁଥିଲେ କୁକି-ଜୋମି ସମ୍ପ୍ରଦାୟର ୨ ମହିଳା। ମଣିପୁର ପୋଲିସ ଅଧିକାରୀ ସେମାନଙ୍କୁ ନିରାପଦ ସ୍ଥାନରେ ଆଶ୍ରୟ ଦେବା ପରିବର୍ତ୍ତେ କାଙ୍ଗପୋକ୍‌ସି ଜିଲାର ମେଇତି ଦଙ୍ଗାକାରୀମାନଙ୍କ ମେଳି ନିକଟରେ ଛାଡ଼ିଦେଇଥିଲେ। ଦଙ୍ଗାକାରୀମାନେ ୨ ମହିଳାଙ୍କୁ ଉଲଗ୍ନ ପରେଡ୍‌ କରାଇବା ସହ ଯୌନ ନିର୍ଯାତନା ଦେଇଥିଲେ ବୋଲି ସିବିଆଇ ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି। ଉକ୍ତ ମହିଳାଙ୍କ ମଧ୍ୟରୁ ଜଣେ କାର୍‌ଗିଲରେ ଯୁଦ୍ଧ ଲଢ଼ିଥିବା ଯବାନଙ୍କ ସ୍ତ୍ରୀ। ସେମାନଙ୍କୁ ଏକ ନିରାପଦ ସ୍ଥାନକୁ ନେଇଯିବା ପାଇଁ ମହିଳାମାନେ ଗୁହାରି କରିଥିବାବେଳେ ଗାଡ଼ି ଚାବି ନ ଥିବା କହି ପୋଲିସ ଅଧିକାରୀ ସେମାନଙ୍କୁ ତଡ଼ି ଦେଇଥିଲେ ଏବଂ କୌଣସି ପ୍ରକାର ସହାୟତା କରି ନ ଥିଲେ। ମହିଳାମାନଙ୍କ ଉଲଗ୍ନ ପରେଡ୍‌ର ଭିଡିଓ ଗତବର୍ଷ ଜୁଲାଇରେ ଭାଇରାଲ ହେବା ପରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଗତବର୍ଷ ଅକ୍ଟୋବର ୧୬ରେ ଗୁଆହାଟୀର ସ୍ବତନ୍ତ୍ର ସିବିଆଇ ବିଚାରପତିଙ୍କ କୋର୍ଟରେ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ୍‌ ଦାଖଲ କରିଥିଲା, ଯେଉଁଥିରେ ୬ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏହା ବ୍ୟତୀତ ଜଣେ ନାବାଳକ ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ଥିଲା।
ସିବିଆଇ ରିପୋର୍ଟ ଅନୁଯାୟୀ ଏକେ ରାଇଫଲ୍ସ, ଏସ୍‌ଏଲ୍‌ଆର୍‌, ଇନ୍‌ସାସ୍‌ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମେଇତି ସମ୍ପ୍ରଦାୟର ୯୦୦ରୁ ୧,୦୦୦ ଲୋକ କଙ୍ଗପୋକ୍‌ସି ଜିଲାର ଏକ ଗାଁରେ ଧସେଇ ପଶିବାରୁ ୨ ମହିଳାଙ୍କ ସମେତ ଅନ୍ୟମାନେ ଜୀବନ ବଞ୍ଚାଇବାକୁ ଜଙ୍ଗଲକୁ ପଳାଇଥିଲେ। ରାସ୍ତା ପାର୍ଶ୍ୱରେ ଥିବା ଏକ ପୋଲିସ୍‌ ଗାଡ଼ି ପାଖକୁ ସହାୟତା ନେବା ଲାଗି କେତେଜଣ ଦଙ୍ଗାକାରୀ ଉକ୍ତ ମହିଳାଙ୍କୁ କହିଥିଲେ। ମହିଳା ଦ୍ୱୟ କୌଣସି ପ୍ରକାରେ ପୋଲିସ ଗାଡ଼ି ଭିତରକୁ ପଶିଯାଇଥିଲେ। ଗାଡ଼ିରେ ୨ ଜଣ ପୋଲିସ କର୍ମଚାରୀ ଓ ଜଣେ ଡ୍ରାଇଭର ଥିଲେ ଏବଂ ଗାଡ଼ି ବାହାରେ ୩/୪ ଜଣ ରହିଥିଲେ। ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ମହିଳାମାନେ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ। ତେବେ ଚାବି ନ ଥିବା କହି ପୋଲିସ ସେମାନଙ୍କ ଗୁହାରିକୁ କର୍ଣ୍ଣପାତ କରି ନ ଥିଲେ ବୋଲି ସିବିଆଇ ଚାର୍ଜଶିଟ୍‌ରେ କୁହାଯାଇଛି। ଏପରିକି ଦଙ୍ଗାକାରୀଙ୍କ ଆକ୍ରମଣର ବାପାଙ୍କୁ ହରାଇଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ସହାୟତା କରି ନ ଥିଲା। ପରେ ଡ୍ରାଇଭର ଜିପ୍ସି ଗାଡ଼ିକୁ ଦଙ୍ଗାକାରୀମାନଙ୍କ ପାଖକୁ ନେଇଯାଇଥିଲା। ଗାଡ଼ିରେ ୨ ମହିଳାଙ୍କ ସମେତ ଉକ୍ତ ବ୍ୟକ୍ତି ଥିଲେ। ଦଙ୍ଗାକାରୀ ମାଡ଼ି ଆସିବାରୁ ପୋଲିସ ମହିଳା ଓ ଉକ୍ତ ବ୍ୟକ୍ତିଙ୍କୁ ସେଠାରେ ଛାଡ଼ିଦେଇ ପଳାଇଥିଲା। ଦଙ୍ଗାକାରୀ ମହିଳା ୨ ଜଣଙ୍କୁ ଘୋଷାଡ଼ି ନେଇ ଉଲଗ୍ନ ପରେଡ୍‌ କରାଇବା ପରେ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

ଆମେରିକା-ଇରାନ ଡିଲ୍‌ରେ ଏହି ଦେଶ ସାମିଲ, ଜାଣିଲେ ହୋଇଯିବେ ତାଜୁବ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବିବାଦର ମଧ୍ୟସ୍ଥତା ପାଇଁ ପ୍ରୟାସ ଜୋର ଧରିଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ…

ପେଟ୍ରୋଡଲାର ସାମ୍ରାଜ୍ୟ

ପୃଥିବୀର କୌଣସି ଏକ ପେଟ୍ରୋଲ୍‌ ପମ୍ପରେ ଗାଡ଼ିରେ ଇନ୍ଧନ ଭରିବା ଦୃଶ୍ୟ ସାଧାରଣ ହୋଇପାରେ, କିନ୍ତୁ ଏହା ପ୍ରଚ୍ଛଦପଟରେ ଏକ ବିଶାଳ ଆର୍ଥିକ ବ୍ୟବସ୍ଥା କାମ କରୁଥାଏ,…

ଦୁବାଇରେ ଧରାପଡ଼ିଲେ ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ! ଖୁବଶୀଘ୍ର ଆସିବେ ଭାରତ

ନୂଆଦିଲ୍ଲୀ,୨୪।୩: ଭାରତର ଡ୍ରଗ ମାଫିଆଙ୍କ ଜଣେ ପ୍ରମୁଖ ବ୍ୟକ୍ତି ଜସବିନ୍ଦର ଓରଫ ‘ଜାଜ’କୁ ଦୁବାଇରେ ଗିରଫ କରାଯାଇଛି। ଭାରତୀୟ ଏଜେନ୍ସିଗୁଡ଼ିକର ନିର୍ଦ୍ଦେଶରେ ଇଣ୍ଟରପୋଲ ସହାୟତାରେ ଏହି ଅପରେଶନ…

ଆମେରିକା ଅପଦସ୍ଥ

ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜକୁ ୪୮ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଖୋଲା ନ କଲେ ଇରାନକୁ ଭୟାବହ ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଇସ୍ରାଏଲ ଉପରେ ମିଶାଇଲ୍ ଆଟାକ୍ କଲା ଇରାନ, ତେହରାନ୍‌ ଆମେରିକା ସହ ଆଲୋଚନା ପାଇଁ ମନାକରିବାରୁ ପୁଣି ବଢ଼ିଲା ତେଲ ଦର

ତେହରାନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ପାଇଁ ପ୍ରୟାସ ତୀବ୍ର ହୋଇଛି । ତଥାପି, ପରିସ୍ଥିତି ସ୍ୱାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri