ମଣିପୁର ନିଆଁ

ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଂଖ୍ୟାଗରିଷ୍ଠ ମେଇତି ସମ୍ପ୍ରଦାୟ ଓ ଆଦିବାସୀଙ୍କ ମଧ୍ୟରେ ଲାଗିଥିବା ହିଂସାରେ ୫୫ ଜଣଙ୍କ ପ୍ରାଣହାନି ଘଟିଥିବା ସରକାରୀ ଭାବେ ତଥ୍ୟ ଦିଆଯାଇଛି। ହେଲେ ବେସରକାରୀ ସଂଖ୍ୟା ଅଧିକ ହେବ ବୋଲି କୁହାଯାଉଛି। ଭାରତବର୍ଷର ବିଭିନ୍ନ ପ୍ରାନ୍ତରରେ ଧର୍ମୀୟ ବିବାଦରୁ ଦଙ୍ଗା ସ୍ଥିତି ଉପୁଜିବା ଦେଖିବାକୁ ମିଳୁଛି। ହେଲେ ମଣିପୁରରେ ହିନ୍ଦୁ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ଏହାକୁ ବିରୋଧ କରି ଖ୍ରୀଷ୍ଟିଆନ ଧର୍ମାବଲମ୍ବୀ ନାଗା ଓ କୁକି ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କ ଅଧିକାରକୁ ସଂଖ୍ୟାଗରିଷ୍ଠମାନେ ଛଡ଼ାଇ ନେଉଥିବା ଆଦିବାସୀମାନେ ଅଭିଯୋଗ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଘୋର ହିଂସା ଉପୁଜିଥିଲା। ଫଳରେ ଲୋକଙ୍କ ଜୀବନହାନି, ୧୩ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଆଶ୍ରୟସ୍ଥଳରେ ରଖାଯିବା, ଅସଂଖ୍ୟ ଘର, ମନ୍ଦିର ଓ ଚର୍ଚ୍ଚରେ ନିଆଁ ଲଗାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଭାଜପା ପରିଚାଳିତ ରାଜ୍ୟ ସରକାର ଶାନ୍ତି ବଜାୟ ରଖିବାକୁ ସର୍ବଦଳୀୟ ବୈଠକ ଡାକି ଦାୟିତ୍ୱ ସାରିଦେଇଛନ୍ତିି। କେନ୍ଦ୍ର ସରକାର ଏହି ଘଟଣାକୁ ନେଇ ନୀରବ ରହିବା ଆଶ୍ଚର୍ଯ୍ୟ ଲାଗୁଛି। ସ୍ଥିତି ଅସମ୍ଭାଳ ହେବା ପରେ ସିଭିଲ୍‌ ରାଇଟ୍ସ କର୍ମୀ ଇରୋମ ଶର୍ମିଲା ଚାନୁ ମଣିପୁର ଗସ୍ତ କରି ଲୋକଙ୍କ ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାକୁ ଅନୁରୋଧ କରିଛନ୍ତି। କର୍ନାଟକ ବିଧାନସଭା ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ମଣିପୁର ହିଂସା ସେମାନଙ୍କ ପାଇଁ ଗୁରୁତ୍ୱ ବହନ କରୁ ନ ଥିବା ସ୍ପଷ୍ଟ ହୋଇଛି।
ଘଟଣାକ୍ରମକୁ ଦେଖିଲେ ଆଦିବାସୀମାନେ ମଣିପୁରରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ଗତ ମାସ ମଣିପୁର ହାଇକୋର୍ଟ ମେଇତି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦେବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ୪ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ କେନ୍ଦ୍ରକୁ ସୁପାରିସ କରାଯାଉ। ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ବିବାଦ ଉପୁଜିଥିଲା। ୩ ମେ’ରେ ଅଲ୍‌ ଟ୍ରାଇବାଲ ଷ୍ଟୁଡେଣ୍ଟ୍‌ସ ୟୁନିୟନ ଏଭଳି ଆଦେଶକୁ ବିରୋଧ କରି ଶୋଭାଯାତ୍ରା କରିଥିଲା। ଏହି ସଙ୍ଗଠନ ହିସାବରେ ମେଇତି ସମ୍ପଦାୟ ଆଦିବାସୀ ତାଲିକାରେ ରହିଲେ କୁକି ଓ ନାଗାଙ୍କ ସୁବିଧା ସଙ୍କୁଚିତ ହୋଇଯିବ। ତୋରବଙ୍ଗଠାରେ ଶୋଭାଯାତ୍ରା ଚାଲିଥିବା ବେଳେ ସଶସ୍ତ୍ର କୁକିମାନେ ମେଇତି ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ପରେ ପ୍ରତିଆକ୍ରମଣ ଯୋଗୁ ହିଂସା ବ୍ୟାପକ ହୋଇଥିଲା। କୁକିଙ୍କ ଦାବି ହେଉଛି ଯେ, ସଂଖ୍ୟାଗରିଷ୍ଠମାନଙ୍କୁ ସଂରକ୍ଷଣ ସୁବିଧା ମିଳିଲେ ପାହାଡ଼ିଆ ଆଦିବାସୀ ସମ୍ପ୍ରଦାୟ ଘୋର ପ୍ରଭାବିତ ହେବ। ଏଭଳି ପକ୍ଷପାତ କାରସାଦି ପଛରେ ରାଜ୍ୟ ସରକାରଙ୍କ ହାତ ରହିଥିବା ସେମାନେ ଅଭିଯୋଗ କରିଛନ୍ତି। ସଂରକ୍ଷଣ ପ୍ରସଙ୍ଗ ପୂର୍ବରୁ ମୂଳ ଆଦିବାସୀ, କୁକି, ନାଗାଙ୍କ ସହ ମେଇତିଙ୍କ ବିବାଦ ବହୁ ବର୍ଷରୁ ଲାଗି ରହିଛି। ମଣିପୁରର ଜନସଂଖ୍ୟା ପରିସଂଖ୍ୟାନ ଦେଖିଲେ ମେଇତିମାନଙ୍କ ସଂଖ୍ୟା ସମୁଦାୟ ଲୋକସଂଖ୍ୟାର ଅଧାରୁ ସାମାନ୍ୟ ଅଧିକ। ଅନ୍ୟପକ୍ଷରେ ବାକି ଜନସଂଖ୍ୟାରେ ଆଦିବାସୀ, କୁକି ଓ ନାଗାଙ୍କ ସଂଖ୍ୟା ଯଥାକ୍ରମେ ୪୦, ୨୫ ଓ ୧୫ ପ୍ରତିଶତ ରହିଛି। ମେଇତିମାନେ ମୁଖ୍ୟତଃ ଇମ୍ଫାଲ ଭ୍ୟାଲିରେ ରହୁଥିବା ବେଳେ ଏହି ଆଦିବାସୀମାନେ ପାହାଡ଼ିଆ ଜିଲାରେ ବସବାସ କରିଥାଆନ୍ତି। କୁକିମାନେ ଉତ୍ତର ପୂର୍ବାଞ୍ଚଳ ଓ ମ୍ୟାନମାରର ବିଭିନ୍ନ ସ୍ଥାନରେ ଖେଳେଇ ହୋଇ ରହିଛନ୍ତି। ମଣିପୁରରେ ରହୁଥିବା କୁକିମାନେ ବହୁବର୍ଷ ପୂର୍ବରୁ ମ୍ୟାନମାରରୁ ଆସି ସେଠାରେ ବସବାସ କରୁଛନ୍ତି। କୁକି ଓ ନାଗାଙ୍କ ଅପେକ୍ଷା ମେଇତିମାନେ ଅଧିକ ଶିକ୍ଷିତ। ବ୍ୟବସାୟ ଓ ରାଜନୀତିରେ ସେମାନଙ୍କ ପତିଆରା ରହିଆସିଛି। ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ମେଇତି ସମ୍ପ୍ରଦାୟର। ତେଣୁ ସଂଖ୍ୟାଗରିଷ୍ଠଙ୍କ ପ୍ରତି ସେ ଢଳୁଛନ୍ତି ବୋଲି ଆଦିବାସୀମାନେ ଅଭିଯୋଗ କରୁଛନ୍ତି। ଏମିତି ଦେଖିଲେ କୁକି ଓ ନାଗାଙ୍କ ମଧ୍ୟରେ ସଂଘର୍ଷ ଘଟିଥାଏ। ହେଲେ ଯେତେବେଳେ ମେଇତିଙ୍କ ବିପକ୍ଷରେ ଲଢ଼ିବାକୁ ପଡ଼େ ଏହି ଦୁଇ ସମ୍ପ୍ରଦାୟ ଏକଜୁଟ ହୋଇଯାଇଥାଆନ୍ତି। କିଛି ମାସ ପୂର୍ବରୁ ସଂରକ୍ଷିତ ଜଙ୍ଗଲକୁ ସୁରକ୍ଷିତ ରଖିବା ଲାଗି ସେଠାରେ ବାସ କରୁଥିବା କେତେକ କୁକି ଗ୍ରାମବାସୀଙ୍କୁ ହଟାଇ ଦିଆଯାଇଥିବାରୁ ସେମାନେ ସରକାରଙ୍କ ଉପରେ ଖପ୍ପା ହୋଇ ରହିଥିଲେ। ଏବେ ସଂରକ୍ଷଣ ସମସ୍ୟା ଅଧିକ ଘନୀଭୂତ ହୋଇଥିବାରୁ ଏମାନେ ସରକାରଙ୍କୁ ବିରୋଧ କରୁଛନ୍ତି। ମଣିପୁରର ଭୌଗୋଳିକ ଓ ଜନସାଂଖିକ ସ୍ଥିତି ଯେଉଁ ସ୍ତରରେ ରହିଛି, ବର୍ତ୍ତମାନ ଉପୁଜିଥିବା ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜ୍ୟ ସରକାର ଅତି ନିଘା ଦେଇ ସମାଧାନର ବାଟ ଖୋଜିବା ଦରକାର। ଏମିତି ଦେଖିଲେ ଉତ୍ତର ପୂର୍ବାଞ୍ଚଳ ଭାରତ ଭୂଖଣ୍ଡର ଏକ ବିବାଦୀୟ ଅଞ୍ଚଳ ଭାବେ ରହିଆସିଛି। ସୀମାନ୍ତ ପ୍ରତି ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପ ରହୁଥିବାରୁ ଏଠାକାର ସ୍ଥିତି କମ୍‌ ସମୟରେ ବିଗିଡ଼ିଯିବାର ଆଶଙ୍କା ରହିଛି। କେବଳ ରାଜ୍ୟ ସରକାର ନୁହେଁ, କେନ୍ଦ୍ର କୂଟନୀତି ପ୍ରୟୋଗ କରିବା ସହ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଲାଣି। ସବୁଠାରେ ରାଜନୀତି ପୂରାଇଲେ ଏଭଳି ଜାତିଆଣ ବିଭାଜନ ଆଗକୁ ଉଗ୍ର ହେବା ସହ ଦେଶ ଭିତରେ ଅରାଜକତା ଦେଖାଦେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri