ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ଭକ୍ତଙ୍କ ମାନରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରୂପରେ ସେ ପ୍ରକଟ ହୁଅନ୍ତି । ଯାହା କାଞ୍ଚତ୍ ଅଭିଯାନ କଥାରେ ବି ଦେଖିବାକୁ ମିଳେ। କିମ୍ବଦନ୍ତୀ ଅନୁଯାୟୀ – ଶ୍ରୀକ୍ଷେତ୍ରରେ ରଥଯାତ୍ରା ପର୍ବର ପରିବେଶ। ବିଭିନ୍ନ ଆଡ଼ୁ ଆସିଥା’ନ୍ତି ନିମନ୍ତ୍ରିତ ରାଜଅତିଥି। ସେମାନଙ୍କ ମଧ୍ୟରେ ଥିଲେ କାଞ୍ଚିରାଜା ସାଲ୍ବ ନରସିଂହ ଦେବ । ସେ ଅବଲୋକନ କରୁଥିଲେ ରଥାରୂଢ଼ ଶ୍ରୀଜୀଉମାନଙ୍କୁ। ଉତ୍କଳର ଗଜପତି ମହାରାଜା ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ତିନି ଠାକୁରଙ୍କ ସମ୍ମୁଖ ରଥଉପରେ ଛେରାପହଁରା କରୁଥିବାର ଦୃଶ୍ୟକୁ କାଞ୍ଚିରାଜା ଦେଖି ହଠାତ ନିମନ୍ତ୍ରିତ ଆତିଥ୍ୟ ଆସନରୁ ଉଠିପଡ଼ିଥିଲେ। ଏଥର ସେ ଫେରିଗଲେ କାଞ୍ଚତ୍। କିନ୍ତୁ ପୂର୍ବରୁ ଅଙ୍ଗୀକାରବଦ୍ଧ କାଞ୍ଚିରାଜା ସାଲ୍ବ ନରସିଂହ ଦେବ ଘୋଷଣାକଲେ କାଞ୍ଚି ରାଜଜେମା ପଦ୍ମାବତୀଙ୍କୁ ବରଂ ଚଣ୍ଡାଳଙ୍କ ହାତରେ ଟେକିଦେବେ, ମାତ୍ର ଉତ୍କଳର ଗଜପତି ଶ୍ରୀପୁରୁଷୋତ୍ତମ ଦେବଙ୍କୁ ପ୍ରଦାନ କରିବେ ନାହିଁ। ଏହି ସମ୍ବାଦ ଆସି ପହଞ୍ଚିଲା ଉତ୍କଳ ରାଜଦରବାରରେ। ଏହା ଯେ ଉତ୍କଳରାଜ୍ୟ ପ୍ରତି ଘୋର ଅପମାନ ଏହି କଥାକୁ ଶ୍ରୀ ଗଜପତି ପୁରୁଷୋତ୍ତମ ଦେବ ଅନୁଭବ କରିଥିଲେ। ପ୍ରସ୍ତୁତ ହେଲା ସମରସଜ୍ଜା, ଆରମ୍ଭ କଲେ କାଞ୍ଚତ୍ ଅଭିଯାନ। ମାତ୍ର ପ୍ରଥମ ଯୁଦ୍ଧରେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ ପରାସ୍ତ ହେଲେ । ଏବଂ ମାନରକ୍ଷା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶରଣାଗତ ହେଲେ। ପୁଣି ଦ୍ୱିତୀୟ ଥର ଆରମ୍ଭ ହେଲା କାଞ୍ଚି ଅଭିଯାନ ସମର ସଜବାଜ। ଏଥର କିନ୍ତୁ କାଞ୍ଚି ଅଭିଯାନରେ ଶ୍ରୀପୁରୁଷୋତ୍ତମ ଦେବଙ୍କୁ ସାହାଯ୍ୟ କରିବା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ସୈନିକ ସାଜିଲେ। କଳାଧଳା ଘୋଡ଼ା ଚଢି ଚାଲିଥାନ୍ତି ଚିଲିକା କୂଳେକୂଳେ ଦାକ୍ଷିଣାତ୍ୟ ଅଭିମୁଖେ । କିଛିବାଟ ଗଲାପରେ ଚିଲିକା ଠାରୁ ଅନିତଦୂର ସମୁଦ୍ର ବେଳାଭୂମିର ତଣ୍ଡାକିନାରେ ପହଁଞ୍ଚିଥିଲେ। ଟାଣଖରାରେ ପ୍ରବଳ ତୃଷାର୍ତ୍ତ ଯୋଗୁ ଦୁଇଭାଇ ବାଟରେଥିବା ଏକ ବରଗଛ ମୂଳେ ଅଟକିଗଲେ। ଦହି ବିକିବାକୁ ଆସିଥିବା ମାଣିକ ଗଉଡ଼ୁଣୀ ଗଛ ମୂଳେ ଘୁମାଇ ପଡ଼ିଥାନ୍ତି। ଘୋଡ଼ାର ଟପ୍ ଟପ୍ ଶବ୍ଦ ଶୁଣି ହଠାତ୍’ ମାଣିକର ନିଦଟା ଭାଙ୍ଗିଗଲା। ସେ ଦେଖିଲା ଦୁଇଜଣ ପାଇକ ସୈନିକ କଳାଧଳା ଘୋଡ଼ାଚଡ଼ି ଏଇ ଗଛମୂଳେ ଅଟକିଛନ୍ତି। ସେ ଦୁଇଜଣଙ୍କୁ ଦହି ପିଇବାକୁ ଦେଲେ। ହେଲେ ଦହି ବାବଦକୁ ପାଉଣା ଦେବାକୁ ପାଖରେ କଉଡ଼ି ନ ଥିବାରୁ ସେମାନେ ହସ୍ତରୁ ରତ୍ନମୁଦିକୁ ବନ୍ଧକ ଦେଇ କହିଲେ, ପଛରେ ରାଜା ସୈନ୍ୟଧରି ଆସୁଛନ୍ତି। ଏହାକୁ ଦେଖାଇଲେ ତୁମର ପ୍ରାପ୍ୟ ପାଇଯିବ। ସତକୁସତ କିଛି ସମୟ ପରେ ଗଜପତି ମହାରାଜା ଶ୍ରୀପୁରୁଷୋତ୍ତମ ଦେବ ଆସି ପହଞ୍ଚିଯାଇଥିଲେ। ମାଣିକ ଗଜପତିଙ୍କୁ ଦେଖି ରତ୍ନମୁଦ୍ରିକାକୁ ବଢାଇ କହିଲେ ନିଅନ୍ତୁ ମଣିମା। କିନ୍ତୁ ମାଣିକ ହାତରେ ରତ୍ନମୁଦ୍ରିକାକୁ ଦେଖି ଚମକି ପଡ଼ିଲେ ଗଜପତି ଶ୍ରୀପୁରୁଷୋତ୍ତମ ଦେବ। ଗଜପତି ପଚାରିଲେ, ସତ କୁହ ମା’ ଏ ମୁଦ୍ରିକା ତତେ କିଏ ଦେଲା। ଡ଼ରିଯାଇ ମାଣିକ କହିଲେ ସତ କହୁଛି ମଣିମା, ମୋର କିଛି ଦୋଷ ନାହିଁ । ଦୁଇ ପାଇକ ମୋ ହାଣ୍ଡିକ ଯାକ ଦହି ପିଇ ମୋତେ ଏ ମୁଦି ଦେଇ କହିଛନ୍ତି, ଏ ମୁଦି ରାଜାଙ୍କୁ ଦେଇ ତୁ ତୋ ପାଉଣା ନେଇଯିବୁ। ଏକଥା ଶୁଣି ଗଜପତି ମହାରାଜାଙ୍କ ଆଖିରୁ ଲୁହ ଝରିଆସିଲା। ସଜଳ ନୟନରେ ମାଣିକଙ୍କୁ ଚାହିଁ କହିଲେ, ମା’ ମାଣିକ ତୁ କେତେ ଭାଗ୍ୟବତୀ, ତୁ ଆଜି ବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ନିଜ ହାତରେ ଦହି ଖୁଆଇ ଦେଇଛୁ। ତୁ ଧନ୍ୟ, ତୋର ପିତା ମାତା ଧନ୍ୟ। ତୋର ଏଇ ଜନ୍ମମାଟି ଧନ୍ୟ। ଆଜିଠାରୁ ଏହି ଅଞ୍ଚଳ ‘ମାଣିକ ପାଟଣା’ ନାଁରେ ନାମିତ ହେଲା। ଡକ୍ଟର ଅଭିମନ୍ୟୁ ଜେନାଙ୍କ ଲିଖିତ ‘ଚିଲିକା ଓ ଶ୍ରୀଜଗନ୍ନାଥ’ ପୁସ୍ତକ ପୃ-୧୪୫ରୁ ଜଣାପଡ଼େ- ଅତିତରେ ମାଣିକପାଟଣା ବନ୍ଦରଠାରେ ବକ୍ସି ଜଗବନ୍ଧୁ ବିଦ୍ୟାାଧର ମହାପାତ୍ରଙ୍କ ମଧ୍ୟସ୍ଥତାରେ ଗଜପତି ଦିବ୍ୟସିଂହ ଦେବ ଓ ନବାବ ଏକରାମ ଖାଁଙ୍କ ମଧ୍ୟରେ ଗୋପନୀୟ ନିଷ୍ପତ୍ତି ହୋଇଥିଲା। ଯାହା ଶ୍ରୀମନ୍ଦିର ଆକ୍ରମଣ ନ କରିବା ନିମନ୍ତେ ତଥା ସୁରକ୍ଷା ଉଦ୍ଦେଶ୍ୟରେ ଏହା ଥିଲା ନିଷ୍ପତ୍ତିର ଗୋପନୀୟ ସ୍ଥାନ। ସେହିଭଳି ଐତିହାସିକଙ୍କ ଗବେଷଣାରୁ ଜଣାପଡ଼େ ଅତୀତରେ ମାଣିକପାଟଣାଠାରେ ଏକ ବନ୍ଦର ରହିଥିଲା। ମାଣିକପାଟଣାର ସୌଦାଗର ସନାତନ ପୁଅ ଭ୍ରମରବର ରଙ୍ଗବତୀଙ୍କୁ ବିବାହ କରିବା ପାଇଁ ଯୋଗୀବେଶ ସାଜିଥିଲେ। ଏକ ପଦ୍ମପୋଖରୀ ପାଖରେ ଦୁହେଁ ମିଳିତ ହେଉଥିଲେ। ସୌଦାଗରଙ୍କର ଏକ ସୁରକ୍ଷା ମହଲ ଥିଲା। ଏହା ସେତେବେଳେ ନୌକା ବ୍ୟବସାୟୀ ଓ ବାଟୋଇଙ୍କୁ ଆଶ୍ରୟ ଦେଉଥିଲା। ମାତ୍ର ସମୟକ୍ରମେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସମୁଦ୍ର ପାଣି ପଶିଆସିବା ପରେ ମାଣିକପାଟଣା ବନ୍ଦର ସହ ସେହି ମୁଳ ଗାଁଟି ନାହିଁ। ପରେ ପୁନଃ ଗଢି ଉଠିଥିବା ମାଣିକପାଟଣା ପଞ୍ଚାୟତ ଏବେ ବି ରହିଛି। ଏ ସମ୍ପର୍କରେ ଅଧିକଗବେଷଣାର ଆବଶ୍ୟକତା ରହିଛି। ଏହି ଅଞ୍ଚଳକୁ ଆସିବାକୁ ହେଲେ ଶ୍ରୀକ୍ଷେତ୍ର ପୁରୀଠାରୁ ବ୍ରହ୍ମଗିରି ବଜାରଦେଇ ପ୍ରାୟ ୪୪ କିମି ଦୂର- ସାତପଡ଼ା ଅଭିମୁଖେ ଆସିଲେ ପଡ଼ିବ ଗବକୁଣ୍ଡ-ମିର୍ଜାପୁର ରାସ୍ତାରେ ଦହିଖିଆ ଛକ। ଏଠାରୁ ବାମପଟ ରାସ୍ତାରେ ପ୍ରାୟ ୪କିମି ଦୂରରେ ରହିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ମାଣିକପାଟଣା ଗ୍ରାମପଞ୍ଚାୟତର ମିର୍ଜାପୁର, ରାୟପୁର, ପଦ୍ମପୁର, ଭଗବାନପୁର, ବ୍ରହ୍ମପଡ଼ା। ସେତେବେଳେ ମୋଗଲ ସାମ୍ରାଜ୍ୟର ମୁସଲମାନ ଲୋକମାନେ ଭଗବାନପୁର ଗାଁରେ ବସତି ସ୍ଥାପନ କରିଛନ୍ତି। ମାଣିକ ପାଟଣା ଗ୍ରାମ ନିକଟରେ ନୀଳାମ୍ବୁ ଚିଲିକାକୂଳ ଓ ଅନିତ ଦୂରରେ ରହିଛି ବଙ୍ଗୋପସାଗର। -ବନବିହାରୀ ବେହେରା
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା
ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…
Archives

