ସ୍ମାର୍ଟଫୋନ୍‌ କିଣିବା ମାନିଆ, ରକ୍ତ ବିକ୍ରି କରିବାକୁ ବ୍ଲଡ୍‌ ବ୍ୟାଙ୍କ ପହଞ୍ଚିଲେ ନାବାଳିକା…

କୋଲକାତା,୧୮।୧୦ : ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା କ୍ରେଜ ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ତାହା ପ୍ରକୃତରେ ତାହା ଯେକୌଣସି ଲୋକଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଏଠାରେ ଜଣେ ୧୬ ବର୍ଷ ବୟସ୍କା ନାବାଳିକା ନିଜର ରକ୍ତ ବିକ୍ରି ପାଇଁ ଜିଲା ଡାକ୍ତରଖାନାର ବ୍ଲଡ ବ୍ୟାଙ୍କରେ ପହଞ୍ଚିଥିଲେ। ସେ ରକ୍ତ ବିକ୍ରି କରି ନିଜ ପାଇଁ ସ୍ମାର୍ଟଫୋନ କିଣିବାକୁ ଚାହୁଁଥିଲେ। ବ୍ଲଡ ବ୍ୟାଙ୍କର ଅଧିକାରୀମାନେ ଏହା ଜାଣିବା ମାତ୍ରେ ଚାଇଲ୍ଡ ଲାଇନକୁ ଏହା ବିଷୟରେ ଜଣାଇଥିଲେ। ଏହା ପରେ, ଏହି ଝିଅକୁ କାଉନସେଲିଂ କରିବା ପରେ ତାଙ୍କୁ ଜିଲା ଶିଶୁ କଲ୍ୟାଣ କମିଟି ମାଧ୍ୟମରେ ତାଙ୍କ ପିତାମାତାଙ୍କ ନିକଟକୁ ପଠାଯାଇଥିଲା।

ବାଲୁରଘାଟ ଜିଲା ଡାକ୍ତରଖାନାର ବ୍ଲଡ ବ୍ୟାଙ୍କର କାନଉସିଲର କହିଛନ୍ତି ଯେ ସୋମବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ନାବାଳିକା ଜଣକ ଏଠାକୁ ଆସିଥିଲେ। ପ୍ରାରମ୍ଭରେ, ଆମେ ଭାବୁଥିଲୁ ସେ ରକ୍ତ ସଂଗ୍ରହ କରିବାକୁ ଆସିଛନ୍ତି। କିନ୍ତୁ ସେ ରକ୍ତ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି କହିବା ମାତ୍ରେ ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ତା’ପରେ ଆମେ ଭାବିଲୁ ଯେ ସେ ତାଙ୍କ ଭାଇଙ୍କ ଚିକିତ୍ସା ପାଇଁ ଟଙ୍କା ସଂଗ୍ରହ କରିବାକୁ ଚାହୁଁଛନ୍ତି, ତେଣୁ ରକ୍ତ ବିକ୍ରି କରିବାକୁ ଚାହୁଁଛନ୍ତିଗ। ଆମେ ତାଙ୍କ ସହିତ କିଛି ସମୟ କଥା ହେଲୁ । ତା’ପରେ ସେ କହିଥିଲେ ଯେ ସେ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେଣୁ ସେ ରକ୍ତ ବିକ୍ରି କରିବାକୁ ଆସିଛନ୍ତି। ସେ କହିଥିଲେ ଯେ ସେ ନିଜ ସମ୍ପର୍କୀୟଙ୍କ ଫୋନରୁ ନିଜ ପାଇଁ ଅନଲାଇନରେ ମୋବାଇଲ ଅର୍ଡର କରିଛନ୍ତି। ବର୍ତ୍ତମାନ ଏହାକୁ କିଣିବାକୁ ଟଙ୍କା ଆବଶ୍ୟକ। କୁହାଯାଉଛି ଯେ ଏହି ନାବାଳିକା ଜଣକ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ତପନ ନାମକ ଏକ ସ୍ଥାନରୁ ବାଲୁରଘାଟରେ ପହଞ୍ଚିଥିଲେ। ତାଙ୍କର ବାପା ସ୍ଥାନୀୟ ବଜାରରେ ପନିପରିବା ବିକ୍ରି କରନ୍ତି ଏବଂ ମା ଜଣେ ଗୃହିଣୀ ।

ସେ ନାବାଳିକା ହୋଇଥିବାରୁ ବ୍ଲଡ ବ୍ୟାଙ୍କର ଅଧିକାରୀମାନେ ତୁରନ୍ତ ୧୦୯୮ ରେ ଚାଇଲ୍ଡ ଲାଇନକୁ ସୂଚନା ଦେଇଥିଲେ। ଏହା ପରେ କାଉନସିଲର ସେଠାରେ ପହଞ୍ଚି ତାଙ୍କ ସହିତ କଥା ହୋଇଥିଲେ। କାଉନସିଲରଙ୍କ ଅନୁଯାୟୀ ନାବାଳିକା ଜଣକ ୯ ହଜାର ଟଙ୍କାର ଫୋନ ଅର୍ଡର କରିଛନ୍ତି। ଏହି ଫୋନର ଡେଲିଭରୀ ଆସନ୍ତା ଗୁରୁବାର ହେବାକୁ ଯାଉଛି। ସୋମବାର ସେ ପାଠ ପଢ଼ିବାକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ। ସେ ସାଇକେଲରେ ବସଷ୍ଟାଣ୍ଡରେ ପହଞ୍ଚି ସେଠାରୁ ବସରେ ବାଲୁରଘାଟ ଜିଲା ଡାକ୍ତରଖାନାରେ ପହଞ୍ଚିଥିଲେ। ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଜିଲା ଶିଶୁ କଲ୍ୟାଣ କମିଟିକୁ ସୂଚନା ଦେଇଥିଲେ। ଏହା ପରେ କମିଟି ତାଙ୍କର ପିତାମାତାଙ୍କ ସହ ଯୋଗାଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୃଥ୍ବୀ ଶ’ଙ୍କ ଚମକିଲା ଭାଗ୍ୟ: ମିଳିଲା ବଡ଼ ଦାୟିତ୍ୱ

ମୁମ୍ବାଇ,୫।୧୦: ବ୍ୟକ୍ତିଗତ ଜୀବନରେ ଉତ୍‌ଥାନପତନ ମଧ୍ୟରେ ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ କ୍ରିକେଟ କ୍ୟାରିୟରରେ ଆସିଛି ଏକ ବଡ଼ ମୋଡ଼। ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ…

‘ସ୍ବଚ୍ଛତାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ଅଧ୍ୟକ୍ଷଙ୍କ ଆହ୍ବାନ’

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସୋମବାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଗାଁ ଭିତରେ ମଦ ବିକ୍ରିକୁ ବିରୋଧ, ଅବକାରୀ ଉପନିରୀକ୍ଷକଙ୍କ ନିକଟରେ ଅଭିଯୋଗ କରି…

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ନୂନମାଠ ପଞ୍ଚାୟତ ଅଧିନସ୍ଥ ବିଜ ଖମନ ଗ୍ରାମ ଭିତରେ ଦେଶୀ ଓ ବିଦେଶୀ ମଦ ବେନିୟମ ଭାବେ ବିକ୍ରିକୁ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

୧୫ରେ ଛାତ୍ର ସଂସଦ ନିର୍ବାଚନ, କିଏ ଲଢ଼ିପାରିବେ? ଜାଣନ୍ତୁ ନିୟମ

ଭୁବନେଶ୍ବର,୫ା୧୦: ଆସନ୍ତା ଅକ୍ଟୋବର ୧୫ରେ ହେବ ଛାତ୍ର ସଂସଦ ନିର୍ବାଚନ । ୧୬ରେ ଶପଥଗ୍ରହଣ ସମାରୋହ ହେବା ନେଇ ସୋମବାର ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?