ସ୍ମାର୍ଟଫୋନ୍‌ କିଣିବା ମାନିଆ, ରକ୍ତ ବିକ୍ରି କରିବାକୁ ବ୍ଲଡ୍‌ ବ୍ୟାଙ୍କ ପହଞ୍ଚିଲେ ନାବାଳିକା…

କୋଲକାତା,୧୮।୧୦ : ସମ୍ପ୍ରତି ଆମେ ପ୍ରାୟତଃ ସ୍ମାର୍ଟଫୋନ ପାଇଁ ଲୋକଙ୍କ ମଧ୍ୟରେ ଥିବା କ୍ରେଜ ଖବର ଶୁଣିଥାଉ। କିନ୍ତୁ ପଶ୍ଚିମବଙ୍ଗରେ ଯାହା ଘଟିଛି ତାହା ପ୍ରକୃତରେ ତାହା ଯେକୌଣସି ଲୋକଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ। ଏଠାରେ ଜଣେ ୧୬ ବର୍ଷ ବୟସ୍କା ନାବାଳିକା ନିଜର ରକ୍ତ ବିକ୍ରି ପାଇଁ ଜିଲା ଡାକ୍ତରଖାନାର ବ୍ଲଡ ବ୍ୟାଙ୍କରେ ପହଞ୍ଚିଥିଲେ। ସେ ରକ୍ତ ବିକ୍ରି କରି ନିଜ ପାଇଁ ସ୍ମାର୍ଟଫୋନ କିଣିବାକୁ ଚାହୁଁଥିଲେ। ବ୍ଲଡ ବ୍ୟାଙ୍କର ଅଧିକାରୀମାନେ ଏହା ଜାଣିବା ମାତ୍ରେ ଚାଇଲ୍ଡ ଲାଇନକୁ ଏହା ବିଷୟରେ ଜଣାଇଥିଲେ। ଏହା ପରେ, ଏହି ଝିଅକୁ କାଉନସେଲିଂ କରିବା ପରେ ତାଙ୍କୁ ଜିଲା ଶିଶୁ କଲ୍ୟାଣ କମିଟି ମାଧ୍ୟମରେ ତାଙ୍କ ପିତାମାତାଙ୍କ ନିକଟକୁ ପଠାଯାଇଥିଲା।

ବାଲୁରଘାଟ ଜିଲା ଡାକ୍ତରଖାନାର ବ୍ଲଡ ବ୍ୟାଙ୍କର କାନଉସିଲର କହିଛନ୍ତି ଯେ ସୋମବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ନାବାଳିକା ଜଣକ ଏଠାକୁ ଆସିଥିଲେ। ପ୍ରାରମ୍ଭରେ, ଆମେ ଭାବୁଥିଲୁ ସେ ରକ୍ତ ସଂଗ୍ରହ କରିବାକୁ ଆସିଛନ୍ତି। କିନ୍ତୁ ସେ ରକ୍ତ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି କହିବା ମାତ୍ରେ ଆମେ ଆଶ୍ଚର୍ଯ୍ୟ ହୋଇଗଲୁ। ତା’ପରେ ଆମେ ଭାବିଲୁ ଯେ ସେ ତାଙ୍କ ଭାଇଙ୍କ ଚିକିତ୍ସା ପାଇଁ ଟଙ୍କା ସଂଗ୍ରହ କରିବାକୁ ଚାହୁଁଛନ୍ତି, ତେଣୁ ରକ୍ତ ବିକ୍ରି କରିବାକୁ ଚାହୁଁଛନ୍ତିଗ। ଆମେ ତାଙ୍କ ସହିତ କିଛି ସମୟ କଥା ହେଲୁ । ତା’ପରେ ସେ କହିଥିଲେ ଯେ ସେ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି ତେଣୁ ସେ ରକ୍ତ ବିକ୍ରି କରିବାକୁ ଆସିଛନ୍ତି। ସେ କହିଥିଲେ ଯେ ସେ ନିଜ ସମ୍ପର୍କୀୟଙ୍କ ଫୋନରୁ ନିଜ ପାଇଁ ଅନଲାଇନରେ ମୋବାଇଲ ଅର୍ଡର କରିଛନ୍ତି। ବର୍ତ୍ତମାନ ଏହାକୁ କିଣିବାକୁ ଟଙ୍କା ଆବଶ୍ୟକ। କୁହାଯାଉଛି ଯେ ଏହି ନାବାଳିକା ଜଣକ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ତପନ ନାମକ ଏକ ସ୍ଥାନରୁ ବାଲୁରଘାଟରେ ପହଞ୍ଚିଥିଲେ। ତାଙ୍କର ବାପା ସ୍ଥାନୀୟ ବଜାରରେ ପନିପରିବା ବିକ୍ରି କରନ୍ତି ଏବଂ ମା ଜଣେ ଗୃହିଣୀ ।

ସେ ନାବାଳିକା ହୋଇଥିବାରୁ ବ୍ଲଡ ବ୍ୟାଙ୍କର ଅଧିକାରୀମାନେ ତୁରନ୍ତ ୧୦୯୮ ରେ ଚାଇଲ୍ଡ ଲାଇନକୁ ସୂଚନା ଦେଇଥିଲେ। ଏହା ପରେ କାଉନସିଲର ସେଠାରେ ପହଞ୍ଚି ତାଙ୍କ ସହିତ କଥା ହୋଇଥିଲେ। କାଉନସିଲରଙ୍କ ଅନୁଯାୟୀ ନାବାଳିକା ଜଣକ ୯ ହଜାର ଟଙ୍କାର ଫୋନ ଅର୍ଡର କରିଛନ୍ତି। ଏହି ଫୋନର ଡେଲିଭରୀ ଆସନ୍ତା ଗୁରୁବାର ହେବାକୁ ଯାଉଛି। ସୋମବାର ସେ ପାଠ ପଢ଼ିବାକୁ ଯାଉଛି ବୋଲି କହି ଘରୁ ବାହାରିଥିଲେ। ସେ ସାଇକେଲରେ ବସଷ୍ଟାଣ୍ଡରେ ପହଞ୍ଚି ସେଠାରୁ ବସରେ ବାଲୁରଘାଟ ଜିଲା ଡାକ୍ତରଖାନାରେ ପହଞ୍ଚିଥିଲେ। ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଜିଲା ଶିଶୁ କଲ୍ୟାଣ କମିଟିକୁ ସୂଚନା ଦେଇଥିଲେ। ଏହା ପରେ କମିଟି ତାଙ୍କର ପିତାମାତାଙ୍କ ସହ ଯୋଗାଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜହୁରୀ ଭାଇ

ମଧୁବାବୁଙ୍କ ମହାବାଣୀ ‘ପରାର୍ଥେ ପ୍ରାଜ୍ଞ ଜୀବନ’ ହେଉଛି ତାଙ୍କ ଜୀବନର ମୂଳମନ୍ତ୍ର। ଏଭଳି ଗୋଟେ ଦିନ ବିତି ନ ଥିବ ସେ ଯେଉଁଦିନ କାହା ଦୁଃଖରେ...

ସୁରକ୍ଷା ପାଇଁ ଲାଇସେନ୍ସ୍‌ ବନ୍ଧୁକ ରଖିବା ଆଇନଜୀବୀଙ୍କ ଲାଗି ଉଚିତ ନୁହେଁ…

ଲକ୍ଷ୍ନୌ,୧୪।୧୦: ଜଣେ ଆଇନଜୀବୀ ନିଜ ସୁରକ୍ଷା ପାଇଁ ପାଖରେ ଲାଇସେନ୍ସ୍‌ ବନ୍ଧୁକ ରଖିବାକୁ କରିଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରଛନ୍ତି। କୋର୍ଟ କହିଛନ୍ତି ଯେ,...

କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ହସ୍ପିଟାଲର ଲାଇସେନ୍ସ ରଦ୍ଦ

ଥାନେ,୨୪।୮: କରୋନା ରୋଗୀଙ୍କଠାରୁ ଅପେକ୍ଷାକୃତ ଅଧିକ ଫି’ ଆଦାୟ କରିବାରୁ ଏକ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଛି। ଏଥିସହ ଉକ୍ତ ହସ୍ପିଟାଲ ବିରୋଧରେ ସରକାରୀ ନିୟମ...

‘କିଛି ଲୋକେ ଦେଶଭକ୍ତି ବୁଝିପାରନ୍ତି ନାହିଁ’

ନୂଆଦିଲ୍ଲୀ,୨୧।୧: ଦୀର୍ଘ ୫୦ ବର୍ଷ ହେଲା ଜଳୁଥିବା ଅମର ଜବାନ ଜ୍ୟୋତିକୁ ରାଜଧାନୀର ଇଣ୍ଡିଆ ଗେଟ୍‌ରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହା ଉପରେ...

କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ଘଟଣାକୁ ନେଇ ଏନ୍‌ଡିଏମ୍‌ଏର ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୭।୫: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଗୁରୁବାର ସକାଳେ ହୋଇଥିବା କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଏନ୍‌ଡିଏମ୍‌ଏ)...

ଲତା ଦିଦିଙ୍କୁ ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମୁମ୍ବାଇରେ ମାଷ୍ଟର ଦିନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମ ଲତା ଦିନାନାଥ ମଙ୍ଗେଶକର...

ସୀମା ସଂଘର୍ଷ ପରେ ଆଜି ମୋଦି-ଜିନ୍‌ପିଙ୍ଗ୍‌ ପ୍ରଥମ ଭେଟ

ନୂଆଦିଲ୍ଲୀ,୧୬।୯:୨୦୨୦ରେ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି...

ଭାରତର ବନ୍ଧୁପଣିଆ, ଆଫଗାନିସ୍ତାନକୁ ପଠାଇଲା ୫୦ ଟ୍ରକ୍‌ ଗହମ…

ନୂଆଦିଲ୍ଲୀ, ୨୨।୨ : ବିପଦ ସମୟରେ ଭାରତ ନିଜର ବନ୍ଧୁପଣିଆ ଦେଖାଇଛି। ଆଫଗାନିସ୍ତାନରେ ଜାରି ରହିଥିବା ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ୫୦ ଟକ୍ର...

Advertisement
Archives

Model This Week