ଆମ୍ବ, ତରଭୁଜ ଆଉ ଦେଖିବାକୁ ମିଳିବନି, କମୁଛି ପରାଗ ସଙ୍ଗମ, ଭାରତ ପାଇଁ ସଙ୍କଟ…

ଲଣ୍ଡନ,୧୯।୧୦ : ଜଳବାୟୁ ପରିବର୍ତ୍ତନ ଏବଂ ଚାଷ ଜମି ବ୍ୟବହାରରେ ପରିବର୍ତ୍ତନ ଯୋଗୁ ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା ୬୧.୧ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ ଆମ୍ବ, ତରଭୁଜ, କଫି ଏବଂ କୋକୋ ଭଳି ଟ୍ରପିକାଲ ଫସଲ ପାଇଁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି।

ଲଣ୍ଡନ ବିଶ୍ୱବିଦ୍ୟାଳୟ ଏବଂ ପ୍ରାକୃତିକ ଇତିହାସ ସଂଗ୍ରହାଳୟର ଅନୁସନ୍ଧାନକାରୀଙ୍କ ଅନୁଯାୟୀ ମୋଟ ଉତ୍ପାଦନ ଦୃଷ୍ଟିରୁ ଏହା ଚାଇନା, ଭାରତ, ଇଣ୍ଡୋନେସିଆ, ବ୍ରାଜିଲ ଏବଂ ଫିଲିପାଇନ୍ସ ଆଦି ଦେଶର ଉତ୍ପାଦନ ପାଇଁ ଅଧିକ ସଙ୍କଟ ସୃଷ୍ଟି ହୋଇଛି।

ଚାଇନାରେ ତରଭୁଜ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେଉଥିବାବେଳେ ଭାରତରେ ଆମ୍ବ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ବିଶେଷ ଭାବରେ ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା କମିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଏହା ଜାରି ରହିଲେ ଆଗାମି ଦନେୀ ଆମ୍ବ ତରଭୁଜ ଆଉ ଦେଖିବାକୁ ମିଳିବ ନାହିଁ। ଏଥି ସହିତ ଆଫ୍ରିକାରେ କୋକୋ ଉତ୍ପାଦନ ବାଧାପ୍ରାପ୍ତ ହେବାର ଆଶଙ୍କା ସର୍ବାଧିକ ରହିଛି। ବିଶ୍ୱରେ ପ୍ରାୟ ପାଞ୍ଚ କୋଟି ଲୋକଙ୍କ ପାଇଁ କୋକୋ ଉତ୍ପାଦନ ଆୟର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ।

ଗବେଷକମାନେ ବିଶ୍ୱସ୍ତରରେ ୧,୫୦୭ ଅଞ୍ଚଳରୁ ଫସଲ ଏବଂ କୀଟନାଶକ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ୩,୦୮୦ ପ୍ରଜାତିର ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗ ଚିହ୍ନଟ କରାଯାଇଥିଲା। ଅଧ୍ୟୟନରେ, ଗବେଷକମାନେ ଜଟିଳ ପ୍ରଭାବ ଏବଂ ପାରସ୍ପରିକ କ୍ରିୟା ଆବିଷ୍କାର କରିଛନ୍ତି ଯାହା ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି ଏବଂ ଜମି ବ୍ୟବହାର ପରିବର୍ତ୍ତନ କୀଟପତଙ୍ଗଙ୍କ ଜୈବ ବିବିଧତା ଉପରେ ପଡିଛି ।

କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ମୁଖ୍ୟତଃ ସେମାନଙ୍କ ବାସସ୍ଥାନ ନଷ୍ଟ କରିବା, ଜମି ବ୍ୟବହାରରେ ପରିବର୍ତ୍ତନ, ସାର ଏବଂ କୀଟନାଶକ ଅତ୍ୟଧିକ ବ୍ୟବହାର ଭଳି କାରଣ ଦର୍ଶାଯାଇଛି। ଅଧ୍ୟୟନର ଫଳାଫଳ ଅନ୍ତର୍ଜାତୀୟ ଜର୍ନାଲ ସାଇନ୍ସ ଆଡଭାନ୍ସରେ ପ୍ରକାଶ ପାଇଛି ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା କମିବା ଦ୍ୱାରା ପ୍ରାୟ ୨୯.୫ ଲକ୍ଷ କୋଟି ଟଙ୍କାର କ୍ଷତି ହେବ। ଏଥି ସହିତ, ବିଶ୍ୱର ପ୍ରାୟ ୨୦୦ କୋଟି କ୍ଷୁଦ୍ର ଚାଷୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ।

ବେଙ୍ଗାଲୁରୁର ନ୍ୟାଶନାଲ ସେଣ୍ଟର ଫର ବାୟୋଲୋଜିକାଲ ସାଇନ୍ସର ବୈଜ୍ଞାନିକମାନେ ବିଭିନ୍ନ ଅଞ୍ଚଳରେ ଏସୀୟ ମହୁମାଛିଙ୍କ ଉପରେ ବାୟୁ ପ୍ରଦୂଷଣ ସ୍ତରର ପ୍ରଭାବକୁ ଆକଳନ କରିଛନ୍ତି। ଏହା ଦେଖାଯାଇଛି ପ୍ରଦୂଷିତ କୀଟପତଙ୍ଗଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?