ଖାଲିପଡ଼ିଛି ମଙ୍ଗାଶାଳ

ବରଗଡ଼ ଅଫିସ୍‌, ୨୫ା୯: ସମ୍ବଲପୁରୀ ବସ୍ତ୍ର ତିଆରି ପାଇଁ ବରଗଡ଼ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଦେଶ ତଥା ଦେଶ ବାହାରେ ଏଠାରେ ପ୍ରସ୍ତୁତ ସମ୍ବଲପୁରୀ ଶାଢ଼ିଠାରୁ ଆରମ୍ଭ କରି ଅନ୍ୟ ପୋଷାକ, ପରିଚ୍ଛଦର ଚାହିଦା ମଧ୍ୟ ଅଧିକ । ତେବେ ଏହାର ମୂଳରେ ରହିଛନ୍ତି ଜିଲାର ବୁଣାକାର। ବୁଣାକାରଙ୍କ ବିକାଶ ତଥା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ମଧ୍ୟ ହାତକୁ ନିଆଯାଇଛି ।
ସୂତାଠାରୁ ମଙ୍ଗା, ଅରଟ, ସୋଲାର ଲଣ୍ଠନ, ଇନଭର୍ଟର ଆଦି ବୁଣାକାରଙ୍କୁ ଯୋଗାଇବା ସରକାରଙ୍କ ମାର୍ଗଦର୍ଶିକାରେ ରହିଛି । କିନ୍ତୁ ଏହାର ସୁଫଳ ଏପର୍ଯ୍ୟନ୍ତ ଅନେକ ବୁଣାକାରଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଛି । ବରଗଡ଼ ଜିଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ରହିଥିବା ବୁଣାକାରଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି । ଗ୍ରାମରେ ପ୍ରାୟ ୩୦ ବୁଣାକାର ପରିବାର ରହୁଛନ୍ତି ।
ସମ୍ବଲପୁରୀ କପଡ଼ା ବୁଣି ସେମାନେ ପରିବାର ଗୁଜୁରାଣ ମେଣ୍ଟାଉଛନ୍ତି । ମାତ୍ର ଅଦ୍ୟାବଧି ସେମାନଙ୍କୁ କୌଣସି ସରକାରୀ ସହାୟତା ମିଳି ନ ଥିବା ବୁଣାକାରମାନେ କହିଛନ୍ତି । ସେହିପରି କରୋନା କଟକଣା ଯୋଗୁ ସେମାନଙ୍କ ପ୍ରସ୍ତୁତ ସମ୍ବଲପୁରୀ କପଡ଼ା ବିକ୍ରିବଟା ମଧ୍ୟ ଠପ୍‌ ହୋଇଯାଇଛି ।
ଫଳରେ ଗୋଟିଏ ପଟେ ସରକାରୀ ସହାୟତାରୁ ବଞ୍ଚିତ ଏବଂ ଅନ୍ୟପଟେ କରୋନା କଟକଣାରୁ ରୋଜଗାର ହରାଇ ଏହି ଗ୍ରାମର ବୁଣାକାରଙ୍କୁ ଦୁର୍ବିସହ ଜୀବନ ଅତିବାହିତ କରିବାକୁ ପଡ଼ୁଛି ।

ମିଳୁନି ସହାୟତା, ହରାଇଛୁ ରୋଜଗାର

କପଡ଼ା ବୁଣିବା ଛଡ଼ା ଆମର ଆଉ କିଛି ରୋଜଗାର ନାହିଁ ।
କପଡ଼ା ବୁଣି ଯାହା ମିଳେ, ସେଥିରୁ ପରିବାର ଚଳେ । ଏହା ଆମର କୌଳିକ ବୃତ୍ତି, ମାତ୍ର କିଛି ସରକାରୀ ସହାୟତା ମିଳିନାହିଁ ।
ସରକାରଙ୍କ ଯୋଜନାରେ ଦୀର୍ଘ ୩ ବର୍ଷ ହେଲା ସୋଲାର୍‌ ଇନଭର୍ଟର ପାଇଁ ଆବେଦନ କରି ଆସୁଛି । ମାତ୍ର ଏପର୍ଯ୍ୟନ୍ତ ତାହା ପାଇ ପାରିନାହିଁ । ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଦେଖାଯାଉଛି । ଫଳରେ ଅନ୍ଧାର ମଧ୍ୟରେ କପଡ଼ା ବୁଣିବା ସମ୍ଭବ ହେଉନାହିଁ ା ଏଥିଯୋଗୁ ରୋଜଗାର ହରାଇବାକୁ ପଡ଼ୁଛି । -ବାଳକ ମହାନନ୍ଦ

ଆବେଦନ କରିଛୁ, ସହାୟତା ଅପହଞ୍ଚ
ସରକାରୀ ସହାୟତା ଆଶାରେ ବିଭିନ୍ନ ଅଫିସକୁ ଧାଁ ଦୌଡ଼ କରୁଛୁ ।
ସହାୟତା ପାଇଁ ଆବେଦନ କରିଛୁ । ହେଲେ ତାହା ଅରଣ୍ୟ ରୋଦନ ଭଳି ହୋଇଯାଇଛି । ରୋଜଗାର ପାଇଁ ନିଜେ ମଙ୍ଗା, ଅରଟ କିଣିଛୁ । ଭଙ୍ଗା ଦଦରା ମଙ୍ଗାଶାଳରେ କପଡ଼ା ବୁଣୁଛୁ । ବର୍ଷା ହେଲେ ସେହି ମଙ୍ଗାଶାଳରେ କପଡ଼ା ବୁଣିବା ବନ୍ଦ ହୋଇଯାଉଛି ।
ସେହିପରି ବୁଣିଥିବା କପଡ଼ାକୁ ଲକ୍‌ଡାଉନ୍‌ ହେବା ପରଠାରୁ ଗତ କିଛିମାସ ହେଲା ବିକ୍ରିବଟା କରି ପାରୁନାହୁଁ । ପରିବାର ପୋଷଣ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । -କୀର୍ତ୍ତିଚନ୍ଦ୍ର କୁମ୍ଭାର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri