ପ୍ରହସନ ପାଲଟିଛି ମାଣ୍ଡିଆ ମଣ୍ଡି

ନୟାଗଡ଼ ଅଫିସ/ନୂଆଗାଁ(ଡି.ଏନ.ଏ.)୨।୩: ସରକାର ମିଲଟ ମିଶନ ଯୋଜନାରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ମାଣ୍ଡିଆ ଚାଷକୁ ବୃଦ୍ଧି କରିବା ପାଇଁ ସରକାର ଉନ୍ନତ ମାନର ବିହନ ଯୋଗାଇ ଦେବା ସହ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରୁଛନ୍ତି। ଅମଳ ମାଣ୍ଡିଆକୁ ସୁବିଧାରେ ବିକ୍ରି କରିବା ପାଇଁ ସରକାର ମାଣ୍ଡିଆ ମଣ୍ଡି ଖୋଲୁଛନ୍ତି। ଏହି ମଣ୍ଡି ଚାଷୀମାନଙ୍କ ସୁବିଧା ଦୃଷ୍ଟିରୁ କରାଯାଉଥିବା ବେଳେ ମଣ୍ଡି ଦାୟିତ୍ୱରେ ରହୁଥିବା ସଂସ୍ଥାର କେତେଜଣ କର୍ମଚାରୀଙ୍କୁ ହାତ କରି ଅସାଧୁ ବେପାରୀ ତା’ର ଫାଇଦା ଉଠାଉଛନ୍ତି।
ଏପରି ଅଭିଯୋଗ ହେଉଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଣ୍ଡିଆ ମଣ୍ଡିରେ । ଚଳିତ ମାସ ୨୫ ରେ ହାଟ ପରିସରରେ ଉଦ୍‌ଘାଟନ ହୋଇଥିବା ମାଣ୍ଡିଆ ମଣ୍ଡିକୁ ଚାଷୀଙ୍କ ବଦଳରେ ବେପାରୀ ମାଣ୍ଡିଆ ଆଣିଥିବା ଅଭିଯୋଗ ହୋଇଥିଲା ।
ରାଜ୍ୟ ସରକାର ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ମାଣ୍ଡିଆ ଚାଷ ପାଇଁ ସରକାର ଚାଷୀମାନଙ୍କୁ ଏକର ପିଛା ୩ କେଜି ବିହନ ଓ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ନୂଆଗାଁ ବ୍ଲକରେ ଏହାର ପ୍ରଚାର ପ୍ରସାରଠାରୁ ଆରମ୍ଭ କରି ବିହନ ଦେବା, ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା, ତା’ର ତଦାରଖ କରିବା, ଚାଷୀମାନଙ୍କ ଅମଳ ମାଣ୍ଡିଆକୁ ମଣ୍ଡି ମାଧ୍ୟମରେ ବିକ୍ରୀ କରିବା ଆଦି ଦାୟିତ୍ୱ ହାମ୍‌ସ ଭଳି ଏକ ବେସରକାରୀ ସ୍ବେଚ୍ଛାସେବୀ ସଂସ୍ଥାକୁ ପ୍ରଦାନ କରାଯାଇଛି। ଖରିଫ୍‌ ଋତୁରେ ନୂଆଗାଁ ବ୍ଲକରେ ୨୦୦ ହେକ୍ଟର ଚାଷ ଜମିରେ ମାଣ୍ଡିଆ ଚାଷ କରିବା ପାଇଁ ୧୬ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥିଲା।
ଏଥିପାଇଁ ଜାକେଡା, ଗୁମି, କାପ୍ତାପଲି,ଉଦୟପୁର , ପାରାଢିପି , କୋରଡା, ନୂଆଗାଁ , ଦୁର୍ଦ୍ଦୁରା ଓ ସିକ୍ରିଡା ଆଦି ୧୦ ପଞ୍ଚାୟତର ୫୭୨ ଜଣ ଚାଷୀଙ୍କ ନାମ ପଞ୍ଜୀକୃତ କରାଯାଇଥିଲା । ଚାଷ ଜମି ଅନୁସାରେ ଚାଷୀମାନଙ୍କୁ ବିହନ ପ୍ରଦାନ କରାଯାଇଥିଲା । ଅମଳ ହୋଇଥିବା ମାଣ୍ଡିଆକୁ କ୍ରୟ କରିବା ପାଇଁ ନୂଆଗାଁ ବ୍ଲକର କଇଥପଲି ସେବା ସମବାୟ ସମିତି ଓ ନୂଆଗାଁ ସେବା ସମବାୟ ସମିତି ଅଧୀନରେ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଗତ ୨୦ ତାରିଖ ଦିନ କଇଥପଲି ପାକ୍ସରେ ମଣ୍ଡି ଉଦଘାଟନ ହୋଇ ୬୯ କୁଇଣ୍ଟାଲ ମାଣ୍ଡିଆ କିଣା ଯାଇଥିଲା । ସେହିପରି ୨୫ ତାରିଖରେ ନୂଆଗାଁ ପାକ୍ସ ଅଧୀନରେ ମଣ୍ଡି ଉଦଘାଟନ କରାଯିବା ପାଇଁ ସ୍ଥିର ହୋଇଥିଲା । ହାମ୍‌ସ କର୍ମଚାରୀ ଓ ପାକ୍ସ ସଭାପତି, ସମ୍ପାଦକ ଓ ଡାଇରେକ୍ଟରମାନଙ୍କ ମଧ୍ୟରେ ନାନା ବାଦ ବିବାଦ ଯୋଗୁ ବିଳମ୍ବରେ ଉଦ୍‌ଘାଟନ ହୋଇଥିଲେ ମଧ୍ୟ ମାଣ୍ଡିଆ ଉଠିପାରି ନ ଥିଲା । ଚାଷୀମାନଙ୍କ ନିକଟରେ ମେଶିନ ନ ଥିବାରୁ ମାଣ୍ଡିଆରୁ ଚୋପା ଛାଡି ନ ଥିଲା, ଯାହାକୁ କି କ୍ରୟ କରିବା ପାଇଁ ପାକ୍ସ ସମ୍ପାଦକ ମନା କରିଥିଲେ । ମାଣ୍ଡିଆକୁ ସଫା କରାଯିବା ପରେ ଓଜନ କରି ନେବେ ବୋଲି ପାକ୍ସ ସମ୍ପାଦକ ସୀତାରାମ ସୁବୁଦ୍ଧି କହିଥିଲେ ।
ତେବେ ନୂଆଗାଁ ମଣ୍ଡିରେ ୨୪୨ ଜଣ ଚାଷୀ ମାଣ୍ଡିଆ ଦେବା ପାଇଁ ଟୋକନ ପାଇଛନ୍ତି। ଉକ୍ତ ଦିନ ୧୦୦ କୁଇଣ୍ଟାଲ ମାଣ୍ଡିଆ ମଣ୍ଡିକୁ ଆସିଥିବା ବେଳେ ମାତ୍ର ୪ ଜଣ ଲୋକ ଚାଷୀ ହିସାବରେ ଆସିଥିଲେ। ସେଥିମଧ୍ୟରୁ ଦୁଇ ଜଣ ଢେଙ୍କେଣା ପଞ୍ଚାୟତର ଚାଷୀ ବୋଲି ନିଜେ କହିଥିଲେ । ସେମାନଙ୍କୁ ସରକାରଙ୍କ ତରଫରୁ ବିହନ କିମ୍ବା କୌଣସି ପ୍ରୋତ୍ସାହନ ରାଶି ମିଳି ନାହିଁ । ସେମାନେ ନିଜେ ଚାଷ କରିଥିବା କହିଥିଲେ । ହେଲେ ନୂଆଗାଁ ମଣ୍ଡିକୁ ଚାଷୀମାନେ ନ ଆସି ବେପାରୀ ମାଣ୍ଡିଆ ନେଇ ଆସିଥିବା ଅଭିଯୋଗ ହୋଇଥିଲା ।
ବେପାରୀମାନେ ଲୋକମାନଙ୍କଠାରୁ କମ୍‌ ଦରରେ ମାଣ୍ଡିଆ କିଣି ମଣ୍ଡିରେ ୩୫୭୮ ଟଙ୍କାରେ ବିକ୍ରୀ କରି ଲାଭବାନ ହେବା ପାଇଁ ଚେଷ୍ଠା କରୁଛନ୍ତି। ତେବେ ଚାଷୀମାନଙ୍କ ବଦଳରେ ବେପାରୀମାନଙ୍କ ନାମ କିଭଳି ପଞ୍ଜୀକୃତ କରାଯାଇଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୂଆଗାଁ ବ୍ଲକ ଅତିରିକ୍ତ କୃଷି ଅଧିକାରୀ ପୂଜା କହଁରଙ୍କୁ ପଚାରିବାରେ ମାଣ୍ଡିଆ ଚାଷର ସମସ୍ତ ଦାୟିତ୍ୱ ଜିଲାସ୍ତରରୁ ହାମ୍‌ସକୁ ଦିଆଯାଇଛି । ଆମେ କେବଳ ଟେକ୍‌ନିସିଆନ ହିସାବରେ କାମ କରିଛୁ । ଏ ବାବଦରେ ମୁଁ ବୁଝିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?