ପ୍ରହସନ ପାଲଟିଛି ମାଣ୍ଡିଆ ମଣ୍ଡି

ନୟାଗଡ଼ ଅଫିସ/ନୂଆଗାଁ(ଡି.ଏନ.ଏ.)୨।୩: ସରକାର ମିଲଟ ମିଶନ ଯୋଜନାରେ ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ମାଣ୍ଡିଆ ଚାଷକୁ ବୃଦ୍ଧି କରିବା ପାଇଁ ସରକାର ଉନ୍ନତ ମାନର ବିହନ ଯୋଗାଇ ଦେବା ସହ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରୁଛନ୍ତି। ଅମଳ ମାଣ୍ଡିଆକୁ ସୁବିଧାରେ ବିକ୍ରି କରିବା ପାଇଁ ସରକାର ମାଣ୍ଡିଆ ମଣ୍ଡି ଖୋଲୁଛନ୍ତି। ଏହି ମଣ୍ଡି ଚାଷୀମାନଙ୍କ ସୁବିଧା ଦୃଷ୍ଟିରୁ କରାଯାଉଥିବା ବେଳେ ମଣ୍ଡି ଦାୟିତ୍ୱରେ ରହୁଥିବା ସଂସ୍ଥାର କେତେଜଣ କର୍ମଚାରୀଙ୍କୁ ହାତ କରି ଅସାଧୁ ବେପାରୀ ତା’ର ଫାଇଦା ଉଠାଉଛନ୍ତି।
ଏପରି ଅଭିଯୋଗ ହେଉଛି ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଣ୍ଡିଆ ମଣ୍ଡିରେ । ଚଳିତ ମାସ ୨୫ ରେ ହାଟ ପରିସରରେ ଉଦ୍‌ଘାଟନ ହୋଇଥିବା ମାଣ୍ଡିଆ ମଣ୍ଡିକୁ ଚାଷୀଙ୍କ ବଦଳରେ ବେପାରୀ ମାଣ୍ଡିଆ ଆଣିଥିବା ଅଭିଯୋଗ ହୋଇଥିଲା ।
ରାଜ୍ୟ ସରକାର ମାଣ୍ଡିଆ ଚାଷକୁ ଗୁରୁତ୍ୱ ଦେଉଛନ୍ତି । ମାଣ୍ଡିଆ ଚାଷ ପାଇଁ ସରକାର ଚାଷୀମାନଙ୍କୁ ଏକର ପିଛା ୩ କେଜି ବିହନ ଓ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ନୂଆଗାଁ ବ୍ଲକରେ ଏହାର ପ୍ରଚାର ପ୍ରସାରଠାରୁ ଆରମ୍ଭ କରି ବିହନ ଦେବା, ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା, ତା’ର ତଦାରଖ କରିବା, ଚାଷୀମାନଙ୍କ ଅମଳ ମାଣ୍ଡିଆକୁ ମଣ୍ଡି ମାଧ୍ୟମରେ ବିକ୍ରୀ କରିବା ଆଦି ଦାୟିତ୍ୱ ହାମ୍‌ସ ଭଳି ଏକ ବେସରକାରୀ ସ୍ବେଚ୍ଛାସେବୀ ସଂସ୍ଥାକୁ ପ୍ରଦାନ କରାଯାଇଛି। ଖରିଫ୍‌ ଋତୁରେ ନୂଆଗାଁ ବ୍ଲକରେ ୨୦୦ ହେକ୍ଟର ଚାଷ ଜମିରେ ମାଣ୍ଡିଆ ଚାଷ କରିବା ପାଇଁ ୧୬ କୁଇଣ୍ଟାଲ ବିହନ ଯୋଗାଇ ଦିଆଯାଇଥିଲା।
ଏଥିପାଇଁ ଜାକେଡା, ଗୁମି, କାପ୍ତାପଲି,ଉଦୟପୁର , ପାରାଢିପି , କୋରଡା, ନୂଆଗାଁ , ଦୁର୍ଦ୍ଦୁରା ଓ ସିକ୍ରିଡା ଆଦି ୧୦ ପଞ୍ଚାୟତର ୫୭୨ ଜଣ ଚାଷୀଙ୍କ ନାମ ପଞ୍ଜୀକୃତ କରାଯାଇଥିଲା । ଚାଷ ଜମି ଅନୁସାରେ ଚାଷୀମାନଙ୍କୁ ବିହନ ପ୍ରଦାନ କରାଯାଇଥିଲା । ଅମଳ ହୋଇଥିବା ମାଣ୍ଡିଆକୁ କ୍ରୟ କରିବା ପାଇଁ ନୂଆଗାଁ ବ୍ଲକର କଇଥପଲି ସେବା ସମବାୟ ସମିତି ଓ ନୂଆଗାଁ ସେବା ସମବାୟ ସମିତି ଅଧୀନରେ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଗତ ୨୦ ତାରିଖ ଦିନ କଇଥପଲି ପାକ୍ସରେ ମଣ୍ଡି ଉଦଘାଟନ ହୋଇ ୬୯ କୁଇଣ୍ଟାଲ ମାଣ୍ଡିଆ କିଣା ଯାଇଥିଲା । ସେହିପରି ୨୫ ତାରିଖରେ ନୂଆଗାଁ ପାକ୍ସ ଅଧୀନରେ ମଣ୍ଡି ଉଦଘାଟନ କରାଯିବା ପାଇଁ ସ୍ଥିର ହୋଇଥିଲା । ହାମ୍‌ସ କର୍ମଚାରୀ ଓ ପାକ୍ସ ସଭାପତି, ସମ୍ପାଦକ ଓ ଡାଇରେକ୍ଟରମାନଙ୍କ ମଧ୍ୟରେ ନାନା ବାଦ ବିବାଦ ଯୋଗୁ ବିଳମ୍ବରେ ଉଦ୍‌ଘାଟନ ହୋଇଥିଲେ ମଧ୍ୟ ମାଣ୍ଡିଆ ଉଠିପାରି ନ ଥିଲା । ଚାଷୀମାନଙ୍କ ନିକଟରେ ମେଶିନ ନ ଥିବାରୁ ମାଣ୍ଡିଆରୁ ଚୋପା ଛାଡି ନ ଥିଲା, ଯାହାକୁ କି କ୍ରୟ କରିବା ପାଇଁ ପାକ୍ସ ସମ୍ପାଦକ ମନା କରିଥିଲେ । ମାଣ୍ଡିଆକୁ ସଫା କରାଯିବା ପରେ ଓଜନ କରି ନେବେ ବୋଲି ପାକ୍ସ ସମ୍ପାଦକ ସୀତାରାମ ସୁବୁଦ୍ଧି କହିଥିଲେ ।
ତେବେ ନୂଆଗାଁ ମଣ୍ଡିରେ ୨୪୨ ଜଣ ଚାଷୀ ମାଣ୍ଡିଆ ଦେବା ପାଇଁ ଟୋକନ ପାଇଛନ୍ତି। ଉକ୍ତ ଦିନ ୧୦୦ କୁଇଣ୍ଟାଲ ମାଣ୍ଡିଆ ମଣ୍ଡିକୁ ଆସିଥିବା ବେଳେ ମାତ୍ର ୪ ଜଣ ଲୋକ ଚାଷୀ ହିସାବରେ ଆସିଥିଲେ। ସେଥିମଧ୍ୟରୁ ଦୁଇ ଜଣ ଢେଙ୍କେଣା ପଞ୍ଚାୟତର ଚାଷୀ ବୋଲି ନିଜେ କହିଥିଲେ । ସେମାନଙ୍କୁ ସରକାରଙ୍କ ତରଫରୁ ବିହନ କିମ୍ବା କୌଣସି ପ୍ରୋତ୍ସାହନ ରାଶି ମିଳି ନାହିଁ । ସେମାନେ ନିଜେ ଚାଷ କରିଥିବା କହିଥିଲେ । ହେଲେ ନୂଆଗାଁ ମଣ୍ଡିକୁ ଚାଷୀମାନେ ନ ଆସି ବେପାରୀ ମାଣ୍ଡିଆ ନେଇ ଆସିଥିବା ଅଭିଯୋଗ ହୋଇଥିଲା ।
ବେପାରୀମାନେ ଲୋକମାନଙ୍କଠାରୁ କମ୍‌ ଦରରେ ମାଣ୍ଡିଆ କିଣି ମଣ୍ଡିରେ ୩୫୭୮ ଟଙ୍କାରେ ବିକ୍ରୀ କରି ଲାଭବାନ ହେବା ପାଇଁ ଚେଷ୍ଠା କରୁଛନ୍ତି। ତେବେ ଚାଷୀମାନଙ୍କ ବଦଳରେ ବେପାରୀମାନଙ୍କ ନାମ କିଭଳି ପଞ୍ଜୀକୃତ କରାଯାଇଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନୂଆଗାଁ ବ୍ଲକ ଅତିରିକ୍ତ କୃଷି ଅଧିକାରୀ ପୂଜା କହଁରଙ୍କୁ ପଚାରିବାରେ ମାଣ୍ଡିଆ ଚାଷର ସମସ୍ତ ଦାୟିତ୍ୱ ଜିଲାସ୍ତରରୁ ହାମ୍‌ସକୁ ଦିଆଯାଇଛି । ଆମେ କେବଳ ଟେକ୍‌ନିସିଆନ ହିସାବରେ କାମ କରିଛୁ । ଏ ବାବଦରେ ମୁଁ ବୁଝିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଡିକାଲ ଶୌଚାଳୟରେ କର୍କଟ ରୋଗୀଙ୍କ ଆତ୍ମହତ୍ୟା

କଟକ,୧୬ା୪ (କାର୍ତ୍ତିକ ସାହୁ) ଆଚାର୍ଯ୍ୟ ହରିହରି ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନକୁ ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳା କର୍କଟ ରୋଗର ଯନ୍ତ୍ରଣା ସହି ନ...

ୟୁପିଏସ୍‌ସିରେ ୨୪ ନଂ ର଼୍ୟାଙ୍କ ରଖିଲେ ବରଗଡ଼ ଡେପୁଟି କଲେକ୍ଟର ପ୍ରଜ୍ଞାନନ୍ଦନ ଗିରି, ୪ର୍ଥ ପ୍ରୟାସରେ ସଫଳ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟୀ କଲେକ୍ଟର ଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ମଙ୍ଗଳବାର ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା (ୟୁପିଏସ୍‌ସି)ରେ ୨୪...

ବିଜେଡିରେ ମିଶିଲେ ଦେବଗଡ଼ର ରାଣୀ ଅରୁନ୍ଧତୀ

ଭୁବନେଶ୍ୱର,୧୬।୪: ବିଜେଡିରେ ମିଶିଲେ ସମ୍ବଲପୁରର ଭାଜପା ଏମପି ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ କୁମାରୀ ଦେବୀ। ଆଜି ସେ ବିଜେଡିରେ ସାମିଲ ହୋଇଛନ୍ତି । ସେ...

ଓଭରବ୍ରିଜ୍‌ରୁ ବସ୍‌ ଖସି ଦୁର୍ଘଟଣା: ମୃତକଙ୍କୁ ୩୦ ଲକ୍ଷ କ୍ଷତିପୂରଣ ପ୍ରଦାନ ଦାବି

କଟକ,୧୬ା୪ (କାର୍ତ୍ତିକ ସାହୁ) ଯାଜପୁର ଜିଲା ବାରବାଟୀ ନିକଟରେ ସୋମବାର ରାତିରେ ଓଭରବ୍ରିଜରୁ ପ୍ରାୟ ୩୦ ଫୁଟ ତଳକୁ ଯାତ୍ରୀବାହୀ ବସ୍‌ ଖସି ଦୁର୍ଘଟଣା ଘଟିବାକୁ...

ଫୁଲ ଧରିଲେ ବିଜେଡିର ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ) ପୂର୍ବତନ ବିଜେଡି ବିଧାୟକ ବେଦବ୍ୟାସ ନାୟକ ଆଜି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି। ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ସେ ତାଙ୍କ...

ବଜ୍ରପାତରେ ୩ ମୃତ

କେନ୍ଦ୍ରାପଡ଼ା,୧୬।୪: କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ସାଙ୍ଗକୁ ଜୋରରେ ପବନ ହୋଇଛି। ତେବେ ବଜ୍ରପାତରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ...

ମା’ ଧାମୁରାଇଙ୍କୁ ପୂଜା କରି ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ

ଚାନ୍ଦବାଲି,୧୬।୪(କିଷାନ ପାତ୍ର)- ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଅମୀୟ ମହାପାତ୍ର ମଙ୍ଗଳବାର ଧାମରାଠାରେ ମା’ଧାମୁରାଇଙ୍କ ଦର୍ଶନ କରି ପ୍ରଚାର ଆରମ୍ଭ...

ଶୁଣାଣି ଚାଲିଥିବା ବେଳେ କୋର୍ଟ ଛାତରୁ ଡେଇଁ ପଡ଼ିଲେ ଅଭିଯୁକ୍ତ

ଝାରସୁଗୁଡ଼ା,୧୬।୪: ଝାରସୁଗୁଡ଼ା ଜିଲା ଦୌରାଜଜଙ୍କ ଅଦାଲତର ଦ୍ୱିତୀୟ ମହଲାରୁ ମଙ୍ଗଳବାର ଜଣେ ଅଭିଯୁକ୍ତ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେଲପାହାଡ଼ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri