ମାଣ୍ଡିଆ ଚାଷ ସଚେତନତା ରଥର ଶୁଭାରମ୍ଭ

ଖପ୍ରାଖୋଲ, ୨ା୧୨(ଡି.ଏନ.ଏ.)  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କୃଷି ବିଭାଗ କାର୍ଯ୍ୟାଳୟଠାରେ ଆତ୍ମା ବଲାଙ୍ଗୀର, ମିଲେଟ ମିଶନ, ଓ୍ବାସନ୍‌ ଓ ଓ୍ବାଇସିଡିଏର ମିଳିତ ଆନୁକୂଲ୍ୟରେ ମାଣ୍ଡିଆ ଚାଷ ସଚେତନତା ରଥର ବୁଧବାର ଶୁଭାରମ୍ଭ ହୋଇଛି ା ବିଡିଓ ତରଣୀ ସୁନା ମୁଖ୍ୟ ଅତିଥିଭାବେ ଯୋଗଦେଇ ମାଣ୍ଡିଆ ଚାଷୀଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ କହିଥିଲେ। ଏହା ସହ ପୁଷ୍ଟିକର ଖାଦ୍ୟ ଭାବେ ମାଣ୍ଡିଆର ବ୍ୟବହାର ବୃଦ୍ଧି ପାଉଥିବା ଏବଂ ପ୍ରତିକୂଳ ପାଗରେ ମାଣ୍ଡିଆ ଉପତ୍ାଦିତ ହୋଇପାରୁଥିବାରୁ ଚାଷୀ ଏହି ଚାଷ ପ୍ରତି ଆକୃଷ୍ଟ ହେବାକୁ ପରାମର୍ଶ ଦେଇଥିଳେ। ଏ ନେଇ ସଚେତନତା ବାର୍ତ୍ତା ଦେଇ ରଥ ବ୍ଲକର ସମସ୍ତ ପଞ୍ଚାୟତ ବୁଲିବ ବୋଲି ସେ କହିଥିଲେ ା କାର୍ଯ୍ୟକ୍ରମରେ ଏଡିଓ ଗୋରେନ୍ଦ୍ର ନାଥ ସିଂ, ବିଏଓ ଯଶୋବନ୍ତ ସାହୁ, ଓ୍ବାସନ୍‌ର ଡିସି ଯଶୋବନ୍ତ ନାଏକ, ଓ୍ବାଇସିଡିଏର ବ୍ଲକ କୋଅର୍ଡିନେଟର ହେମବତୀ ନନ୍ଦନ ବେହେରା, ଉଦ୍ୟାନ ବିଭାଗ ପ୍ରତିନିଧି ଶେଷଦେବ ମାଝୀ, ଖପ୍ରାଖୋଲ ସରପଞ୍ଚ ଉପେନ୍ଦ୍ର ଭୋଇ, ନାନ୍ଦୁପଲା ସରପଞ୍ଚ ସୁରେଶ ପୁଝାରୀ, ଘୁନସର ସରପଞ୍ଚ କପିଳ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ ା କାର୍ଯ୍ୟକ୍ରମରେ ଅତିଥିମାନେ ସବୁଜ ପତାକା ଦଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍

ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…

ବଲାଙ୍ଗୀରରେ ଚାଞ୍ଚଲ୍ୟ: ସ୍ତ୍ରୀ ଫେରି ଆସିବ ବୋଲି ଦେଇଥିଲେ ନରବଳି

ବଲାଙ୍ଗୀର,୨୨ା୮(ବୀରେନ୍ଦ୍ର କୁମାର ଝାଙ୍କର): ଘର ଛାଡି ଚାଲିଯାଇଥିବା ସ୍ତ୍ରୀ ଘରକୁ ଫେରିଆସିବ ବୋଲି ଅଭିଯୁକ୍ତ ଦେଇଛନ୍ତି ନରବଳି। ଏକଥା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri