ମଣ୍ଡି ଖୋଲିଲାନି, ରାସ୍ତା ଉପରେ ଧାନ

ବରଗଡ଼ ଅଫିସ୍‌/ ଭେଡ଼େନ, ୭ା୫: ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ ଶନିବାରଠାରୁ ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ମଣ୍ଡି ଗୁଡ଼ିକ ଖୋଲିଥାନ୍ତା ଏବଂ ଧାନ ସଂଗ୍ରହ ଆରମ୍ଭ ହୋଇଥାନ୍ତି। ତେବେ ବୈଠକର ସେହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରି ନାହିଁ। ଜିଲାର ଅତାବିରା ଆରଏମସି ଅଧୀନ କୌଣସି ମଣ୍ଡି ଖୋଲିନାହିଁ। ମଣ୍ଡିଗୁଡ଼ିକରେ ତାଲା ଝୁଲୁଛି। ଅନ୍ୟପଟେ ଏହି ଆର୍‌ଏମ୍‌ସି ଅଧୀନ ଅତାବିରା ଏବଂ ଭେଡ଼େନ ବ୍ଲକରେ ଚାଷୀଙ୍କ ଧାନ ଅମଳ ଆରମ୍ଭ ହୋଇଯାଇଥିବା ବେଳେ ଧାନ କ୍ଷେତ, ଖଳା ଏବଂ ରାସ୍ତା ଉପରେ ଖୋଲା ଆକାଶତଳେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେହିପରି ଚାଷୀଙ୍କୁ ଟୋକନ ମଧ୍ୟ ମିଳିନାହିଁ । ଫଳରେ ସେମାନେ ମଣ୍ଡିକୁ ଧାନ ନେଇ ପାରୁନାହାନ୍ତି। ଅନ୍ୟପକ୍ଷେ ସେମାନଙ୍କୁ ବର୍ଷା ଚିନ୍ତା ଘାରିଛି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ଦାଶରଥି ସୋରେନଙ୍କୁ ପଚାରିବାରୁ ସେ କହିଥିଲେ, ଅତାବିରା ଅଞ୍ଚଳର ଚାଷୀ ପ୍ରତିନିଧିମାନେ ୬ତାରିଖ ବଦଳରେ ୧୦ତାରିଖରୁ ମଣ୍ଡି ଖୋଲିବାକୁ ଦାବି କରିଥିଲେ। ସେମାନଙ୍କ ଦାବି ଅନୁଯାୟୀ ଶନିବାର ମଣ୍ଡି ଖୋଲିନାହିଁ ଏବଂ ଆସନ୍ତା ୧୦ତାରିଖରୁ ଅତାବିରା ଆର୍‌ଏମ୍‌ସି ଅଧୀନ ମଣ୍ଡି ଗୁଡ଼ିକରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସିଏସ୍‌ଓ ସୋରେନ କହିଛନ୍ତି । ଅନ୍ୟପଟେ ଚାଷୀନେତାଙ୍କ ସେଭଳି ଦାବି ଏବଂ ଭୂମିକାକୁ ନେଇ ଅଞ୍ଚଳର ଅନେକ ଚାଷୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।
ଅତାବିରା ଆର୍‌ଏମ୍‌ସି ଅଧୀନ ଭେଡ଼େନ ବ୍ଲକ ମହୁଲପାଲି ଗ୍ରାମର ଚାଷୀ କୃଷ୍ଣଚନ୍ଦ୍ର ମିଶ୍ର କହିଛନ୍ତି, ଆମେ ପରିଶ୍ରମ କରି ଚାଷବାସ କରୁଛୁ। ଧାନ ଅମଳ କରିଛୁ। ଆମେ କୌଣସି ଚାଷୀନେତାଙ୍କୁ ଚିହ୍ନିନାହୁଁ । ଯଦି କେହି ଚାଷୀନେତା ଭାବେ ୬ତାରିଖ ବଦଳରେ ୧୦ତାରିଖରେ ମଣ୍ଡି ଖୋଲିବାକୁ ଦାବି କରିଛନ୍ତି, ସେ ଭୁଲ କରିଛନ୍ତି ବୋଲି ମିଶ୍ର ପ୍ରକାଶ କରିଛନ୍ତି। ଏହି ଗ୍ରାମର ଅନ୍ୟ ଜଣେ ଚାଷୀ ଆର୍ତ୍ତତ୍ରାଣ ତ୍ରିପାଠୀ କହିଛନ୍ତି, ଆମେ ଧାନ ଅମଳ କରିସାରିଲୁଣି। ମଣ୍ଡି ଖୋଲିଲେ ବିକ୍ରି ପାଇଁ ଧାନ ସେଠାକୁ ନେବୁ ବୋଲି ଭାବିଥିଲୁ। ମଣ୍ଡି ତ ଖୋଲିଲା ନାହିଁ, ବର୍ଷା ମାଡ଼ି ଆସୁଥିବା ସୂଚନା ମିଳୁଛି। ଆମେ କୌଣସି ଚାଷୀନେତାଙ୍କ କଥାରେ ପଡ଼ିବୁନାହିଁ। ଅମଳ ଧାନ କିଭଳି ସୁରକ୍ଷିତ ଏବଂ ସୁରୁଖୁରୁରେ ଉଠିବ, ପ୍ରଶାସନ ଚିନ୍ତା କରୁ। ସେହିପରି ପପଙ୍ଗାର ଚାଷୀ ସାଗର ମହାକୁର କହିଛନ୍ତି, ମଣ୍ଡି ବିଳମ୍ବରେ ଖୋଲାଯିବା ପ୍ରଶାସନର ଏକ ଚାଲ୍‌ ଅଟେ। ମିଲର୍ସଙ୍କ ଇଙ୍ଗିତରେ ସେଭଳି କରାଯାଉଛି। ମଣ୍ଡି ଖୋଲିବା ବିଳମ୍ବ ହେଲେ ଚାଷୀଙ୍କ ଧାନ ବର୍ଷାରେ ଭିଜି ନଷ୍ଟ ହେବ ଏବଂ ମିଲର୍ସମାନେ କଟନୀଛଟନୀ ଆଳ ଦେଖାଇବେ। ଏପର୍ଯ୍ୟନ୍ତ ଚାଷୀଙ୍କୁ ଟୋକନ ସୁଦ୍ଧା ମିଳି ନ ଥିବା ସେ କହିଛନ୍ତି ।
ଏ ସମ୍ପର୍କରେ କୃଷକ ନେତା ରମେଶ ମହାପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ, ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ମେ ୧ରୁ ଜୁନ ୩୦ତାରିଖ ପର୍ଯ୍ୟନ୍ତ ଚାଲିବା କଥା। ସେହି ଅବଧିରେ ସରକାର ଧାନ ସଂଗ୍ରହ ପାଇଁ ଉଦ୍ଦିଷ୍ଟ ସବୁ ବ୍ୟବସ୍ଥା କରିବା ଦରକାର। କିନ୍ତୁ ସେହି ବ୍ୟବସ୍ଥା କରି ପାରି ନ ଥିବା ଯୋଗୁ ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଧାନକିଣା ବିଳମ୍ବ କରୁଛି। ଧାନକିଣା ଯେତେ ବିଳମ୍ବିତ ହେବ ଅଭାବୀ ବିକ୍ରି ସମସ୍ୟା ସେତେ ବଢ଼ି ଚାଲିବ ବୋଲି ମହାପାତ୍ର କହିଛନ୍ତି। ବରଗଡ଼ର ଅନ୍ୟ ଜଣେ ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି, ମଣ୍ଡି କେବଳ ନିର୍ଦ୍ଦିଷ୍ଟ କେତେଦିନ ଖୋଲିବା ତାହା ଠିକ୍‌ ନୁହେଁ । ସବୁଦିନ ମଣ୍ଡି ଖୋଲା ରହୁ ବୋଲି ଆମେ ସବୁବେଳେ ଦାବି କରିଆସୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?