Posted inଖେଳ

ମନ୍ଧାନା ପୁଣି ନମ୍ବର ଓ୍ବାନ

ଦୁବାଇ,୧୬ା୯: ଅଷ୍ଟ୍ରେଲିଆ ବିପକ୍ଷ ପରାଜିତ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ସଦ୍ୟ ପ୍ରକାଶିତ ଆଇସିସି ଅନ୍ତର୍ଜାତୀୟ ଦିନିକିଆ ମହିଳା ବ୍ୟାଟର ତାଲିକାରେ ପୁନର୍ବାର ନମ୍ବର ଓ୍ବାନ ସ୍ଥାନ ହାସଲ କରିଛନ୍ତି ଭାରତର ଟପ୍‌ ଅର୍ଡର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା।

ମୁଲାନପୁରଠାରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ମନ୍ଧାନା ୬୩ ବଲ୍‌ରୁ ୫୮ରନ୍‌ ସଂଗ୍ରହ କରିଥିଲେ। ତେବେ ସେ ଭାରତକୁ ପରାଜୟରୁ ବଞ୍ଚାଇପାରି ନ ଥିଲେ। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟ ଲାଭ କରି ସିରିଜ ୧-୦ରେ ଆଗୁଆ ରହିଛି।

ସେପ୍ଟେମ୍ବର ୩୦ରୁ ମହିଳା କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବାକୁଥିବା ବେଳେ ନମ୍ବର-୧ ସ୍ଥାନ ମନ୍ଧନାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବ। ଅର୍ଦ୍ଧଶତକ ଯୋଗୁ ମନ୍ଧାନାଙ୍କୁ ୭ରେଟିଂ ପଏଣ୍ଟ ମିଳିଥିଲା। ଦ୍ୱିତୀୟ ସ୍ଥାନକୁ ଖସିଥିବା ଇଂଲଣ୍ଡ ଷ୍ଟଲଓ୍ବାର୍ଟ ନାଟ୍‌ ସ୍କିଭର-ବ୍ରଣ୍ଟଙ୍କଠାରୁ ସେ ବର୍ତ୍ତମାନ ୪ ପଏଣ୍ଟ ଆଗରେ ରହିଛନ୍ତି।

ମନ୍ଧାନା ୨୦୧୯ରେ ପ୍ରଥମେ ନମ୍ବର-୧ ର଼୍ୟାଙ୍କିଙ୍ଗ ହାସଲ କରିଥିଲେ। ୨୦୨୫ରେ ସେ ଦୁଇଥର ପ୍ରଥମ ସ୍ଥାନରେ ରହିପାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୬୪ରନ୍‌ ସ୍କୋର କରିଥିବା ଭାରତୀୟ ଓପନର ପ୍ରତୀକା ରାଓ୍ବଲ ୪ ସ୍ଥାନ ଉପରକୁ ଉଠି ୪୨ତମ ସ୍ଥାନରେ ରହିଛନ୍ତି।

୫୪ରନ କରିଥିବା ଟପ୍‌ ଅର୍ଡର ବ୍ୟାଟର ହାର୍ଲିନ ଦେଓଲ ବର୍ତ୍ତମାନ ୪୩ତମ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ପାଇଁ ବାମହାତି ଷ୍ଟଲଓ୍ବାର୍ଟ ବେଥ୍‌ ମୁନି ତାଙ୍କ ଅପରାଜିତ ୭୭ ରନ ପାଇଁ ୩ ସ୍ଥାନ ପଦୋନ୍ନତି ସହ ୫ମ ସ୍ଥାନ ଅଧିକାର କରିଥିବା ବେଳେ ଆନାବେଲ ସଦରଲାଣ୍ଡ (୪ ସ୍ଥାନ ପଦୋନ୍ନତି) ଓ ଫୋଏବ୍‌ ଲିଚ୍‌ଫିଲ୍ଡ (୧୩ ସ୍ଥାନ ପଦୋନ୍ନତି) ସେମାନଙ୍କ ଅର୍ଦ୍ଧଶତକ ପାଇଁ ମିଳିତ ଭାବେ ୨୫ମ ସ୍ଥାନରେ ଅଛନ୍ତି। ପେସର କିମ୍‌ ଗାରେଥ ଓ ସ୍ପିନର ଅଲାନା କିଙ୍ଗ୍‌ ପ୍ରତ୍ୟେକ ଗୋଟିଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି। ମ୍ୟାଚରେ କୋଟିଏ ଉଇକେଟ ନେଇଥିବା ଭାରତୀୟ ସ୍ପିନର ସ୍ନେହ ରାଣା ୫ ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ସ୍ପିନର ସୋଫି ଏକ୍ଲେଷ୍ଟୋନ୍‌ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ବୋଲର ଭାବେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?