ମଣ୍ଡପରେ ବାହାନଗା ରେଳ ଦୁର୍ଘଟଣାର ଦୃଶ୍ୟ

ଭଦ୍ରକ,୧୮।୧୦ (ସନାତନ ରାଉତ): ଚଳିତବର୍ଷ ଭଦ୍ରକ ଗାନ୍ଧୀପଡ଼ିଆ ସାର୍ବଜନୀନ ଦୁର୍ଗାପୂଜା ୭୬ବର୍ଷରେ ପଦାର୍ପଣ କରୁଛି। ଆଉ ଦୁଇଦିିନ ପରେ ସପ୍ତମୀ ପୂଜା ଆରମ୍ଭ ହେବାକୁ ଥିବାବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଓ ପାର୍ଶ୍ୱମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବାଲେଶ୍ୱର ଜିଲା ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ଦୃଶ୍ୟ ଏଥର ପୂଜା ମଣ୍ଡପରେ ଦେଖିବାକୁ ମିଳିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଓ ଆହତମାନଙ୍କୁ ଉଦ୍ଧାର କାର୍ଯ୍ୟକୁ ପାର୍ଶ୍ୱମୂର୍ତ୍ତି ଭାବେ ଶିଳ୍ପୀ ଉତ୍ତରବାହିନୀର ଦାମୋଦର ନାୟକ ନିଖୁଣ ଭାବେ ଗଢ଼ିଛନ୍ତି।
ଖୁବ୍‌ ଆଡ଼ମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ପୂଜାର ବଜେଟ ସାଢ଼େ ୪ଲକ୍ଷ ଟଙ୍କା ରହିଛି। ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ୮ ଫୁଟ୍‌ ରଖାଯାଇଥିବା ବେଳେ ତୋରଣ ଓ ଆଲୋକ ସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଛି। ଚଳିତବର୍ଷ ଏହି ପୂଜାକୁ ସହଯୋଗ କରି ଆସୁଥିବା ମୂର୍ତ୍ତି କାରିଗରଠାରୁ ଆରମ୍ଭ କରି ବିଭିନ୍ନ ସଦସ୍ୟଙ୍କୁ ସମ୍ମାନିତ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ଭଜନ, ସୁଗମ ସଙ୍ଗୀତ, ମୋଗଲ ତାମସା ଆଦି ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।
୧୯୨୮ରେ କାମାକ୍ଷା ଚରଣ ଘୋଷ ନିଜ ଘରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। ପରେ ଏହି ଘରୋଇ ପୂଜା ସାର୍ବଜନୀନ ପୂଜାର ରୂପ ନେଇଥିଲା। ୧୯୪୮ରେ ଗାନ୍ଧୀପଡ଼ିଆ, ନରିପୁର, ନୂଆବଜାର, ବଙ୍କସାହି ଓ ଚନ୍ଦନବଜାର ଅଞ୍ଚଳର ଅଧିବାସୀମାନଙ୍କ ସହଯୋଗରେ ଭଦ୍ରକରେ ସାଳନ୍ଦୀ ନଦୀବନ୍ଧ ଶିମିଳିଗଛ ମୂଳରେ ସାର୍ବଜନୀନ ପୂଜା ଆରମ୍ଭ ହୋଇଥିଲା। ୧୯୫୭ରେ ନଦୀବନ୍ଧ କଡ଼ରୁ ଗାନ୍ଧୀପଡ଼ିଆ ମଣ୍ଡପକୁ ପୂଜା ସ୍ଥାନାନ୍ତର ହୋଇଥିଲା। ୧୯୬୦ରେ ସିମେଣ୍ଟର ପୂଜା ମଣ୍ଡପ ନିର୍ମାଣ ଆରମ୍ଭ ହୋଇ ୧୯୭୧ରେ ଛାତ ପଡ଼ିଥିଲା। ଏହି ପୂଜାକୁ ଆରମ୍ଭ କରିଥିବା ଦୀନବନ୍ଧୁ ମିତ୍ର, ଡା. ନିହାର ଚନ୍ଦ୍ର ଘୋଷ, ସତୀଶ ଦେ, ବଳରାମ ସାହୁ, ରାମଚନ୍ଦ୍ର ସାହୁ, ପ୍ରାଣକୃଷ୍ଣ ବିଶ୍ୱାଳ, ମଦନଲାଲ ଶର୍ମା, ରଘୁନାଥ କର, ରାମଟାଲ ସିଂ, ମୁଳଚାନ୍ଦ ହୀରାଲାଲ, ଶେଖ୍‌ ସାଦତ ଅଲ୍ଲୀ, ମୁରଲୀ ମନୋହର ପ୍ରଭୁ ଦୟାଲ, ସୁବାସ ଦେ, ସାନନ୍ଦ ପ୍ରସାଦ ସାହୁ, ରାମେଶ୍ୱର ଲାଲ ଗୁପ୍ତା ସମସ୍ତେ ପରଲୋକ ଗମନ କରିସାରିଛନ୍ତି। ଗତବର୍ଷ ୭୫ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାକୁ କମିଟି ପକ୍ଷରୁ ସହରର ଅନ୍ୟ ୧୬ଟି ସାର୍ବଜନୀନ ପୂଜା ମଣ୍ଡପରୁ ମାଟି ସଂଗ୍ରହ କରାଯାଇ ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ଗଢ଼ାଯାଥିଲା। ତେବେ ପ୍ରତିବର୍ଷ ପୂଜାରେ ଆୟବ୍ୟୟର ହିସାବ ସାର୍ବଜନୀନ କରାଯାଉଛି। ନୂଆବଜାର ବ୍ୟବସାୟୀ, ସ୍ଥାନୀୟ ଅଧିବାସୀଙ୍କ ସମର୍ଥନ ଓ ସହଯୋଗରେ ଏହି ପୂଜା ୭୬ ବର୍ଷରେ ପହଞ୍ଚତ୍ପାରିଛିି ବୋଲି କମିଟି ସଭାପତି ସୌମାଭ କୁମାର ଦେ ଓ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଗୁପ୍ତା କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri