ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ବ୍ୟକ୍ତି, ଖୋଜାଖୋଜି ପରେ ମିଳିଲା ତାଙ୍କ…

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଲ୍ଲୀ ଗ୍ରାମର ପୋଖରୀରୁ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ରୋହିତ ଗୌଡ଼(୪୨)। ସୋମବାର ସକାଳେ ରୋହିତଙ୍କ ଭାଇ ମିଟୁ ଗୌଡ଼ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଅପମୃତ୍ୟୁ ମାମଲା ନଂ.୨୭/୨୬ ଅନୁଯାୟୀ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ରୋହିତ ପ୍ରତିଦିନ ଭଳି ରବିବାର ସନ୍ଧ୍ୟାରେ ଗାଁ ଠାରୁ ପ୍ରାୟ ୧ କି.ମି ଦୂରରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ସମ୍ପର୍କୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ରୋହିତ ପୋଖରୀରେ ଗାଧୋଉଥିବା କିଛି ବ୍ୟକ୍ତି ପୂର୍ବରୁ ଦେଖିଥିବା କହିବାରୁ ରାତି ପ୍ରାୟ ୧୧ ଟାରେ ସାନଖେମୁଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଅକ୍ଳାନ୍ତ ପରିଶ୍ରମ କରିବା ପରେ ରୋହିତଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପୋଖରୀର ଗଭୀର ପାଣି ଭିତରୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩…

ଚେକ୍‌ ରିପବ୍ଲିକ୍‌ ଦଳରେ ସ୍ଥାନ ପାଇଲେ ୧୭ ବର୍ଷୀୟ ଏହି ଖେଳାଳି, ଜାଣନ୍ତୁ…

ପ୍ରେଗ୍‌,୧ା୬: ବିଶ୍ୱକପ୍‌ ପାଇଁ ଚେକ୍‌ ରିପବ୍ଲିକ ଫୁଟ୍‌ବଲ ଦଳରେ ସ୍ପାର୍ଟା ପ୍ରେଗ୍‌ ୧୭ ବର୍ଷୀୟ ମିଡ୍‌ଫିଲ୍ଡର ହୁଗୋ ସୋଚୁରେକ୍‌ ସ୍ଥାନ ପାଇଛନ୍ତି। କୋସୋଭୋ ବିପକ୍ଷ ଏକ ଓ୍ବାର୍ମଅପ୍‌…

ବିଶ୍ୱକପ୍‌ ଫୁଟ୍‌ବଲ ସିଧା ପ୍ରସାରଣକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତୀୟ ପ୍ରଶଂସକ ଦେଖିବେ ଏହି ଚେନାଲରେ ଜାଣନ୍ତୁ…

ନୂଆଦିଲ୍ଲୀ,୧ା୬: ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ (ଜୀଲ୍‌) ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ସହ ଏକ ୮ବର୍ଷୀୟା ପାର୍ଟନରଶିପ୍‌ ଚୁକ୍ତି କରଥିବା ସୋମବାର ପ୍ରକାଶ କରିଛି।…

ଯୁବକଙ୍କ ହାତଗୋଡ଼ ବାନ୍ଧି ମରଣାନ୍ତକ ଆକ୍ରମଣ ପରେ ଅପହରଣ ଘଟଣା: ୫ ଦିନ ବିତିଲା, ପୋଲିସ ହାତ ଖାଲି

ଆଳି,୧।୬(ବନମାଳୀ ସେନାପତି)- କେନ୍ଦ୍ରାପଡ଼ା ଜିଲା ଆଳି ଥାନା ମହାଦେଇ ପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ କିଛି ବ୍ୟକ୍ତି ହାତ ଗୋଡ଼ ବାନ୍ଧି ମାଡ଼ ମାରି ଅପହରଣ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri