Posted inଫୁରସତ

କରୋନା ଟିକା ନେବାକୁ ଆସି ନର୍ସଙ୍କୁ ବିବାହ ପ୍ରସ୍ତାବ ଦେଲେ ଯୁବକ, ଭାଇରାଲ ହେଲା ଭିଡିଓ

ଆମେରିକାରେ କରୋନା ଟିକା ନେବାକୁ ଆସିଥିବା ଜଣେ ଯୁବକ ନର୍ସଙ୍କୁ ନିଆରା ସର୍‌ପ୍ରାଇଜ୍‌ ଦେଇଛନ୍ତି। ୩୧ ବର୍ଷୀୟ ମେଡିକାଲ ଆସିଷ୍ଟାଣ୍ଟ ରବି ଭାର୍ଗସ କୋର୍ଟେସ ଏବଂ ବୃତ୍ତିରେ ଜଣେ ନର୍ସ ଏରିକ୍‌ ଭର୍ଡେରଲି ୫ ବର୍ଷ ଧରି ସମଲିଙ୍ଗୀ ରିଲେସନଶିପ୍‌ରେ ଥିଲେ। ଟିକା ନେବାର ଠିକ୍‌ ପୂର୍ବରୁ କର୍ଟେସ ଟିକାକରଣ କେନ୍ଦ୍ରରେ ପହଞ୍ଚି ଏରିକ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ସୋସିଆଲ ମିଡିଆରେ ଏହି ପ୍ରସ୍ତାବର ଭିଡିଓ ଏବେ ଭାଇରାଲ ହେଉଛି।

ଆମେରିକାର ଦକ୍ଷିଣ ଡାକୋଟାସ୍ଥିତ ଏକ ଡାକ୍ତରଖାନାରେ ଟିକା ଦେବା ପାଇଁ କର୍ଟେସଙ୍କୁ ନିଯୁକ୍ତି ମିଳିଥିଲା। ସେ ଜାଣିଥିଲେ ଯେ, ତାଙ୍କ ପ୍ରେମିକା ମଧ୍ୟ ଟିକା ଉପରେ କାମ କରୁଛନ୍ତି। ଏହି କାରଣରୁ ସେ ଟିକାକରଣ ଦିନ ପ୍ରେମିକାଙ୍କୁ ଆଶ୍ଚର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରେମିକାଙ୍କୁ ପ୍ରସ୍ତାବ ଦେବା ଏବଂ କରୋନା ଟିକାକରଣର ମାତ୍ର ୧୦ ମିନିଟ୍‌ ପରେ କର୍ଟେସଙ୍କୁ ମଧ୍ୟ ଡ୍ୟୁଟିରେ ଯିବାକୁ ପଡ଼ିଲା। କାରଣ ହଠାତ୍‌ ଆମ୍ବୁଲାନ୍ସ କଲ ଆସିଲା। ସନଫୋର୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଫେସବୁକ୍‌ରେ ଏହି ସମଲିଙ୍ଗୀ ଯୋଡ଼ିଙ୍କ ବିବାହ ପ୍ରସ୍ତାବର ଏକ ଭିଡିଓ ପୋଷ୍ଟ କରାଯାଇଛି। ଯାହା ଏବେ ଭାଇରାଲ ହୋଇଛି।

ବିବାହ ପ୍ରସ୍ତାବ ଦେବା ପାଇଁ ୩ ବର୍ଷ ଧରି ଏକ ମୁଦି କିଣି ପାଖରେ ରଖିଥିଲେ ବୋଲି କର୍ଟେସ କହିଛନ୍ତି। କିନ୍ତୁ ସେ ଏକ ବିଶେଷ ଦିନ ଖୋଜୁଥିଲେ। ମହାମାରୀ ଶେଷ ହେବା ପରେ ହିଁ ସେମାନେ ବିବାହ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ମୃତଦେହ ଫିଙ୍ଗିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ବଳରାମପୁର,୩୦।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେତେକ ଲୋକ ଆକ୍ରାନ୍ତଙ୍କ ମୃତଦେହ ନଦୀରେ ଫିଙ୍ଗୁଥିବାରୁ ସ୍ଥିତି ଅଧିକ ଜଟିଳ...

କମ୍ପ୍ୟୁଟର ଗର୍ଲ

ହିସାର: କମ୍ପ୍ୟୁଟର ଠାରୁ ବି ଶୀଘ୍ର ଉତ୍ତର ଦେଇପାରୁଛନ୍ତି ଦୁଇ ବର୍ଷର ବାଳିକା । ସେଥିପାଇଁ ଏବେ ଏହି ବାଳିକାଙ୍କୁ କମ୍ପ୍ୟୁଟର ଗର୍ଲ କୁହାଯାଉଛି। ଏଭଳି...

ବିବାହ ବାର୍ଷିକୀରେ ୧ କିଲୋ ଓଜନର ସୁନା ହାର ପିନ୍ଧିଥିଲେ ସ୍ତ୍ରୀ, ସ୍ବାମୀଙ୍କୁ ଡାକିନେଲା ପୋଲିସ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବିବାହ ବାର୍ଷିକୀ ସମାରୋହରେ ଜଣେ ମହିଳା ଏକ ଲମ୍ବା ଏବଂ ଓଜନିଆ ହାର...

ପେନ୍‌ରେ ଜୀବନ୍ତ ପରଜୀବୀ କୃମି

ପେନ୍‌ ବା କଲମ ବିଭିନ୍ନ ପ୍ରକାରର ଦେଖିଥିବେ। ଅନେକଙ୍କର ବିଭିନ୍ନ ପ୍ରକାର ପେନ୍‌ ରଖିବାର ସଉକ ବି ଥାଏ। ଜାପାନରେ ଏଭଳି ଏକ ପେନ୍‌ ତିଆରି...

ଗୋଲଡେନ୍‌ ବ୍ଲଡ୍‌ ଗ୍ରୁପ୍‌ ଅତି ବିରଳ: ପୃଥିବୀରେ ରହିଛନ୍ତି ମାତ୍ର ୪୩ ଜଣ

ସାଧାରଣତଃ ୪ ଟି ବ୍ଲଡ୍‌ ଗ୍ରୁପ୍‌ର ଲୋକ ପୃଥିବୀରେ ରହିଥାନ୍ତି। ସେଥି ମଧ୍ୟରେ ଏ, ବି, ଏବି ତଥା ଓ ବ୍ରୁପ୍‌ ରହିଥାଏ। ଏହା ସହିତ...

ଭାଗବତ, ରାମାୟଣ ପାଠକରି ପାରିଶ୍ରମିକ ପାଇଥିଲି: ଡା: ଅନୀତା ପଣ୍ଡା

କଟକ ଜିଲା ଯାଜପୁର ସବ୍‌ଡିଭିଜନ (ବର୍ତ୍ତମାନ ଜିଲା)ର ରାମବଗ, ତଳିହା ଗାଁରେ ମୋ ଜନ୍ମ। ଜନ୍ମରୁ ମା’ ଭାନୁଦେବୀଙ୍କୁ ହରାଇଥିଲି। ବାପା ଆଦିକନ୍ଦ ପଣ୍ଡା ଥିଲେ...

ନବଜାତକ ପେଟରେ ଜାଆଁଳା ଶିଶୁର ଭ୍ରୁଣ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ; କହିଲେ…

ଇସ୍ରାଏଲର ଏକ ଶିଶୁକନ୍ୟା ପେଟରେ ଭ୍ରୁଣ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଶିଶୁକନ୍ୟା ପେଟରେ ଜାଆଁଳା ଶିଶୁ ଭ୍ରୁଣ ମିଳିବା ପରେ ଡାକ୍ତରମାନେ...

ଠେଲାରେ ପାନ, ଚାଟ, ସିଙ୍ଗଡା ବିକ୍ରି କରୁଥିବା ୨୫୬ ଜଣ କୋଟିପତି!

କାନପୁର,୨୦ ।୭: ଉତ୍ତର ପ୍ରଦେଶର କାନପୁରରେ ବିଗ ଡାଟା ସପ୍ଟୱେୟାର, ଆୟକର ବିଭାଗ ଓ ଜିଏସ୍‌ଟି ରେଜିଷ୍ଟ୍ରେଶନର ଯାଞ୍ଚରୁ କାନପୁର ରାସ୍ତା କଡରେ ଠେଲାରେ ପାନ,...

Advertisement
Archives

Model This Week