Posted inଫୁରସତ

ଗୁଗଲ୍‌ ମ୍ୟାପ୍‌ରେ ସର୍ଚ୍ଚ କରୁଥିଲେ ଶ୍ମଶାନ, ଦେଖିବାକୁ ମିଳିଲା ଭୟଙ୍କର ଦୃଶ୍ୟ

ଲୋକେ ସହଜରେ କୌଣସି ସ୍ଥାନ ବିଷୟରେ ସୂଚନା ପାଇବା ପାଇଁ ଗୁଗଲ୍‌ ମ୍ୟାପ୍‌ର ସାହାରା ନେଇଥାନ୍ତି। ବେଳେବେଳେ ଏହି ମ୍ୟାପ୍‌ ସର୍ଚ୍ଚ କରୁକରୁ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଯାହା ଦେଖି ଲୋକେ ଭୟଭୀତ ହୋଇଯାଇଥାନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭୟଙ୍କର ଫଟୋ ଦେଖିବାକୁ ମିଳିଛି। ଯାହା ଖୁବ୍‌ ଭାଇରାଲ ହେଉଛି।

ଜଣେ ବ୍ୟକ୍ତି ଗୁଗଲ୍‌ ମ୍ୟାପ୍‌ରେ ଶ୍ମଶାନର ଫଟୋ ସର୍ଚ୍ଚ କରିଥିଲେ। ଶ୍ମଶାନ ପରିସରରେ ନୀଳ ରଙ୍ଗର କିଛି ଜିନିଷ ଦେଖିବାକୁ ପାଇଥିଲେ। ଖାଲି ଏତିକି ନୁହେଁ, ସେହି ନୀଳ ରଙ୍ଗର ଜିନିଷ ନିକଟରେ ହଳଦିଆ ରଙ୍ଗର ଏକ ଛୋଟ ଲାଇଟ୍‌ ଜଳୁଥିବା ଦେଖିବାକୁ ପାଇଥିଲେ। ଯଦିଓ ଫଟୋ ଟିକେ ଅସ୍ପଷ୍ଟ। ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଗୁଗଲ୍‌ ମ୍ୟାପ ଷ୍ଟ୍ରିଟ ଭ୍ୟୁର ଫଟୋ। ତାଙ୍କ ମନକୁ ଖରାପ କରିଦେଇଛି। ସେ ଲେଖିଛନ୍ତି, ଏଥିରେ ନିଶ୍ଚିତ ଭୟାନକ କିଛି ଅଛି।

ଲୋକମାନେ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସେ ଭୂତ ଏବଂ ଆତ୍ମାକୁ କେବେ ଭୟ କରନ୍ତି ନାହିଁ, କିନ୍ତୁ ଏହି ଫଟୋ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଜଣେ ଲେଖିଛନ୍ତି, ଏହା ଅତ୍ୟନ୍ତ ଭୟାନକ, ପୁଣି କବର ପାଖରେ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି,ଏହା ଆଶ୍ଚର୍ଯ୍ୟଜନକ, ଏହା କ’ଣ ହୋଇପାରେ? ଆଉ ଜଣେ ୟୁଜର ଏକ ଯୁକ୍ତିଯୁକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଲେନ୍ସର ଆଲୋକ ଯୋଗୁ ନୀଳ ଛାୟା ପ୍ରକୃତରେ ଏକ ଚିତ୍ର ଅଟେ। କ୍ୟାମେରାର ଲେନ୍ସ ମଇଳା ହୋଇଥିଲେ ଏପରି ଦୃଶ୍ୟ ଦେଖାଯାଏ।

ଅନ୍ୟପକ୍ଷରେ ଗୁଗଲ୍‌ ମ୍ୟାପ୍‌ରେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଲୋକେ ଏପରି ଅନେକ ଅଜବ ଜିନିଷ ବି ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri