Posted inଫୁରସତ

ଗୁଗଲ୍‌ ମ୍ୟାପ୍‌ରେ ସର୍ଚ୍ଚ କରୁଥିଲେ ଶ୍ମଶାନ, ଦେଖିବାକୁ ମିଳିଲା ଭୟଙ୍କର ଦୃଶ୍ୟ

ଲୋକେ ସହଜରେ କୌଣସି ସ୍ଥାନ ବିଷୟରେ ସୂଚନା ପାଇବା ପାଇଁ ଗୁଗଲ୍‌ ମ୍ୟାପ୍‌ର ସାହାରା ନେଇଥାନ୍ତି। ବେଳେବେଳେ ଏହି ମ୍ୟାପ୍‌ ସର୍ଚ୍ଚ କରୁକରୁ କିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଯାହା ଦେଖି ଲୋକେ ଭୟଭୀତ ହୋଇଯାଇଥାନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଏକ ଭୟଙ୍କର ଫଟୋ ଦେଖିବାକୁ ମିଳିଛି। ଯାହା ଖୁବ୍‌ ଭାଇରାଲ ହେଉଛି।

ଜଣେ ବ୍ୟକ୍ତି ଗୁଗଲ୍‌ ମ୍ୟାପ୍‌ରେ ଶ୍ମଶାନର ଫଟୋ ସର୍ଚ୍ଚ କରିଥିଲେ। ଶ୍ମଶାନ ପରିସରରେ ନୀଳ ରଙ୍ଗର କିଛି ଜିନିଷ ଦେଖିବାକୁ ପାଇଥିଲେ। ଖାଲି ଏତିକି ନୁହେଁ, ସେହି ନୀଳ ରଙ୍ଗର ଜିନିଷ ନିକଟରେ ହଳଦିଆ ରଙ୍ଗର ଏକ ଛୋଟ ଲାଇଟ୍‌ ଜଳୁଥିବା ଦେଖିବାକୁ ପାଇଥିଲେ। ଯଦିଓ ଫଟୋ ଟିକେ ଅସ୍ପଷ୍ଟ। ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଫଟୋ ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ଗୁଗଲ୍‌ ମ୍ୟାପ ଷ୍ଟ୍ରିଟ ଭ୍ୟୁର ଫଟୋ। ତାଙ୍କ ମନକୁ ଖରାପ କରିଦେଇଛି। ସେ ଲେଖିଛନ୍ତି, ଏଥିରେ ନିଶ୍ଚିତ ଭୟାନକ କିଛି ଅଛି।

ଲୋକମାନେ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ସେ ଭୂତ ଏବଂ ଆତ୍ମାକୁ କେବେ ଭୟ କରନ୍ତି ନାହିଁ, କିନ୍ତୁ ଏହି ଫଟୋ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଆଉ ଜଣେ ଲେଖିଛନ୍ତି, ଏହା ଅତ୍ୟନ୍ତ ଭୟାନକ, ପୁଣି କବର ପାଖରେ। ସେହିପରି ଅନ୍ୟ ଜଣେ ଲେଖିଛନ୍ତି,ଏହା ଆଶ୍ଚର୍ଯ୍ୟଜନକ, ଏହା କ’ଣ ହୋଇପାରେ? ଆଉ ଜଣେ ୟୁଜର ଏକ ଯୁକ୍ତିଯୁକ୍ତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଲେନ୍ସର ଆଲୋକ ଯୋଗୁ ନୀଳ ଛାୟା ପ୍ରକୃତରେ ଏକ ଚିତ୍ର ଅଟେ। କ୍ୟାମେରାର ଲେନ୍ସ ମଇଳା ହୋଇଥିଲେ ଏପରି ଦୃଶ୍ୟ ଦେଖାଯାଏ।

ଅନ୍ୟପକ୍ଷରେ ଗୁଗଲ୍‌ ମ୍ୟାପ୍‌ରେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଲୋକେ ଏପରି ଅନେକ ଅଜବ ଜିନିଷ ବି ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri