କାନ୍ଥ ଉପରେ ମୋବାଇଲ ରଖି ମହିଳାଙ୍କ ଗାଧୁଆ ସମୟର ଭିଡିଓ ଶୁଟିଂ କରୁଥିଲେ ଯୁବକ , ତା’ପରେ…

ଜଳେଶ୍ୱର, ୧୯ା୬ (ନବୀନ ସାହୁ): ମହିଳାଙ୍କ ଗୋପନୀୟତାକୁ ନେଇ ଅତି ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତ ପ୍ରହରାଜପୁର ଗ୍ରାମରେ ମହିଳାମାନେ ଗାଧୋଉଥିବା ବେଳେ ଭିଡିଓ ରେକର୍ଡିଂ କରିବା ଅଭିଯୋଗରେ ଜଣେ ୨୯ ବର୍ଷୀୟ ଯୁବକଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ପୋଲିସ ଏହି ଘଟଣାରେ ମୋବାଇଲ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଯୁବକ ଫେରାର ଅଛନ୍ତି। ସୂଚନା ଅନୁଯାୟୀ, ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତ ପ୍ରହରାଜପୁର ଗ୍ରାମର ୩ଜଣ ମହିଳା ତାଙ୍କ ଘର ପରିସରରେ ଥିବା ଏକ ନଳକୂପରେ ଗାଧୋଉଥିଲେ। ଏହି ସମୟରେ ପଡ଼ୋଶୀ ଘରର ଉକ୍ତ ଯୁବକଜଣକ କାନ୍ଥ ଉପରେ ଚତୁରତାର ସହ ମୋବାଇଲ ରଖି ସେମାନଙ୍କ ଗାଧୋଇବାର ଭିଡିଓ ଶୁଟିଂ କରୁଥିଲେ। ଜଣେ ମହିଳାଙ୍କ ନଜର ଏହା ଉପରେ ପଡ଼ିବା ପରେ ସେ ତୁରନ୍ତ ନିଜ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ଘଟଣା ଜାଣିବା ପରେ ପରିବାର ଲୋକେ ଉକ୍ତ ଯୁବକଙ୍କ ଘରକୁ ଯାଇ ପଚରାଉଚୁରା କରିବା ସହ ତାଙ୍କ ମୋବାଇଲ ଫୋନ ଯାଞ୍ଚ କରିଥିଲେ। ମୋବାଇଲ ଫୋଲଡର ଖୋଲିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଥିରେ କେବଳ ସେହି ସମୟର ଭିଡିଓ ନୁହେଁ, ବରଂ ପୂର୍ବରୁ ମଧ୍ୟ ଅନେକ ଥର ସେହି ମହିଳାମାନଙ୍କ ଗାଧୋଇବା ସମୟର ଅଶ୍ଳୀଳ ଭିଡିଓ ରେକର୍ଡ କରି ରଖାଯାଇଥିବା ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ଯୁବକ ଅଶ୍ଳୀଳ ସାଇଟରେ ଭିଡିଓ ବିକ୍ରି କରୁଥିବା ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ବୁଧବାର ରାତିରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ରାଇବଣିଆ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପାଇ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭିଡିଓ ରେକର୍ଡ ହୋଇଥିବା ମୋବାଇଲ ଜବତ କରିଛି। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ହିଁ ଅଭିଯୁକ୍ତ ଯୁବକଜଣକ ଗ୍ରାମରୁ ଫେରାର ହୋଇଯାଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉକ୍ତ ଯୁବକ ଜଣକ ଦୀର୍ଘ ଦିନ ଧରି ଏଭଳି ଭିଡିଓ ଶୁଟିଂ କରି ବିଭିନ୍ନ ଅଶ୍ଳୀଳ ୱେବସାଇଟରେ ଅପଲୋଡ କରୁଥିଲେ ଏବଂ ସେଥିରୁ ଟଙ୍କା ରୋଜଗାର କରୁଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

ନୀଳାଚଳଙ୍କ ନିବେଦନ ପରେ ସରପଞ୍ଚଙ୍କ ତତ୍ପରତା, ଖୁବଶୀଘ୍ର ମିଳିବ…

ଗଞ୍ଜାମ,୬ା୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ୍ ମଲାଡ ପଞ୍ଚାୟତ ଅନ୍ତର୍ଗତ ଲୁଙ୍ଗୁରୀ ଗ୍ରାମର ନୀଳାଞ୍ଚଳ ରାସ୍ତା କଡ଼ରେ ଗୋଟିଏ ନଡ଼ିଆ ବାହୁଙ୍ଗା ଓ ଜରି ପାଲ…

ଆଶାରାମ ବାପୁଙ୍କୁ ଲାଗିଲା ବଡ଼ ଝଟ୍‌କା: ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬।୮: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ…

ପଟ୍ଟନାୟକ ପୋଖରୀ ନବୀକରଣରେ ୫୫.୬୯ ଲକ୍ଷ ଟଙ୍କାର ଦୁର୍ନୀତି: ପୂର୍ବତନ ଯନ୍ତ୍ରୀ-ଏମ୍‌ଇ-ଠିକାଦାର ଗିରଫ

ପାରଳାଖେମୁଣ୍ଡି,୬ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ପଟ୍ଟନାୟକ ପୋଖରୀର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟରେ ୫୫ ଲକ୍ଷ ୬୯ ହଜାର ୩୩ ଟଙ୍କାର ସରକାରୀ ପାଣ୍ଠି ଅପବ୍ୟବହାର…

ସ୍କୁଲ ଭିତରକୁ ପଶୁପଶୁ ଦୁଇ ଛାତ୍ରଙ୍କ ଉପରେ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ…

ଡିଭାଇଡରରେ ପିଟିହେଲା ଅତିକ ଅହମ୍ମଦଙ୍କ ପୁଅଙ୍କ କାର: ଚାଲିଗଲା ଜୀବନ

ଲକ୍ଷ୍ନୌ,୬।୮: ଏକ ସଡ଼କ ଦୁର୍ଘଟଣାରେ ଅତିକ ଅହମ୍ମଦଙ୍କ ପୁଅ ଅବନ ଅହମ୍ମଦଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଝାନ୍ସୀର ପୁଞ୍ଚ ଥାନା ଅଞ୍ଚଳରେ…

ଘରୋଇ କଳିର କରୁଣ ପରିଣତି, ବାପର କାଠ ଫାଳିଆ ମାଡ଼ରେ ପୁଅର ମୃତ୍ୟୁ

ଭବାନୀପାଟଣା,୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ଥାନା ନୂଆଗୁଡ଼ାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବାପର କାଠ ଫାଳିଆ ମାଡରେ ଭେଣ୍ଡିଆ ପୁଅର…

Gen Zକୁ ନେଇ ପ୍ରଶାନ୍ତ କିଶୋରଙ୍କ ବଡ଼ ଭବିଷ୍ୟବାଣୀ: ଦୁଇ ବର୍ଷ ମଧ୍ୟରେ…ଶୁଣିଲେ ସରକାର ହେବେ ଛାନିଆ!

ନୂଆଦିଲ୍ଲୀ,୬।୮: ବାଙ୍କିପୁର ଉପନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ଜନସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର (PK) ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ନିଜର ରାଜନୈତିକ ରଣନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri