Posted inଫୁରସତ

କରୋନା ମହାମାରୀ ସମୟରେ ଗୁପ୍‌ଚୁପ୍‌ ବିକାଳିଙ୍କ ଅଭିନବ ପ୍ରୟାସ, ପ୍ରଶଂସା କରୁଛନ୍ତି ଲୋକେ

ଛତିଶଗଡ଼ର ଜଣେ ଗୁପ୍‌ଚୁପ୍‌ ବିକାଳି କରୋନା ମହାମାରୀ ସମୟରେ ଏମିତି ଏକ ଅଜବ ପଦ୍ଧତି ଆପଣାଇଛନ୍ତି, ଯାହା ଦେଖିଲେ ପ୍ରଶଂସା କରିବେ। ଏହି ଭିଡିଓକୁ ଆଇଏଏସ୍‌ ଅଫିସର ଅବନୀଶ ଶରଣ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଷ୍ଟ୍ରିଟ୍‌ ଫୁଡ୍‌ ବିଶେଷକରି ଗୁପ୍‌ଚୁପ୍‌ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଯେହେତୁ କରୋନା ମହାମାରୀ ଯୋଗୁ ଠେଲାଗାଡ଼ିରେ ବିକ୍ରି କରାଯାଉଥିବା ଖାଦ୍ୟ ନ ଖାଇବା ପାଇଁ ବାରଣ କରାଯାଇଛି। ଏହି ସମୟରେ ଛତିଶଗଡ଼ର ଜଣେ ଗୁପ୍‌ଚୁପ୍‌ ବିକାଳି ଏମିତି ଏକ ଅଜବ ଢଙ୍ଗରେ ଗୁପ୍‌ଚୁପ୍‌ ବିକୁଛନ୍ତି, ଯାହା ଦେଖିଲେ ପ୍ରଶଂସା କରିବେ। ବିକାଳି ଜଣକ ଦୋକାନରେ ଅଟୋମେଟିକ୍‌ ଗୁପ୍‌ଚୁପ୍‌ ମେଶିନ ଲଗାଇଛନ୍ତି। ଯେଉଁଥିରୁ ଗ୍ରାହକମାନେ ସହଜରେ ଗୁପ୍‌ଚୁପ୍‌ର ମଜା ଉଠାଇ ପାରିବେ।


ଅବନୀଶ ଏହି ଭିଡିଓକୁ ଶେୟାର କରିବା ପରେ ଏହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଗୁପ୍‌ଚୁପ୍‌ ବିକାଳି ହାତରେ ଗ୍ଲୋଭ୍‌ସ ପିନ୍ଧି ଗ୍ରାହକଙ୍କୁ ଗୁପ୍‌ଚୁପ୍‌ ଦେଉଛନ୍ତି। ସେହିପରି ମେଶିନରୁ ଗୁପ୍‌ଚୁପ୍‌ ଖଟା ପାଣି ନେବାକୁ କହୁଛନ୍ତି। ଗ୍ରାହକମାନେ ମଧ୍ୟ ମନ ମୁତାବକ ପାଣି ନେଇ ମଜାରେ ଖାଉଛନ୍ତି। ତାଙ୍କର ଏହି ସୁନ୍ଦର ଆଇଡିଆ ଦେଖି ଗ୍ରାହକମାନେ ଖୁସିବ୍ୟକ୍ତ କରିଛନ୍ତି। ଏହି ଗୁପ୍‌ଚୁପ୍‌ ବିକାଳିଙ୍କ ନାଁ ହେଲା ସ୍ବାମୀ।
ଅବନୀଶ ଏହି ଭିଡିଓ ଶେୟାର କରି କ୍ୟାପ୍‌ଶନ ଲେଖିଛନ୍ତି, ‘ରାୟପୁରରେ ଅଟୋମେଟିକ୍‌ ଗୁପ୍‌ଚୁପ୍‌ ବିକାଳି, ଅଜବ ପଦ୍ଧତି।
ଭିଡିଓଟିକୁ ସେ ସେପ୍ଟେମ୍ବର ୧୫ରେ ଶେୟାର କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହାକୁ ୨୦ ହଜାରରୁ ଅଧିକ ୟୁଜର ଦେଖିସାରିଲେଣି। ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୪୦୦ରୁ ଅଧିକ ରିଟୁଇଟ୍‌ କରିଛନ୍ତି। ଗୁପ୍‌ଚୁପ୍‌ ବିକାଳିଙ୍କ ଏହି ଅଭିନବ ପ୍ରୟାସକୁ ଲୋକେ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri