Posted inଫୁରସତ

କରୋନା ମହାମାରୀ ସମୟରେ ଗୁପ୍‌ଚୁପ୍‌ ବିକାଳିଙ୍କ ଅଭିନବ ପ୍ରୟାସ, ପ୍ରଶଂସା କରୁଛନ୍ତି ଲୋକେ

ଛତିଶଗଡ଼ର ଜଣେ ଗୁପ୍‌ଚୁପ୍‌ ବିକାଳି କରୋନା ମହାମାରୀ ସମୟରେ ଏମିତି ଏକ ଅଜବ ପଦ୍ଧତି ଆପଣାଇଛନ୍ତି, ଯାହା ଦେଖିଲେ ପ୍ରଶଂସା କରିବେ। ଏହି ଭିଡିଓକୁ ଆଇଏଏସ୍‌ ଅଫିସର ଅବନୀଶ ଶରଣ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଷ୍ଟ୍ରିଟ୍‌ ଫୁଡ୍‌ ବିଶେଷକରି ଗୁପ୍‌ଚୁପ୍‌ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ଯେହେତୁ କରୋନା ମହାମାରୀ ଯୋଗୁ ଠେଲାଗାଡ଼ିରେ ବିକ୍ରି କରାଯାଉଥିବା ଖାଦ୍ୟ ନ ଖାଇବା ପାଇଁ ବାରଣ କରାଯାଇଛି। ଏହି ସମୟରେ ଛତିଶଗଡ଼ର ଜଣେ ଗୁପ୍‌ଚୁପ୍‌ ବିକାଳି ଏମିତି ଏକ ଅଜବ ଢଙ୍ଗରେ ଗୁପ୍‌ଚୁପ୍‌ ବିକୁଛନ୍ତି, ଯାହା ଦେଖିଲେ ପ୍ରଶଂସା କରିବେ। ବିକାଳି ଜଣକ ଦୋକାନରେ ଅଟୋମେଟିକ୍‌ ଗୁପ୍‌ଚୁପ୍‌ ମେଶିନ ଲଗାଇଛନ୍ତି। ଯେଉଁଥିରୁ ଗ୍ରାହକମାନେ ସହଜରେ ଗୁପ୍‌ଚୁପ୍‌ର ମଜା ଉଠାଇ ପାରିବେ।


ଅବନୀଶ ଏହି ଭିଡିଓକୁ ଶେୟାର କରିବା ପରେ ଏହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଗୁପ୍‌ଚୁପ୍‌ ବିକାଳି ହାତରେ ଗ୍ଲୋଭ୍‌ସ ପିନ୍ଧି ଗ୍ରାହକଙ୍କୁ ଗୁପ୍‌ଚୁପ୍‌ ଦେଉଛନ୍ତି। ସେହିପରି ମେଶିନରୁ ଗୁପ୍‌ଚୁପ୍‌ ଖଟା ପାଣି ନେବାକୁ କହୁଛନ୍ତି। ଗ୍ରାହକମାନେ ମଧ୍ୟ ମନ ମୁତାବକ ପାଣି ନେଇ ମଜାରେ ଖାଉଛନ୍ତି। ତାଙ୍କର ଏହି ସୁନ୍ଦର ଆଇଡିଆ ଦେଖି ଗ୍ରାହକମାନେ ଖୁସିବ୍ୟକ୍ତ କରିଛନ୍ତି। ଏହି ଗୁପ୍‌ଚୁପ୍‌ ବିକାଳିଙ୍କ ନାଁ ହେଲା ସ୍ବାମୀ।
ଅବନୀଶ ଏହି ଭିଡିଓ ଶେୟାର କରି କ୍ୟାପ୍‌ଶନ ଲେଖିଛନ୍ତି, ‘ରାୟପୁରରେ ଅଟୋମେଟିକ୍‌ ଗୁପ୍‌ଚୁପ୍‌ ବିକାଳି, ଅଜବ ପଦ୍ଧତି।
ଭିଡିଓଟିକୁ ସେ ସେପ୍ଟେମ୍ବର ୧୫ରେ ଶେୟାର କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହାକୁ ୨୦ ହଜାରରୁ ଅଧିକ ୟୁଜର ଦେଖିସାରିଲେଣି। ୨ ହଜାରରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୪୦୦ରୁ ଅଧିକ ରିଟୁଇଟ୍‌ କରିଛନ୍ତି। ଗୁପ୍‌ଚୁପ୍‌ ବିକାଳିଙ୍କ ଏହି ଅଭିନବ ପ୍ରୟାସକୁ ଲୋକେ ପସନ୍ଦ କରିବା ସହ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri