Posted inଫୁରସତ

ପ୍ରବଳ ବର୍ଷାରେ ଫସିଯାଇଥିବା ବିଲେଇକୁ ଉଦ୍ଧାର କଲେ ବ୍ୟକ୍ତି: ଲୋକେ ଏଭଳି କଲେ ପ୍ରଶଂସା

ମୁମ୍ବାଇ: କରୋନା ପରେ ଏବେ ପ୍ରବଳ ବର୍ଷା ମୁମ୍ବାଇର ଚିନ୍ତା ବଢ଼ାଇଛି। ବୁଧବାରରୁ ଲଗାତର ହୋଇଥିବା ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଲୋକଙ୍କୁ ଯାତାୟତରେ ଅସୁବିଧା ଉପୁଜିବା ସହ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେହିପରି ରେଳ ଟ୍ରାକ୍‌ରେ ପାଣି ଜମାହୋଇଯାଇଥିବାରୁ ସମସ୍ତ ଟ୍ରେନ୍‌ ମଧ୍ୟ ବାତିଲ ହୋଥିବା ଜଣାପଡ଼ିଛି। ତେବେ ମୁମ୍ବାଇରେ ହେଉଥିବା ପ୍ରବଳବର୍ଷା ଯୋଗୁ କେବଳ ମଣିଷ ନୁହଁନ୍ତି ଜୀବଜନ୍ତୁଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବିଲେଇ ଛୁଆକୁ ଜଣେ ବ୍ୟକ୍ତି ପ୍ରବଳ ବର୍ଷାରୁ କିଭଳି ଉଦ୍ଧାର କରିଛନ୍ତି ତାହା ଦେଖିବାକୁ ମିଳିଛି।

ଏହି ଭିଡିଓଟି ହେଉଛି ମୁମ୍ବାଇ ବଡାଲାର। ବର୍ଷାରେ ଫସିରହିଥିବା ବିଲେଇ ଛୁଆକୁ ଜଣେ ବ୍ୟକ୍ତି ଉଦ୍ଧାର କରି ଏକ ପଲିଥିନ୍‌ରେ ରଖିଥିଲେ। ଏହାପରେ ତାକୁ ନିଜ ବାଇକ୍‌ରେ ବସାଇ ଘରକୁ ନେଇଯାଇଥିଲେ। ଉକ୍ତ ବ୍ୟକ୍ତିଙ୍କ ଏଭଳି କାର୍ଯ୍ୟକୁ ଦେଖି ଲୋକେ ବେଶ୍‌ ପ୍ରଶଂସା କରିଛନ୍ତି। ଅନ୍ୟପଟେ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର ହେବାର କିଛି ସମୟ ମଧ୍ୟରେ ହିଁ ଏହାକୁ ୧୦ହଜାରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍‌ଥାନ ପଥରେ ଭାରତୀୟ ହକି

ଉତ୍ତମ ସାଙ୍ଗଠନିକ ଦକ୍ଷତାର ବିନିଯୋଗ, ନିରପେକ୍ଷ ଖେଳାଳି ଚୟନ, ବିଶ୍ୱ ହକିର ପ୍ରତିଷ୍ଠିତ ପ୍ରଶିକ୍ଷକ ନିଯୁକ୍ତି ଏବଂ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରୋ ଲିଗ୍‌...

ସବୁଠୁ ଲମ୍ବା ହ୍ୟାଟ

ହ୍ୟାଟ ପିନ୍ଧିବା ଅନେକଙ୍କୁ ଭଲ ଲାଗିଥାଏ। ତେଣୁ ସେମାନେ ବିଭିନ୍ନ ପ୍ରକାରର ହ୍ୟାଟ ଟ୍ରାଏ କରନ୍ତି। ଆଉ ଆମେ ଏଠି ଯେଉଁ ହ୍ୟାଟ୍‌ କଥା କହୁଛୁ...

ଅପେକ୍ଷାରେ ନବ ବିବାହିତା, କିନ୍ତୁ ବର କମ୍ପ୍ୟୁଟରରେ….

ଶେଜରେ ନବ ବିବାହିତା ଅପେକ୍ଷା କରିଥିବାବେଳେ ବର କମ୍ପ୍ୟୁଟରରେ ମଜି ରହିଛି। ଏଭଳି ଏକ ଫଟୋ ଭାଇରାଲ ହେଉଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ...

କୁନି ଶିଶୁର ପୁଶ୍‌ଅପ୍ସ, ଭିଡିଓ ଭାଇରାଲ

କିଛି ଲୋକ ଓ୍ବାର୍କ ଆଉଟ୍‌ ଏବଂ ଜିମ୍‌ ନ ଯିବା ପାଇଁ ଆଳ ଦେଖାନ୍ତି। ମାତ୍ର ଏମିତି ଏକ ଭିଡିଓ ଅଛି, ଯାହାକୁ ଦେଖିଲେ ଜିମ୍‌...

ବିଶ୍ୱର ସବୁଠୁ ମହଙ୍ଗା ଔଷଧ: ଦାମ୍‌ ରହିଛି

କୌଣସି ରୋଗର ଚିକିତ୍ସା ଔଷଧ ଦ୍ୱାରା କରାଯାଏ। ଅନେକ ଥର ଔଷଧ ଏତେ ମହଙ୍ଗା ହୋଇଥାଏ ଯେ ସାଧାରଣ ବ୍ୟକ୍ତିଟିଏ କିଣିବା ସହଜ ହୋଇ ନ...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରତିଦିନ ୪୦ ରୁଟି, ୨୫ଟି ଇଡ୍‌ଲୀ ଖାଉଛନ୍ତି ଏହି ଯୁବକ

ବିହାରର ଏକ କ୍ୱାରାଣ୍ଟାଇନ୍‌‌ ସେଣ୍ଟରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଯୁବକଙ୍କ ଖାଦ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଜଳଖିଆରେ...

ଛୋଟ ସ୍କଟ୍‌ ପିନ୍ଧି ସ୍କୁଲ ଆସିବାକୁ ଛାତ୍ରୀ ମନା କରିବାରୁ…

ଦୁନିଆରେ କିଛି ସ୍କୁଲ ଅଛି, ଯେଉଁଠି ଛାତ୍ରୀମାନଙ୍କୁ ଛୋଟ ସ୍କଟ୍‌ ପିନ୍ଧିବାକୁ ପଡ଼ିଥାଏ। ମାତ୍ର ଏପରି ୟୁନିଫର୍ମ ପିନ୍ଧି ଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।...

ପେଟ୍ରୋଲ ଢାଳି ନିଜର ମର୍ସିଡିଜ୍‌ କାର୍‌ ଜାଳିଦେଲେ ଯୁବକ, କାରଣ ଜାଣିଲେ ଚକିତ ହେବେ

ରୁଷିଆର ଜଣେ ୟୁଟ୍ୟୁବର ନିଜର ମର୍ସିଡିଜ୍‌ ଗାଡ଼ିକୁ ଜଳାଇ ଲକ୍ଷାଧିକ ଦର୍ଶକଙ୍କୁ ଚକିତ କରିଦେଇଛନ୍ତି। ୟୁଟ୍ୟୁବ୍‌ରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଏବେ ଭାଇରାଲ...

Advertisement


Archives

Model This Week

Why Dharitri