ଛତ୍ରପୁର, ୨୪।୧୧(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ବନ୍ଦର ଗ୍ରାମରେ ଜଣେ ଯୁବକ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ବନ୍ଦର ଗ୍ରାମର କେ. କାରାଡୁ। ଗତକାଲି ସନ୍ଧ୍ୟାରୁ କାରାଡୁ ନିଖୋଜ ରହିଥିଲେ। ଆଜି ସକାଳୁ ଗାଁ ପୋଖରୀରେ ଭାସୁଥିବାର ଦେଖି ଗ୍ରାମବାସୀ ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଇଥିଲେ । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବିଭାଗ ପାଣିରୁ ଉଦ୍ଧାର କରିଥିବା ବେଳେ ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୧୧/୨୫ ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲକୁ ପଠାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।


