ନଦୀ ପ୍ରଦୂଷଣ ମାନବକୃତ: ପ୍ରଫୁଲ୍ଲ ସାମନ୍ତରା

ଝାରସୁଗୁଡ଼ା ଅଫିସ,୨୨।୧୦: ସେପ୍ଟେମ୍ବର ୨୩ରୁ ଲୋକଶକ୍ତି ଓ ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ (ଏନ୍‌ଏପିଏମ୍‌) ଓଡିଶା ତରଫରୁ ନଦୀ ଓ ଜଳ ଉତ୍ସ ସୁରକ୍ଷା ଅଭିଯାନ ଯାତ୍ରା ଆରମ୍ଭ ହୋଇଛି। ଏହାର ଆବାହକ ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚତ୍ ଇବ୍‌ ଓ ଭେଡେନ ନଦୀ ଆଦି ବୁଲି ଦେଖିବାପରେ ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ସେ ସହରର ଏକ ହୋଟେଲରେ ଖବରଦାତା ସମ୍ମିଳନୀ କରି କହିଥିଲେ, କେବଳ ଭାରତବର୍ଷ ନୁହେଁ ସାରା ବିଶ୍ୱରେ ନଦୀ, ନାଳ ଆଦି ଜଳଉତ୍ସ ପ୍ରଦୂଷିତ ହେବାରେ ଲାଗିଛି। ଏହା ମାନବକୃତ ହୋଇଥିବାବେଳେ ଏଥିପାଇଁ ସରକାରୀ ବିଧିବ୍ୟବସ୍ଥା ଦାୟୀ। ଦେଶରେ ଶିଳ୍ପନୀତି ରହିଥିଲେ ବି କାର୍ଯ୍ୟକାରୀ ହେଉନାହିଁ। କଳକାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଠିକ୍‌ଭାବେ ପରିଚାଳନା ହେଉନାହିଁ। ଏହାର ପ୍ରଭାବରେ ଜଳବାୟୁ ପରିବର୍ତ୍ତନ ହେଉଛି। ଏଥିରେ ନଦୀଜଳ ପ୍ରଦୂଷିତ ହେବାରେ ଲାଗିଛି। ଏହାର ପ୍ରଭାବ ସିଧାସଳଖ ମାନବ ସମାଜ ଉପରେ ପଡୁଛି। ଏହାକୁ ନେଇ ଦେଶ ଓ ରାଜ୍ୟ ମଧ୍ୟରେ ନଦୀଜଳ ବିବାଦ ଦେଖାଦେଉଛି। ଏଥିମଧ୍ୟରେ କାବେରୀ ଓ ମହାନଦୀ ରହିଛି। ଏହାକୁ ନେଇ ସରକାର ଟ୍ରିବ୍ୟୁନାଲ ଗଠନ କରିଥିବାବେଳେ ଅଦ୍ୟାବଧି ଏହାର ସମାଧାନ ହୋଇପାରିନାହିଁ। ନଦୀର ନିରନ୍ତର ପ୍ରବାହ ହିଁ ତାହାର ଅତୁଟ ଜୀବନ। ଏହାକୁ ଯଦି ପ୍ରଭାବିତ କରାଯାଏ ତା’ହେଲେ ପ୍ରାକୃତିକ ପ୍ରବାହ ବାଧାପ୍ରାପ୍ତ ହୋଇଥାଏ ା ସେତେବେଳେ ନଦୀର ଅତୁଟ ଜୀବନର ଅପମୃତ୍ୟୁ ହୋଇଥାଏ। ତେଣୁ ନଦୀ ସୁରକ୍ଷା ନେଇ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଦେଶରେ ଛତୁ ଫୁଟିଲାପରି ତାପଜ ବିଦ୍ୟୁତ୍‌ କେନ୍ଦ୍ର ପ୍ରତିଷ୍ଠା ହୋଇଚାଲିଛି। ଏଥିରୁ ନିର୍ଗତ ଉତ୍ତପ୍ତ ଗ୍ୟାସ୍‌ ଓ ବର୍ଜ୍ୟବସ୍ତୁ ଜଳବାୟୁକୁ ପ୍ରଦୂଷିତ କରୁଛି। ଏହାର ବିକଳ୍ପ ଭାବେ ସୌରଶକ୍ତି ଉପତ୍ାଦନ ହୋଇପାରିଲେ ବହୁମାତ୍ରାରେ ପ୍ରଦୂଷଣ ରୋକାଯାଇପାରିବ। ଝାରସୁଗୁଡା ଜିଲାରେ ଅନେକ କଳକାରଖାନା ଗଢିଉଠିଛି। ଏଥିରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଠିକ୍‌ରେ ପରିଚାଳନା ନ ହୋଇ ଏଣେତେଣେ ପଡିରହୁଛି ା ଏହାର ପ୍ରଭାବ ସିଧାସଳଖ ହୀରାକୁଦ ଜଳଭଣ୍ଡାର, ମହାନଦୀ ଓ ଆଖପାଖରେ ଥିବା ନଦୀ ଉପରେ ପଡୁଛି। ଏଥିରେ ଜନଜୀବନ ପ୍ରଭାବିତ ହେଉଛି। ଏହାକୁ ନିୟନ୍ତ୍ରଣ କରିବାପାଇଁ ସରକାରଙ୍କ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରହିଛି। ହେଲେ ଏହା ସ୍ଥାଣୁ ପାଲଟିଯାଇଛି। ଏହାକୁ ନିୟନ୍ତ୍ରଣ କରା ନ ଗଲେ ପରିସ୍ଥିତି ଭୟାବହ ହେବ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପରିବେଶବିତ୍‌ ସତ୍ୟନାରାୟଣ ରାଓ, ରତ୍ନାକର ପ୍ରଧାନ, ବିଜୟ ଦାସ ପ୍ରମୁଖ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri