ବର୍ଷକୁ ୪୪ ଘଣ୍ଟାର ନିଦ ହରାଉଛି ମଣିଷ, ମହିଳାଙ୍କଠାରେ ସମସ୍ୟା ଅଧିକ…

କୋପେନହେଗେନ୍‌, ୩୧।୫ : ନିକଟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ତାପମାତ୍ରା ବୃଦ୍ଧି ସହିତ ଆମର ଶୋଇବା ସମୟ ହ୍ରାସ ପାଉଛି। ରାତିରେ ଉତ୍ତାପ ବୃଦ୍ଧି ହେତୁ ଏହା ଘଟୁଛି। ହାରାହାରି ଜଣେ ବ୍ୟକ୍ତି ପ୍ରତିବର୍ଷ ୪୪ ଘଣ୍ଟା ନିଦ ହରାଉଛନ୍ତି। ଡେନମାର୍କର କୋପେନହେଗେନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

୬୮ ଟି ଦେଶର ୫୭ ହଜାର ଲୋକଙ୍କ ଉପରେ ଏହି ଗବେଷଣା କରାଯାଇଥିଲା। ବୈଜ୍ଞାନିକମାନେ ହାତଗୋଡ ବ୍ୟାଣ୍ଡ ସାହାଯ୍ୟରେ ଏସବୁ ଲୋକଙ୍କ ରାତିର ନିଦ ଉପରେ ନଜର ରଖିଥିଲେ। ବୈଜ୍ଞାନିକମାନେ କହିଛନ୍ତି ଯେ ପୃଥିବୀର ତାପମାତ୍ରା ବଢୁୁଛି। ଯେଉଁଥିପାଇଁ ମଣିଷର ରାତିର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏଭଳି ନିଦ କମିବା ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କରେ ଏକ ଚତୁର୍ଥାଂଶ ଅଧିକ ଘଟୁଛି।

୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ ଏହା ଦୁଇଗୁଣା ହୋଇଥିବାବେଳେ ସ୍ବଳ୍ପ ଆୟକାରୀ ଦେଶମାନଙ୍କରେ ତିନି ଗୁଣା ବୃଦ୍ଧି ପାଉଛି। ପୂର୍ବ ଅଧ୍ୟୟନରେ ବୈଜ୍ଞାନିକମାନେ ମାନସିକ ସ୍ବାସ୍ଥ୍ୟ, ହୃଦଘାତ, ଆତ୍ମହତ୍ୟା ଏବଂ ଦୁର୍ଘଟଣା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପରୀକ୍ଷା କରିଥିଲେ।

ଅନୁସନ୍ଧାନରେ କୁହାଯାଇଛି ଯେ ପୁରୁଷଙ୍କ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ମହିଳାଙ୍କ ଶରୀର ଶୀଘ୍ର ଥଣ୍ଡା ହୋଇଯାଏ। ତେଣୁ, ରାତିରେ ଉତ୍ତାପ ବୃଦ୍ଧି ହେଲେ ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। ଏହା ବ୍ୟତୀତ ମହିଳାମାନଙ୍କର ଶରୀରର ଚର୍ମ ତଳେ ଅଧିକ ଚର୍ବି ଥାଏ, ଯେଉଁଥିପାଇଁ ସେମାନଙ୍କର ଥଣ୍ଡା ପ୍ରକ୍ରିୟା ଧୀର ହୋଇଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ୪୨ ଲକ୍ଷ କରୋନା ମୃତ୍ୟୁ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୮ା୫:କରୋନା ମହାମାରୀ ଯୋଗୁ ଭାରତରେ ଘଟୁଥିବା ମୃତ୍ୟୁସଂଖ୍ୟାକୁ ନେଇ ଲଗାତର ପ୍ରଶ୍ନ ଉଠିବାରେ ଲାଗିଛି। ସରକାର ବତାଉଥିବା ସଂଖ୍ୟାକୁ ଭୁଲ୍‌ ବୋଲି କୁହାଯାଉଛି। ଶ୍ମଶାନ ଘାଟ...

ବିମାନରେ କାଚ ଭାଙ୍ଗିଲେ, ତଳେ ଗଡ଼ିଲେ

ଇସ୍‌ଲାମାବାଦ୍‌,୨୦ା୯:ପାକିସ୍ତାନରୁ ଦୁବାଇ ଯାଉଥିବା ବିମାନରେ ଜଣେ ଯାତ୍ରୀ ବାଚଳାମି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମଝି ଆକାଶରେ ବିମାନରୁ ଓହ୍ଲାଇବା ପାଇଁ...

ନୂଆ ପାଠ୍ୟକ୍ରମ ଲାଗୁ ହେବା ପରେ ବିଶ୍ୱବିଦ୍ୟାଳୟକୁ ଫେରିବେ ଛାତ୍ରୀ: ତାଲିବାନ…

କାବୁଲ,୨୫।୩ : ଆଫଗାନିସ୍ତାରେ ସୁରକ୍ଷା ବିଭାଗର ମୁଖ୍ୟ ଅଜିଜୁଲ୍ଲା ଓମାର ଗଣମାଧ୍ୟମକୁ କହିଛନ୍ତି ଯେ ଏକ ନୂତନ ପାଠ୍ୟକ୍ରମ ପ୍ରସ୍ତୁତ ହେବା ପରେ ଛାତ୍ରୀମାନଙ୍କୁ ଆଫଗାନିସ୍ତାନର...

ଆଫଗାନିସ୍ତାନରେ ଆତ୍ମଘାତୀ ଆକ୍ରମଣ: ୧୫ ମୃତ, ୫୦ ଆହତ

କାବୁଲ,୯।୬: ଆଫଗାନିସ୍ତାନର ବଦଖଶାନ ପ୍ରଦେଶର ପୂର୍ବତନ ଡେପୁଟି ଗଭର୍ଣ୍ଣର(କାର୍ଯ୍ୟକାରୀ ରାଜ୍ୟପାଳ)ଙ୍କ ଅନ୍ତିମ ସଂସ୍କାର ସମୟରେ ବିସ୍ଫୋରଣ ଘଟି ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି।...

ଲକ୍‌ଡାଉନରେ ବହି ପଢ, ଗଛ ଲଗାଅ: ଇମ୍ରାନ

ଇସ୍‌ଲାମାବାଦ,୪।୫: କରୋନା ସଂକ୍ରମଣ ରୋକିବାକୁ ଏବେ ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଫର୍ମୁଲାକୁ ଲାଗୁ କରାଯାଇଛି। ପାକିସ୍ତାନରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ...

ଓ୍ବେବନର ଗ୍ରୁପର ପ୍ରଭାବ ବୃଦ୍ଧି ନେଇ ମାନସିକ ଚାପରେ ପୁଟିନ…

ମସ୍କୋ,୧୨।୧ : ରୁଷିଆ ୟୁକ୍ରେନ ଯୁଦ୍ଧ ଆରମ୍ଭ କରିବାର ପ୍ରାୟ ଏକ ବର୍ଷ ବିତିଗଲାଣି, କିନ୍ତୁ ରୁଷିଆ ୟୁକ୍ରେନରେ ଆଶା କରାଯାଉଥିବା ସଫଳତା ହାସଲ କରିପାରି...

ଡାଇବେଟିସ୍‌ ଉପଚାର ଏବେ ହାତ ପାଆନ୍ତାରେ…

ପ୍ରତିଦିନ ସକାଳେ ଅଧା କପ୍‌ ବିଟ୍‌ ରସ ପିଇଲେ ଅନେକ ଉପକାର ମିଳିଥାଏ। ବିଟ୍‌ ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ଜି -୨୦ ବୈଠକ ବେଳେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଛି ପାକିସ୍ତାନ

ଇସଲାମାବାଦ,୨୦।୫: ଭାରତ ୨୨ ମେ’ରୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ କଶ୍ମୀରର ଶ୍ରୀନଗରରେ ଜି -୨୦ ବୈଠକ ଆୟୋଜନ କରିବାକୁ ଯାଉଛି। ଏଥିପାଇଁ ଭାରତ ପକ୍ଷରୁ...

Advertisement
Archives

Model This Week