ନିଜ ବନ୍ଧୁଙ୍କ ଦାମ୍ପତ୍ୟ ଗଣ୍ଡଗୋଳରେ ହସ୍ତକ୍ଷେପ କରିବା ପଡିଲା ମହଙ୍ଗା, ସାଙ୍ଗକୁ ହତ୍ୟା କଲେ…, ପୋଲିସ କଲା ସାଂଘାତିକ ଖୁଲାସା

ଅମରପାଲି,୧୨/୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମେଣ୍ଡାମାଲ ଠାରେ ହୋଇଥିବା ଅଜିତ ଖଣ୍ଡଗିରି ହତ୍ୟା ଘଟଣାକୁ ନେଇ ପୋଲିସ ଥାନାରେ ଏକ ଖବରଦାତା ସମ୍ମିଳନୀ କରିଛି । ନିଜ ବନ୍ଧୁଙ୍କ ଦାମ୍ପତ୍ୟ ଗଣ୍ଡଗୋଳ ତଥା ଘରୋଇ ହିଂସାରେ ହସ୍ତକ୍ଷେପ ଯୋଗୁ ଉକ୍ତ ହତ୍ୟାକାଣ୍ଡ ହୋଇଥିବା ପୋଲିସ ପ୍ରକାଶ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ରଙ୍କ ଆଉ କିଛି ବ୍ୟକ୍ତି ସାମିଲ ଥିବା ପୋଲିସ କହିଛି। ହତ୍ୟା କାଣ୍ଡରେ ବ୍ୟବହୃତ ଟାଙ୍ଗିଆ , ଲାଠି ଓ ଏକ ମୋଟର ସାଇକଲ ନମ୍ବର ଓ ଡି ୧୨- ଇ ୧୧୮୯କୁ ଜବତ କରାଯାଇଛି। ବୀରମହାରାଜପୁର ଥାନାରେ ଗୁରୁବାର ଅପରାହ୍ନରେ ଏସଡିପିଓ ହେମନ୍ତ ରାଓ , ଆଇଆଇସି ତଥା ତଦନ୍ତ ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ କେ. ହରିପ୍ରସାଦ ଉକ୍ତ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଏହି ସୂଚନା ଦେଇଛନ୍ତି। ପୋଲିସର ସୂଚନା ଅନୁସାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ରଙ୍କ ଭଉଣୀକୁ ବଡ଼ଖମାର ( ଛନ୍ଦ ସାହି) ଗ୍ରାମର କିଶୋର ଛନ୍ଦ ବିବାହ କରିଥିଲେ । କିଶୋର ଓ ତାଙ୍କ ପତ୍ନୀଙ୍କ ସହିତ ବୈବାହିକ ଗଣ୍ଡଗୋଳ ରହିଥିଲା । ସେମାନଙ୍କ ମଧ୍ୟରେ ଘରୋଇ ହିଂସା ମଧ୍ୟ ଦେଖାଦେଇଥିଲା । ମୃତ ଅଜିତ ଖଣ୍ଡଗିରି ଓ କିଶୋର ଛନ୍ଦ ଉଭୟ ବାଲ୍ୟ ବନ୍ଧୁ ଥିଲେ । ତେଣୁ ମୃତ ଅଜିତ ଖଣ୍ଡଗିରି ସେମାନଙ୍କ ବୈବାହିକ ଗଣ୍ଡଗୋଳର ସମାଧାନ ପାଇଁ ହସ୍ତକ୍ଷେପ କରୁଥିଲେ। ମୃତ ଅଜିତ ଖଣ୍ଡଗିରି ବିଭିନ୍ନ ସମୟର ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ଓ ଅନ୍ୟ ମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଉଥିଲା । ଘଟଣା ଦିନ ସନ୍ଧ୍ୟାରେ ଉଭୟ ଦେବେନ୍ଦ୍ର ପାତ୍ର ଓ ମୃତ ଅଜିତ ଖଣ୍ଡଗିରିଙ୍କ ମଧ୍ୟରେ ମୋବାଇଲ ଫୋନ ମାଧ୍ୟମରେ ଯୁକ୍ତି ତର୍କ ହୋଇ ଉଭୟେ ଉଭୟଙ୍କୁ ଚାଲେଞ୍ଜ କରିଥିଲେ । ସେହିଦିନ ରାତି ୯.୩୦ ମିନିଟ ସମୟରେ ମୃତ ଅଜିତ ଖଣ୍ଡଗିରିଙ୍କ ସହିତ ସୂର୍ଯ୍ୟ ପ୍ରଧାନ , କିଶୋର ଛନ୍ଦ ଓ ହେମନ୍ତ ପ୍ରଧାନ ମେଣ୍ଡାମାଲ ଗ୍ରାମକୁ ଯାଇଥିଲେ । ଯେତେବେଳେ ମୃତ ଅଜିତ ଖଣ୍ଡଗିରି ଓ ସୂର୍ଯ୍ୟ ପ୍ରଧାନ ମେଣ୍ଡାମାଲ ଗାଁରେ ପହଞ୍ଚିଥିଲେ। ଆଗରୁ ମାରଣାସ୍ତ୍ର ସହିତ ସଜାଗ ଥିବା ମେଣ୍ଡାମାଲ ଗ୍ରାମର ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର, ରାଜେନ୍ଦ୍ର ପାତ୍ର, ସୁରେନ୍ଦ୍ର ପାତ୍ର , ଲକ୍ଷ୍ମଣ ପାତ୍ର ଓ ଦୁସୁ ପାତ୍ର ମୃତ ଅଜିତ ଖଣ୍ଡଗିରି ଓ ସୂର୍ଯ୍ୟ ପ୍ରଧାନକୁ ଟାଙ୍ଗିଆ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଅଜିତ ଖଣ୍ଡଗିରିଙ୍କ ମୃତ୍ୟୁ ହୋଇଥିବା ବେଳେ ସୂର୍ଯ୍ୟ ପ୍ରଧାନ ଗୁରୁତର ଭାବରେ ଆହତ ହୋଇଥିଲେ। ଘଟଣା ପରେ ସମସ୍ତ ଅଭିଯୁକ୍ତ ଗିରଫ ଭୟରେ ଫେରାର ମାରିଥିଲେ। ସେହିଦିନ ରାତିରେ ଅଭିଯୁକ୍ତ ରାଜେନ୍ଦ୍ର ପାତ୍ର ଓ ସୁରେନ୍ଦ୍ର ପାତ୍ର ଜାମଗାଁ ରେ ନିଜ ଭିଣୋଇ ସୁରେଶ ମହାକୁର ଘରେ ରହିଥିଲେ। ସକାଳେ ଉଭୟ ଅଭିଯୁକ୍ତ ରାଜେନ୍ଦ୍ର ପାତ୍ର ଓ ସୁରେନ୍ଦ୍ର ପାତ୍ରକୁ ଫେରାର କରିବା ପାଇଁ ତାଙ୍କ ଭିଣୋଇ ସୁରେଶ ମହାକୁର ଉଲୁଣ୍ଡା ବ୍ଲକ ପୋଢ଼ଟିକ୍ରା ଠାରେ ଛାଡ଼ିଦେଇଥିଲେ । ସୁରେଶ ମହାକୁର , ରାଜେନ୍ଦ୍ର ପାତ୍ରଙ୍କ ମୋଟର ସାଇକେଲକୁ ଆଣି ତାଙ୍କ ପୁତୁରା କାଳିଆ ପାତ୍ରଙ୍କ ଘରେ ରଖି ଦେଇଥିଲେ । ସେହି ମୋଟର ସାଇକଲକୁ ପୋଲିସ ଜବତ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ପାତ୍ର ମାନ୍ୟବର କୋର୍ଟରେ ଆତ୍ମ ସମର୍ପଣ କରିଥିବା ବେଳେ ଜଣେ ନାବାଳକ ସମେତ ୨ ଜଣ ଲକ୍ଷ୍ମଣ ପାତ୍ର ଓ ସୁରେଶ ମହାକୁରଙ୍କୁ ପୋଲିସ ଗିରଫରେ ଜେଲରେ ରହିଛନ୍ତି । ସୋମବାର ଦିନ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ରିମାଣ୍ଡରେ ଆଣି ତଦନ୍ତ କରିଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ବନ୍ଧରେ ଫିଙ୍ଗି ଥିବା ଟାଙ୍ଗିଆକୁ ସୂଚନା ଦେବା ପରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ କୁ ଗାଁ ବନ୍ଧରୁ ଉଦ୍ଧାର କରାଯାଇଥିବା ପୋଲିସ ପ୍ରକାଶ କରିଛି । ଘଟଣା ରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବା ବୋଲି ପୋଲିସ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?