ମହାକାଶରେ ମଣିଷ

ଖ୍ରୀଷ୍ଟପୂର୍ବ ୩୯୯ରେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ କହିଥିଲେ, ”ମଣିଷ ପୃଥିବୀ ଉପରୁ ବାୟୁମଣ୍ଡଳର ଶୀର୍ଷ ଭାଗକୁ କିମ୍ବା ତା’ଠାରୁ ଅଧିକ ଉପରକୁ ଯାଇପାରିଲେ ହିଁ ସେ ନିଜ ଦୁନିଆକୁ ସମ୍ପୂର୍ଣ୍ଣ ରୂପେ ଜାଣିପାରିବ। “ ତେଣୁ ମହାକାଶକୁ ମାନବ ପ୍ରେରଣ କରିବା ମଣିଷର ପ୍ରାଚୀନତମ ସ୍ବପ୍ନଗୁଡ଼ିକରେ ଅଗ୍ରଣୀ ସ୍ଥାନ ନେଇଛି। ମହାକାଶରେ ରହି ଗବେଷଣା କରିବାର ସୁଫଳ ବ୍ୟବସାୟିକ ସ୍ତରରେ ପହଞ୍ଚି ବିଶାଳ ମହାକାଶ ପ୍ରୟୋଗ ବଜାର ସୃଷ୍ଟି କରିପାରଛି। ୧୯୫୭ ଅକ୍ଟୋବର ୪ରେ ବିଶ୍ୱର ପ୍ରଥମ କୃତ୍ରିମ ଉପଗ୍ରହ ସ୍ପୁଟନିକ୍‌ ପ୍ରେରଣକରି ଶୋଭିଏଟ୍‌ ସଂଘ ବିଜ୍ଞାନ ଦୁନିଆରେ ଚହଳ ସୃଷ୍ଟି କରିଥିଲା । ଆଶ୍ଚର୍ଯ୍ୟ କଥା ହେଲା ସ୍ପୁଟନିକ୍‌ ପ୍ରକଳ୍ପର ନେତୃତ୍ୱ ନେଇଥିବା ବୈଜ୍ଞାନିକ ସରେଗେଇ କୋରୋଲେଭ ଏହାର ୯ ବର୍ଷ ପରେ ମୃତ୍ୟୁ ପର୍ଯ୍ୟନ୍ତ ସମଗ୍ର ଦୁନିଆ ପାଖରେ ଅଜ୍ଞାତ ରହିଥିଲେ। ସ୍ପୁଟନିକ୍‌-୧ର ୧ ମାସ ପରେ ସ୍ପୁଟନିକ୍‌ -୨ ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ଇତିହାସର ମାତ୍ର ଦ୍ୱିତୀୟ କୃତ୍ରିମ ଉପଗ୍ରହରେ ନିଜର ଉତ୍ସାହକୁ କାବୁକରି ନ ପାରି ମଣିଷ ପ୍ରେରଣ ପୂର୍ବରୁ ଲାଇକା ନାମକ କୁକୁରକୁ ପ୍ରେରଣ କରିଥିଲା। ଲାଇକାକୁ ଆରାମଦାୟକ ରଖିବା ପାଇଁ ଉଷ୍ମ ପବନ କ୍ୟାପ୍‌ସୁଲରେ ଯୋଗାଇ ଦିଆ ଯାଇଥିଲେ ମଧ୍ୟ ତାପମାତ୍ର ନିୟନ୍ତ୍ରଣ ସମସ୍ୟା ହେତୁ ମିଶନର ଚତୁର୍ଥ ଦିନରେ ଲାଇକା ମରିଥିଲା। ୧୯୬୧ ଏପ୍ରିଲ ୧୨ରେ ମହାକାଶଚାରୀ ୟୁରି ଗାଗାରିନ୍‌ଙ୍କୁ ରୁଷିଆ ପ୍ରଥମ କରି ମହାକାଶକୁ ପ୍ରେରଣ କରିଥିଲା। ସେ ସଫଳତାର ସହ ପୃଥିବୀର କକ୍ଷପଥକୁ ସମ୍ପୂର୍ଣ୍ଣ ଭାବରେ ଥରେ ପରିକ୍ରମାକରି ମହାକାଶରେ ସୋଭିଏଟ୍‌ ୟୁନିୟନର ନେତୃତ୍ୱ ପ୍ରତିଷ୍ଠା କରିଥିଲେ।
ଫଳରେ ଆମେରିକା ଓ ରୁଷିଆ ମଧରେ ସ୍ପେସ୍‌ ରେସ୍‌ ଆରମ୍ଭ ହୋଇଥିଲା।
ଆମେରିକା ମରକ୍ୟୁରି, ଜେମିନି ଏବଂ ଆପୋଲୋ ପ୍ରଭୃତି ମିଶନ କରି ରୁଷିଆକୁ ଅନୁସରଣକଲା। କିନ୍ତୁ ରୁଷିଆର ବୈଜ୍ଞାନିକ ସରେଗେଇ କୋରୋଲେଭ ଯେଉଁ ସ୍ପେସ୍‌ ରେସ୍‌ରେ ନିଜ ଦେଶକୁ ବିଜୟୀ କରିବାକୁ ଚାହୁଁଥିଲେ ତାହା ୧୯୬୯ ଜୁଲାଇ ୨୦ରେ ଆମେରିକୀୟ ମହାକାଶଚାରୀ ନିଲ୍‌ ଆମ୍‌ଷ୍ଟ୍ରଙ୍ଗ୍‌ ଚନ୍ଦ୍ରପୃଷ୍ଠରେ ପ୍ରଥମ ମଣିଷ ଭାବରେ ପାଦଦେଇ ଧୂଳିସାତ୍‌ କରିଦେଲେ ଓ ଆମେରିକା ସ୍ପେସ୍‌ ରେସ୍‌ରେ ବିଜୟୀ ଘୋଷିତ ହେଲା। ପରେ ଆମେରିକା ଓ ରୁଷିଆ ଭିତରେ ଥିବା ସ୍ପେସ୍‌ ରେସ୍‌ରୁ ରୁଷିଆ ଓହରିଯିବା ପରେ ବୈଜ୍ଞାନିକ ଜ୍ଞାନକୌଶଳର ଏହି ପ୍ରତିଯୋଗିତା ସହଭାଗିତାରେ ପରିଣତହୋଇ ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେଶନକୁ ଜନ୍ମଦେଲା। ଆମେରିକା, ରୁଷିଆ, ଜାପାନ, କାନାଡା ୟୁରୋପିୟାନ ୟୁନିୟନ ସମେତ ୧୫ଟି ଦେଶ ଦ୍ୱାରା ମିଳିତ ଭାବରେ ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେଶନ ଆଇଏସ୍‌ଏସ୍‌ ୧୯୯୮ରେ ପ୍ରତିଷ୍ଠା ହେଲା, ଯାହା ପୃଥିବୀ ଉପରୁ ୪୦୦ କି.ମି. ଉପରେ ରହି ଦିନକୁ ୧୫ ଥରରୁ ଅଧିକ ଥର ପୃଥିବୀକୁ ପ୍ରଦିକ୍ଷଣ କରୁଛି। ସୂଚନାଯୋଗ୍ୟ, ଏହି ଆଇଏସ୍‌ଏସ୍‌ରେ ୨୦୦୦ ମସିହା ପରଠାରୁ କେହି ନା କେହି ବୈଜ୍ଞାନିକ ସବୁବେଳେ ରହି ଆସିଛନ୍ତି। ବର୍ତ୍ତମାନ ମହାକାଶ ବିଜ୍ଞାନରେ ଭାରତ, ଫ୍ରାନ୍ସ, ଚାଇନା ଭଳି ଦେଶ ଅନେକ ଉନ୍ନତି କରି ବାଣିଜି୍ୟକ ଉପଗ୍ରହ ଉତ୍‌କ୍ଷେପଣ କରିଛନ୍ତି। ଅନେକ ଦେଶ ଆମେରିକାର ସଟଲରେ କିମ୍ବା ରୁଷିଆର ସୋୟୁଜ୍‌ରେ ମହାକାଶକୁ ମାନବ ପ୍ରେରଣ କରିଛନ୍ତି। ଯଦିଓ ମାନବଯୁକ୍ତ ମହାକାଶ ଯାତ୍ରା ଏକ ଅତ୍ୟନ୍ତ ବ୍ୟୟ ବହୁଳ ପ୍ରକ୍ରିୟା ୨୦୨୦ ସୁଦ୍ଧା ୪୦ ଦେଶର ୫ ଶହରୁ ଅଧିକ ଲୋକ ମହାକାଶକୁ ଯାଇସାରିଛନ୍ତି। କେବଳ ଚାଇନା, ଆମେରିକା ଓ ରୁଷିଆ ମଣିଷକୁ ମହାକାଶକୁ ନେଇ ଯିବାର ଜ୍ଞାନକୌଶଳରେ ପାରଙ୍ଗମ।
ମାନବ କଲ୍ୟାଣ ତୁଳନାରେ ମହାକାଶ ଗବେଷଣାର ବ୍ୟୟବହୁଳତା ମାନବଯୁକ୍ତ ମହାକାଶ ଗବେଷଣାକୁ ନେଇ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ଦୃଢ଼ ଯୁକ୍ତି ହେଉଛି ମହାକାଶରେ ମଣିଷର ଆବଶ୍ୟକତା ନାହିଁ। କାରଣ ମାନବବିହୀନ, ରୋବୋଟିକ୍‌ ମହାକାଶଯାନ ସହ ସମାନ କିମ୍ବା ଉନ୍ନତ ମାନର ଗବେଷଣା କାର୍ଯ୍ୟ କରାଯାଇପାରେ। ମହାକାଶରେ ଯାଇ ଯେଉଁସବୁ ଲାବରେଟୋରି ପରୀକ୍ଷଣଗୁଡ଼ିକ କରାଯାଇପାରିବ ତାହା ସହଜରେ ଭୂପୃଷ୍ଠରେ ମଧ୍ୟ ଅଳ୍ପ ଖର୍ଚ୍ଚରେ କରାଯାଇପାରିବ। ଯେଉଁମାନେ ମାନବଯୁକ୍ତ ମହାକାଶ ଗବେଷଣା ସପକ୍ଷରେ ଯୁକ୍ତି କରନ୍ତି ସେମାନେ ଏଥିରେ ସହମତ ନୁହନ୍ତି। ସେମାନେ ବିଶେଷ ଭାବରେ ମାନବ ଏବଂ ଅନ୍ୟ ଜୀବମାନଙ୍କ ଉପରେ ମହାକାଶରେ ହେଉଥିବା ଗବେଷଣା ବୈପ୍ଲବିକ ଜନକଲ୍ୟାଣ ସୃଷ୍ଟିକରିବେ ବୋଲି ଆଶା କରାଯାଏ। ଏହିପରି ଗବେଷଣା ମହାକାଶରେ ସ୍ଥାୟୀ ଥିବା ଗବେଷଣା କେନ୍ଦ୍ର ଉପରେ ନିର୍ଭର କରେ ଯେପରିକି ସ୍କାଏଲାବ୍‌ ୧୯୭୦ ଦଶକ ପୂର୍ବରୁ ଥିଲା ଏବଂ ଯାହାର ଅନୁସନ୍ଧାନ ତଥ୍ୟ ଆଜି ପର୍ଯ୍ୟନ୍ତ ସୁବର୍ଣ୍ଣ ମାନକ ଭାବରେ କାର୍ଯ୍ୟ କରୁଛି।
ମହାକାଶରେ କିମ୍ବା ସ୍ପେସ୍‌ ମିଶନ ପ୍ରସ୍ତୁତି ସମୟରେ ୪ଟି ପୃଥକ୍‌ ଘଟଣାରେ ସମୁଦାୟ ୧୮ ଜଣ ଲୋକ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି। ତେବେ ସ୍ପେସ୍‌ ଫ୍ଲାଇଟ୍‌ ସହ ଜଡ଼ିତ ଥିବା ବୃହତ୍‌ ଆଶଙ୍କା ତୁଳନାରେ ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ କମ୍‌।
ଏଥିମଧ୍ୟରୁ କେବଳ ଦୁଇଟି ଭୟଙ୍କର ଦୁର୍ଘଟଣା ନାସାର ସ୍ପେସ୍‌ ସଟଲ ସହ ସଂଘଟିତ ହୋଇଥିଲା। ୧୯୮୬ ଜାନୁୟାରୀ ୨୮ରେ ନାସାର ଚ୍ୟାଲେଞ୍ଜର ସ୍ପେସ୍‌ ସଟଲ ଉଡ଼ାଣର ୭୩ ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ସମସ୍ତ ୭ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୦୩ ରେ ପୃଥିବୀର ବାୟୁମଣ୍ଡଳରେ ପୁନର୍ବାର ପ୍ରବେଶ କରିବା ସମୟରେ କଲମ୍ବିଆ ସଟଲ ଭାଙ୍ଗିଯିବା ପରେ ଆହୁରି ୭ଜଣ ମହାକାଶଚାରୀଙ୍କ ମୃତ୍ୟୁ ହୋଇଥିଲା।
ସୋଭିଏଟ୍‌ ୟୁନିୟନର ୪ଜଣ ମହାକାଶଚାରୀଙ୍କର ପୃଥକ୍‌ ପୃଥକ୍‌ ଘଟଣାରେ ସ୍ପେସ୍‌ ଫ୍ଲାଇଟ ସମୟରେ ଦୁର୍ଘଟଣା ଯୋଗୁ ମୃତ୍ୟୁ ଘଟିଥିଲା। ପ୍ରଥମଟି ୨୪ ଏପ୍ରିଲ ୧୯୬୭ରେ ସୋୟୁଜ୍‌-୧ ମିଶନର ଲ୍ୟାଣ୍ଡିଂ କ୍ୟାପ୍‌ସୁଲରେ ପାରାଶୁଟ୍‌ ଖୋଲିବାରେ ବିଫଳ ହୋଇଥିବାରୁ ଭ୍ଲାଡିମିର କୋମାରୋଭ ଦୁର୍ଘଟଣାର ଶିକାର ହେଲେ। ସେହିପରି ୧୯୭୧ରେ ସୋୟୁଜ୍‌-୧୧ ମିଶନ କ୍ରୁରେ ୩ଜଣଙ୍କର ମୃତ୍ୟୁ ଘଟିଥିଲା। ସୁନିତା ଉଇଲିୟମ୍ସ ଓ ବବ୍‌ ଓ୍ବିଲମୋରଙ୍କୁ ନେଇ ଯାଇଥିବା ଷ୍ଟାର ଲାଇନର ସ୍ପେସ୍‌ ଶିପ୍‌ ଖାଲି ଖାଲି ଫେରିଆସିବା ପରେ ଏହି ୨ଜଣ ମହାକାଶଚାରୀ ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେଶନରେ ରହିଛନ୍ତି। ଏଠାରେ କହିରଖିବା ଉଚିତ ଯେ ସେମାନେ ସେଠାରେ ଏକୁଟିଆ ନାହାନ୍ତି ଓ ସେମାନଙ୍କ ସହ ଏବେ ସେଠି ମାର୍ଚ୍ଚ ୮ ରୁ ସ୍ପେସେ୍‌କ୍ସ ଡ୍ରାଗନର ୯ ଜଣ ମହାକାଶଚାରୀ ମଧ୍ୟ ଅଛନ୍ତି। ଖୁବ୍‌ ଶୀଘ୍ର ରୁଷିଆର ସୋୟୁଜ୍‌ ସ୍ପେସ୍‌ କ୍ରାଫ୍ଟ ଆଉ ୩ଜଣ ମହାକାଶଚାରୀଙ୍କୁ ନେଇ ସେଠି ପହଞ୍ଚିବ। ତେବେ ସୁନିତା ଓ ବବ୍‌ ସୁରକ୍ଷିତ ଭାବରେ ଫେରିଆସିବେ ସେଥିରେ ସନ୍ଦେହ ନାହିଁ ।
ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri