କୀଟନାଶକ ସ୍ପ୍ରେରେ ଜଳିଗଲେ ବୃଦ୍ଧ

ଟୋକିଓ,୧୫।୧୨: ଘରେ କୌଣସି କୀଟପତଙ୍ଗ ଦେଖିଲେ ଆପଣ ଇନସେକ୍ଟସାଇଡ ବା କୀଟନାଶକ ବ୍ୟବହାର କରୁଥିବେ। ତେବେ କୀଟନାଶକ ବ୍ୟବହାର କରି କୀଟପତଙ୍ଗ ମରିବା ବଦଳରେ ମଣିଷ ପୋଡିଯିବା କଥା କହିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି। ଏପରି ଘଟଣା ଘଟିଛି ଜାପାନରେ।
ଜାପାନରେ ଜଣେ ବ୍ୟକ୍ତି ଏକ ଅସରପା ଉପରେ କୀଟନାଶକ ସ୍ପ୍ରେ କରିବା ସମୟରେ ଜଳି ଯାଇଛନ୍ତି।

ମଧ୍ୟ ରାତ୍ରିରେ ୫୪ବର୍ଷିୟ ବୃଦ୍ଧ ଜଣକ ନିଜ ଆପାର୍ଟମେଣ୍ଟରେ ଗୋଟିଏ ଅସରପାକୁ ଦେଖିବାକୁ ପାଇଥିଲେ। ତେବେ ତାହାକୁ ମାରିବା ପାଇଁ ବୃଦ୍ଧ ଅଧିକ ପରିମାଣରେ କୀଟନାଶକ ସ୍ପ୍ରେ କରିଥିଲେ। ଏହି ସମୟରେ ସେ ଘରର ବାଲକୋନି ଝରକା ପାଖରେ ଥିଲେ। ହଠାତ୍‌ ବିସ୍ଫୋରଣ ଘଟି ସେ ଜଳି ଯାଇଛନ୍ତି। ଗୁରୁତର ଆହତ ନ ହେଲେ ମଧ୍ୟ ତାଙ୍କ ଶରୀରର କିଛି ଅଂଶ ଜଳି ଯାଇଛି।

ଜାପାନର ରାଷ୍ଟ୍ରୀୟ ଉପଭୋକ୍ତା କେନ୍ଦ୍ରନୁସାରେ, ଏହିଭଳି ଅନେକ ମାମଲା ସେମାନଙ୍କ ହସ୍ତଗତ ହେଇଛି। କୀଟପତଙ୍ଗଙ୍କୁ ମାରିବା ପାଇଁ ଆମେ ବ୍ୟବହାର କରୁଥିବା କୀଟନାଶକରେ ବହୁଳ ପରିମାଣରେ ପେଷ୍ଟିସାଇଡ ଥାଏ। ଯାହା ବିଦ୍ୟୁତ ଉପକରଣ ସଂସ୍ପର୍ଶରେ ଆସିଲେ ବିସ୍ପୋରଣ ଘଟିଥାଏ। ବହୁ କୀଟପତଙ୍ଗ ଉଡିଯାଇ ବଲବ୍‌ କିମ୍ବା ଇଲେକ୍ଟ୍ରି ଉପକରଣରେ ବସିଲେ ସେମାନଙ୍କ ଉପରେ କୀଟନାଶକ ସ୍ପ୍ରେ କରିଥାଉ। ଯାହଦ୍ୱାରା ବିସ୍ପୋରଣ ଘଟିବାର ଆଶଙ୍କାକୁ ଏଡାଇ ଯାଇ ନ ପାରେ।
ଏକ ରିପୋର୍ଟ ଅନୁଯାୟୀ, କୀଟନାଶକରେ ଅନେକ ପ୍ରକାର ଜ୍ୱଳନଶୀଳ ପଦାର୍ଥ ଯଥା ଆଲକୋହଲ, ପ୍ରୋପେନ ଓ ବ୍ୟୁଟେନ ରହିଥାଏ। ଯାହାଦ୍ୱାରା ବିସ୍ପୋରଣ ଘଟିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?